ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ଚତୁର୍ଥ ତ୍ରୟମାସ ଲାଭ ୪୧୭୩ କୋଟି ଟଙ୍କା

Published: May 7, 2022, 7:22 am IST

ମୁମ୍ବାଇ: ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି । ଜାନୁୟାରୀ ରୁ ମାର୍ଚ୍ଚ ୨୦୨୨ ପର‌୍ୟ୍ୟନ୍ତ ରହିଥିବା ଏହି ତ୍ରୟମାସରେ କମ୍ପାନୀର ଟିକସ ପରବର୍ତ୍ତୀ ଏକକ ଲାଭରେ ୨୪ ପ୍ରତିଶତ ବୃଦ୍ଧି ସହିତ ୪୧୭୩ କୋଟି ଟଙ୍କା ହୋଇଥିବା ପ୍ରକାଶ କରାଯାଇଛି । ପୂର୍ବ ବର୍ଷର ସମାନ ସମୟରେ ରିଲାଏନ୍ସ ଜିଓର ଟିକସ ଲାଭ ୩୩୬୦ କୋଟି ଟଙ୍କା ରହିଥିଲା।

ପୂର୍ବବର୍ଷ ସମାନ ତ୍ରୟମାସ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ କମ୍ପାନୀର ଏକକ ରାଜସ୍ୱ ୨୦ ପ୍ରତିଶତ ବୃଦ୍ଧି ସହିତ ୨୦୯୦୧ କୋଟି ଟଙ୍କା ହୋଇଥିବା ଜଣାପଡିଛି ।

ସେହିଭଳି ମାର୍ଚ୍ଚ ୩୧, ୨୦୨୨ ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀର ଟିକସ ପରବର୍ତ୍ତୀ ମୋଟ ଲାଭ ୨୩ ପ୍ରତିଶତ ବୃଦ୍ଧି ସହିତ ୧୪୮୧୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୨୦୧୫ କୋଟି ଟଙ୍କା ରହିଥିଲା ।

ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ପରିଚାଳନାଗତ ବାର୍ଷିକ ରାଜସ୍ବ ୧୦.୩ ପ୍ରତିଶତ ବୃଦ୍ଧି ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ୭୬୯୭୭ କୋଟି ଟଙ୍କାରେ ପହଁଚିଥିବା କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳରେ ସୂଚନା ଦିଆଯାଇଛି ।

Related posts