Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରାଦୀପ ବନ୍ଦରର ବିକାଶ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହେବ ୩ ହଜାର କୋଟି
ଆଜିର ଖବର

ପାରାଦୀପ ବନ୍ଦରର ବିକାଶ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହେବ ୩ ହଜାର କୋଟି

May 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାରାଦୀପ ବନ୍ଦର
ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

ଭୁବନେଶ୍ବର: ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦି ରଣନୀତିକ ଭିତ୍ତିଭୂମି ଯୋଜନାର ଖସଡା ପ୍ରସ୍ତୁତ କରିଛି। ଏହି ପ୍ରକଳ୍ପ ଆର୍ଥିକ ସାମାଜିକ ଓ ପରିବେଶ ଦୃଷ୍ଟିରୁ ଅନୁକୂଳ ହେବା ସହ ସ୍ଥାୟୀ ଓ ନିରନ୍ତର ବିକାଶରେ ସହାୟକ ହେବ। ଏହିପରି ଏକ ଆଖିଦୃଶିଆ ପଦକ୍ଷେପ ହେଉଛି ପାରାଦୀପ ବନ୍ଦର ବିକାଶ ପ୍ରକଳ୍ପ ଯାହା ଏହି ବନ୍ଦରକୁ ବିଶ୍ୱ ସ୍ତରୀୟ କରିବା ସହ ବୃହତ ଜାହାଜ ପରିଚାଳନାଗତ ସାମର୍ଥ୍ୟ ବୃଦ୍ଧି କରିବ। ପୂର୍ବାଞ୍ଚଳ ରାଜ୍ୟଗୁଡିକର ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ପରିପ୍ରେକ୍ଷୀରେ ଏହିଭଳି ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି  ଗ୍ରହଣ କରାଯାଇଛି।

ଏହି ପ୍ରକଳ୍ପ ଜରିଆରେ ପାରାଦୀପ ବନ୍ଦରର ଭିତର ପୋତାଶୟକୁ ଗଭୀର କରାଯିବା ସହ ନିର୍ମାଣାଧୀନ ପଶ୍ଚିମ ଡକ୍‌ର ବିକାଶ ସରକାରୀ  ଓ ଘରୋଇ ଭାଗିଦାରିତା (ପିପିପି) ମୋଡର କରାଯିବ। ପ୍ରକଳ୍ପ ବାବଦ ବ୍ୟୟ ଅଟକଳ ୩୦୦୪. ୬୩ କୋଟି ଟଙ୍କା ରଖାଯାଇଛି । ଏଥିରେ ନୂତନ ପଶ୍ଚିମ ଡକର ବି.ଓ.ଟି ଭିତ୍ତିକ ବିକାଶ ଓ କେତେକ ନିର୍ଦ୍ଦିଷ୍ଟ ସ୍ଥାନର ଡ୍ରେଜିଂ ଯଥାକ୍ରମେ ୨,୦୪୦ କୋଟି ଓ ୩୫୨, ୧୩ କୋଟି ଟଙ୍କା ବ୍ୟୟରେ କରାଯିବ। ଅନ୍ୟାନ୍ୟ ସହକାରୀ ପ୍ରକଳ୍ପ ଭିତ୍ତିଭୂମି ବିକାଶ ବାବଦକୁ ପାରାଦୀପ ବନ୍ଦର ପକ୍ଷରୁ ୬୧୨.୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ବିକାଶ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ପ୍ରକଳ୍ପର ସଫଳତା  ପାରାଦୀପକୁ ଏକ ବୃହତ ବନ୍ଦରର ମାନ୍ୟତା ଦେବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୂର୍ବାଞ୍ଚଳ ରାଜ୍ୟ ସମୂହ ବିକାଶ ଯୋଜନାର ଏହା ଅଂଶ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଏହି ପ୍ରକଳ୍ପ ଯୋଗୁଁ ବନ୍ଦରର ସାମର୍ଥ୍ୟ ବୃଦ୍ଧି ପାଇଁ ଏହା ବୃହତ୍ ଜାହାଜ ମାଲପରିବହନ ସୁରୁଖୁରୁରେ କରିପାରିବ। ଏହା ବ୍ୟତୀତ ଏହାର ବର୍ତ୍ତମାନର ସାମାର୍ଥ୍ୟଠାରୁ ଆହୁରି ଅଧିକ ବାର୍ଷିକ ୨୫ ନିୟୁତ ମେଟ୍ରିକ ଟନ ବୃଦ୍ଧି ପାଇବ। ଫଳରେ ବନ୍ଦରର ଦକ୍ଷତା ବୃଦ୍ଧି ସହ ପଣ୍ୟ କାରବାର ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ସାମାଜିକ-ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ କର୍ମନିଯୁକ୍ତି ମଧ୍ୟ ଅଧିକ ହେବ।

ଏହି ପ୍ରକଳ୍ପ ଯୋଗୁଁ ବନ୍ଦରର ଭିଡ ହ୍ରାସ ସାଙ୍ଗକୁ ସାମୁଦ୍ରିକ ଦେୟ ହ୍ରାସ ପାଇ କୋଇଲା ଆମଦାନୀ ମଧ୍ୟ ଶସ୍ତା ହେବ। ଏହା ଶିଳ୍ପାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଅଧିକ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି କରିବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାରାଦୀପ ବନ୍ଦରରେ ସହଜରେ ବଡ ବଡ ଜାହାଜ ଯାତାୟାତ ଓ ରକ୍ଷଣାବେକ୍ଷଣ କରିବା ସହ ବର୍ତ୍ତମାନର ପ୍ରତିଯୋଗୀତାମୂଳ ବୈଶ୍ୱିକ ବାତାବରଣରେ ଆମଦାନୀ-ରପ୍ତାନୀ କାରବାର ସହଜରେ କରିପାରିବ।

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ୧୯୬୬ ମସିହାରେ କେବଳ ଏକକ ସାମଗ୍ରୀ ତଥା ଲୁହାପଥର ରପ୍ତାନୀ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା। ବିଗତ ୫୪ ବର୍ଷ ମଧ୍ୟରେ ବନ୍ଦର ଅନେକ ଦ୍ରବ୍ୟ ଆମଦାନୀ ରପ୍ତାନୀ କରିଆସୁଛି। ସେଗୁଡିକ ମଧ୍ୟରେ ଲୁହାପଥର, କ୍ରୋମ ପଥର, ଆଲୁମିନିୟମ ଧାତୁପିଣ୍ଡ, କୋଇଲା, ସାର, କଂଚାମାଲ, ଚୂନପଥର ସମ୍ପୂର୍ଣ୍ଣ ବିକଶିତ ଇସ୍ପାତ ସାମଗ୍ରୀ କଣ୍ଟେନର ଇତ୍ୟାଦି ଅନ୍ତର୍ଭୁକ୍ତ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ରକଳ୍ପ ସହାୟକ ଭିତ୍ତିଭୂମି ସହ ଆନୁଷ୍ଠାନିକ ସାହାଯ୍ୟ ବୃହତ ଜାହାଜ ପରିଚାଳନା ପାଇଁ ଯୋଗାଇଦେବ। ଏଥିରେ  ବାର୍ଷିକ ୨୫ଲକ୍ଷ ମେଟ୍ରିକ ଟନ ପଣ୍ୟ କାରବାର କ୍ଷମତା ରହିବ। ଏହା ଦୁଇଟି ପର୍ଯ୍ୟାୟରେ ୧୨.୫୦ ଏମ୍‌ପି.ପିଏ ହିସାବରେ ରହିବ। କାମ ଆରମ୍ଭର ୩୦ବର୍ଷ ମଧ୍ୟରେ ଏହି କନ୍‌ସେସନ ପିରିୟଡ ରହିବ।

ଏହା କୋଇଲା ଓ ଚୂନା ପଥର ଆମଦାନୀର ଆବଶ୍ୟକତା ପୂରଣ କରିବା ସହ ତରଳ ଧାତବୀୟ ଖଣ୍ଡ ଓ ବିକଶିତ ଇସ୍ପାତ ସାମଗ୍ରୀ ପାରାଦୀପ ବନ୍ଦର ଆଖାପାଖରେ ଇସ୍ପାତ କାରଖାନା ସ୍ଥାପିତ ହେଲେ ରପ୍ତାନୀ ଦୃଷ୍ଟିରୁ ସହାୟକ ହେବ।

ପାରାଦୀପ ବନ୍ଦର ବିକାଶ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.