Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ନିମନ୍ତେ ନୂତନ ମାର୍ଗଦର୍ଶିକା (ଏମଏସଇ -ସିଡିପି) ଅନୁମୋଦିତ
ଆଜିର ଖବର

ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ନିମନ୍ତେ ନୂତନ ମାର୍ଗଦର୍ଶିକା (ଏମଏସଇ -ସିଡିପି) ଅନୁମୋଦିତ

May 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସରକାର ଅଣୁ ଓ କ୍ଷୁଦ୍ର, ଉଦ୍ୟୋଗ ପୁଞ୍ଜ ନିମନ୍ତେ ନୂତନ ମାର୍ଗଦର୍ଶିକା ଉନ୍ନୟନ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)କୁ ଅନୁମୋଦନ କରିଛନ୍ତି। ଏହା ପଞ୍ଚଦଶ ଅର୍ଥ ଆୟୋଗଚକ୍ର (୨୦୨୧-୨୨ରୁ ୨୦୨୫-୨୬) ମଧ୍ୟରେ ଲାଗୁ ହେବ। ଏହି ଯୋଜନା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପ୍ରତିଯୋଗିତାମୂଳକ ସ୍ୱଭାବ ଓ ଉତ୍ପାଦକତା ନିମ୍ନୋକ୍ତ ହସ୍ତକ୍ଷେପ ଜରିଆରେ ବୃଦ୍ଧି କରିବ।

I. ସାଧାରଣ ସୁବିଧା କେନ୍ଦ୍ର (ସିଏଫସିଏସ)

କେନ୍ଦ୍ର ସରକାରଙ୍କ ଅନୁଦାନ ପ୍ରକଳ୍ପ ଖର୍ଚ୍ଚ ୫ରୁ ୧୦କୋଟି ମଧ୍ୟରେ ଥିଲେ ଶତକଡା ୭୦ଭାଗ ଓ ପ୍ରକଳ୍ପ ବ୍ୟୟ ଅଟକଳ ୧୦ରୁ ୩୦ କୋଟି ମଧ୍ୟରେ ଥିଲେ ଶତକଡା ୬୦ଭାଗ ମଧ୍ୟରେ ସୀମିତ ରହିବ । ଉତ୍ତର-ପୂର୍ବାଞ୍ଚଳ ଓ ଅନ୍ୟାନ୍ୟ ପାର୍ବତ୍ୟ ରାଜ୍ୟ, ଦ୍ୱିପାଂଚଳ, ଆକାଂକ୍ଷିତ ଜିଲ୍ଲାରେ ସରକାରୀ ଅନୁଦାନ ୫ରୁ  ୧୦ କୋଟି ପ୍ରକଳ୍ପ ବ୍ୟୟ ଅଟକଳରେ ଶତକଡା ୮୦ଭାଗ ଓ ୧୦ରୁ ୩୦କୋଟି ମୋଟ ଅଟକଳର ଶତକଡା ୭୦ଭାଗ ରହିବ । ତେବେ ସରକାରୀ ସହାୟତା ସର୍ବାଧିକ ପ୍ରକଳ୍ପ ବାବଦ ବ୍ୟୟ ୩୦କୋଟି ଟଙ୍କା ଅନୁସାରେ ହିସାବ କରାଯିବ ।

II. ଭିତ୍ତିଭୂମି-ଉନ୍ନୟନ-ନୂତନ ଶିଳ୍ପାଞ୍ଚଳ

ବର୍ଦ୍ଧିତ କାରଖାନା ପରିସର ନିମନ୍ତେ କେନ୍ଦ୍ର ସରକାର ସହାୟତା ୫ରୁ ୧୫କୋଟି ବ୍ୟୟ ଅଟକଳ ପର୍ଯ୍ୟନ୍ତ ଶତକଡା ୬୦ଭାଗ ରହିଥିବାବେଳେ ଆଗରୁ ଥିବା ଶିଳ୍ପାଞ୍ଚଳ ଓ ବର୍ଦ୍ଧିତ କାରଖାନା ପରିସରରେ ଉନ୍ନୀତକରଣ ନିମନ୍ତେ ୫ରୁ ଦଶକୋଟି ବ୍ୟୟ ଅଟକଳରେ ଶତକଡା ୫୦ଭାଗ ରହିବ । ଉତ୍ତର-ପୂର୍ବାଞ୍ଚଳ ଓ ପାର୍ବତ୍ୟ ରାଜ୍ୟ, ଦ୍ୱୀପାଞ୍ଚଳ ଓ ଆକାଂକ୍ଷିତ ଜିଲ୍ଲା କ୍ଷେତ୍ରରେ ନୂତନ ଶିଳ୍ପାଞ୍ଚଳ ଓ ବୃହତ କାରଖାନା ପରିସରରେ ୫ରୁ ୧୫ କୋଟି ବ୍ୟୟ ଅଟକଳ ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ଶତକଡା ୭୦ଭାଗ ଓ ଆଗରୁ ରହିଥିବା ଶିଳ୍ପାଞ୍ଚଳ ଓ କାରଖାନା ପରିସର ଉନ୍ନୀତ କରିବା ନିମନ୍ତେ ୫ରୁ ୧୦କୋଟି ବ୍ୟୟ ଅଟକଳର ଶତକଡା ୬୦ଭାଗ ସହାୟତ ମିଳିବ । ଏମଏସଇ-ସିଡିପି ନୂତନ ମାର୍ଗଦର୍ଶିକା ଡିସିଏମଏସଏମଇ କାର୍ଯ୍ୟାଳୟର ୱେବସାଇଟ୍‌ରେ ଉପଲବ୍ଧ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.