![](https://thesamikhsya.com/odia/wp-content/uploads/2021/10/gas-cilynders-indane.jpg)
ନୂଆଦିଲ୍ଲୀ: ଆଜି ଜୁନ୍ ୧ ତାରିଖରେ LPG ସିଲିଣ୍ଡରର ନୂତନ ହାର ରିଲିଜ୍ ହୋଇଛି ଏବଂ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ବହୁତ ହ୍ରାସ ଘଟିଛି। ଏହି ସିଲିଣ୍ଡର ଆଜିଠାରୁ ୧୩୫ ଟଙ୍କା ଶସ୍ତା ହୋଇଛି। ସରକାରୀ ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ବ୍ୟବସାୟିକ ସିଲିଣ୍ଡରର ହାରକୁ ୧୩୫ ଟଙ୍କା ହ୍ରାସ କରିଛି, ଏହା ପରେ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ପିଛା ୨୨୧୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ।
ଘରୋଇ ଗ୍ରାହକ ଯଥା ୧୪.୨ କେଜି ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କୁ ଆଜି ଏହି ସିଲିଣ୍ଡର ଉପରେ କୌଣସି ଆଶ୍ଵସ୍ତି ମିଳିନାହିଁ। ଏହାର ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହା ମେ ୧୯ ତାରିଖ ଠାରୁ ସମାନ ଦରରେ ରହିଛି।