Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଠାରୁ ଲାଗୁ ହେବ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଓ ପିଏମ୍‌ଏସ୍‌ବିୱାଇର ସଂଶୋଧିତ ପ୍ରିମିୟମ ହାର 
ଆଜିର ଖବର

ଆଜି ଠାରୁ ଲାଗୁ ହେବ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଓ ପିଏମ୍‌ଏସ୍‌ବିୱାଇର ସଂଶୋଧିତ ପ୍ରିମିୟମ ହାର 

June 1, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ) ପ୍ରିମିୟମ ହାରକୁ ପ୍ରଥମ ଥର ପାଇଁ ସଂଶୋଧିତ କରିଛନ୍ତି। ଏହି ସଂଶୋଧିତ ବର୍ଦ୍ଧିତ ପ୍ରିମିୟମ ହାର ଆଜି ଅର୍ଥାତ୍ ଜୁନ ପହିଲା ୨୦୨୨ରୁ ଲାଗୁ ହେବ। ଏହି ଦୁଇ ଯୋଜନାରେ ହିତାଧିକାରୀଙ୍କୁ କ୍ଲେମ ବା କ୍ଷତିପୂରଣ ଦେବା କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେବାରୁ ସରକାର ଏହାର ସଂଶୋଧନ କରିଛନ୍ତି। ୨୦୧୫ରୁ ଏହି ଦୁଇ ଯୋଜନା କାର୍ଯ୍ୟକାରୀ ହେବାପରେ ଗତ ସାତବର୍ଷ ମଧ୍ୟରେ ପ୍ରିମିୟମ ହାରରେ ଏହା  ପ୍ରଥମ ସଂଶୋଧନ। ଏହି ଦୁଇ ଯୋଜନାକୁ ଅଧିକ ବ୍ୟବହାର ଉପଯୋଗୀ ଓ ସମର୍ଥ କରିବାକୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ଦୃଷ୍ଟିରୁ ଏହି ଦୁଇ ଯୋଜନାକୁ ଅଧିକ ସମର୍ଥ ଓ ବ୍ୟବହାର ଉପଯୋଗୀ କରିବାକୁ ଏହା କରାଯାଇଛି।

ନୂଆ ନିଷ୍ପତି ଅନୁସାରେ ଏଣିକି ଉଭୟ ଯୋଜନାର ପ୍ରିମିୟମ ଅର୍ଥକୁ ଦୈନିକ ୧.୨୫ଟଙ୍କା କରାଯାଇଛି। ଏହାଫଳରେ ପିଏମ୍ ଜେଜେବିୱାଇର ବାର୍ଷିକ ପ୍ରିମିୟମ ଦେୟ ୩୩୦ଟଙ୍କାରୁ ୪୩୬ଟଙ୍କା ହୋଇଛି। ସେହିଭଳି ପିଏମ୍‌ଏସ୍‌ବିୱାଇ ଯୋଜନାରେ ବାର୍ଷିକ ପ୍ରିମିୟମ ଅର୍ଥ ପରିମାଣକୁ ୧୨ଟଙ୍କାରୁ ୨୦ଟଙ୍କା କରାଯାଇଛି।

୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ପିଏମ୍‌ଜେଜେବିୱାଇରେ ସକ୍ରିୟ ବୀମାକାରୀଙ୍କ ସଂଖ୍ୟା ୬. ୪ କୋଟି ଥିବାବେଳେ ପିଏମ୍‌ଏସ୍‌ବିୱାଇରେ ଏହା ଥିଲା ୨୨କୋଟି। ପିଏମ୍‌ଏସ୍‌ବିୱାଇ ଯୋଜନା ପ୍ରବର୍ତ୍ତନ ହେବା ପରଠାରୁ ବୀମାକାରୀଙ୍କଠାରୁ ପ୍ରିମିୟମ ବାବଦରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧୧୩୪କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ସେହି ସମୟ ମଧ୍ୟରେ କ୍ଲେମ ବାବଦରେ ବୀମାକାରୀଙ୍କୁ କ୍ଷତିପୂରଣ ବାବଦରେ ୨୫୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ପିଏମ୍ ଜୀବନଜ୍ୟୋତି ବୀମା ଯୋଜନାରେ ବୀମାକାରୀଙ୍କଠାରୁ ପ୍ରିମିୟମ ବାବଦରେ ୯୭୩୭ କୋଟିଟଙ୍କା ସଂଗ୍ରହ ହୋଇଥିବାବେଳେ କ୍ଲେମ ବାବଦରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧୪, ୧୪୪ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି। ସମ୍ପୃକ୍ତ ବୀମା ହିତାଧିକାରୀଙ୍କୁ ସେମାନଙ୍କ କ୍ଷତିପୂରଣ ବାବଦ ଦେୟ ବା କ୍ଲେମ ଡିବିଟି  ବ୍ୟବସ୍ଥାରେ ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଉଛି।

କରୋନା ମହାମାରୀ କାଳରେ ଏହି ଦୁଇ ଯୋଜନାରେ ବୀମାକାରୀଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ବ୍ୟବସ୍ଥାକୁ ଅତ୍ୟନ୍ତ ନିବିଡ ଭାବେ ନିରୀକ୍ଷଣ କରାଯାଇଥିଲା। ତଦନୁସାରେ କ୍ଲେମ ବାବଦ ଅର୍ଥ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସରଳ କରି ହିତାଧିକାରୀଙ୍କୁ ତୁରନ୍ତ ତାହା ଯୋଗାଇ ଦେବାର ବ୍ୟବସ୍ଥା ସରକାର କରିଥିଲେ। କରୋନାରେ ପ୍ରାଣ ହରାଇଥିବା ବୀମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ସମ୍ପୃକ୍ତ ବ୍ୟାଙ୍କଗୁଡିକ ପକ୍ଷରୁ ବାର୍ତ୍ତାମାନ ପଠାଯାଇ ମୃତକଙ୍କ ନମିନି ବା ମନୋନୀତ ବ୍ୟକ୍ତି ଅଥବା ଉତ୍ତରାଧିକାରୀ ବୀମା ବାବଦ ଅର୍ଥ ସହଜରେ  କିପରି ପାଇବେ ତାହାର ସୂଚନା ଦିଆଯାଉଥିଲା। ଫଳରେ କ୍ଲେମ ବ୍ୟବସ୍ଥା ଅତ୍ୟନ୍ତ ସରଳ ହେବାରୁ କ୍ଷତିପୂରଣ ପାଇବାରେ କୌଣସି ଅସୁବିଧା ରହି ନଥିଲା।

ଏଠାରେ ସୂଚନଯୋଗ୍ୟ ଯେ ୨୦୧୫ରେ ଏହି ଦୁଇ ବୀମା ଯୋଜନା ଆରମ୍ଭ ହେବା ସମୟରେ ବୀମାକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷ।। ଯୋଜନାରେ ପ୍ରିମିୟମ ରାଶି ବାର୍ଷିକ ୧୨ଟଙ୍କା ଓ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ବାର୍ଷିକ ୩୩୦ଟଙ୍କା ଧାର୍ଯ୍ୟ ହୋଇଥିଲା। କ୍ଲେମ ଅଭିଜ୍ଞତା ଆଧାରରେ ଏହି ପ୍ରିମିୟମ ରାଶି ଆନୁପାତିକ ହାରରେ ଧାର୍ଯ୍ୟ କରାଯାଇଥିଲା।  ବିଗତ ସାତବର୍ଷ ମଧ୍ୟରେ ଏହି ହାର ବା ପ୍ରିମିୟମ ରାଶିରେ କୌଣସି ସଂଶୋଧନ ବୃଦ୍ଧି କରାଯାଇ ନ ଥିଲା। ବୀମା ବାବଦରେ ସମ୍ପୃକ୍ତ କର୍ତ୍ତୃପକ୍ଷ/କମ୍ପାନୀ କ୍ଷତି ସହୁଥିଲେ ମଧ୍ୟ ସରକାର ଏଥିରେ କୌଣସି ପରିବର୍ତ୍ତନ କରି ନ ଥିଲେ।

କ୍ଳେମ ବାବଦ ପ୍ରଦାନ କରାଯାଉଥିବା କ୍ଷତିପୂଣର ଅର୍ଥ ଓ ଅନ୍ୟାନ୍ୟ ଅନୁଭୂତିକୁ ପରୀକ୍ଷା ନିରୀକ୍ଷା କରିବା ପରେ ଏହାକୁ ବଢାଇବା ପାଇଁ ଆଇଆରଡିଏଆଇ ନିଷ୍ପତ୍ତିଗ୍ରହଣ କରି ସରକାରଙ୍କୁ ସୁପାରିସ କରିଥିଲା। ସରକାର ତାହାକୁ ଗ୍ରହଣ କରିଛନ୍ତି। ଏ ନେଇ ଯେଉଁ ସମୀକ୍ଷା କରାଯାଇଥିଲା ସେଥିରୁ ଜଣାପଡିଲା ଯେ ଉଭୟ ବୀମା ବାବଦରେ ସଂଗୃହୀତ ହୋଇଥିବା ପ୍ରିମିୟମ ଓ କ୍ଲେମ ବାବଦ ଦିଆଯାଇଥିବା ଅର୍ଥରାଶି ତଥା ଅନ୍ୟାନ୍ୟ ଖର୍ଚ୍ଚ (୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା) ରେ ତାରତମ୍ୟ ଅଧିକ ଥିଲା। ପିଏମ୍‌ଜେଜେବିୱାଇରେ ଏହା ୧୬୩.୯୮% ଥିବାବେଳେ ପିଏମ୍‌ଏସ୍‌ବିୱାଇରେ ଥିଲା ୨୫୪.୭୧% ।

କ୍ଲେମ ବାବଦ ଦେୟ ପରିମାଣ ଅତି ଅଧିକ ରହୁଥିବାରୁ ଏହି ଦୁଇ ଯୋଜନାକୁ ଆର୍ଥିକ ଦୃଷ୍ଟିରୁ ସମର୍ଥ ଏବଂ ବ୍ୟବହାର୍ଯ୍ୟ କରିବାକୁ ପ୍ରିମିୟମ ଦେୟ ରାଶିକୁ ବଢାଇବାକୁ ପଡିଛି। ଏହା ଦ୍ୱାରା ଅନ୍ୟାନ୍ୟ ବୀମାକାରୀ ସଂସ୍ଥାମାନେ ଏ କ୍ଷେତ୍ରରେ ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କରିବେ। ଅଧିକ ସଂଖ୍ୟକ ବୀମା କମ୍ପାନୀଙ୍କ ଅଂଶଗ୍ରହଣ ଫଳରେ ଯୋଜନା ଦ୍ୱୟର କାର୍ଯ୍ୟକାରିତା ଅଧିକ ବ୍ୟାପକ ହେବ ଏବଂ ଏଥିରେ ଯେତେ ସଂଖ୍ୟକ ଲୋକଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ହୋଇପାରିବ। ବିଶେଷକରି ବୀମା ସୁବିଧା ପାଉ ନ ଥିବା ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଦେଶର ଜନତା ଏହାର ଲାଭ ଅଧିକ ଉଠାଇପାରିବେ।

ଭାରତକୁ ଏକ ସଂପୂର୍ଣ୍ଣ ବୀମାକୃତ ଦେଶ ବା ସମାଜରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବୃହତ୍ତର ଲକ୍ଷ୍ୟ ରଖିଛନ୍ତି  ଏହି ପଦକ୍ଷେପ ତାହାକୁ ପୂରଣ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପିଏମ୍‌ଜେଜେବିୱାଇ ଯୋଜନାରେ ବୀମାକୃତ ଲୋକଙ୍କ ସଂଖ୍ୟା ୬.୪କୋଟିରୁ  ୧୫କୋଟି ଏବଂ ପିଏମ୍‌ବିୱାଇରେ ୨୨କୋଟିରୁ ୩୭କୋଟି କରିବାକୁ  ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ପୂରଣ ହେଲେ ଦେଶର ବୀମା ଯୋଗ୍ୟ ପ୍ରାୟ ସବୁ ନାଗରିକ ଏହି ଦୁଇ ସାମାଜିକ ନିରାପତ୍ତା ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Latest News

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025

ଅଭ୍ୟାସ ସମୟରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଖେଳାଳି: ଜାଣନ୍ତୁ କ’ଣ ହେଲା?

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.