Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଅନନ୍ୟ ଅନୁଭୁତି ଆଣିଛି ଜିଓଫୋନ୍ ନେକ୍ସଟ୍
ଆଜିର ଖବର

ନୂଆ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଅନନ୍ୟ ଅନୁଭୁତି ଆଣିଛି ଜିଓଫୋନ୍ ନେକ୍ସଟ୍

January 30, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓ ଗୁଗୁଲ୍ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ସୁଲଭ ମୂଲ୍ୟର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସମ୍ପନ୍ନ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ନଭେମ୍ବର ମାସରେ ବଜାରକୁ ଆସିିବା ପରଠାରୁ ବେଶ୍ ଚର୍ଚ୍ଚାରେ ରହିଆସିଛି। ଏବେ ଅନ୍‌ଲାଇନ୍ ବୁକିଙ୍ଗ୍ ସହିତ ସମସ୍ତ ଜିଓ ପଏଂଟ୍‌, ଜିଓ ଷ୍ଟୋର୍ ଓ ଛୋଟବଡ ସହରର ପ୍ରମୁଖ ମୋବାଇଲ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହୋଇଛି ଜିଓଫୋନ୍ ନେକ୍ସଟ୍। ପୂର୍ବରୁ ଫିଚର ଫୋନ୍ ବ୍ୟବହାର କରୁଥିବା ହଜାର ହଜାର ଲୋକ, ବିଶେଷ କରି ଗ୍ରାମାଂଚଳର ଛାତ୍ରଛାତ୍ରୀ, ଶିକ୍ଷକ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ସେମାନଙ୍କର ପ୍ରଥମ ସ୍ମାର୍ଟ ଫୋନ୍ ବ୍ୟବହାର ଅନୁଭତିକୁ ବେଶ୍ ସମୃଦ୍ଧ କରିପାରିଛି। ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ଏହି ସ୍ମାର୍ଟଫୋନ୍‌ରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି ଯାହା ଏହାକୁ ସ୍ୱତନ୍ତ୍ର କରିପାରିଛି।

ଜିଓଫୋନ୍ ନେକ୍ସଟ୍‌ରେ ୫.୪୫ ଇଂଚ୍ ଏଚ୍‌ଡି ଡିସ୍‌ପ୍ଲେ ମଲ୍ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଙ୍ଗ୍ ଗରିଲା ଗ୍ଲାସ୍ ଥ୍ରୀ, ଆଂଟି ଫିଙ୍ଗରପ୍ରିଂଟ୍ କୋଟିଙ୍ଗ୍‌, ଭଲ ଫଟୋ ଓ ଭିଡିଓ ପାଇଁ ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା ଏବଂ ୮ ମେଗା ପିକ୍‌ସେଲ୍ ସାମ୍ନା ସେଲ୍ଫି କ୍ୟାମେରା, ଥରେ ଚାର୍ଜ କଲେ ଅଧିକ ସମୟ ଚାଲିପାରବା ପାଇଁ ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ରମ୍ (ଇଂଟର୍ନାଲ୍ ମେମୋରି), ୫୧୨ ଜିବି ପର୍ଯ୍ୟନ୍ତ ମେମୋରି ସମ୍ପ୍ରସାରଣ ସୁବିଧା ରହିଥିବା ସ୍ୱତନ୍ତ୍ର ସ୍ଥାନ, ବ୍ଲୁ ଟୁଥ୍‌, ୱାଇ-ଫାଇ, ହଟ୍ ସ୍ପଟ୍ଳ, ଓଟିଜି ସପୋର୍ଟ, ଜି-ସେନ୍‌ସର, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ଏଥିସହିତ ରହିଛି ଜିଓ ଓ ଗୁଗୁଲ୍‌ର ପ୍ରିଲୋଡେଡ୍ ଅପ୍‌ଟିମାଇଜ୍‌ଡ ଆପ୍ ସମୂହ, ପ୍ରଗତି ଅପରେଟିଂ ସିଷ୍ଟମ୍‌, ସ୍ୱୟଂକ୍ରିୟ ସଫ୍‌ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍। ଏହି ସବୁ ଫିଚର୍ ସହିତ ଏହି ଫୋନ୍‌ର ଅନ୍ୟ ଏକ ବିଶେଷ ଆକର୍ଷଣ ହେଉଛି ଜିଓ ଓ ଗୁଗୁଲ୍ ନିଜର ପ୍ରି ଲୋଡେଡ୍ ଆପ୍‌ଗୁଡ଼ିକୁ ଅପ୍ଟିମାଇଜ୍ କରିଛନ୍ତି ଯଦ୍ୱାରା ଜିଓଫୋନ୍ ନେକ୍ସଟ୍‌ର ପ୍ରଦର୍ଶନ ବହୁତ ଭଲ ରହିଛି।

ଜିଓଫୋନ୍ ନେକ୍ସଟ୍‌ରେ ଓଟିଜି ସପୋର୍ଟ ମଧ୍ୟ ରହିଛି ଯାହା ଜରିଆରେ ଫୋନ୍‌ରେ ଓଟିଜି ପେନ୍‌ଡ୍ରାଇଭ୍ ଲଗାଇ ସହଜରେ ଷ୍ଟୋରେଜ୍ ପରିଚାଳନା କରାଯାଇପାରୁଛି। ଜିଓଫୋନ୍ ନେକ୍ସଟ୍‌ର କ୍ୟାମେରାରେ ରହିଛି ଇନବିଲ୍‌ଟ ସ୍ନାପ୍‌ଚାଟ୍ ଫିଲ୍‌ଟର ଓ ଅନୁବାଦ ସୁବିଧା। ଏହାଦ୍ୱାରା ଫଟୋ ଉଠାଇ ଗ୍ରାହକ ଓଡିଆ ସମେତ ପ୍ରମୁଖ ଭାରତୀୟ ଭାଷାରେ ଲେଖାର ଅନୁବାଦ କରିପାରିବେ ଓ ଦଶଟି ପ୍ରମୁଖ ଭାରତୀୟ ଭାଷାରେ ତାହାକୁ ଶୁଣିପାରିବେ। ଏହି ଫୋନ୍‌ରେ ରହିଥିବା ସ୍କ୍ରିନ୍ ରିଡର ଓ ଅନୁବାଦ ସୁବିଧା ଜରିଆରେ ଗୁଗୁଲ୍ ଟ୍ରାନ୍ସଲେସନ୍ ସେବା ଉପଲବ୍ଧ ରହିଥିବା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ସୁବିଧା ମିଳୁଛି। ଏହି ସୁବିଧା ଅନ୍‌ଲାଇନ୍ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ଏବଂ ବ୍ୟବସାୟପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବିଶେଷ ଭାବରେ ସହାୟକ ହୋଇଛି।

ଜିଓଫୋନ୍ ନେକ୍ସଟ୍‌ରେ ଥିବା ଗୁଗୁଲ୍ ଗୋରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ଯଥା ଅନୁସନ୍ଧାନ, ଅନୁବାଦ, ଇମେଜ, ଜିଆଇଏଫ୍ ଆଦି ଫିଚର୍ ଗୋଟିଏ ସ୍ଥାନରେ ମିଳିପାରୁଛି। ଏଥିସହିତ ଜିଓଫୋନ୍ ନେକ୍ସଟ୍‌ରେ ଡୁ ଟନ୍ ଡିଷ୍ଟର୍ବ ସୁବିଧା, କି’ ବୋର୍ଡରେ ଭଏସ୍ ଟାଇପିଂ, ଗୋଟିଏ ହାତରେ ଟାଇପିଂ, ଗ୍ଲାଇଡ୍ ଟାଇପିଂ ଓ ପର୍ସନାଲ୍ ଡିକ୍ସନାରି ଭଳି ଅନେକ ସୁବିଧା ରହିଛି। ଜିଓଫୋନ୍ ନେକ୍ସଟ୍‌ରେ ଲାଇଭ୍ ଟ୍ରାନ୍ସସ୍କ୍ରାଇବ୍ ଆପ୍ ବ୍ୟବହାର କରି କି’ ବୋର୍ଡର ବିନା ସହାୟତାରେ କେବଳ ଭଏସ୍ ଜରିଆରେ ଅତି ସହଜରେ ଟାଇପ୍ କରାଯାଇପାରୁଛି।

ଗ୍ରାହକମାନେ ଜିଓଫୋନ୍ ନେକ୍ସଟ୍‌କୁ ମାତ୍ର ୧୯୯୯ ଟଙ୍କାର ଡାଉନ୍‌ପେମେଂଟ୍ ଦେଇ ନିଜର କରିପାରିବେ ଏବଂ ବଳକା ରାଶିକୁ ନିଜ ସୁବିଧା ଅନୁସାରେ ୧୮ କିମ୍ବା ୨୪ ମାସରେ ୩୦୦ ରୁ ୬୦୦ ଟଙ୍କାର ସହଜ କିସ୍ତି (ଇଏମ୍‌ଆଇ) ରିଚାର୍ଜ ଜରିଆରେ ଦେଇପାରିବେ। ବିନା କିସ୍ତିରେ ସିଧାସଳଖ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ର ମୂଲ୍ୟ ୬୪୯୯ ଟଙ୍କା ରହିଛି।

ଗୁଗୁଲ୍ ଜିଓଫୋନ୍ ନେକ୍ସଟ୍ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ଚାକିରୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

June 27, 2026

ସ୍ଥଗିତ ହେଲା ପରୀକ୍ଷା: TET ପେପର ଲିକ୍ ପରେ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

June 27, 2026

ନୂତନ ପାସନ ମଡେଲ ଲଞ୍ଚ କଲା ହିରୋ: ୧ ଲିଟରରେ ଚାଲିବ ୭୧ କିମି, ଜାଣନ୍ତୁ ବୈଶିଷ୍ଟ୍ୟ

June 27, 2026

ଜନନାୟକାନ ପ୍ରଯୋଜକଙ୍କୁ ଦିଲ୍ଲୀରେ ନିଯୁକ୍ତ କଲେ ଥଲାପତି ବିଜୟ: ବିରୋଧ କଲେ ବିଜେପି-ଡିଏମକେ

June 27, 2026
Latest News

OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ଚାକିରୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

June 27, 2026

ସ୍ଥଗିତ ହେଲା ପରୀକ୍ଷା: TET ପେପର ଲିକ୍ ପରେ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

June 27, 2026

ନୂତନ ପାସନ ମଡେଲ ଲଞ୍ଚ କଲା ହିରୋ: ୧ ଲିଟରରେ ଚାଲିବ ୭୧ କିମି, ଜାଣନ୍ତୁ ବୈଶିଷ୍ଟ୍ୟ

June 27, 2026

ଜନନାୟକାନ ପ୍ରଯୋଜକଙ୍କୁ ଦିଲ୍ଲୀରେ ନିଯୁକ୍ତ କଲେ ଥଲାପତି ବିଜୟ: ବିରୋଧ କଲେ ବିଜେପି-ଡିଏମକେ

June 27, 2026

ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.