Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆପଣଙ୍କ ପାଖରେ ପୁରୁଣା ଜିଓ ଫୋନ ଅଛି କି ? ତେବେ ଶିଘ୍ର ଫେରାଇ, ଆଣନ୍ତୁ ନୂଆ ସ୍ମାର୍ଟ ଫୋନ

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ ଜିଓଫୋନ୍ ନେକ୍ସଟ୍ ପାଇଁ ସୀମିତ ସମୟର ଏକ୍ସଚେଂଜ୍ ଟୁ ଅପ୍‌ଗ୍ରେଡ୍ ଅଫରର ଶୁଭାରମ୍ଭ କରାଯାଇଛି ଅଫର ଅନୁସାରେ ଗ୍ରାହକମାନେ ଯେ କୌଣସି ପୁରୁଣା ସକ୍ରିୟ ୪ଜି ଫିଚରଫୋନ୍, ଜିଓଫୋନ୍ କିମ୍ବା ସ୍ମାର୍ଟଫୋନ୍‌କୁ ବଦଳାଇ ମାତ୍ର ,୪୯୯ ଟଙ୍କା ମୂଲ୍ୟରେ ଏକ ସମ୍ପୂର୍ଣ୍ଣ ନୂଆ ଜିଓଫୋନ୍ ନେକ୍ସଟ୍ ପାଇପାରିବେ

ଜିଓଫୋନ୍ ନେକ୍ସଟ୍ ଏକ୍ସଚେଂଜ୍ ଟୁ ଅପ୍‌ଗ୍ରେଡ୍ ଅଫର ଅଧିକରୁ ଅଧିକ ଭାରତୀୟଙ୍କୁ ଏକ ବାସ୍ତବ ସ୍ମାର୍ଟ ଡିଜିଟାଲ୍ ଜୀବନକୁ ଗ୍ରହଣ କରିବାରେ ସହାୟକ ହେବ ଏହି ଆକର୍ଷଣୀୟ ଅଫର ଜରିଆରେ ପୁରୁଣା ୪ଜି ଫିଚରଫୋନ୍ ସ୍ମାର୍ଟଫୋନ୍‌ର ଗ୍ରାହକମାନଙ୍କୁ ନିଜ ପୁରୁଣା ଡିଭାଇସ୍ ଅସୁବିଧାକୁ ଧରି ରଖିବାକୁ ପଡ଼ିବନି ଏବଂ ସେମାନେ ବାସ୍ତବ ୪ଜି ଜିଓ ଡିଜିଟାଲ୍ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିପାରିବେ

ବର୍ତ୍ତମାନର ୪ଜି ଫିଚରଫୋନ୍ ବ୍ୟବହାରକାରୀମାନେ ଅତି ସହଜରେ ବିଶ୍ୱର ସବୁଠୁ ସୁଲଭ ସ୍ମାର୍ଟଫୋନ୍ ସହ ବଡ଼ ସ୍କ୍ରିନ୍ ଡିଜିଟାଲ୍ ଅନୁଭୂତି ପାଇପାରିବେ ସେହିପରି, ସ୍ୱଳ୍ପ ମୂଲ୍ୟର ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ମଧ୍ୟ ଜିଓଫୋନ୍ ନେକ୍ସଟ୍ ଯାହା ଆଣ୍ଡ୍ରଏଡ୍‌ର ଉନ୍ନତ ଭର୍ସନ ପ୍ରଗତି ଓଏସ୍ ପରିଚାଳିତ ତାହା ଜରିଆରେ ଏକ ନିରବଚ୍ଛିନ୍ନ ଉନ୍ନତ ଡିଜିଟାଲ୍ ଜୀବନକୁ ଉନ୍ନୀତ ହୋଇପାରିବେ ଏହା ବ୍ୟବହାରକାରୀଙ୍କ ଅନୁଭୂତିରେ ସାଲିସ ନକରି ବ୍ୟାପକ ପରିମାଣର ଆପ୍ଲିକେସନ ଉପଯୋଗିତାକୁ ସମର୍ଥନ କରୁଛି

ଏହି ଅଫର ରିଲାଏନ୍ସ ରିଟେଲ୍‌ର ଜିଓମାର୍ଟ ଡିଜିଟାଲ୍‌, ରିଲାଏନ୍ସ ଡିଜିଟାଲ୍‌, କୋଣ ଅନୁକୋଣରେ ଥିବା ଆଉଟ୍‌ଲେଟ୍‌ଗୁଡ଼ିକରେ ଉପଲବ୍ଧ ହେବ, ଯଦ୍ୱାରା ଭୌଗୋଳିକ ଆର୍ଥିକ ଦୃଷ୍ଟିରୁ ଏହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚିପାରିବ

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଜିଓଫୋନ୍ ନେକ୍ସଟ୍‌କୁ ଜିଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ଡିଜାଇନ୍ କରାଯାଇଛି, ଏହା ବିଶ୍ୱର ସବୁଠୁ ସୁଲଭ ୪ଜି ସ୍ମାର୍ଟଫୋନ୍ ଯେଉଁଥିରେ ରହିଛି .୪୫ ଇଂଚ୍‌ର ଏଚ୍‌ଡି ସ୍କ୍ରିନ୍ ସହିତ କର୍ଣ୍ଣିଂ ଗୋରିଲା ଗ୍ଲାସ୍ ଆଂଟି ଫିଙ୍ଗରପ୍ରିଂଟ୍ କୋଟିଂ, ଜିବି ରାମ୍‌, ୩୨ ଜିବି ଇନ୍‌ବିଲ୍‌ଟ ଷ୍ଟୋରେଜ୍ (୫୧୨ ଜିବି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ), ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା, ମେଗାପିକ୍‌ସେଲ୍ ସାମ୍ନା ସେଲ୍‌ଫି କ୍ୟାମେରା, ,୫୦୦ ଏମ୍‌ଏଏଚ୍ ବ୍ୟାଟେରି ବହୁ ଅତ୍ୟାଧୁନିକ ଫିଚର ଯେଉଁଥିରେ ସାମିଲ ରହିଛି ଭଏସ୍ ଫାଷ୍ଟ୍ ଦକ୍ଷତା, ରିଡ୍ ଆଲାଉଡ୍‌, ଟ୍ରାନ୍ସଲେଟ୍ ନାଓ, ସହଜ ସ୍ମାର୍ଟ କ୍ୟାମେରା, ସ୍ୱୟଂଚାଳିକ ଫିଚର ଅପ୍‌ଡେଟ୍‌, ସହଜ ମିଡିଆ ସେୟାର, ଓଟିଜି ସୁବିଧା ଇତ୍ୟାଦି

ଭଏସ୍ ପ୍ରଥମ ଦକ୍ଷତା: ଗୁଗୁଲ୍ ଆସିିଷ୍ଟାଂଟ୍‌କୁ ବ୍ୟବହାର କରି ବ୍ୟବହାରକାରୀମାନେ ଡିଭାଇସ୍‌କୁ ପରିଚାଳନା କରିପାରିବେ ଏବଂ ଭଏସ୍ କମାଣ୍ଡ୍‌କୁ ବ୍ୟବହାର କରି ଇଟଂରନେଟ୍ ପାଇପାରିବେ, ତାହା ପୁଣି ଏକାଧିକ ଭାଷାରେ

ରିଡ୍ ଆଲାଉଡ୍‌: ବ୍ୟବହାରକାରୀଙ୍କ ସ୍କ୍ରିନ୍‌ରେ ଯାହା ଥିବ ଡିଜାଇସ୍ ତାହାକୁ ପଢ଼ି ଶୁଣାଇବ

ଟ୍ରାନ୍ସଲେଟ୍ ନାଓ: ବ୍ୟବହାରକାରୀଙ୍କ ସ୍କ୍ରିନ୍‌ରେ ଯେଉଁ ବିଷୟବସ୍ତୁ (କନ୍‌ଟେଂଟ୍‌) ଥିବ ତାହା ୧୦ଟି ଲୋକପ୍ରିୟ ଭାଷାରେ ଅନୁବାଦ ହୋଇପାରିବ

ଇଜି ସ୍ମାର୍ଟ କ୍ୟାମେରା: ଜିଓଫୋନ୍ ନେକ୍ସଟ୍ ସ୍ମାର୍ଟ ଶକ୍ତିଶାଳୀ କ୍ୟାମେରାକୁ ବ୍ୟବହାର କରି ବ୍ୟବହାରକାରୀମାନେ ପୋଟ୍ରେଟ୍ ମୋଡକୁ ବ୍ୟବହାର କରି ଫଟୋ ଉଠାଇ ପାରିବେ ଯେଉଁଥିରେ ଛବିର ପ୍ରଚ୍ଛଦ ସ୍ୱୟଂକ୍ରିୟ ଭାବେ ଝାପ୍‌ସା ହୋଇଯିବ, ନାଇଟ୍ ମୋଡ୍ ଯାହା ବ୍ୟବହାରକାରୀମାନଙ୍କୁ କମ୍ ଆଲୋକରେ ମଧ୍ୟ ଶ୍ରେଷ୍ଠ ଫଟୋ ଉଠାଇବାରେ ସହାୟକ ହେବ ଏବଂ ଛବିରେ ଅନେକୁ ଫିଲ୍‌ଟର ବ୍ୟବହାର କରାଯାଇପାରିବ ଏହି କ୍ୟାମେରାରେ ଭାରତ ପରିପ୍ରେକ୍ଷୀରେ ଲେନ୍‌ସ ରହିଛି ଯାହା ଆବେଗ ଉଲ୍ଲାସ ସହ ସେଲ୍‌ଫିରେ ଉନ୍ନତି ଆଣିପାରିବ

ସ୍ୱୟଂଚାଳିକ ଫିଚର୍ ଅପ୍‌ଡେଟ୍‌: ନୂତନ ଫିଚର, କଷ୍ଟମାଇଜେସନ୍‌, ସିକ୍ୟୁରିଟି ଆହୁରି ବହୁତ କିଛି ପାଇଁ ଜିଓଫୋନ୍ ନେକ୍ସଟ୍‌ରେ ଓଭର ଦି ଏୟାର ଅପ୍‌ଡେଟ୍ ସୁବିଧା ରହିଛି ଯାହା ସମୟ ଅନୁସାରେ ଫୋନ୍ ଅନୁଭୂତିରେ ଉନ୍ନତି ଆଣିବା ଜାରି ରଖିବ

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଅନନ୍ୟ ଅନୁଭୁତି ଆଣିଛି ଜିଓଫୋନ୍ ନେକ୍ସଟ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓ ଗୁଗୁଲ୍ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ସୁଲଭ ମୂଲ୍ୟର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସମ୍ପନ୍ନ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ନଭେମ୍ବର ମାସରେ ବଜାରକୁ ଆସିିବା ପରଠାରୁ ବେଶ୍ ଚର୍ଚ୍ଚାରେ ରହିଆସିଛି। ଏବେ ଅନ୍‌ଲାଇନ୍ ବୁକିଙ୍ଗ୍ ସହିତ ସମସ୍ତ ଜିଓ ପଏଂଟ୍‌, ଜିଓ ଷ୍ଟୋର୍ ଓ ଛୋଟବଡ ସହରର ପ୍ରମୁଖ ମୋବାଇଲ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହୋଇଛି ଜିଓଫୋନ୍ ନେକ୍ସଟ୍। ପୂର୍ବରୁ ଫିଚର ଫୋନ୍ ବ୍ୟବହାର କରୁଥିବା ହଜାର ହଜାର ଲୋକ, ବିଶେଷ କରି ଗ୍ରାମାଂଚଳର ଛାତ୍ରଛାତ୍ରୀ, ଶିକ୍ଷକ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ସେମାନଙ୍କର ପ୍ରଥମ ସ୍ମାର୍ଟ ଫୋନ୍ ବ୍ୟବହାର ଅନୁଭତିକୁ ବେଶ୍ ସମୃଦ୍ଧ କରିପାରିଛି। ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ଏହି ସ୍ମାର୍ଟଫୋନ୍‌ରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି ଯାହା ଏହାକୁ ସ୍ୱତନ୍ତ୍ର କରିପାରିଛି।

ଜିଓଫୋନ୍ ନେକ୍ସଟ୍‌ରେ ୫.୪୫ ଇଂଚ୍ ଏଚ୍‌ଡି ଡିସ୍‌ପ୍ଲେ ମଲ୍ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଙ୍ଗ୍ ଗରିଲା ଗ୍ଲାସ୍ ଥ୍ରୀ, ଆଂଟି ଫିଙ୍ଗରପ୍ରିଂଟ୍ କୋଟିଙ୍ଗ୍‌, ଭଲ ଫଟୋ ଓ ଭିଡିଓ ପାଇଁ ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା ଏବଂ ୮ ମେଗା ପିକ୍‌ସେଲ୍ ସାମ୍ନା ସେଲ୍ଫି କ୍ୟାମେରା, ଥରେ ଚାର୍ଜ କଲେ ଅଧିକ ସମୟ ଚାଲିପାରବା ପାଇଁ ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ରମ୍ (ଇଂଟର୍ନାଲ୍ ମେମୋରି), ୫୧୨ ଜିବି ପର୍ଯ୍ୟନ୍ତ ମେମୋରି ସମ୍ପ୍ରସାରଣ ସୁବିଧା ରହିଥିବା ସ୍ୱତନ୍ତ୍ର ସ୍ଥାନ, ବ୍ଲୁ ଟୁଥ୍‌, ୱାଇ-ଫାଇ, ହଟ୍ ସ୍ପଟ୍ଳ, ଓଟିଜି ସପୋର୍ଟ, ଜି-ସେନ୍‌ସର, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ଏଥିସହିତ ରହିଛି ଜିଓ ଓ ଗୁଗୁଲ୍‌ର ପ୍ରିଲୋଡେଡ୍ ଅପ୍‌ଟିମାଇଜ୍‌ଡ ଆପ୍ ସମୂହ, ପ୍ରଗତି ଅପରେଟିଂ ସିଷ୍ଟମ୍‌, ସ୍ୱୟଂକ୍ରିୟ ସଫ୍‌ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍। ଏହି ସବୁ ଫିଚର୍ ସହିତ ଏହି ଫୋନ୍‌ର ଅନ୍ୟ ଏକ ବିଶେଷ ଆକର୍ଷଣ ହେଉଛି ଜିଓ ଓ ଗୁଗୁଲ୍ ନିଜର ପ୍ରି ଲୋଡେଡ୍ ଆପ୍‌ଗୁଡ଼ିକୁ ଅପ୍ଟିମାଇଜ୍ କରିଛନ୍ତି ଯଦ୍ୱାରା ଜିଓଫୋନ୍ ନେକ୍ସଟ୍‌ର ପ୍ରଦର୍ଶନ ବହୁତ ଭଲ ରହିଛି।

ଜିଓଫୋନ୍ ନେକ୍ସଟ୍‌ରେ ଓଟିଜି ସପୋର୍ଟ ମଧ୍ୟ ରହିଛି ଯାହା ଜରିଆରେ ଫୋନ୍‌ରେ ଓଟିଜି ପେନ୍‌ଡ୍ରାଇଭ୍ ଲଗାଇ ସହଜରେ ଷ୍ଟୋରେଜ୍ ପରିଚାଳନା କରାଯାଇପାରୁଛି। ଜିଓଫୋନ୍ ନେକ୍ସଟ୍‌ର କ୍ୟାମେରାରେ ରହିଛି ଇନବିଲ୍‌ଟ ସ୍ନାପ୍‌ଚାଟ୍ ଫିଲ୍‌ଟର ଓ ଅନୁବାଦ ସୁବିଧା। ଏହାଦ୍ୱାରା ଫଟୋ ଉଠାଇ ଗ୍ରାହକ ଓଡିଆ ସମେତ ପ୍ରମୁଖ ଭାରତୀୟ ଭାଷାରେ ଲେଖାର ଅନୁବାଦ କରିପାରିବେ ଓ ଦଶଟି ପ୍ରମୁଖ ଭାରତୀୟ ଭାଷାରେ ତାହାକୁ ଶୁଣିପାରିବେ। ଏହି ଫୋନ୍‌ରେ ରହିଥିବା ସ୍କ୍ରିନ୍ ରିଡର ଓ ଅନୁବାଦ ସୁବିଧା ଜରିଆରେ ଗୁଗୁଲ୍ ଟ୍ରାନ୍ସଲେସନ୍ ସେବା ଉପଲବ୍ଧ ରହିଥିବା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ସୁବିଧା ମିଳୁଛି। ଏହି ସୁବିଧା ଅନ୍‌ଲାଇନ୍ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ଏବଂ ବ୍ୟବସାୟପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବିଶେଷ ଭାବରେ ସହାୟକ ହୋଇଛି।

ଜିଓଫୋନ୍ ନେକ୍ସଟ୍‌ରେ ଥିବା ଗୁଗୁଲ୍ ଗୋରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ଯଥା ଅନୁସନ୍ଧାନ, ଅନୁବାଦ, ଇମେଜ, ଜିଆଇଏଫ୍ ଆଦି ଫିଚର୍ ଗୋଟିଏ ସ୍ଥାନରେ ମିଳିପାରୁଛି। ଏଥିସହିତ ଜିଓଫୋନ୍ ନେକ୍ସଟ୍‌ରେ ଡୁ ଟନ୍ ଡିଷ୍ଟର୍ବ ସୁବିଧା, କି’ ବୋର୍ଡରେ ଭଏସ୍ ଟାଇପିଂ, ଗୋଟିଏ ହାତରେ ଟାଇପିଂ, ଗ୍ଲାଇଡ୍ ଟାଇପିଂ ଓ ପର୍ସନାଲ୍ ଡିକ୍ସନାରି ଭଳି ଅନେକ ସୁବିଧା ରହିଛି। ଜିଓଫୋନ୍ ନେକ୍ସଟ୍‌ରେ ଲାଇଭ୍ ଟ୍ରାନ୍ସସ୍କ୍ରାଇବ୍ ଆପ୍ ବ୍ୟବହାର କରି କି’ ବୋର୍ଡର ବିନା ସହାୟତାରେ କେବଳ ଭଏସ୍ ଜରିଆରେ ଅତି ସହଜରେ ଟାଇପ୍ କରାଯାଇପାରୁଛି।

ଗ୍ରାହକମାନେ ଜିଓଫୋନ୍ ନେକ୍ସଟ୍‌କୁ ମାତ୍ର ୧୯୯୯ ଟଙ୍କାର ଡାଉନ୍‌ପେମେଂଟ୍ ଦେଇ ନିଜର କରିପାରିବେ ଏବଂ ବଳକା ରାଶିକୁ ନିଜ ସୁବିଧା ଅନୁସାରେ ୧୮ କିମ୍ବା ୨୪ ମାସରେ ୩୦୦ ରୁ ୬୦୦ ଟଙ୍କାର ସହଜ କିସ୍ତି (ଇଏମ୍‌ଆଇ) ରିଚାର୍ଜ ଜରିଆରେ ଦେଇପାରିବେ। ବିନା କିସ୍ତିରେ ସିଧାସଳଖ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ର ମୂଲ୍ୟ ୬୪୯୯ ଟଙ୍କା ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓଫୋନ୍ ନେକ୍ସଟ୍‌ର ୧୦ଟି ପ୍ରମୁଖ ବିଶେଷତ୍ୱ ଯାହା ଏହାକୁ ସ୍ୱତନ୍ତ୍ର କରିଛି

ଭୁବନେଶ୍ୱର: ଜିଓଫୋନ୍ ନେକ୍ସଟ୍ ଉନ୍ମୋଚିତ ହୋଇସାରିଛି। ରିଲାଏନ୍ସ ଜିଓ ଓ ଗୁଗୁଲ୍ ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି ଯାହା ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେଉଛି। ଏହି ସ୍ମାର୍ଟଫୋନ୍‌ରେ ଅନେକ ପ୍ରମୁଖ ବୈଶିଷ୍ଟ୍ୟ ରହିଛି ଯାହା ଏହାକୁ ସ୍ୱତନ୍ତ୍ର କରିପାରିଛି।

ଏଥିରେ ରହିଛି ସ୍ୱତନ୍ତ୍ର ସେଲ୍‌ଫି କ୍ୟାମେରା ସୁବିଧା। ଅନ୍ୟ ସ୍ମାର୍ଟଫୋନ୍‌ଗୁଡ଼ିକରେ ସାଧାରଣତଃ ସେଲ୍‌ଫି ନେଲେ ଲେଖାଗୁଡ଼ିକ ଓଲଟା ଦେଖାଯାଏ। କିନ୍ତୁ ଜିଓ ଫୋନ୍ ନେକ୍ସଟ୍‌ରେ ଫଟୋରେ ରହିଥିବା ଲେଖାଗୁଡ଼ିକୁ ସିଧା ରହିଥାଏ। ସେଥିପାଇଁ ଆପଣଙ୍କୁ ବାରମ୍ବାର ସେଟିଂଗକୁ ଯାଇ ଫଟୋକୁ ସିଧା କରିବାକୁ ପଡ଼ିବ ନାହିଁ। କ୍ୟାମେରାର ଉପର ଭାଗରେ ଆପଣ ଦେଖିପାରିବେ ଯେ ଯେତିକି ଷ୍ଟୋରେଜ୍ ରହିଛି ସେଥିରେ ଆପଣ ଆଉ କେତେ ଫଟୋ ଉଠାଇପାରିବେ। ଜିଓଫୋନ୍ ନେକ୍ସଟ୍‌ରେ ୫୦୦୦ରୁ ଅଧିକ ଫଟୋ ରଖିହେବ। କ୍ୟାମେରାରେ ରହିଛି ଇନବିଲ୍‌ଟ ସ୍ନାପ୍‌ଚାଟ୍ ଫିଲ୍‌ଟର ଓ ଅନୁବାଦ ସୁବିଧା। ଫଟୋ ଉଠାଇ ଆପଣ ନିଜ ଭାଷାରେ ଳେଖାର ଅନୁବାଦ କରିପାରିବେ ଓ ଦଶଟି ପ୍ରମୁଖ ଭାରତୀୟ ଭାଷାରେ ତାହାକୁ ଶୁଣିପାରିବେ।

ଜିଓଫୋନ୍ ନେକ୍ସଟ୍‌ରେ ଡିଜିଟାଲ୍ ୱେଲ୍‌-ବିଙ୍ଗ ଓ ପ୍ୟାରେଂଟାଲ୍ କଂଟ୍ରୋଲ୍ ସୁବିଧା ମଧ୍ୟ ରହିଛି। ଫୋନ୍ କେତେ ସମୟ ଅନଲକ୍ ଥିଲା ତାହା ମଧ୍ୟ ଏଥିରୁ ଜଣାପଡ଼ିବ। ଏଥିରେ ଡୁ ଟନ୍ ଡିଷ୍ଟର୍ବ ସୁବିଧା, କି’ ବୋର୍ଡରେ ଭଏସ୍ ଟାଇପିଂ, ଗୋଟିଏ ହାତରେ ଟାଇପିଂ, ଗ୍ଲାଇଡ୍ ଟାଇପିଂ ଓ ପର୍ସନାଲ୍ ଡିକ୍ସନାରି ଭଳି ସୁବିଧା ରହିଛି। ଜିଓଫୋନ୍ ନେକ୍ସଟ୍‌ରେ ଲାଇଭ୍ ଟ୍ରାନ୍ସସ୍କ୍ରାଇବ୍ ଆପ୍ ବ୍ୟବହାର କରି ଅତି ସହଜରେ ଟାଇପ୍ କରାଯାଇପାରିବ, ଫଳରେ କି’ ବୋର୍ଡରେ ଆଉ ହାତ ବୁଲାଇବାକୁ ପଡ଼ିବନି।

ଏଥିରେ ଥିବା ନାଇଟ୍ ଲାଇଟ୍ ବୈଶିଷ୍ଟ୍ୟ ଯୋଗୁଁ ରାତିରେ ଫୋନ୍‌ଟିକୁ ଦେଖିବା ବେଳେ ସ୍କ୍ରିନ୍‌କୁ ତାହା ଡିମ୍ କରିଦେବ, ଯାହାଦ୍ୱାରା ଆଖି ଉପରେ ଅଧିକ ଚାପ ପଡିବ ନାହିଁ।

ଜିଓଫୋନ୍ ନେକ୍ସଟ୍‌ରେ ସ୍କ୍ରିନ୍ ସଟ୍ ଓ ସ୍କ୍ରିନ୍ ରେକର୍ଡିଂ ସୁବିଧା ରହିଛି, ଯେଉଁଥିରେ ମୋବାଇଲ୍ ସ୍କ୍ରିନ୍ ରେ ଚାଲୁଥିବା ସବୁକିଛି ରେକର୍ଡିଂଗ୍ କରିହେବ ଏବଂ ଗୋଟିଏ ଟଚ୍ ରେ ହିଁ ସ୍କ୍ରିନ୍ ସଟ୍ ନେଇହେବ।

ଏହି ଫୋନ୍‌ରେ ରହିଥିବା ସ୍କ୍ରିନ୍ ରିଡର ଓ ଅନୁବାଦ ସୁବିଧା ଜରିଆରେ ଗୁଗୁଲ୍ ଟ୍ରାନ୍ସଲେସନ୍ ସେବା ଉପଲବ୍ଧ ରହିଥିବା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ସୁବିଧା ମିଳିବ।

ଜିଓଫୋନ୍ ନେକ୍ସଟ୍‌ରେ ଡ୍ରପ୍ ଡାଉନ୍ ନୋଟିଫିକେସନ୍ ପ୍ୟାନେଲ୍ ରହିଛି ଯେଉଁଥିରେ ଷ୍ଟୋରେଜ୍‌କୁ ଦେଖିବାର ସୁବିଧା ରହିଛି। ଏହି ପ୍ୟାନେଲ୍‌ରେ ରହିଛି ଫୋକସ୍ ମୋଡ୍‌, ଇନଭର୍ଟ କଲର, ସ୍କ୍ରିନ୍ ରେକର୍ଡ ଓ ଷ୍ଟୋରେଜ୍ ବିକଳ୍ପ। ଫୋକସ୍ ମୋଡ୍ ଜରିଆରେ ଆପଣ ନିଜ କାମ ଉପରେ ଫୋକସ୍ କରିବାକୁ କିଛି ନିର୍ଦିଷ୍ଟ ଆପ୍‌କୁ ଚାହିଁଲେ ପଜ୍‌୍ କରିପାରିବେ, ଯାହାଦ୍ୱାରା ଏଥିରୁ ଆସୁଥିବା ନୋଟିଫିକେସନ୍ ସେହି ସମୟ ପାଇଁ ବନ୍ଦ ରହିବ। ଏଥିରେ ରହିଥିବା ବେଡଟାଇମ୍ ମୋଡ୍‌ରେ ଆପଣ ଶୋଇବା ସମୟ ଓ ସ୍କ୍ରିନ୍ ଟାଇମ୍ କୁ ନିରୀକ୍ଷଣ କରିପାରିବେ।
ଜିଓଫୋନ୍ ନେକ୍ସଟ୍‌ରେ ଥିବା ଗୁଗୁଲ୍ ଗୋରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ଯଥା ଅନୁସନ୍ଧାନ, ଅନୁବାଦ, ଇମେଜ, ଜିଆଇଏଫ୍ ଆଦି ଫିଚର୍ ଗୋଟିଏ ସ୍ଥାନରେ ମିଳିବ।
ଏହି ଫୋନ୍‌ରେ ଓଟିଜି ସପୋର୍ଟ ମଧ୍ୟ ରହିଛି ଯାହା ଜରିଆରେ ଫୋନ୍‌ରେ ଓଟିଜି ପେନ୍‌ଡ୍ରାଇଭ୍ ଲଗାଇ ବ୍ୟବହାର କରିହେବ। ଏହାଦ୍ୱାରା ଫୋନ୍ ର ଷ୍ଟୋରେଜ୍ ପରିଚାଳନା ସହଜ ହୋଇପାରିବ।
ଜିଓଫୋନ୍ ନେକ୍ସଟ୍‌ରେ ୫.୪୫ ଇଂଚ୍ ଏଚ୍‌ଡି ଡିସ୍‌ପ୍ଲେ ମଲ୍ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଂ ଗରିଲା ଗ୍ଲାସ୍ ଥ୍ରୀ, ଜିଓ ଓ ଗୁଗୁଲ୍‌ର ପ୍ରିଲୋଡେଡ୍ ଅପ୍‌ଟିମାଇଜ୍‌ଡ ଆପ୍ ସମୂହ, ପ୍ରଗତି ଅପରେଟିଂ ସିଷ୍ଟମ୍‌, ସ୍ୱୟଂକ୍ରିୟ ସଫ୍‌ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍‌, ଆଂଟି ଫିଙ୍ଗରପ୍ରିଂଟ୍ କୋଟିଂ, ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା, ୮ ମେଗା ପିକ୍‌ସେଲ୍ ସାମ୍ନା ସେଲ୍ଫି କ୍ୟାମେରା, ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ରମ୍ (ଇଂଟର୍ନାଲ୍ ମେମୋରି), ୫୧୨ ଜିବି ପର୍ଯ୍ୟନ୍ତ ମେମୋରି ସମ୍ପ୍ରସାରଣ ସୁବିଧା ରହିଥିବା ସ୍ୱତନ୍ତ୍ର ସ୍ଥାନ, ବ୍ଲୁ ଟୁଥ୍‌, ୱାଇ-ଫାଇ, ହଟ୍ ସ୍ପଟ୍ଳ, ଓଟିଜି ସପୋର୍ଟ, ଜି-ସେନ୍‌ସର, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଭଳି ସୁବିଧା ମିଳିବ। ଜିଓ ଓ ଗୁଗୁଲ୍ ନିଜର ପ୍ରି ଲୋଡେଡ୍ ଆପ୍‌ଗୁଡ଼ିକୁ ଅପ୍ଟିମାଇଜ୍ କରିଛନ୍ତି ଯଦ୍ୱାରା ଜିଓଫୋନ୍ ନେକ୍ସଟ୍‌ର ପ୍ରଦର୍ଶନ ବହୁତ ଭଲ ରହିବ।
ଗ୍ରାହକମାନେ ଜିଓଫୋନ୍ ନେକ୍ସଟ୍‌କୁ ମାତ୍ର ୧୯୯୯ ଟଙ୍କାର ଡାଉନ୍‌ପେମେଂଟ୍ ଦେଇ ନିଜର କରିପାରିବେ ଏବଂ ବଳକା ରାଶିକୁ ନିଜ ସୁବିଧା ଅନୁସାରେ ୧୮ କିମ୍ବା ୨୪ ମାସରେ ୩୦୦ ରୁ ୬୦୦ ଟଙ୍କାର ସହଜ କିସ୍ତି (ଇଏମ୍‌ଆଇ) ରିଚାର୍ଜ ଜରିଆରେ ଦେଇପାରିବେ। ବିନା କିସ୍ତିରେ ସିଧାସଳଖ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ର ମୂଲ୍ୟ ୬୪୯୯ ଟଙ୍କା ରହିଛି।
Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓଫୋନ୍ ନେକ୍ସଟ୍ ଅଗ୍ରଣୀ ପରୀକ୍ଷଣ ପର୍ଯ୍ୟାୟରେ, ଦୀପାବଳି ପୂର୍ବରୁ ବଜାରକୁ ଆସିବ

ଭୁବନେଶ୍ୱର: ଜିଓ ଓ ଗୁଗୁଲ୍ ପକ୍ଷରୁ ଯୁଗ୍ମ ଭାବେ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସ୍ମାର୍ଟଫୋନ୍‌ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଉନ୍ମୋଚନ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

ଜିଓଫୋନ୍ ନେକ୍ସଟ୍ ହେଉଛି ପ୍ରଥମ ଧରଣର ଏଭଳି ଏକ ଉପକରଣ ବା ମୋବାଇଲ୍ ଫୋନ୍ ଯେଉଁଥିରେ ଆଣ୍ଡ୍ରଏଡ୍ ଓ ପ୍ଲେ-ଷ୍ଟୋର୍ ଭିତିକ ଏକ ଉନ୍ନତ ଅପରେଟିଂ ସିଷ୍ଟମ୍ ରହିଛି। ଏହି ଡିଭାଇସ୍ ଓ ଅପରେଟିଂ ସିଷ୍ଟମ୍ ପ୍ରିମିୟମ୍ ଦକ୍ଷତା ପ୍ରଦାନ କରିବ ଯାହା ବର୍ତମାନ ସୁଦ୍ଧା ଅଧିକ ଶକ୍ତିଶାଳୀ ସ୍ମାର୍ଟଫୋନ୍‌ଗୁଡ଼ିକରେ ହିଁ ରହିଛି। ଏସବୁ ବିଶେଷ ସୁବିଧା ଓ ଦକ୍ଷତା ମଧ୍ୟରେ ରହିଛି ଭଏସ୍‌-ଫାଷ୍ଟ୍ ସୁବିଧା ଯାହା ଲୋକମାନଙ୍କୁ କନ୍‌ଟେଂଟ୍ (ବିଷୟବସ୍ତୁ) ବ୍ୟବହାର କରିବା ଏବଂ ନିଜ ଭାଷାରେ ଫୋନ୍‌ରେ ଖୋଜିବାରେ ସହାୟକ ହେଉଛିଶ୍ରେଷ୍ଠ କ୍ୟାମେରା ଅନୁଭୂତି ଏବଂ ସଦ୍ୟତମ ଆଣ୍ଡ୍ରଏଡ୍ ସୁବିଧା ଓ ସୁରକ୍ଷା ଅପ୍‌ଡେଟ୍।

ଅଧିକ ମାର୍ଜିତ ଓ ଉନ୍ନତ କରିବା ଲାଗି ଉଭୟ କଂପାନି ପକ୍ଷରୁ ସୀମିତ ସଂଖ୍ୟକ ବ୍ୟବହାରକାରୀଙ୍କୁ ନେଇ ଜିଓଫୋନ୍ ନେକ୍ସଟ୍‌ର ଅଗ୍ରଣୀ ପରୀକ୍ଷଣ ଆରମ୍ଭ କରାଯାଇଛି ଏବଂ ଦୀପାବଳି ଉତ୍ସବ ସମୟରେ ବ୍ୟାପକ ଭାବେ ଉପଲବ୍ଧ କରାଇବା ନିମନ୍ତେ ଉଭୟ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଅତିରିକ୍ତ ସମୟ ସଂପ୍ରତି ଶିଳ୍ପ ଜଗତରେ ବିଶ୍ୱସ୍ତରରେ ଦେଖାଦେଇଥିବା ସେମିକଣ୍ଡକ୍ଟର ଅଭାବର ମୁକାବିଲା କରିବାରେ ମଧ୍ୟ ସହାୟକ ହେବ।

ଆକର୍ଷଣୀୟ ସୁବିଧା ସୁଯୋଗ ଯଥା ଗୁଗୁଲ୍ ଆସିଷ୍ଟାଂଟ୍‌ଅନ୍‌-ସ୍କ୍ରିନ୍ ଟେକ୍ସଟ୍ ପରୀକ୍ଷଣ ପାଇଁ ଅଟୋମେଟିକ୍ ରିଡ୍‌-ଆଲାଉଡ୍ (ସ୍ୱଂୟକ୍ରିୟ ଉଚ୍ ସ୍ୱରରେ କହିବା) ଓ ଭାଷା ଅନୁବାଦ ତଥା ଭାରତ କୈନ୍ଦ୍ରୀକ ଫିଲ୍‌ଟର୍ ସହିତ ଏକ ସ୍ମାର୍ଟ କ୍ୟାମେରା ଓ ଆହୁରି ବହୁତ କିଛିକୁ ନେଇ ଜିଓଫୋନ୍ ନେକ୍ସଟ୍‌କୁ ଗଠନ କରାଯାଇଛି। ନିୟୁତାଧିକ ଭାରତୀୟବିଶେଷ କରି ଯେଉଁମାନେ ପ୍ରଥମ ଥର ଇଟଂରନେଟ୍‌ର ଅନୁଭୂତି ହାସଲ କରିବେ ସେମାନଙ୍କ ପାଇଁ ନୂଆ ସମ୍ଭାବନା ଉଜାଗର କରିବାକୁ ରହିଥିବା ଲକ୍ଷ୍ୟ ପ୍ରତି ଉଭୟ କଂପାନୀ ପ୍ରତିବଦ୍ଧ ରହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ଓ ଗୁଗୁଲ୍ ଆଣୁଛନ୍ତି ନୂଆ ସ୍ମାର୍ଟଫୋନ୍‌ ‘ଜିଓଫୋନ୍ ନେକ୍ସଟ୍’, ଜାଣନ୍ତୁ କଣ ଏଥିରେ ରହିଛି

ଭୁବନେଶ୍ୱର, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି । ଏହି ସ୍ମାର୍ଟଫୋନ୍‌ରେ ଜିଓ ଓ ଗୁଗୁଲ୍‌ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍‌ଗୁଡ଼ିକ ରହିଛି ।

ଆଣ୍ଡ୍ରଏଡ୍ ଭିତ୍ତିକ ଏହି ଫୋନ୍‌ର ଅପରେଟିଂ ସିଷ୍ଟମ୍‌କୁ ଗୁଗୁଲ୍ ଓ ଜିଓ ମିଳିତ ଭାବେ ବିକଶିତ କରିଛନ୍ତି । ମୁକେଶ ଅମ୍ବାନି ଘୋଷଣା କରିଛନ୍ତି ଯେ ନୂଆ ସ୍ମାର୍ଟଫୋନ୍‌କୁ ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଛି । ଏହା ଅତ୍ୟନ୍ତ ସୁଲଭ ମୂଲ୍ୟରେ ଏବଂ ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ଚତୁର୍ଥୀରୁ ଏହା ବଜାରରେ ମିଳିବ ।

ଭାରତୀୟ ବଜାର ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ଜିଓଫୋନ୍‌-ନେକ୍ସଟ ସ୍ମାର୍ଟଫୋନ୍‌ରେ ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ମଧ୍ୟ ଆପ୍ ଡାଉନ୍‌ଲୋଡ୍ କରିପାରିବେ । ସ୍ମାର୍ଟଫୋନ୍‌ରେ ଉନ୍ନତ କ୍ୟାମେରା ଓ ଆଣ୍ଡ୍ରଏଡ୍ ଅପ୍‌ଡେଟ୍ ମଧ୍ୟ ମିଳିବ । ସବୁ ପ୍ରକାର ସୁବିଧା ସୁଯୋଗ ଥିବା ଏହି ସ୍ମାର୍ଟଫୋନ୍‌କୁ ମୁକେଶ ଅମ୍ବାନି କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱର ସବୁଠୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଭାବେ ଅଭିହିତ କରିଛନ୍ତି । ଗତବର୍ଷ ରିଲାଏନ୍ସ ଜିଓ ପକ୍ଷରୁ ଗୁଗୁଲ୍ ସହ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ ଏହି ନୂଆ ସ୍ମାର୍ଟଫୋନ ବିଷୟରେ କହିଛନ୍ତି ଯେଭାରତୀୟମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ନିଜ ଭାଷାରେ ସୂଚନା ପହଂଚାଇବା ପାଇଁ ଆମର ଲକ୍ଷ୍ୟ ସ୍ୱରୂପ ଆମେ ଭାରତୀୟମାନଙ୍କ ଆବଶ୍ୟକତା ଅନୁସାରେ ନୂଆ ଉତ୍ପାଦ ଓ ସେବା ପ୍ରସ୍ତୁତ କରିବା ସହିତ ବ୍ୟବସାୟଗୁଡିକୁ ଟେକ୍ନୋଲୋଜି ବଳରେ ସଶକ୍ତ କରିବାକୁ ଉଦ୍ୟମ କରୁଛୁ । ଏହି ଦିଗରେ ଆମର ଆଗାମୀ ପଦକ୍ଷେପ ସମୂହ ଗୁଗୁଲ୍ ଓ ଜିଓ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି ନୂଆ ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ସହିତ ଆରମ୍ଭ ହେବ ।

ଏହା ଭାରତ ଲାଗି ପ୍ରସ୍ତୁତ କରାଯାଇଛି ଏବଂ ଏହା ଲକ୍ଷ ଲକ୍ଷ ନୂଆ ଉପଭୋକ୍ତାଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ଯେଉଁମାନେ ପ୍ରଥମ ଥର ଲାଗି ଇଂଟରନେଟ୍‌ର ଅନୁଭୂତି ହାସଲ କରିବେ । ଗୁଗୁଲ୍ କ୍ଲାଉଡ୍ ଓ ଜିଓ ମଧ୍ୟରେ ଏକ ନୂଆ ୫ଜି ସହବନ୍ଧନ ଏକ ଶତ କୋଟିରୁ ଅଧିକ ଭାରତୀୟଙ୍କୁ ଇଟଂରନେଟ୍ ଦୁନିଆ ସହ ଯୋଡ଼ି ହେବାରେ ସହାୟକ ହେବ ତଥା ଭାରତର ଡିଜିଟାଲ୍‌କରଣର ପରବର୍ତୀ ପର୍ଯ୍ୟାୟ ପାଇଁ ମୂଳଦୁଆ ପକାଇବ ।’’

ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେଭାରତରେ ବାସ୍ତବରେ ଡିଜିଟାଲ୍ ସଂଯୋଗୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଜିଓ । ବିଶ୍ୱର ସବୁଠାରୁ ଉଚ୍ଚକୋଟୀର ୪ଜି ନେଟ୍‌ୱର୍କ ସବୁଠାରୁ ସୁଲଭ ମୂଲ୍ରରେ ପ୍ରଦାନ କରି ଜିଓ ଡାଟା ବ୍ୟବହାର କ୍ଷେତ୍ରରେ କ୍ରାନ୍ତି ଆଣିଛି ଜିଓ ଏବଂ ରିଲାଏନ୍ସ ଜିଓ ନେଟ୍‌ୱର୍କରେ ପ୍ରତି ମାସ ୬୩୦ କୋଟି ଜିବି ଡାଟା ବ୍ୟବହାର ହେଉଛି ।

ଗୁଗୁଲ୍ ଓ ଜିଓ ଟିମ୍ ମିଳିତ ଭାବରେ ଏକ ଯୁଗାନ୍ତକାରୀ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହାକୁ ଆମେ ଜିଓଫୋନ୍ ନେକ୍ସଟ୍ ବୋଲି କହୁଛୁ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍‌ର ଏକ ବର୍ଦ୍ଧିତ ଭର୍ସନ ରହିଥିବା ଏହି ଫୋନ୍ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ସହିତ ଏଥିରେ ଗୁଗୁଲ୍ ଆସିଷ୍ଟାଣ୍ଟ୍‌, ସ୍କ୍ରିନ୍‌ରେ ରହିଥିବା ଲେଖାର ସ୍ୱୟଂକ୍ରିୟ ଭାଷ୍ୟ, ଭାଷା ଅନୁବାଦ, ଅଗ୍‌ମେଂଟେଡ୍ ରିଅଲିଟି ଫିଲ୍ଟର ସହିତ ସ୍ମାର୍ଟ କ୍ୟାମେରା ଏବଂ ଆହୁରି ଅନେକ କିଛି ଅତ୍ୟାଧୁନିକ ସୁବିଧା ରହିଛି । ବିଶ୍ୱର ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଓ ଦେଶର ଏକ ଟେକ୍ନୋଲୋଜି ଚାମ୍ପିଅନ୍ ମଧ୍ୟରେ ସହଭାଗିତା ବଳରେ ଏକ ଯୁଗାନ୍ତକାରୀ ଉତ୍ପାଦର ପ୍ରସ୍ତୁତି ର ଏହା ପରିଚାୟକ । ଜିଓଫୋନ୍ ନେକ୍ସଟ୍ ଆସନ୍ତା ସେପ୍ଟେମ୍ବର ୧୦, ଗଣେଷ ଚତୁର୍ଥୀରୁ ବଜାରରେ ଉପଲବ୍ଧ ହେବ ।

ଜିଓ-ଗୁଗୁଲ୍‌ର ଆଣ୍ଡ୍ରଏଡ୍ ଭିତ୍ତିକ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ବ୍ୟାପକ ପରିବର୍ତନ ଆଣିବ। ଯେଉଁ ୩୦ କୋଟି ଲୋକଙ୍କ ହାତରେ ଏବେବି ୨ଜି ଫୋନ୍ ରହିଛି ଏହା ସେମାନଙ୍କ ଜୀବନ ବଦଳାଇଦେବ । ହାଇ ସ୍ପିଡ୍‌, ଭଲ ଅପରେଟିଂ ସିଷ୍ଟମ୍ ଓ ସୁଲଭ ମୂଲ୍ୟ ଯୋଗୁଁ ଏହି ନୂଆ ସ୍ମାର୍ଟଫୋନ୍ ଜିଓର ଗ୍ରାହକଙ୍କ ସଂଖ୍ୟା ବଢ଼ାଇବ ।