Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌
ଆଜିର ଖବର

ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

July 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍ (ଆର୍‌ବିଏଲ୍‌) ଲୋକପ୍ରିୟ ଖାଦ୍ୟ ଶୃଙ୍ଖଳା ବ୍ରାଣ୍ଡ୍ “ପ୍ରେଟ୍ ଏ ମେଞ୍ଜେଏର’ ସହିତ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରିଥିବା ବିଷୟରେ ଘୋଷଣା କରିଛି। “ପ୍ରେଟ୍ ଏ ମେଞ୍ଜେଏର’କୁ ଭାରତୀୟ ବଜାରରେ ଦୃଢ଼ କରିବା ଲାଗି ଉଭୟ କଂପାନି ମିଳିତ ଭାବେ କାର୍ଯ୍ୟ କରିବେ। ନିଜର ସତେଜ ଖାଦ୍ୟ ଓ ଜୈବିକ କଫି ପାଇଁ “ପ୍ରେଟ୍ ଏ ମେଞ୍ଜେଏର’ ସାରା ବିଶ୍ୱରେ ବେଶ ଲୋକପ୍ରିୟ। ଏହି ଫ୍ରାଂଚାଇଜି ସହଯୋଗିତା ସହିତ ରିଲାଏନ୍ସ ବ୍ରାଣ୍ଡ୍‌ସ ଏବେ ସାରା ଦେଶର ପ୍ରମୁଖ ସହରରେ ଏହି ଖାଦ୍ୟ ଶୃଙ୍ଖଳା ଖୋଲିବ।

“ପ୍ରେଟ୍ ଏ ମେଞ୍ଜେଏର’ର ପ୍ରମୁଖ ଫୁଡ୍ ସପ୍ ୧୯୮୬ରେ ଲଣ୍ଡନରେ ଖୋଲାଯାଇଥିଲା। ସେଠାରେ ହାତ ତିଆରି ସତେଜ ରେଟି-ଟୁ-ଇଟ୍ ଖାଦ୍ୟ ଗ୍ରାହକମାନଙ୍କୁ ପରଷା ଯାଉଥିଲା। କଂପାନିର ଏବେ ବ୍ରିଟେନ୍‌, ଆମେରିକା ଓ ଏସିଆର ୯ଟି ଦେଶରେ ୫୫୦ ଫୁଡ୍ ସପ୍ ରହିଛି। ଅନ୍ୟ ପକ୍ଷରେ ରିଲାଏନ୍ସ ବ୍ରାଣ୍ଡ୍‌ସକୁ ଭାରତର ସବୁଠୁ ବଡ଼ ବିଳାସପୂର୍ଣ୍ଣ ଓ ପ୍ରିମିୟମ୍ ରିଟେଲର ଭାବେ ବିବେଚନା କରାଯାଉଛି। ବିଗତ ୧୪ ବର୍ଷରେ କଂପାନି ସାରା ଦୁନିଆର ବ୍ରାଣ୍ଡ୍‌କୁ ବିକଶିତ କରିଛି।

ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌ର ଏମ୍‌ଡି ଦର୍ଶନ ମେହତା କହିଛନ୍ତି ଯେ, “ପ୍ରେଟ୍ ସହିତ ଆମର ସହଯୋଗିତା ଭାରତର ଖାଦ୍ୟ ଓ ପନୀୟ ଉଦ୍ୟୋଗର ଦୃଢ଼ ବିକାଶ କ୍ଷମତା ସହ ନିହିତ ରହିଛି। ଭାରତୀୟ ଉପଭୋକ୍ତାଙ୍କ ପସନ୍ଦ ଉପରେ ଆର୍‌ବିଏଲ୍ ତୀକ୍ଷ୍‌ଣ ନଜର ରଖିଥାଏ। ଗ୍ରାହକମାନଙ୍କ ମଧ୍ୟରେ ଖାଦ୍ୟକୁ ନେଇ ସଚେତନତା ବଢ଼ିଥିବା ବେଳେ ରେଡି-ଟୁ-ଇଟ୍ ନୂଆ ଫେସନରେ ପରିଣତ ହୋଇଛି। ସାରା ଦୁନିଆର ଲୋକମାନଙ୍କ ଭଳି ଭାରତୀୟମାନେ ମଧ୍ୟ ସତେଜ ଓ ଜୈବିକ ସାମଗ୍ରୀରେ ପ୍ରସ୍ତୁତ ଭୋଜନର ଅନୁଭୂତି ହାସଲ କରିବାକୁ ଚାହୁଛନ୍ତି । ସେମାନଙ୍କ ଚାହିଦାକୁ ଭଲ ଭାବେ ପୂରଣ କରିବାକୁ ପ୍ରେଟ୍ ସକ୍ଷମ।’’

ପ୍ରେଟ୍ ଏ ମେଞ୍ଜେଏର୍‌ର ସିଇସ ପୈନୋ କ୍ରିଷ୍ଟୋଡ୍ କହିଛନ୍ତି ଯେ, “ଦୁଇ ଦଶଦ୍ଧି ପୂର୍ବେ ଆମେ ଏସିଆରେ ପ୍ରେଟ୍‌ର ପ୍ରଥମ ଆଉଟ୍‌ଲେଟ୍ ଖୋଲିଥିଲୁ ଓ ଆମର ତାଜା ଭୋଜନ ତଥା ୧୦୦% ଅର୍ଗାନିକ କଫିକୁ ପୂରା ମହାଦ୍ୱୀପର ନୂତନ ସହରରେ ପହଂଚାଇବା ଲାଗି ତାହା ଆମ ପାଇଁ ପ୍ରେରଣା ହୋଇରହିଛି। ନିଜର ବିଶେଷତା ଜରିଆରେ ଆମକୁ ଭାରତରେ ସଫଳ କରିବାରେ ଆର୍‌ବିଏଲ୍ ସହାୟକ ହେବ। ଆମେ ସେମାନଙ୍କ ସହିତ କାମ କରିବାକୁ ଅତ୍ୟନ୍ତ ଉତ୍ସୁକ ଓ ଏହା ହେଉଛି ଆମ ପାଇଁ ବର୍ତମାନ ପର୍ଯ୍ୟନ୍ତର ସବୁଠୁ ମହତ୍ୱକାଂକ୍ଷୀ ସହଯୋଗିତା।’’

Share. Facebook Twitter LinkedIn Email WhatsApp Copy Link

Related Posts

ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା ପରେ ଡବ୍ଲୁଟିସି ରାଙ୍କିଙ୍ଗରେ ଭାରତର ସ୍ଥାନ: ଦେଖନ୍ତୁ ପଏଣ୍ଟ ଟେବୁଲ୍‌

October 14, 2025

ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଆନୁକୁଲ୍ୟରେ ସିପିଆର ସଚେତନତା ସପ୍ତାହ ପାଳିତ

October 14, 2025

ସମାବେଶୀ କର୍ମକ୍ଷେତ୍ର ବିକଶିତ ଭାରତର ଆଧାର

October 14, 2025

ବଡ଼ ପରଦାରେ ନିରିହ ଶିଶୁ ନିର୍ଯ୍ୟାତନାର କାହାଣୀ ‘ପରୀ’

October 14, 2025
Latest News

ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା ପରେ ଡବ୍ଲୁଟିସି ରାଙ୍କିଙ୍ଗରେ ଭାରତର ସ୍ଥାନ: ଦେଖନ୍ତୁ ପଏଣ୍ଟ ଟେବୁଲ୍‌

October 14, 2025

ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଆନୁକୁଲ୍ୟରେ ସିପିଆର ସଚେତନତା ସପ୍ତାହ ପାଳିତ

October 14, 2025

ସମାବେଶୀ କର୍ମକ୍ଷେତ୍ର ବିକଶିତ ଭାରତର ଆଧାର

October 14, 2025

ବଡ଼ ପରଦାରେ ନିରିହ ଶିଶୁ ନିର୍ଯ୍ୟାତନାର କାହାଣୀ ‘ପରୀ’

October 14, 2025

“ଆଫଗାନ ପିଲାଙ୍କ ହତ୍ୟା ପାଇଁ ପାକିସ୍ତାନ ଦାୟୀ,” UNGA ରେ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ

October 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.