Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଟାଲିର ଖେଳନା କମ୍ପାନି ପ୍ଲାଷ୍ଟିକ ଲେଗ୍ନୋ ସହ ଯୌଥ ଉଦ୍ୟୋଗ କଲା ରିଲାଏନ୍ସ
ଆଜିର ଖବର

ଇଟାଲିର ଖେଳନା କମ୍ପାନି ପ୍ଲାଷ୍ଟିକ ଲେଗ୍ନୋ ସହ ଯୌଥ ଉଦ୍ୟୋଗ କଲା ରିଲାଏନ୍ସ

June 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ଼(ଆର୍‌ବିଏଲ୍‌) ଏବଂ ଇଟାଲିର ପ୍ଲାଷ୍ଟିକ ଲେଗ୍ନୋ ଏସ୍‌ପିଏ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଘୋଷଣା କରାଯାଇଛି। ଏଥିପାଇଁ ଉଭୟ କମ୍ପାନି ମଧ୍ୟରେ ଚୁକ୍ତି ସ୍ଵାକ୍ଷର ହୋଇଛି। ଚୁକ୍ତି ଅନୁସାରେ ପ୍ଲାଷ୍ଟିକ ଲେଗ୍ନୋ ଏସ୍‌ପିଏର ଭାରତୀୟ ଖେଳନା ନିର୍ମାଣବ୍ୟବସାୟରେ ଆର୍‌ବିଏଲ୍ ୪୦% ଅଂଶଧନ ଅଧିଗ୍ରହଣ କରିବ। ରିଲାଏନ୍ସ ବ୍ରାଣ୍ଡ୍‌ସର ଏହି ନିଵେଶ କମ୍ପାନିର ଖେଳନା ବ୍ୟବସାୟକୁ ଆହୁରି ମଜଭୂତକରିବ।

ସୂଚନାଯୋଗ୍ୟ, ଆର୍‌ବିଏଲ୍‌ ହେଉଛି ରିଲାଏନ୍ସ ରିଟେଲ ଭେଞ୍ଚର୍ସର ପୂର୍ଣ୍ଣ ଅଧିକୃତ କମ୍ପାନି। ଆର୍‌ବିଏଲ୍‌ର ଖେଳନା ଉଦ୍ୟୋଗରେ ଦୃଢ ଉପସ୍ଥିତି ରହିଛି। ଏହାର ପୋର୍ଟଫୋଲିଓରେ ହାମଲେଜ୍‌ (ବ୍ରିଟିଶ ଖେଳନା ରିଟେଲର) ଏବଂ ଘରୋଇ ଖେଳନାବ୍ରାଣ୍ଡ ରୋୱନ ସାମିଲ ଅଛି। ୧୫ଟି ଦେଶରେ ହାମଲେଜ୍‌ ର ୨୧୩ଟି ଷ୍ଟୋର ରହିଛି। ଭାରତରେ ଏହା ଖେଳନା ଷ୍ଟୋରର ସବୁଠାରୁ ବଡ଼ ଚେନ ଭାବେ ପରିଚିତ।

ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌ର ମୁଖପାତ୍ର କହିଛନ୍ତି, ଏହି ସହଯୋଗିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ଅନୁରୂପ ବିଶ୍ୱସ୍ତରୀୟ ଖେଳନା ନିର୍ମାଣ କ୍ଷେତ୍ରରେ ପ୍ଲାଷ୍ଟିକ ଲେଗ୍ନୋର ବ୍ୟାପକ ଅଭିଜ୍ଞତା ସହ ବିଶ୍ୱସ୍ତରୀୟ ଖେଳନାର ଖୁଚୁରା ଉଦ୍ୟୋଗରେ ଆମର ମଜଭୁତ ଉପସ୍ଥିତି ବଳରେ ଭାରତରେ ନିର୍ମିତଖେଳନା ପାଇଁ ନୂଆ ପଥ ଏବଂ ଅଦ୍ଵିତୀୟ ସୁଯୋଗ ସୃଷ୍ଟି ହେବ। ଏହା କେବଳ ଘରୋଇ ଚାହିଦା ପୂରଣ କରିବ ନାହିଁ ବରଂ ବିଶ୍ୱ ବଜାର ପାଇଁ ଦେଶରେ ଏକ ମଜଭୁତ ଖେଳନା ନିର୍ମାଣ ଇକୋସିଷ୍ଟମ  ପ୍ରସ୍ତୁତ ହେବ। ପ୍ଲାଷ୍ଟିକ ଲେଗ୍ନୋ ଏସପିଏର ମାଲିକାନା ସୁନିନୋ ଗ୍ରୁପ ନିକଟରେ ରହିଛି, ଯାହାପାଖରେ ଇଉରୋପରେ ଖେଳନା ନିର୍ମାଣର ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ଅଭିବୃଦ୍ଧିଶୀଳ ଭାରତୀୟ ଖେଳନା ବଜାରରେ ଉପସ୍ଥିତି ବଢ଼ାଇବା ଏବଂ ଭାରତୀୟ ଖେଳନା ବଜାରକୁ ବିଶ୍ୱ ହବ ଭାବେ ଗଢିତୋଳିବା ଉଦ୍ଦେଶ୍ୟରେ ଗ୍ରୁପ ପକ୍ଷରୁ ଭାରତରେ ବ୍ୟବସାୟ ଆରମ୍ଭ କରାଯାଇଥିଲା।

ସୁନିନୋ ଗ୍ରୁପର ସହ-ସତ୍ୱାଧିକାରୀ ପାଓଲୋ ସୁନିନୋ କୁହନ୍ତି, ଆମେ ଏହି ଯୌଥ ଉଦ୍ୟୋଗରେ ଆର୍‌ବିଏଲ୍‌କୁ ଭାଗୀଦାର ଭାବେ ପାଇ ଅତ୍ୟନ୍ତ ଗୌରାବାନ୍ୱିତ। ଆମର ବିଶ୍ୱାସ, ଖେଳନା ଉତ୍ପାଦନରେ ପ୍ଲାଷ୍ଟିକ ଲେଗ୍ନୋର ଅଭିଜ୍ଞତା ଏବଂ ହାମଲେଜ୍‌ର ବ୍ୟବସାୟିକ ପହଞ୍ଚ ଏହି ଯୌଥଉଦ୍ୟୋଗ କମ୍ପାନିକୁ ନୂଆ ଉଚ୍ଚତାକୁ ନେଇଯିବ ଏବଂ ବିପୁଳ ସଫଳତା ଲାଗିଏହାକୁ ସକ୍ଷମ କରିବ। ଭାରତ ପାଇଁ ଆମ ନିକଟରେ ମହତ୍ୱପୂର୍ଣ୍ଣ ବିକାଶଯୋଜନା ରହିଛି। ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସାମ୍ନା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ କିନ୍ତୁ ଯେତେବେଳେ ଆରଵିଏଲ ଭଳି ଗ୍ରୁପ ଆମ ସାଙ୍ଗରେ ଅଛି ତେଵେ ବିଶ୍ୱାସ ଅଛି ଯେ, ଆମେ ମିଳିତ ହୋଇ କିଛି ବଡ଼ କରିପାରିବୁ।

ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026

ସ୍ଥିର ହେଲା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ ତମ କିସ୍ତି?: ଜାଣନ୍ତୁ…

March 11, 2026

ବିଜେଡ଼ି ଛାଡ଼ିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା

March 11, 2026

ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ସଂପୂର୍ଣ୍ଣ ମାମଲା

March 11, 2026
Latest News

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026

ସ୍ଥିର ହେଲା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ ତମ କିସ୍ତି?: ଜାଣନ୍ତୁ…

March 11, 2026

ବିଜେଡ଼ି ଛାଡ଼ିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା

March 11, 2026

ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ସଂପୂର୍ଣ୍ଣ ମାମଲା

March 11, 2026

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.