ଜିଓଫୋନ୍ ନେକ୍ସଟ୍ ଅଗ୍ରଣୀ ପରୀକ୍ଷଣ ପର୍ଯ୍ୟାୟରେ, ଦୀପାବଳି ପୂର୍ବରୁ ବଜାରକୁ ଆସିବ

Published: Sep 10, 2021, 7:50 pm IST

ଭୁବନେଶ୍ୱର: ଜିଓ ଓ ଗୁଗୁଲ୍ ପକ୍ଷରୁ ଯୁଗ୍ମ ଭାବେ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସ୍ମାର୍ଟଫୋନ୍‌ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଉନ୍ମୋଚନ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

ଜିଓଫୋନ୍ ନେକ୍ସଟ୍ ହେଉଛି ପ୍ରଥମ ଧରଣର ଏଭଳି ଏକ ଉପକରଣ ବା ମୋବାଇଲ୍ ଫୋନ୍ ଯେଉଁଥିରେ ଆଣ୍ଡ୍ରଏଡ୍ ଓ ପ୍ଲେ-ଷ୍ଟୋର୍ ଭିତିକ ଏକ ଉନ୍ନତ ଅପରେଟିଂ ସିଷ୍ଟମ୍ ରହିଛି। ଏହି ଡିଭାଇସ୍ ଓ ଅପରେଟିଂ ସିଷ୍ଟମ୍ ପ୍ରିମିୟମ୍ ଦକ୍ଷତା ପ୍ରଦାନ କରିବ ଯାହା ବର୍ତମାନ ସୁଦ୍ଧା ଅଧିକ ଶକ୍ତିଶାଳୀ ସ୍ମାର୍ଟଫୋନ୍‌ଗୁଡ଼ିକରେ ହିଁ ରହିଛି। ଏସବୁ ବିଶେଷ ସୁବିଧା ଓ ଦକ୍ଷତା ମଧ୍ୟରେ ରହିଛି ଭଏସ୍‌-ଫାଷ୍ଟ୍ ସୁବିଧା ଯାହା ଲୋକମାନଙ୍କୁ କନ୍‌ଟେଂଟ୍ (ବିଷୟବସ୍ତୁ) ବ୍ୟବହାର କରିବା ଏବଂ ନିଜ ଭାଷାରେ ଫୋନ୍‌ରେ ଖୋଜିବାରେ ସହାୟକ ହେଉଛିଶ୍ରେଷ୍ଠ କ୍ୟାମେରା ଅନୁଭୂତି ଏବଂ ସଦ୍ୟତମ ଆଣ୍ଡ୍ରଏଡ୍ ସୁବିଧା ଓ ସୁରକ୍ଷା ଅପ୍‌ଡେଟ୍।

ଅଧିକ ମାର୍ଜିତ ଓ ଉନ୍ନତ କରିବା ଲାଗି ଉଭୟ କଂପାନି ପକ୍ଷରୁ ସୀମିତ ସଂଖ୍ୟକ ବ୍ୟବହାରକାରୀଙ୍କୁ ନେଇ ଜିଓଫୋନ୍ ନେକ୍ସଟ୍‌ର ଅଗ୍ରଣୀ ପରୀକ୍ଷଣ ଆରମ୍ଭ କରାଯାଇଛି ଏବଂ ଦୀପାବଳି ଉତ୍ସବ ସମୟରେ ବ୍ୟାପକ ଭାବେ ଉପଲବ୍ଧ କରାଇବା ନିମନ୍ତେ ଉଭୟ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଅତିରିକ୍ତ ସମୟ ସଂପ୍ରତି ଶିଳ୍ପ ଜଗତରେ ବିଶ୍ୱସ୍ତରରେ ଦେଖାଦେଇଥିବା ସେମିକଣ୍ଡକ୍ଟର ଅଭାବର ମୁକାବିଲା କରିବାରେ ମଧ୍ୟ ସହାୟକ ହେବ।

ଆକର୍ଷଣୀୟ ସୁବିଧା ସୁଯୋଗ ଯଥା ଗୁଗୁଲ୍ ଆସିଷ୍ଟାଂଟ୍‌ଅନ୍‌-ସ୍କ୍ରିନ୍ ଟେକ୍ସଟ୍ ପରୀକ୍ଷଣ ପାଇଁ ଅଟୋମେଟିକ୍ ରିଡ୍‌-ଆଲାଉଡ୍ (ସ୍ୱଂୟକ୍ରିୟ ଉଚ୍ ସ୍ୱରରେ କହିବା) ଓ ଭାଷା ଅନୁବାଦ ତଥା ଭାରତ କୈନ୍ଦ୍ରୀକ ଫିଲ୍‌ଟର୍ ସହିତ ଏକ ସ୍ମାର୍ଟ କ୍ୟାମେରା ଓ ଆହୁରି ବହୁତ କିଛିକୁ ନେଇ ଜିଓଫୋନ୍ ନେକ୍ସଟ୍‌କୁ ଗଠନ କରାଯାଇଛି। ନିୟୁତାଧିକ ଭାରତୀୟବିଶେଷ କରି ଯେଉଁମାନେ ପ୍ରଥମ ଥର ଇଟଂରନେଟ୍‌ର ଅନୁଭୂତି ହାସଲ କରିବେ ସେମାନଙ୍କ ପାଇଁ ନୂଆ ସମ୍ଭାବନା ଉଜାଗର କରିବାକୁ ରହିଥିବା ଲକ୍ଷ୍ୟ ପ୍ରତି ଉଭୟ କଂପାନୀ ପ୍ରତିବଦ୍ଧ ରହିଛନ୍ତି।

Related posts