Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ଲକ୍ଷ୍ୟ ଧାର୍ଯ୍ୟ ସମୟର ୫ମାସ ପୂର୍ବରୁ ପୂରଣ କଲା ଭାରତ
ଆଜିର ଖବର

ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ଲକ୍ଷ୍ୟ ଧାର୍ଯ୍ୟ ସମୟର ୫ମାସ ପୂର୍ବରୁ ପୂରଣ କଲା ଭାରତ

June 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ଉର୍ଜା ନିରାପତ୍ତା ହାସଲ, ଇନ୍ଧନର ଆମଦାନୀ ହ୍ରାସ କରିବା, ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବା, ପରିବେଶ ସୁରକ୍ଷା ଏବଂ ସର୍ବୋପରି ଘରୋଇ କୃଷିକ୍ଷେତ୍ରକୁ ଲାଭବାନ କରିବାକୁ ସରକାର ଏହି ବ୍ଲେଡିଙ୍ଗ ବା ମିଶ୍ରଣ ନୀତିକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି।

ସେଥିପାଇଁ ଏକ ‘ଜାତୀୟ ଜୈବ ଇନ୍ଧନ ନୀତି’ ୨୦୧୮ରେ ପ୍ରସ୍ତୁତ କରାଯାଇ ଏ ଦିଗରେ କାର୍ଯ୍ୟ ଚାଲିଛି। ଏହି ନୀତି ଅନୁସାରେ ୨୦୩୦ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦ଶତାଂଶ ଇଥାନଲ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି। ତେବେ ଊର୍ଜା ନିରାପତ୍ତା କ୍ଷେତ୍ରରେ କେନ୍ଦ୍ର ସରକାର ୨୦୧୪ରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରୁ ଏହାର ଉତ୍ସାହଜନକ ଫଳାଫଳ ମିଳୁଛି। ସରକାରଙ୍କ ବିଭିନ୍ନ କାମ ଓ ହସ୍ତକ୍ଷେପ ଏ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଛି। ତାହାକୁ ଦୃଷ୍ଟିରେ ରଖି ସରକାର ଏହି ୨୦% ବ୍ଲେଡିଂ ଲକ୍ଷ୍ୟକୁ ୨୦୩୦ ରୁ ୨୦୨୫-୨୬କୁ ହ୍ରାସ କରିଛନ୍ତି।

୨୦୨୧ଜୁନ ମାସରେ ପ୍ରଧାନମନ୍ତ୍ରୀ ମଧ୍ୟ “୨୦୨୦-୨୫” ପାଇଁ ଉଦ୍ଦିଷ୍ଟ ଇଥାନଲ ମିଶ୍ରଣ ସଂକ୍ରାନ୍ତ ଏକ ଯୋଜନା ଖସଡାକୁ ଉନ୍ମୋଚନ କରିଥିଲେ। ଏଥିରେ ୨୦% ଇଥାନଲ ବ୍ଲେଡିଂ ସମ୍ପର୍କରେ ସବିଶେଷ ନିର୍ଦ୍ଦେଶାବଳୀ ଓ ମାର୍ଗ ରହିଛି। ଏହି ଯୋଜନା ଖସଡାରେ ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ୨୦୨୨ନଭେମ୍ବର ସୁଦ୍ଧା ହାସଲ କରିବାକୁ ଏକ ମଧ୍ୟବର୍ତ୍ତୀକାଳୀନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ତେବେ ସେ ଯା’ ହେଉ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକରେ ସମନ୍ୱିତ ଉଦ୍ୟମ ଯୋଗୁଁ ଏହି ୧୦% ବ୍ଲେଡିଂ ଲକ୍ଷ୍ୟ ଧାର୍ଯ୍ୟ ସମୟରୁ ଯଥେଷ୍ଟ ଆଗରୁ ପୂରଣ ହୋଇଛି। ବର୍ତ୍ତମାନ ସୁଦ୍ଧା  ଦେଶର ସବୁ ତୈଳ ବିପଣନକାରୀ କମ୍ପାନୀ ପେଟ୍ରୋଲରେ ହାରାହାରୀ ୧୦ଶତାଂଶ ଇଥାନଲ ମିଶ୍ରଣ କରିବାକୁ ସକ୍ଷମ ହୋଇଛନ୍ତି  ଏବଂ  କରୁଛନ୍ତି  ମଧ୍ୟ।

ବିଗତ ଆଠବର୍ଷର ପ୍ରୟାସଲବ୍ଧ ଏହି ସଫଳତା ଦ୍ୱାରା ଭାରତର ଊର୍ଜା ନିରାପତ୍ତା କେବଳ ବଢିନାହିଁ, ଏହାଫଳରେ ଦେଶ, ୪୧, ୫୦୦କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବାରେ ସଫଳ ହୋଇଛି। ତୈଳ ଆମଦାନୀ ହ୍ରାସ ପାଇବା ସହିତ ଏହି ସମୟରେ ଗ୍ରୀନ ହାଉସ ଗ୍ୟାସର ନିର୍ଗମନ ୨୭ଲକ୍ଷ ମେଟ୍ରିକ ଟନ୍ ହ୍ରାସ ପାଇଛି। ସେହିଭଳି ଆଖୁଚାଷୀମାନଙ୍କୁ ୪୦, ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ପ୍ରକାର ପ୍ରୟାସ ଫଳରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଠିକ୍ ବାଟରେ ଚାଲିଛି। ଏହାଫଳରେ ଧାର୍ଯ୍ୟ ସମୟ ୨୦୨୫-୨୬ ସୁଦ୍ଧା ଭାରତ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ଅଚିରେ ପୂରଣ କରିପାରିବ।

ସୂଚନାଯୋଗ୍ୟ ଯେ, ଆଖୁରସରୁ ପ୍ରସ୍ତୁତ ସୂରାସାର ବା ଇଥାନଲ ଉତ୍ପାଦନକୁ ସରକାର ଏବେ ଉତ୍ସାହିତ କରୁଛନ୍ତି। ତେଣୁ ଚିନିକଳ ମାଲିକମାନେ ଚାଷୀଙ୍କ ଠାରୁ ଆଖୁ କିଣି ଇଥାନଲ ଉତ୍ପାଦନ କାମରେ ଅନବରତ ଲାଗିଛନ୍ତି।

****

 

ଇଥାନଲ ମିଶ୍ରଣ ପେଟ୍ରୋଲ ଭାରତ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.