Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏପ୍ରିଲରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନରେ ପହଞ୍ଚିଲା କୋଇଲା ଉତ୍ପାଦନ
ବିଶେଷ ଖବର

ଏପ୍ରିଲରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନରେ ପହଞ୍ଚିଲା କୋଇଲା ଉତ୍ପାଦନ

May 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏପ୍ରିଲରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନରେ ପହଞ୍ଚିଲା କୋଇଲା ଉତ୍ପାଦନ

ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି। ସେଥିମଧ୍ୟରୁ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଏବଂ ତାହାର ସହଯୋଗୀ ସଂସ୍ଥାଗୁଡିକ ଏହି ମାସରେ ୫୩୪.୭ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିବାବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ (ଏସ୍‌ସିସିଏଲ) ଦ୍ୱାରା ୫୩.୨୩ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି। ଏହା ବ୍ୟତୀତ ନିଜସ୍ୱ କୋଇଲା ଖଣିରୁ ଏହି ମାସରେ ଉତ୍ପାଦିତ ହୋଇଥିବା କୋଇଲାର ପରିମାଣ ୭୩.୬୧ ଲକ୍ଷ ଟନ୍।

କୋଇଲା ମନ୍ତ୍ରଣାଳୟର ଅଣଚୂଡାନ୍ତ ତଥ୍ୟ ଅନୁସାରେ ଗତ ଏପ୍ରିଲ ମାସରେ ଦେଶରେ ମୋଟ କୋଇଲା ଯୋଗାଣ ଚାହିଦା ଥିଲା ୭୦୮.୬୮ଲକ୍ଷ ଟନ୍। ଏହି ମାସରେ କେବଳ ଶକ୍ତି କ୍ଷେତ୍ରର କୋଇଲା ଆବଶ୍ୟକତା ୬୧୭.୨ଲକ୍ଷ ଟନ୍‌ରେ ପହଞ୍ଚିଥିଲା। ସେଥିମଧ୍ୟରୁ କୋଲ ଇଣ୍ଡିଆ ଶକ୍ତି କ୍ଷେତ୍ରକୁ ଏକା ୪୯୭.୩୯ ଲକ୍ଷ ଟନ୍ କୋଇଲା ଯୋଗାଇଥିଲା।

ଏବର୍ଷ ଏପ୍ରିଲ ମାସରେ କୋଲ ଇଣ୍ଡିଆର କୋଇଲା ଉତ୍ପାଦନ ସର୍ବାଧିକ ଥିଲା। ସେହି ମାସରେ କୋଲ ଇଣ୍ଡିଆ ୫୩୪.୭ଲକ୍ଷ ଟନ କୋଇଲା ଉତ୍ପାଦନ କରି ୬. ୦୨ଶତାଂଶ ଅଭିବୃଦ୍ଧି ହାସଲ କରିଥିଲା। ଏହା ପୂର୍ବରୁ ସିଆଇଏଲ ୨୦୧୯ ସର୍ବାଧିକ ୪୫୦.୨୯ଲକ୍ଷ ଟନ୍ କୋଲଇା ଉତ୍ପାଦିତ କରିଥିଲା। ସେହିଭଳି କୋଇଲାର ସର୍ବାଧିକ ଯୋଗାଣ ସେହିବର୍ଷ ଏପ୍ରିଲରେ ଥିଲା ୫୭୦.୫୫ଲକ୍ଷ ଟନ୍। ଏହା ପରେ ୨୦୨୧ ଏପ୍ରିଲରେ କୋଇଲାର ସର୍ବୋଚ୍ଚ ଯୋଗାଣ ୫୪୦.୧୨ଲକ୍ଷ ଟନ୍ ହୋଇଥିଲା।

୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ କୋଇଲା ଉତ୍ପାଦନ ଥିଲା ୭୭୭୦. ୨୩ ଲକ୍ଷ ଟନ(ତଥ୍ୟ ଅଣଚୂଡାନ୍ତ) । ୨୦୨୦-୨୧ ବର୍ଷରେ ଦେଶରେ ମୋଟ ୭୧୬୦ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଥିଲା। ତେଣୁ ବର୍ଷକ ମଧ୍ୟରେ କୋଇଲା ଉତ୍ପାଦନରେ ୮.୫୫ ଶତାଂଶ ଅଭିବୃଦ୍ଧି ଘଟିଥିଲା। କୋଲ ଇଣ୍ଡିଆ(ସିଆଇଏଲ୍‌)ର ଉତ୍ପାଦନ ୨୦୨୦-୨୧ରେ ୫୯୬୦-୨୪ ଲକ୍ଷ ଟନ୍ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୬୨୨୦.୬୪ ଲକ୍ଷ ଟନ୍‌ରେ ପହଂଚି ୪.୪୩ ଶତାଂଶ ବଢିଛି।

ସିଂଗରେନି କୋଇଲା କମ୍ପାନୀ ୨୦୨୧-୨୨ରେ ପୂର୍ବ ବର୍ଷ ତୁଳନାରେ ୨୮.୫ ଶତାଂଶ ଅଧିକ କୋଇଲା ଉତ୍ପାଦନ କରିଥିଲା। ସେହିବର୍ଷ ଏହି କମ୍ପାନୀ ଦ୍ୱାରା ଉତ୍ପାଦିତ କୋଇଲାର ପରିମାଣ ଥିଲା ୬୫୦.୦୨ ଲକ୍ଷ ଟନ। ତା ପୂର୍ବବର୍ଷ ଅର୍ଥାତ୍ ୨୦୨୦-୨୧ରେ ଏହି କମ୍ପାନୀ ମୋଟ ୫୦୦. ୫୮ ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିଲା ।

ସେହିଭଳି ନିଜସ୍ୱ ଖଣିଗୁଡିକରୁ କୋଇଲା ଉତ୍ପାଦନ ୨୦୨୦-୨୧ରେ ୬୯୦.୧୮ଲକ୍ଷ ଟନ୍ ଥିବାବେଳେ ୨୦୨୧-୨୨ରେ ଏହା ୮୯୦.୫୭ ଲକ୍ଷ ଟନରେ ପହଞ୍ଚଛି। ୨୦୨୧-୨୨ ବର୍ଷରେ ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୮୧୮୦.୦୪ ଲକ୍ଷ ଟନ୍। ୨୦୨୦-୨୧ବର୍ଷରେ ମୋଟ ୬୯୦୦.୭୧ଲକ୍ଷ ଟନ  କୋଇଲା ବିଭିନ୍ନ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଥିଲା।

ବର୍ଷକରେ କୋଇଲା ଯୋଗାଣ କ୍ଷେତ୍ରରେ ୧୮.୪୩ ଶତାଂଶ ଅଭିବୃଦ୍ଧି ହାସଲ କରାଯାଇଛି। ଏହି ସମୟ ମଧ୍ୟରେ କୋଲ ଇଣ୍ଡିଆ ଲିମିଟେଡ ୬୬୧୦.୮୫ ଲକ୍ଷ ଟନ୍ କୋଇଲା ଯୋଗାଇ ଦେଇଥିଲା। ତା’ପୂର୍ବ ବର୍ଷ ଅର୍ଥାତ୍ ୨୦୨୦-୨୧ରେ କୋଲଇଣ୍ଡିଆର ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୫୭୩୦. ୮୦ ଲକ୍ଷ ଟନ୍।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.