Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରର ଆଶ୍ଵସ୍ତି ପରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏହି ରାଜ୍ୟଗୁଡିକ ମଧ୍ୟ ହ୍ରାସ କଲେ ଟିକସ
ଆଜିର ଖବର

କେନ୍ଦ୍ରର ଆଶ୍ଵସ୍ତି ପରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏହି ରାଜ୍ୟଗୁଡିକ ମଧ୍ୟ ହ୍ରାସ କଲେ ଟିକସ

May 22, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ର ପେଟ୍ରୋଲ ଉପରେ ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା ହ୍ରାସ କରିଛି। ଯାହା ପରେ ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ ୭ ଟଙ୍କା ଶସ୍ତା ହୋଇଛି। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ବର୍ତ୍ତମାନ ରାଜସ୍ଥାନ ଏବଂ କେରଳ ସରକାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିଛନ୍ତି।

କେଉଁ ରାଜ୍ୟରେ କମିଲା ତୈଳ ଦର:

୧- କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ ଘୋଷଣା କରିବା ପରେ କେରଳ ସରକାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ଟିକସରେ ଯଥାକ୍ରମେ ୨.୪୧ ଟଙ୍କା ଓ ୧.୩୬ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ କେରଳରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୭.୧୭ ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା ୧୦୩.୯୩ ଟଙ୍କା ରହିଛି।

୨- ପେଟ୍ରୋଲ ଉପରେ ଲିଟର ପିଛା ଭ୍ୟାଟ୍ ୨.୪୮ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୧.୧୬ ଟଙ୍କା ହ୍ରାସ କରିବାକୁ ରାଜସ୍ଥାନ ସରକାର ମଧ୍ୟ ଘୋଷଣା କରିଛନ୍ତି। ଯାହା ପରେ ବର୍ତ୍ତମାନ ପେଟ୍ରୋଲ ୧୦.୪୮ ଟଙ୍କା ଏବଂ ଡିଜେଲ ପ୍ରତି ଲିଟର ପିଛା ୭.୧୬ ଟଙ୍କା ଶସ୍ତା ହୋଇଛି। ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ଏବଂ ଡିଜେଲ ପିଛା ୧୦୯ ଟଙ୍କା ମିଳୁଛି।

୩- ଏହି ସମୟରେ ଉତ୍ତରାଖଣ୍ଡ ରାଜ୍ୟରେ ପେଟ୍ରୋଲ ଉପରେ ଭ୍ୟାଟରେ ଲିଟର ପିଛା ୨ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲା। ଏହା ସହିତ ଉତ୍ତରପ୍ରଦେଶରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭ ଟଙ୍କା ହ୍ରାସ ପାଇଛି।

୪- ନଭେମ୍ବର ୪ ରୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୭ ଟଙ୍କା ହ୍ରାସ କରିବାକୁ କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଟ୍ୱିଟରରେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି।

୫- ରାଜ୍ୟରେ ଇନ୍ଧନ ମୂଲ୍ୟ ଉପରେ ହରିୟାଣା ସରକାର ମଧ୍ୟ ଭ୍ୟାଟ୍ ହ୍ରାସ କରିଥିଲେ।

୬- କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡ୍ୟୁଟି ହ୍ରାସ ସହିତ ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟରେ ଲିଟର ପିଛା ୭ ଟଙ୍କା ହ୍ରାସ କରିବାକୁ ଆସାମ ସରକାର ଘୋଷଣା କରିଛନ୍ତି।

୭- ରାଜ୍ୟରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୨ ଟଙ୍କା ହ୍ରାସ କରାଯିବ ବୋଲି ଉତ୍ତରପ୍ରଦେଶ ସରକାର କହିଥିଲେ।

୮- ଅନ୍ୟ ରାଜ୍ୟ ଘୋଷଣା ପରେ ମଣିପୁର ସରକାର ମଧ୍ୟ ତୁରନ୍ତ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ୭ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି।

ମୂଲ୍ୟ କାଟିବାକୁ ଝାଡଖଣ୍ଡ ସରକାରଙ୍କ ମନା:

ବର୍ତ୍ତମାନ ସମୟରେ ଝାଡଖଣ୍ଡ ସରକାର ଭାଟ୍ ହ୍ରାସ କରିବାକୁ କୌଣସି ଯୋଜନା କରିନାହାଁନ୍ତି। ଅର୍ଥମନ୍ତ୍ରୀ ରମେଶ୍ୱର କହିଛନ୍ତି ଯେ, ଝାଡ଼ଖଣ୍ଡରେ ପେଟ୍ରୋଲ ସବସିଡି ଯୋଜନା କାର୍ଯ୍ୟକାରୀ ହୋଇସାରିଛି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜ୍ୟ ସରକାର ଭ୍ୟାଟ୍ ହାରକୁ ସିଧାସଳଖ ହ୍ରାସ କରିବାକୁ ଚିନ୍ତା କରୁନାହାଁନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ କ’ଣ କହିଛନ୍ତି?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି ଯେ, ପିଏମ ମୋଦୀଙ୍କ ସରକାର କେନ୍ଦ୍ରକୁ ଆସିବା ଦିନଠାରୁ ଆମେ ଗରିବ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛୁ। ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମେ କିଛି ପଦକ୍ଷେପ ନେଇଛୁ। ଏହାର ଫଳାଫଳ ସାମ୍ନାକୁ ଆସିଛି ଯେ, ଆମର କାର୍ଯ୍ୟକାଳ ମଧ୍ୟରେ ହାରାହାରି ମୁଦ୍ରାସ୍ଫୀତି ପୂର୍ବ ସରକାରଙ୍କ ତୁଳନାରେ କମ୍ ରହିଛି। ସେ କହିଛନ୍ତି ଯେ, ଏହି ସମୟରେ ଦୁନିଆ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ବିଶ୍ୱ କରୋନା ମହାମାରୀରୁ ସୁସ୍ଥ ହେଉଥିବାବେଳେ ୟୁକ୍ରେନ ସଙ୍କଟ ଦେଖାଦେଇଥିଲା, ଯାହା ଫଳରେ ଯୋଗାଣ ଶୃଙ୍ଖଳା ଏବଂ ଅନେକ ସାମଗ୍ରୀର ଆଭାବ ସୃଷ୍ଟି ହୋଇଥିଲା। ଏହା ଯୋଗୁଁ ଅନେକ ଦେଶରେ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ସଙ୍କଟ ଦେଖାଦେଇଛି।

କିଛି ମାସ ପୂର୍ବେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ସରକାର ଲିଟର ପିଛା ରେକର୍ଡ ପରିମାଣ ୫ ଟଙ୍କା ଏବଂ ୧୦ ଟଙ୍କା ହ୍ରାସ କରିଥିଲେ। ଏହି ଘୋଷଣା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କୁ ଭାଟ୍ ହ୍ରାସ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲ ଦର ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି, ଯେଉଁଥିପାଇଁ ତେଲର ମୂଲ୍ୟ ହ୍ରାସ ପାଇଛି। ସେ କହିଛନ୍ତି ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ, ସେମାନେ ମଧ୍ୟ ଟିକସ ହ୍ରାସ କରନ୍ତୁ ଯାହା ଦ୍ଵାରା ଜନସାଧାରଣ ଏକ ବଡ଼ ଆଶ୍ଵସ୍ତି ପାଇବେ। ସେ କହିଛନ୍ତି ଯେ, ମୁଁ କାହାକୁ ସମାଲୋଚନା କରୁନାହିଁ। କିନ୍ତୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଭାଟ୍ ହ୍ରାସ କରିବାକୁ ଅନୁରୋଧ କରାଯାଇଛି। ଯାହା ଦ୍ଵାରା ଜନସାଧାରଣ ଉପକୃତ ହୋଇପାରିବେ।

ପେଟ୍ରୋଲ ଏବଂ ଡ଼ିଜେଲ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.