Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାର ପ୍ରଥମ ବିଳାସପୁର୍ଣ ହାଉସ ବୋଟ ‘ଗରୁଡ଼’ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ
ବିଶେଷ ଖବର

ଓଡ଼ିଶାର ପ୍ରଥମ ବିଳାସପୁର୍ଣ ହାଉସ ବୋଟ ‘ଗରୁଡ଼’ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

June 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା କାଲିଠାରୁ ଚିଲିକାରେ କାର୍ଯ୍ୟକ୍ଷମ ହେବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୁର୍ଣ୍ଣ ହାଉସ୍‌ବୋଟ୍‌ ‘ଗରୁଡ଼’। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯.୩୦ ମିନିଟ ସମୟରେ ଭରଚୁଆଲି ଉଦଘାଟନ କରିବେ ବୋଲି ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ‘ବିକାଶ ଇକୋ ରିସୋର୍ଟସ’ ର ପରିଚାଳନା ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣା ଦଶରୀ ଏବଂ ନିର୍ଦ୍ଦେଶକ ଗୌତମ ଅଗ୍ରୱାଲଙ୍କ ପକ୍ଷରୁ ସୂଚନା ମିଳିଛି।

ଡବଲ୍‌ ଇଞ୍ଜିନ୍‌ ବିଶିଷ୍ଟ ‘ଗରୁଡ଼’ ବୋଟ‌ର ଲମ୍ବା ୧୦୫ଫୁଟ ଏବଂ ଓସାର ୨୨ଫୁଟ ଥିବା ବେଳେ ଚିଲିକାର ଜଳବାୟୁ ଅନୁଯାୟୀ ଏହାକୁ ନିର୍ମାଣ କରାଯାଇଛି। ବୋଟ‌ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର‌ ଓ ଲାଉଞ୍ଜ ଅଛି, ଯେଉଁଠାରେ ଏକକାଳୀନ ଭାବେ ସର୍ବାଧିକ ୩୦ ଜଣ ବ୍ୟକ୍ତି ଏକାଠି ହୋଇପାରିବେ।

ସେହିପରି ଭାବେ ବୋଟକୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ ଅନୁଯାୟୀ ବୁକ କରିପାରିବେ। ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ଜଳଖିଆ ଏବଂ ରାତ୍ରଭୋଜନ ବ୍ୟବସ୍ଥା ଉକ୍ତ ପ୍ୟାକେଜରେ ଅନ୍ତର୍ଭୁକ୍ତ ଅଟେ।

ବିଶେଷ ଆକର୍ଷଣ ଭାବେ ଚିଲିକା ପ୍ରସିଦ୍ଧ ଚିଙ୍ଗୁଡ଼ି, କଙ୍କଡା ଏବଂ ଖଈଙ୍ଗା ମାଛ ମଧ୍ୟ ଖାଦ୍ୟରେ ରହିବ। ବୋଟର ପ୍ରାଇଭେଟ ଲାଉଞ୍ଜରେ ଚାରି ଗୋଟି ପ୍ରିମିୟମ ରୁମ ରହିଛି ଏବଂ ଦୁଇ ଗୋଟି ସୁଟ ରୁମ ଅଛି ଯେଉଁଥିରେ ପର୍ଯ୍ୟଟକ ମାନେ ଚିଲକାକୁ ୧୮୦ ଡିଗ୍ରୀରୁ ଉପଭୋଗ କରିପାରିବେ ଏବଂ ବସିବା ଲାଗି କିଙ୍ଗ ସାଇଜ ବେଡ଼ ଓ ସୋଫାର ବ୍ୟବସ୍ଥା ଅଛି।

ବେଳାଭୂମିରେ ସନ‌ବାଥ‌, ମସାଜ ‌, କ୍ରୀଡ଼ା, ଗୀତ ନାଚ, ଡ଼ଲଫିନ ଓ ବିଦେଶୀ ପକ୍ଷୀ ଦେଖିବା, ଚିଲିକାରେ ବିଶେଷ ସମୟ କଟାଇବାର ଆଦି ମଜା ନେଇପାରିବେ ପର୍ଯ୍ୟଟକ ମାନେ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟରେ ଜୀବନ ରକ୍ଷାକାରି ଉପକରଣ ରହିବା ସମେତ ଜରୁରୀକାଳିନ ପରିସ୍ଥିତିରେ ସେମାନଙ୍କୁ ବୋଟରୁ ସ୍ଥାନାନ୍ତର ନିମନ୍ତେ ଏକ ବ୍ୟାକ‌ଅପ‌ ବୋଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ‌ସୁରକ୍ଷା ସେନସର ଏବଂ ଅଗ୍ନି ନିରାପତ୍ତା ଉପକରଣ ବ୍ୟବସ୍ଥା ମଧ୍ୟ ରହିଛି ଏହି ବୋଟରେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଟ ଚାଲିବା ସମୟରେ ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିଲାଗି ବିଏସଭିଆଇ ଇଂଜିନ ବୋଟରେ ଲଗାଯାଇଛି।

ତେବେ ପର୍ଯ୍ୟଟକଙ୍କୁ ‘ ଗରୁଡ଼’ ବୋଟର ମଜା ନେବା ପାଇଁ ଗଣିବାକୁ ପଡିବ ୨୦-୨୫ ହଜାର ଟଙ୍କା, ଯାହାକି ୨୪ ଘଣ୍ଟା ପ୍ୟାକେଜ ପାଇଁ ଉପଲବ୍ଧ। ଏଥି ନିମନ୍ତେ ସେମାନଙ୍କୁ www.vikashecoresorts.com ୱେବସାଇଟ ରୁ ଅନଲାଇନ ବୁକିଂ କରିବାକୁ ପଡ଼ିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ତେବେ ଅନଲାଇନ ବୁକିଂ ବ୍ୟବସ୍ଥା ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି। ସୂଚନା ଥାଉ କି ‘ ବିକାଶ ଇକୋ ରିସୋର୍ଟସ’ ଖୁବ କମ ଦିନ ମଧ୍ୟରେ ଓଡ଼ିଶାରେ ଏହାର ବ୍ୟବସାୟକୁ ଶୀର୍ଷରେ ପହଞ୍ଚାଇ ଲୋକପ୍ରିୟ ହୋଇପାରିଛି।

ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଓଡିଶା ଗରୁଡ଼ ବିଳାସପୁର୍ଣ ହାଉସ ବୋଟ
Share. Facebook Twitter LinkedIn Email WhatsApp Copy Link

Related Posts

ନିରନ୍ତର ହ୍ରାସ ପାଉଛି ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

July 28, 2025

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

July 28, 2025

ବାଲେଶ୍ବରରେ ବନ୍ୟା: ତଳିଆ ଅଞ୍ଚଳ ଉପରେ ସତର୍କ, ସୁବର୍ଣ୍ଣରେଖା, ଜଳକା ନଦୀ ବିପଦ ସଙ୍କେତ ଉପରେ

July 27, 2025

କେଉଁଝର ଜିଲ୍ଲାର ଏକ ସଂକୀର୍ତ୍ତନ ମଣ୍ଡଳୀକୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

July 27, 2025
Latest News

HAM ନେତାଙ୍କ ହତ୍ୟାକାଣ୍ଡ ମାମଲା: ୟୁପି ରେ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ଏସଟିଏଫ

July 28, 2025

ନିରନ୍ତର ହ୍ରାସ ପାଉଛି ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

July 28, 2025

ମଞ୍ଚେଷ୍ଟର ଟେଷ୍ଟ ଡ୍ର ପରେ ବିସିସିଆଇର ବଡ଼ ପଦକ୍ଷେପ, ଦଳରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି, ନୂଆ ଖେଳାଳିକୁ ସୁଯୋଗ

July 28, 2025

ଅଗଷ୍ଟ ୨୮ ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ବଲାଙ୍ଗିର ଜିଲ୍ଲାରେ ଧାର୍ଯ୍ୟ ହେଲା ଲଗ୍ନ

July 28, 2025

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

July 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.