Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରିଲାଏନ୍ସର ଭାୟାକମ୍‌ ୧୮କୁ ମିଳିଲା ୧୩,୫୦୦ କୋଟି ଟଙ୍କା, ମନୋରଂଜନ ଜଗତରେ ଆସିବ ବିପ୍ଲବ
ବିଶେଷ ଖବର

ରିଲାଏନ୍ସର ଭାୟାକମ୍‌ ୧୮କୁ ମିଳିଲା ୧୩,୫୦୦ କୋଟି ଟଙ୍କା, ମନୋରଂଜନ ଜଗତରେ ଆସିବ ବିପ୍ଲବ

April 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜେମ୍‌ସ ମୁର୍ଦୋଚ୍‌ଙ୍କ ଲୁପା ସିଷ୍ଟମ୍‌ସର ନିବେଶ ସଂସ୍ଥା ବୋଧି ଟ୍ରି ସିଷ୍ଟମ୍‌ସ ଓ ଉଦୟ ଶଙ୍କର ପ୍ରସାରଣ ସେବା କ୍ଷେତ୍ର ସହ ଜଡ଼ିତ କଂପାନି ଭାୟାକମ୍‌୧୮ରେ ୧୩,୫୦୦ କୋଟି ଟଙ୍କା ନିବେଶ କରିବା ବିଷୟରେ ଘୋଷଣା କରିଛନ୍ତି। ଉଦୟ ଶଙ୍କର ହେଉଛନ୍ତି ଷ୍ଟାର ଓ ଡିଜ୍‌ନି ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ। ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ତ୍ରିପାକ୍ଷିକ ଭାଗିଦାରୀ ଜରିଆରେ ଏହି ନିବେଶ କରାଯିବ। ଏହା ଦ୍ୱାରା ଦେଶର ସବୁଠୁ ବଡ଼ ଟିଭି ଓ ଡିଜିଟାଲ୍ ଷ୍ଟ୍ରିମିଂ କଂପାନିକୁ ଏକ ଆକାର ମିଳିବ।

ଏହି ସହଯୋଗିତା ଜରିଆରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସଂସ୍ଥା ରିଲାଏନ୍ସ ପ୍ରୋଜେକ୍ଟସ୍ ଆଣ୍ଡ୍ ପ୍ରପର୍ଟି ମ୍ୟାନେଜମେଂଟ୍ ସର୍ଭିସେସ୍ ଲିମିଟେଡ୍ (ଆରପିପିଏମ୍‌ଏସ୍‌ଏଲ୍‌) ୧,୬୪୫ କୋଟି ଟଙ୍କାର ନିବେଶ କରିବ। ଏହା ବ୍ୟତୀତ ଲୋକପ୍ରିୟ ଜିଓ ସିନେମା ଓଟିଟି ଆପ୍‌କୁ ଭାୟାକମ୍‌୧୮କୁ ସ୍ଥାନାନ୍ତର କରାଯିବ। ଟେଲିଭିଜନ, ଓଭର ଦି ଟପ୍ (ଓଟିଟି), ବିତରଣ, ସାମଗ୍ରୀ ନବସୃଜନ ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା କ୍ଷେତ୍ରରେ ଆର୍‌ପିପିଏମ୍‌ଏସ୍‌ଏଲ୍‌ର ଉଲ୍ଲେଖନୀୟ ଉପସ୍ଥିତି ରହିଛି। ପାରାମାଉଂଟ୍ ଗ୍ଲୋବାଲ୍ (ପୂର୍ବରୁ ଭାୟାକମ୍ ସିବିଏସ୍‌) ଭାୟାକମ୍‌୧୮ର ଅଂଶଧନକାରୀ ହୋଇରହିବ। ଭାୟାକମ୍‌୧୮କୁ ଏହା ନିଜର ପ୍ରମୁଖ ବିଶ୍ୱସ୍ତରୀୟ ଉତ୍ପାଦଗୁଡ଼ିକୁ ପ୍ରଦାନ କରିବା ଜାରି ରଖିବ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମୁକେଶ ଡି ଅମ୍ବାନି କହିଛନ୍ତି ଯେ, “ଜେମ୍‌ସ ଓ ଉଦୟଙ୍କ ଟ୍ରାକ୍ ରେକର୍ଡ ଅତୁଳନୀୟ। ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତ, ଏସିଆ ଓ ସାରା ଦୁନିଆରେ ମିଡିଆ ବ୍ୟବସ୍ଥାକୁ ଆକାର ପ୍ରଦାନ କରିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବୋଧି ଟ୍ରି ସହିତ ସହଯୋଗିତା ସ୍ଥାପନ କରିବା ଏବଂ ଏକ ଷ୍ଟ୍ରିମିଂ ପ୍ରଥମ ମିଡିଆ ବଜାର ଆଡ଼କୁ ଭାରତର ରୂପାନ୍ତରଣର ନେତୃତ୍ୱ ନେଉଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ। ଏହି ସହଯୋଗିତା ଜରିଆରେ ଭାରତୀୟ ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ମିଡିଆ ଓ ମନୋରଂଜନ ସେବା ଆଣିବାକୁ ଆମେ ପ୍ରତିବଦ୍ଧ ରହିଛୁ।’’

ଏହି ସହଯୋଗିତା ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି କହିବା ସହ ମୁର୍ଦୋଚ ଓ ଉଦୟ କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବ୍ୟାପକ ଭାବେ ପ୍ରତିଦିନର ମିଡିଆ ଓ ମନୋରଂଜନ ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଅର୍ଥପୂର୍ଣ୍ଣ ସମାଧାନ ପ୍ରଦାନ କରିବା ପାଇଁ ବିଶେଷ କରି ମୋବାଇଲ୍‌ରେ ଉନ୍ନତ ପ୍ରଯୁକ୍ତିର ଲାଭକୁ ବ୍ୟବହାର କରିବା। ଏକ ବିଲିଅନରୁ ଅଧିକ ସ୍କ୍ରିନ୍‌ରେ ଆମେ ମନୋରଂଜନ ଅନୁଭୂତିର ଆକାରକୁ ବଦଳାଇବାକୁ ଚାହୁଛୁ।’’

ଆବଶ୍ୟକ ଅନୁମୋଦନ ଓ କାରବାର ସମାପନ କରିବାର ସର୍ତ ଅନୁସାରେ ଏହି କାରବାରକୁ ଛଅ ମାସ ମଧ୍ୟରେ ସମ୍ପାଦନ କରାଯିବ ବୋଲି ଆଶା ରହିଛି। ଏହି କାରବାର ପାଇଁ ଆରପିପିଏମ୍‌ଏସ୍‌ଏଲ୍ ଓ ଭାୟାକମ୍‌୧୮କୁ ସିରିଲ ଅମରଚାନ୍ଦ ମଙ୍ଗଳଦାସ ଆଣ୍ଡ୍ ଖୈତାନ କୋ ଆଇନଗତ ଓ କାଗଜପତ୍ର ସହାୟତା ପ୍ରଦାନ କରିଥିଲେ। ଜିଓ ସିନେମା ବ୍ୟବସାୟ ଓ ଭାୟାକମ୍ ୧୮ର ସ୍ୱାଧୀନ ମୂଲ୍ୟାୟନ ପ୍ରଦାନ କରିଥିଲେ ପିଡବ୍ଲୁସି ଓ ବିଡିଓ। ଟିିଭି୧୮ ଓ ଆରପିପିଏମ୍‌ଏସ୍‌ଏଲ୍ ପାଇଁ ଯଥାକ୍ରମେ ସିଟି ଓ ଏଚଏସବିସି ଆର୍ଥିକ ପରାମର୍ଶଦାତା ଦାୟିତ୍ୱ ତୁଲାଇଛନ୍ତି। ବୋଧି ଟ୍ରି ସିଷ୍ଟମ୍‌ସ ପାଇଁ ଏଜେଡ୍‌ବି ଆଣ୍ଡ୍ ପାଟନର୍ସ ଆଇନ ପରାମର୍ଶଦାତା ଓ ଇୱାଇ ଯଥାର୍ଥ ଆକଳନ ସେବା ପ୍ରଦାନ କରିଛି। ପାରାମାଉଂଟ୍ ଗ୍ଲୋବାଲ୍ ପାଇଁ ଜେଏସ୍‌ଏ୍ ଆଇନଗତ ପରାମର୍ଶ ପ୍ରଦାନ କରିଛି।

ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ସରକାରରେ ଯୋଗଦେଲେ ୧୯୭ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ, ମନ୍ତ୍ରୀ ହରିଚନ୍ଦନ ଦେଲେ ଦିଗଦର୍ଶନ

February 18, 2026

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାରଣରେ ସେ କହିଲେ…

February 18, 2026

“ରାହୁଲ ଗାନ୍ଧୀ ଭାରତ ବିରୋଧୀ ଶକ୍ତି ସହିତ ଜଡିତ…”: କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କିରେନ ରିଜି

February 18, 2026
Latest News

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.