Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓଫାଇବର୍ ପକ୍ଷରୁ ମନୋରଂଜନ ବୋନାଞ୍ଜାର ଶୁଭାରମ୍ଭ
ଆଜିର ଖବର

ଜିଓଫାଇବର୍ ପକ୍ଷରୁ ମନୋରଂଜନ ବୋନାଞ୍ଜାର ଶୁଭାରମ୍ଭ

April 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍‌ପେଡ୍ ବର୍ଗରେ ଆଉ ଏକ ବୈପ୍ଳବିକ ଉତ୍ପାଦର ଶୁଭାରମ୍ଭ କରାଯାଇଛି। ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଶୂନ ପ୍ରବେଶ ଖର୍ଚ ସୁବିଧା ପ୍ରଦାନ କରୁଛି। ଯେତେବେଳେ ବ୍ୟବହାରକାରୀମାନେ ଜିଓଫାଇବର୍‌ର ପୋଷ୍ଟ୍‌ପେଡ୍ ସଂଯୋଗ ବିକଳ୍ପ ଚୟନ କରିବେ ତାଙ୍କୁୂ ବିନା ଖର୍ଚରେ ୧୦,୦୦୦ ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା ମିଳିବ।

ମାତ୍ର ଅତିରିକ୍ତ ୧୦୦ ଟଙ୍କାରେ ଅସୀମିତ ମନୋରଂଜନ ସୁବିଧା ଆରମ୍ଭ କରାଯାଇଛି। ମାସିକ ୩୯୯ ଟଙ୍କାରୁ ଆରମ୍ଭ ହୋଇଥିବା ପ୍ଲାନ୍‌ରେ ବ୍ୟବହାରକାରୀମାନେ ଅସୀମିତ ହାଇ-ସ୍ପିଡ୍ ଇଟଂରନେଟ୍ ପାଇପାରିବେ। ପୁନଶ୍ଚ, ମାସିକ ଅତିରିକ୍ତ ୧୦୦ କିମ୍ବା ୨୦୦ ଟଙ୍କା ଦେଇ ସେମାନେ ୧୪ଟି ପର୍ଯ୍ୟନ୍ତ ଓଟିଟି ଆପ୍‌ର ସମ୍ଭାରରୁ ନିଜ ପସନ୍ଦର କନ୍‌ଟେନ୍‌ଟ୍ (ବିଷୟବସ୍ତୁ) ହାସଲ କରିପାରିବେ।

ଅସୀମିତ ମନୋରଂଜନରେ ସାମିଲ ରହିଛି ୧୪ ପେଡ୍ ମନୋରଂଜନ ଆପ୍ ଯାହାକୁ ଉଭୟ ବଡ଼ ସ୍କ୍ରିନ୍ ଓ ଛୋଟ ସ୍କ୍ରିନ୍‌ରେ ହାସଲ କରିହେବ ଫଳରେ ବ୍ୟବହାରକାରୀମାନେ ସେମାନଙ୍କ ମନ ପସନ୍ଦର ସିନେମା, ଟିଭି ଚ୍ୟାନେଲ୍‌, ଅରିଜିନାଲ୍‌ସ, ଖବର, ସୋ’, କ୍ରୀଡ଼ା ଏବଂ ଆହୁରି ବହୁତ କିଛି ଦେଖିପାରିବେ। ସେହି ୧୪ଟି ଆପ୍ ହେଉଛି ଡିଜ୍‌ନି+ହଟ୍‌ଷ୍ଟାର, ଜି୫, ସୋନିଲିଭ୍‌, ଭୁଟ୍‌, ସନ୍‌ନେକ୍ସଟ୍‌, ଡିସକଭରି+, ହୋଇଚୋଇ, ଅଲ୍‌ଟବାଲାଜୀ, ଏରସ୍ ନାଓ, ଲାୟନ୍ସଗେଟ୍‌, ସେମାରୋମି, ୟୁନିଭର୍ସାଲ୍‌+, ଭୁଟ୍ କିଡ୍‌ସ ଓ ଜିଓ ସିନେମା।

ଏହି ନୂଆ ପ୍ଲାନ୍ ୨୦୨୨ ଏପ୍ରିଲ୍ ୨୨ରୁ ସମସ୍ତ ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହେବ।

ନୂଆ ଜିଓଫାଇବର୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ର ଲାଭ ପାଇବା ଲାଗି ପରୁଣା ଜିଓଫାଇବର୍ ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ମାଇଁଜିଓ ଆପ୍‌ରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ନୂତନ ପ୍ଲାନ୍ ପାଇଁ ଅଗ୍ରୀମ ରେଂଟାଲ୍ ପେମେଂଟ୍ କରିବାକୁ ପଡ଼ିବ। ସେହିପରି, ପୁରୁଣା ଜିଓଫାଇବର୍ ପ୍ରିପେଡ୍ ବ୍ୟବହାରକାରୀମାନେ ଏହି ପ୍ଲାନ୍‌ର ଲାଭ ପାଇବା ଲାଗି ମାଇଁଜିଓ ଜରିଆରେ ପ୍ରିପେଡ୍‌ରୁ ପୋଷ୍ଟ୍‌ପେଡ୍‌କୁ ଆସିବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ । ନିଜ ଫୋନ୍‌ରେ ଓଟିପି ଦେଇ ନିଜକୁ ଭେରିଫାଏ କରିବାକୁ ହେବ। ଏହା ପରେ ମାଇଁଜିଓରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ପ୍ଲାନ୍ ପାଇଁ ଅଗ୍ରୀମ ଦେୟ ପ୍ରଦାନ କରିବାକୁ ପଡ଼ିବ।

ବିନା ଏସ୍‌ଟିବିର ଜିଓଫାଇବର୍ ବ୍ୟବହାରକାରୀମାନେ ନିଜର ମନୋରଂଜନ ବୋନାଞ୍ଜା ପ୍ଲାନ୍ ଚୟନ କରିବା ପରେ ମାଗଣାରେ ଜିଓ ସେଟ୍ ଟପ୍ ବକ୍ସର ଡେଲିଭରି ପାଇବା ଲାଗି ଆପଏଂଟ୍‌ମେଂଟ୍ ନେଇପାରିବେ।

ଜିଓ ଏସ୍‌ଟିବି ଯେକୌଣସି ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରୁଛି। ଜିଓ ଏସ୍‌ଟିବି ଜରିଆରେ ବ୍ୟବହାରକାରୀମାନେ ସିନେମା, ସୋ’, ୱେବ ସିରିଜ୍‌, କ୍ରୀଡ଼ା କାର୍ଯ୍ୟକ୍ରମ ଏବଂ ନିଜ ପସନ୍ଦର ଓଟିପି ଆପ୍‌କୁ ହାସଲ କରିପାରିବେ। ଜିଓ ଏସ୍‌ଟିବିରେ ବହୁ ଉନ୍ନତ ସୁବିଧା ସୁଯୋଗ ରହିଛି। ସେଗୁଡ଼ିକ ହେଉଛି ଭଏସ୍ କମାଣ୍ଡ, ୟୁଟ୍ୟୁବ୍ ଅନ୍ ଟିଭି, ଟିଭିରେ ଇଟଂରନେଟ୍ ହାସଲ କରିବା ସୁବିଧା, ଟିଭି ଜରିଆରେ ଭିଡିଓ କଲ୍ କରିବା, ୧୫ଟି ଭାଷାରେ ୫୫୦ରୁ ଅଧିକ ଟିଭି ଚ୍ୟାନେଲ୍‌, ୩୦୦ରୁ ଅଧିକ ଆପ୍ଲିକେସନ୍‌, ଜିଓଗେମ୍‌ସ ଆପ୍‌ରେ ମଲ୍‌ଟିପ୍ଲେୟାର ଗେମ୍‌ସ ଓ ଟିଭିରେ ଫଟୋ ଓ ଭିଡିଓ ଆଦି ଦେଖିପାରିବା ସୁବିଧା।

ଜିଓଫାଇବର୍
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାରେ ଡିସେମ୍ବର ୧୯ ରୁ ୨୩ ଯାଏଁ ପାଳିତ ହେବ ସୁଶାସନ ସପ୍ତାହ

December 11, 2025

ଆଫଗାନିସ୍ତାନରେ ପାକିସ୍ତାନର ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟାକୁ ଭାରତର ନିନ୍ଦା

December 11, 2025

ଇଣ୍ଡିଗୋ ସଙ୍କଟ: ଯାତ୍ରୀଙ୍କ ସହାୟତା ପାଇଁ ଫୋନ୍ ନମ୍ବର ଜାରି

December 11, 2025

ସୁନା ଏବଂ ରୂପା ମୂଲ୍ୟରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି: ଜାଣନ୍ତୁ ଆଜିର ଦର

December 11, 2025
Latest News

ଏମ୍ସ ଭୁବନେଶ୍ୱର ବିରଳ ଅସ୍ତ୍ରୋପଚାର, ବଙ୍କା ହୋଇପଡିଥିବା ମଣିଷ ସିଧା ହେଲା

December 11, 2025

‘ଆପଣଙ୍କ ରୋଷେଇ ଘରେ ଅସ୍ତ୍ର ଅଛି…’: SIR ଉପରେ ମମତା ବାନାର୍ଜୀଙ୍କ ବିବାଦୀୟ ବୟାନ

December 11, 2025

ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ଲୋକାର୍ପିତ, ୨୭୩୮ କୋଟି ଟଙ୍କା ମଞ୍ଜୁର,ଜାଣନ୍ତୁ ଏହା କଣ

December 11, 2025

ଖୋର୍ଦ୍ଧା ଜିଲ୍ଲାରେ ଡିସେମ୍ବର ୧୯ ରୁ ୨୩ ଯାଏଁ ପାଳିତ ହେବ ସୁଶାସନ ସପ୍ତାହ

December 11, 2025

ଓଡିଶା ନିଯୁକ୍ତି ମେଳା ୨୦୨୫: ତିନୋଟି ବିଭାଗରେ ୫୯୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

December 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.