Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପିଏଫଏମଏସର କାର୍ଯ୍ୟକାରିତାକୁ ନେଇ ପୁରୀ ଠାରେ ସମୀକ୍ଷା ବୈଠକ
ବିଶେଷ ଖବର

ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପିଏଫଏମଏସର କାର୍ଯ୍ୟକାରିତାକୁ ନେଇ ପୁରୀ ଠାରେ ସମୀକ୍ଷା ବୈଠକ

May 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ପୁରୀ ଠାରେ ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପବ୍ଲିକ୍‌ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫଏମଏସ) ର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ଅତିରିକ୍ତ ମହାଲେଖା ନିୟନ୍ତ୍ରକ ଧରିତ୍ରୀ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ସମୀକ୍ଷା ବୈଠକ ସମୟରେ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ପାଣ୍ଠି ଜାରି କରିବା ଲାଗି ନୂତନ ପଦ୍ଧତି ଏବଂ ପିଏଫଏମଏସ ସହିତ ଟ୍ରେଜରୀର ଏକୀକରଣ ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ଗୋଆ ଆଦି ଛଅଟି ରାଜ୍ୟର ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

ରାଜ୍ୟମାନଙ୍କ ପକ୍ଷରୁ ପିଏଫଏମଏସକୁ ଠିକ୍‌ ସମୟରେ ଓ ସଠିକ୍‌ ତଥ୍ୟ ପ୍ରଦାନ କରିବା ଉପରେ ଆଲୋଚନାରେ ଗୁରୁତ୍ବାରୋପ କରାଯାଇଥିଲା। ଯାହାଫଳରେ ସଠିକ୍‌ ଓ ଭରସାଯୋଗ୍ୟ ଆର୍ଥିକ ରିପୋର୍ଟିଂ ସୁନିଶ୍ଚିତ ହୋଇପାରିବ ଏବଂ ଏହି ପ୍ରଣାଳୀରେ କୌଣସି ସମସ୍ୟା ରହିବ ନାହିଁ । ବୃହତ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ) ଏବଂ ସିଙ୍ଗଲ ନୋଡାଲ ଆକାଉଣ୍ଟ୍ସ (ଏସଏନଏ) ପ୍ରସଙ୍ଗରେ ବ୍ୟାଙ୍କମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯାଇଥିଲା।

ବ୍ୟାଙ୍କ ସମୀକ୍ଷା ବୈଠକର ମୂଳ ଉଦ୍ଦେଶ୍ୟ ଥିଲା, ନୂତନ ପରିବର୍ତ୍ତନ ଲାଗି ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଧିକ ଗ୍ରହଣୀୟ କରିବା । ଏହି ବୈଠକରେ ନୂଆଦିଲ୍ଲୀସ୍ଥିତ ପିଏଫଏମଏସ ମୁଖ୍ୟାଳୟର ଯୁଗ୍ମ ସିଜିଏ ଶ୍ରୀମତୀ ଯଶପାଲ କୌର ପ୍ରଦ୍ୟୋତ, ପିଏଫଏମଏସ ମୁଖ୍ୟାଳୟର ପ୍ରଯୁକ୍ତି, ବ୍ୟାଙ୍କିଙ୍ଗ ଓ ରିପୋର୍ଟସ୍‌ ଭର୍ଟିକାଲର ଯୁଗ୍ମ ସିଜିଏ ଶ୍ରୀ ଏଡି ଏଲ. ଖାୱଲିରିଙ୍ଗ ଯୋଗ ଦେଇଥିଲେ । ଏଥିସହିତ ଏନଆଇସି-ପିଏଫଏମଏସ ଏବଂ ଛଅଟି ରାଜ୍ୟର ରାଜ୍ୟ ଅର୍ଥ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ଭଳି ଦଶଟି ବଡ଼ ବ୍ୟାଙ୍କର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ । ୟୁନିଅନ ବ୍ୟାଙ୍କର ଉପ ମହାପ୍ରବନ୍ଧକ ଶ୍ରୀ ସୋଭନ ସେନଗୁପ୍ତ ୟୁନିଅନ ବ୍ୟାଙ୍କର ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ ।

ଅର୍ଥ ମନ୍ତ୍ରଣାଳୟ ପୁରୀ ଭାରତ ସରକାର ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.