Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆପଣଙ୍କ ପାଖରେ ପୁରୁଣା ଜିଓ ଫୋନ ଅଛି କି ? ତେବେ ଶିଘ୍ର ଫେରାଇ, ଆଣନ୍ତୁ ନୂଆ ସ୍ମାର୍ଟ ଫୋନ
ଜାତୀୟ ଖବର

ଆପଣଙ୍କ ପାଖରେ ପୁରୁଣା ଜିଓ ଫୋନ ଅଛି କି ? ତେବେ ଶିଘ୍ର ଫେରାଇ, ଆଣନ୍ତୁ ନୂଆ ସ୍ମାର୍ଟ ଫୋନ

May 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣଙ୍କ ପାଖରେ ପୁରୁଣା ଜିଓ ଫୋନ ଅଛି କି ? ତେବେ ଶିଘ୍ର ଫେରାଇ ଆଣନ୍ତୁ ନୂଆ ସ୍ମାର୍ଟ ଫୋନ

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ ଜିଓଫୋନ୍ ନେକ୍ସଟ୍ ପାଇଁ ସୀମିତ ସମୟର ଏକ୍ସଚେଂଜ୍ ଟୁ ଅପ୍‌ଗ୍ରେଡ୍ ଅଫରର ଶୁଭାରମ୍ଭ କରାଯାଇଛି । ଅଫର ଅନୁସାରେ ଗ୍ରାହକମାନେ ଯେ କୌଣସି ପୁରୁଣା ସକ୍ରିୟ ୪ଜି ଫିଚରଫୋନ୍, ଜିଓଫୋନ୍ କିମ୍ବା ସ୍ମାର୍ଟଫୋନ୍‌କୁ ବଦଳାଇ ମାତ୍ର ୪,୪୯୯ ଟଙ୍କା ମୂଲ୍ୟରେ ଏକ ସମ୍ପୂର୍ଣ୍ଣ ନୂଆ ଜିଓଫୋନ୍ ନେକ୍ସଟ୍ ପାଇପାରିବେ ।

ଜିଓଫୋନ୍ ନେକ୍ସଟ୍ ଏକ୍ସଚେଂଜ୍ ଟୁ ଅପ୍‌ଗ୍ରେଡ୍ ଅଫର ଅଧିକରୁ ଅଧିକ ଭାରତୀୟଙ୍କୁ ଏକ ବାସ୍ତବ ସ୍ମାର୍ଟ ଡିଜିଟାଲ୍ ଜୀବନକୁ ଗ୍ରହଣ କରିବାରେ ସହାୟକ ହେବ । ଏହି ଆକର୍ଷଣୀୟ ଅଫର ଜରିଆରେ ପୁରୁଣା ୪ଜି ଫିଚରଫୋନ୍ ଓ ସ୍ମାର୍ଟଫୋନ୍‌ର ଗ୍ରାହକମାନଙ୍କୁ ନିଜ ପୁରୁଣା ଡିଭାଇସ୍ ଅସୁବିଧାକୁ ଧରି ରଖିବାକୁ ପଡ଼ିବନି ଏବଂ ସେମାନେ ବାସ୍ତବ ୪ଜି ଜିଓ ଡିଜିଟାଲ୍ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିପାରିବେ ।

ବର୍ତ୍ତମାନର ୪ଜି ଫିଚରଫୋନ୍ ବ୍ୟବହାରକାରୀମାନେ ଅତି ସହଜରେ ବିଶ୍ୱର ସବୁଠୁ ସୁଲଭ ସ୍ମାର୍ଟଫୋନ୍ ସହ ବଡ଼ ସ୍କ୍ରିନ୍ ଡିଜିଟାଲ୍ ଅନୁଭୂତି ପାଇପାରିବେ । ସେହିପରି, ସ୍ୱଳ୍ପ ମୂଲ୍ୟର ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ମଧ୍ୟ ଜିଓଫୋନ୍ ନେକ୍ସଟ୍ ଯାହା ଆଣ୍ଡ୍ରଏଡ୍‌ର ଉନ୍ନତ ଭର୍ସନ ପ୍ରଗତି ଓଏସ୍ ପରିଚାଳିତ ତାହା ଜରିଆରେ ଏକ ନିରବଚ୍ଛିନ୍ନ ଓ ଉନ୍ନତ ଡିଜିଟାଲ୍ ଜୀବନକୁ ଉନ୍ନୀତ ହୋଇପାରିବେ । ଏହା ବ୍ୟବହାରକାରୀଙ୍କ ଅନୁଭୂତିରେ ସାଲିସ ନକରି ବ୍ୟାପକ ପରିମାଣର ଆପ୍ଲିକେସନ ଓ ଉପଯୋଗିତାକୁ ସମର୍ଥନ କରୁଛି ।

ଏହି ଅଫର ରିଲାଏନ୍ସ ରିଟେଲ୍‌ର ଜିଓମାର୍ଟ ଡିଜିଟାଲ୍‌, ରିଲାଏନ୍ସ ଡିଜିଟାଲ୍‌, ଓ କୋଣ ଅନୁକୋଣରେ ଥିବା ଆଉଟ୍‌ଲେଟ୍‌ଗୁଡ଼ିକରେ ଉପଲବ୍ଧ ହେବ, ଯଦ୍ୱାରା ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିରୁ ଏହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚିପାରିବ ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଜିଓଫୋନ୍ ନେକ୍ସଟ୍‌କୁ ଜିଓ ଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ଡିଜାଇନ୍ କରାଯାଇଛି, ଏହା ବିଶ୍ୱର ସବୁଠୁ ସୁଲଭ ୪ଜି ସ୍ମାର୍ଟଫୋନ୍ ଯେଉଁଥିରେ ରହିଛି ୫.୪୫ ଇଂଚ୍‌ର ଏଚ୍‌ଡି ସ୍କ୍ରିନ୍ ସହିତ କର୍ଣ୍ଣିଂ ଗୋରିଲା ଗ୍ଲାସ୍ ୩ ଓ ଆଂଟି ଫିଙ୍ଗରପ୍ରିଂଟ୍ କୋଟିଂ, ୨ ଜିବି ରାମ୍‌, ୩୨ ଜିବି ଇନ୍‌–ବିଲ୍‌ଟ ଷ୍ଟୋରେଜ୍ (୫୧୨ ଜିବି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ), ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା, ୮ ମେଗାପିକ୍‌ସେଲ୍ ସାମ୍ନା ସେଲ୍‌ଫି କ୍ୟାମେରା, ୩,୫୦୦ ଏମ୍‌ଏଏଚ୍ ବ୍ୟାଟେରି ଓ ବହୁ ଅତ୍ୟାଧୁନିକ ଫିଚର ଯେଉଁଥିରେ ସାମିଲ ରହିଛି ଭଏସ୍ ଫାଷ୍ଟ୍ ଦକ୍ଷତା, ରିଡ୍ ଆଲାଉଡ୍‌, ଟ୍ରାନ୍ସଲେଟ୍ ନାଓ, ସହଜ ଓ ସ୍ମାର୍ଟ କ୍ୟାମେରା, ସ୍ୱୟଂଚାଳିକ ଫିଚର ଅପ୍‌ଡେଟ୍‌, ସହଜ ମିଡିଆ ସେୟାର, ଓଟିଜି ସୁବିଧା ଇତ୍ୟାଦି ।

ଭଏସ୍ ପ୍ରଥମ ଦକ୍ଷତା: ଗୁଗୁଲ୍ ଆସିିଷ୍ଟାଂଟ୍‌କୁ ବ୍ୟବହାର କରି ବ୍ୟବହାରକାରୀମାନେ ଡିଭାଇସ୍‌କୁ ପରିଚାଳନା କରିପାରିବେ ଏବଂ ଭଏସ୍ କମାଣ୍ଡ୍‌କୁ ବ୍ୟବହାର କରି ଇଟଂରନେଟ୍ ପାଇପାରିବେ, ତାହା ପୁଣି ଏକାଧିକ ଭାଷାରେ ।

ରିଡ୍ ଆଲାଉଡ୍‌: ବ୍ୟବହାରକାରୀଙ୍କ ସ୍କ୍ରିନ୍‌ରେ ଯାହା ଥିବ ଡିଜାଇସ୍ ତାହାକୁ ପଢ଼ି ଶୁଣାଇବ ।

ଟ୍ରାନ୍ସଲେଟ୍ ନାଓ: ବ୍ୟବହାରକାରୀଙ୍କ ସ୍କ୍ରିନ୍‌ରେ ଯେଉଁ ବିଷୟବସ୍ତୁ (କନ୍‌ଟେଂଟ୍‌) ଥିବ ତାହା ୧୦ଟି ଲୋକପ୍ରିୟ ଭାଷାରେ ଅନୁବାଦ ହୋଇପାରିବ ।

ଇଜି ଓ ସ୍ମାର୍ଟ କ୍ୟାମେରା: ଜିଓଫୋନ୍ ନେକ୍ସଟ୍ ସ୍ମାର୍ଟ ଓ ଶକ୍ତିଶାଳୀ କ୍ୟାମେରାକୁ ବ୍ୟବହାର କରି ବ୍ୟବହାରକାରୀମାନେ ପୋଟ୍ରେଟ୍ ମୋଡକୁ ବ୍ୟବହାର କରି ଫଟୋ ଉଠାଇ ପାରିବେ ଯେଉଁଥିରେ ଛବିର ପ୍ରଚ୍ଛଦ ସ୍ୱୟଂକ୍ରିୟ ଭାବେ ଝାପ୍‌ସା ହୋଇଯିବ, ନାଇଟ୍ ମୋଡ୍ ଯାହା ବ୍ୟବହାରକାରୀମାନଙ୍କୁ କମ୍ ଆଲୋକରେ ମଧ୍ୟ ଶ୍ରେଷ୍ଠ ଫଟୋ ଉଠାଇବାରେ ସହାୟକ ହେବ ଏବଂ ଛବିରେ ଅନେକୁ ଫିଲ୍‌ଟର ବ୍ୟବହାର କରାଯାଇପାରିବ । ଏହି କ୍ୟାମେରାରେ ଭାରତ ପରିପ୍ରେକ୍ଷୀରେ ଲେନ୍‌ସ ରହିଛି ଯାହା ଆବେଗ ଓ ଉଲ୍ଲାସ ସହ ସେଲ୍‌ଫିରେ ଉନ୍ନତି ଆଣିପାରିବ ।

ସ୍ୱୟଂଚାଳିକ ଫିଚର୍ ଅପ୍‌ଡେଟ୍‌: ନୂତନ ଫିଚର, କଷ୍ଟମାଇଜେସନ୍‌, ସିକ୍ୟୁରିଟି ଓ ଆହୁରି ବହୁତ କିଛି ପାଇଁ ଜିଓଫୋନ୍ ନେକ୍ସଟ୍‌ରେ ଓଭର ଦି ଏୟାର ଅପ୍‌ଡେଟ୍ ସୁବିଧା ରହିଛି ଯାହା ସମୟ ଅନୁସାରେ ଫୋନ୍ ଅନୁଭୂତିରେ ଉନ୍ନତି ଆଣିବା ଜାରି ରଖିବ ।

ଜିଓଫୋନ୍ ନେକ୍ସଟ୍
Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.