Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାଙ୍ଗିଲା ସବୁ ରେକର୍ଡ: ଜିଏସଟି ସଂଗ୍ରହରେ ସରକାରଙ୍କ ବ୍ୟାଗକୁ ଆସିଲା ୧.୬୮ ଲକ୍ଷ କୋଟି
ବିଶେଷ ଖବର

ଭାଙ୍ଗିଲା ସବୁ ରେକର୍ଡ: ଜିଏସଟି ସଂଗ୍ରହରେ ସରକାରଙ୍କ ବ୍ୟାଗକୁ ଆସିଲା ୧.୬୮ ଲକ୍ଷ କୋଟି

May 1, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ଏପ୍ରିଲ ୨୦୨୨ରେ ମୋଟ୍‌ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି। ଏଥିମଧ୍ୟରେ ୩୩,୧୫୯ କୋଟି ଟଙ୍କାର ସିଜିଏସଟି, ୪୧,୭୯୩ କୋଟି ଟଙ୍କାର ଏସଜିଏସଟି, ୮୧,୯୩୯ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଆମଦାନୀରୁ ସଂଗୃହିତ ୩୬,୭୦୫ କୋଟି ଟଙ୍କା ସମେତ) ଏବଂ ୧୦,୬୪୯ କୋଟି ଟଙ୍କାର ସେସ (ସାମଗ୍ରୀ ଆମଦାନୀରୁ ସଂଗୃହିତ ୮୫୭ କୋଟି ଟଙ୍କା ସମେତ) ସାମିଲ ରହିଛି।

ଗତ ମାସ ଅର୍ଥାତ୍‌ ମାର୍ଚ୍ଚ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବ ପରିମାଣ ୧ ଲକ୍ଷ ୪୨ ହଜାର ୯୫ କୋଟି ଟଙ୍କାରୁ ୨୫ ହଜାର ଟଙ୍କା ଅଧିକ ରହିଛି।

ଏପ୍ରିଲ ୨୦୨୨ରେ ଓଡ଼ିଶାରେ ୪ ହଜାର ୯୧୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଛି। ଗତ ବର୍ଷ ଅର୍ଥାତ୍‌ ୨୦୨୧ ଏପ୍ରିଲରେ ସଂଗୃହିତ ଜିଏସଟି ରାଜସ୍ବ ପରିମାଣ ୩ ହଜାର ୮୪୯ କୋଟି ଟଙ୍କା ଠାରୁ ଏହା ୨୮% ଅଧିକ।

ସରକାର ସିଜିଏସଟି ବାବଦରେ ୩୩,୪୨୩ କୋଟି ଟଙ୍କା ଏବଂ ଆଜିଏସଟିରୁ ଏସଜିଏସଟି ବାବଦରେ ୨୬ ହଜାର ୯୬୨ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ ୨୦୨୨ ଏପ୍ରିଲ ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ସଂଗ୍ରହ ପରିମାଣ ସିଜିଏସଟି ବାବଦରେ ୬୬,୫୮୨ ଏବଂ ଏସଜିଏସଟି ବାବଦରେ ୬୮,୭୫୫ କୋଟି ଟଙ୍କା ରହିଛି।

୨୦୨୨ ଏପ୍ରିଲ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ଗତ ବର୍ଷ ସମାନ ମାସରେ ସଂଗୃହିତ ରାଜସ୍ବ ତୁଳନାରେ ୨୦% ଅଧିକ ରହିଛି। ଏପ୍ରିଲ ୨୦୨୨ରେ ଗତବର୍ଷର ସମାନ ଅବଧି ଅର୍ଥାତ୍‌ ଏପ୍ରିଲ ୨୦୨୧ ତୁଳନାରେ ସାମଗ୍ରୀ ଆମଦାନୀରୁ ସଂଗୃହିତ ରାଜସ୍ବ ୩୦% ଅଧିକ ଥିବା ବେଳେ ଘରୋଇ କାରବାରରୁ ସଂଗୃହିତ ରାଜସ୍ବ (ସେବା ଆମଦାନୀ ସମେତ) ୧୭% ଅଧିକ ଥିବା ସୂଚନା ମିଳିଛି।

ପ୍ରଥମ ଥର ପାଇଁ ସକଳ ଜିଏସଟି ସଂଗ୍ରହ ପରିମାଣ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ମାର୍ଚ୍ଚ ୨୦୨୨ରେ ମୋଟ୍‌ ୭.୭ କୋଟି ଇ-ୱେବିଲ୍‌ ଜାରି କରାଯାଇଛି, ଯାହାକି ଫେବୃଆରୀ ୨୦୨୨ ତୁଳନାରେ ଜାରି କରାଯାଇଥିବା ୬.୮ କୋଟି ଇ-ୱେବିଲ୍‌ ତୁଳନାରେ ୧୩% ଅଧିକ। ଏହାଦ୍ବାରା ବ୍ୟବସାୟିକ ଗତିବିଧି ତ୍ବରାନ୍ବିତ ହୋଇଥିବା ସଙ୍କେତ ମିଳିଛି।

ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ରାଜସ୍ବ ସଂଗ୍ରହ ଦେଖିବାକୁ ମିଳିଛି । ୨୦ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ଏବଂ ଏହି ତାରିଖ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ଗୋଟିଏ ଘଣ୍ଟାରେ ସର୍ବାଧିକ ରାଜସ୍ବ ସଂଗ୍ରହ କରାଯାଇଥିଲା। ୨୦ ଏପ୍ରିଲ ୨୦୨୨ରେ ୯.୫୮ ଲକ୍ଷ କାରବାର (ଟ୍ରାଞ୍ଜାକ୍ସନ) ମାଧ୍ୟମରେ ମୋଟ୍‌ ୫୭,୮୪୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ସେହିଦିନ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ୮୮ ହଜାର କାରବାର ଜରିଆରେ ପ୍ରାୟ ୮ ହଜାର କୋଟି ଟଙ୍କାର ରାଜସ୍ବ ସଂଗୃହିତ ହୋଇଥିଲା। ଗତ ବର୍ଷ ସମାନ ତାରିଖ, ଅର୍ଥାତ୍ ୨୦୨୧, ଏପ୍ରିଲ ୨୦ ତାରିଖରେ ସର୍ବାଧିକ ଦୈନିକ ରାଜସ୍ବ ସଂଗ୍ରହ ପରିମାଣ ୪୮ ହଜାର କୋଟି ଟଙ୍କା ଥିଲା। ୭.୨୨ ଲକ୍ଷ କାରବାର ମାଧ୍ୟମରେ ଏହି ରାଜସ୍ବ ସଂଗ୍ରହ କରାଯାଇଥିଲା। ସେହି ସମାନ ତାରିଖ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ୬୫ ହଜାର କାରବାର ଜରିଆରେ ୬,୪୦୦ କୋଟି ଟଙ୍କାର ରାଜସ୍ବ ସଂଗୃହିତ ହୋଇଥିଲା, ଯାହାକି ଗୋଟିଏ ଘଣ୍ଟା ମଧ୍ୟରେ ସର୍ବାଧିକ ରାଜସ୍ବ ସଂଗ୍ରହ ଥିଲା।

ଏପ୍ରିଲ, ୨୦୨୨ରେ ଜିଏସଟିଆର-3ବି ମାଧ୍ୟମରେ ୧.୦୬ କୋଟି ଜିଏସଟି ରିଟର୍ଣ୍ଣ ଦାଖଲ କରାଯାଇଛି, ଏଥିମଧ୍ୟରୁ ୯୭ ଲକ୍ଷ ରିଟର୍ଣ୍ଣ ମାର୍ଚ୍ଚ ୨୦୨୨ ସହ ଜଡ଼ିତ। ତୁଳନାତ୍ମକ ଭାବେ ଦେଖିଲେ ଏପ୍ରିଲ ୨୦୨୧ରେ ୯୨ ଲକ୍ଷ ରିଟର୍ଣ୍ଣ ଦାଖଲ କରାଯାଇଥିଲା। ଅନୁରୂପ ଭାବେ ଜିଏସଟିଆର-୧ ଜରିଆରେ ଏପ୍ରିଲ ୨୦୨୨ରେ ୧.୦୫ କୋଟି ଇନଭଏସ ଷ୍ଟେଟମେଣ୍ଟ ଜାରି କରାଯାଇଛି। ଏପ୍ରିଲ ୨୦୨୨ରେ ମାସ ଶେଷ ସୁଦ୍ଧା, ଜିଏସଟିଆର-3ବି ଜରିଆରେ ରିଟର୍ଣ୍ଣ ଦାଖଲ କରିବାର ପ୍ରତିଶତ ୮୪.୭% ଥିଲା। ଅନ୍ୟପଟେ ଏପ୍ରିଲ ୨୦୨୧ରେ ଏହା ୭୮.୩% ରହିଥିଲା । ଏପ୍ରିଲ ୨୦୨୨ରେ ଜିଏସଟିଆର-୧ ଦାଖଲ ପ୍ରତିଶତ ୮୩.୧୧% ଥିବା ବେଳେ ଏପ୍ରିଲ ୨୦୨୧ରେ ଏହା ୭୩.୯% ଥିଲା।

ଅନୁପାଳନ ଅଭ୍ୟାସରେ ସୁଧାର କାରଣରୁ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି। ନିର୍ଦ୍ଧାରିତ ସମୟରେ ଟିକସ ପଇଠ କରିବା ଲାଗି ଟିକସ ପ୍ରଶାସନ ପକ୍ଷରୁ ଟିକସଦାତାମାନଙ୍କୁ ସଚେତନ କରାଯିବା କାରଣରୁ ଏପରି ପରିଣାମ ମିଳିପାରୁଛି। ଅନୁପାଳନକୁ ସରଳ ଓ ସହଜ କରାଯିବା ସହିତ ଡାଟା ଆନାଲିଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରରେ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଫଳରେ ଟିକସ ସଂଗ୍ରହରେ ପାରଦର୍ଶିତା ଆସିଛି ଓ ରାଜସ୍ବ ଆଦାୟ ପରିମାଣ ବଢ଼ିଛି।

ତଳେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷ ମାସିକ ସକଳ ଜିଏସଟି ରାଜସ୍ବ ସଂଗ୍ରହର ତଥ୍ୟ ପ୍ରଦାନ କରାଯାଇଛି। ନିମ୍ନ ସାରଣୀରେ ଏପ୍ରିଲ ୨୦୨୧ ତୁଳନାରେ ଏପ୍ରିଲ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଯାଇଛି।

ଜିଏସଟି ସଂଗ୍ରହ ଭାଙ୍ଗିଲା ସବୁ ରେକର୍ଡ ସରକାରଙ୍କ ବ୍ୟାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025

ଭୁବନେଶ୍ବର ରିଙ୍ଗ ରୋଡ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ବ୍ୟୟ 8307 କୋଟି ଟଙ୍କା

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.