ରୋଷେଇ ଘରକୁ ମହଙ୍ଗା ମାଡ, ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି

Published: May 7, 2022, 10:26 am IST

ନୂଆଦିଲ୍ଲୀ: ପୁଣିଥରେ ଜନସାଧାରଣଙ୍କ ଉପରେ ମହଙ୍ଗା ମାଡ ହୋଇଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି ପାଇଛି। ଆଜିଠାରୁ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ LPG ସିଲିଣ୍ଡରର ନୂତନ ମୂଲ୍ୟ ବର୍ତ୍ତମାନ ୯୯୯.୫୦ ଟଙ୍କା ହେବ। ଏଲପିଜି ସିଲିଣ୍ଡରର ବର୍ଦ୍ଧିତ ମୂଲ୍ୟ ଆଜିଠାରୁ ସମଗ୍ର ଦେଶରେ ଲାଗୁ ହୋଇଛି। ସାଧାରଣ ଲୋକ ପେଟ୍ରୋଲ ଏବଂ ଡିଜେଲ ଉପରେ ମୁଦ୍ରାସ୍ଫୀତି ମୂଲ୍ୟର ସମ୍ମୁଖୀନ ହେଉଥିବା ସମୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି।

Related posts