Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିର ନାରୀଙ୍କ ପାଇଁ ଆକର୍ଷଣୀୟ କଲର ସହିତ ବେଲା କଲେକ୍‌ସନର ଶୁଭାରମ୍ଭ କରିଛି ରିଲାଏନ୍ସ ଜୁଏଲ୍ସ
ଆଜିର ଖବର

ଆଜିର ନାରୀଙ୍କ ପାଇଁ ଆକର୍ଷଣୀୟ କଲର ସହିତ ବେଲା କଲେକ୍‌ସନର ଶୁଭାରମ୍ଭ କରିଛି ରିଲାଏନ୍ସ ଜୁଏଲ୍ସ

July 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ  ନୂଆ ସ୍ୱତନ୍ତ୍ର ବେଲା କଲେକ୍‌ସନର ଶୁଭାରମ୍ଭ କରିଛି। ଏହି ସ୍ୱତନ୍ତ୍ର କଲେକ୍‌ସନ ଆଜିର ମିଲେନିଆଲ୍ ଓ ଜେନ୍ ଜେଡ୍ ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହାକି ସେମାନଙ୍କର ଜୀବନରେ ରଙ୍ଗ ଭରିଦେବ ଓ ପ୍ରତ୍ୟେକ ଦିନକୁ ଏକ ସ୍ୱତନ୍ତ୍ର ଅବସରରେ ପରିଣତ କରିବ। ଏହି ନୂତନ ରୋଜ୍ ଗୋଲ୍‌ଡ ଓ ସେମି-ପ୍ରିସିୟସ କଳର ସହିତ ଜୁଏଲାରୀକୁ ମହିଳାମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏହାର ଡିଜାଇନ୍ ଅତ୍ୟନ୍ତ ସୂକ୍ଷ୍ମ ଓ ଆଧୁନିକ ଅଟେ।

ବେଲା ହେଉଛି ଆତ୍ମବିଶ୍ୱାସ! ଏକ ସକାରାତ୍ମକ ଭାବନା! ଏହା ସହାୟତାରେ ଆପଣ ନିଜକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିପାରିବେ। ଏହି ସ୍ପେଶିଆଲ୍ କଲେକ୍‌ସନ ଆପଣଙ୍କ ଜୀବନରେ ରଙ୍ଗ ଭରିଦେବ ଓ ସବୁ ଦିନକୁ ସ୍ୱତନ୍ତ୍ର କରିବ। ଏହି ବେଲାର ପିସ୍ ଗୁଡ଼ିକ ହେଉଚି ମିନିମାଲିଷ୍ଟିକ୍ ଯାହାକୁ ଆପଣ ଡିନର ପାଇଁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଏହା ଅତ୍ୟନ୍ତ ଆକର୍ଷଣୀୟ ଷ୍ଟାଇଲର ନେକଉୟର ଓ ସୁନ୍ଦର ଅଟେ। ଆଜି କାଲି ସର୍ଭିଏ ଓଜନିଆ ଗହଣା ତୁଳନାରେ ହାଲୁକା ଓଜନର ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି। ଏହାକୁ ପ୍ରତିଦିନ ମଧ୍ୟ ପିନ୍ଧା ଯାଇପାରିବ । ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନର ସଂରଚନା ଯାହାକୁ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି। ଏହାକୁ ଆପଣ ରାତ୍ରି ଭୋଜନ ସମୟରେ, ବନ୍ଧୁମାନଙ୍କ ସହିତ ପାର୍ଟି ବା ସପିଂ କରୁଥିବା ସମୟରେ ବା ପରିବାର ସହିତ ବାହାରକୁ ଯିବା ସମୟରେ ମଧ୍ୟ ପିନ୍ଧି ପାରିବେ। ଏହାକୁ ଘରେ ଛୋଟ ଉତ୍ସବ ତଥା ୱିକେଣ୍ଡ ପାର୍ଟିରେ ମଧ୍ୟ ପିନ୍ଧା ଯାଇପାରିବ।

ଏହି ନୂତନ ଡିଜାଇନ୍ ସିଙ୍ଗିଲ୍ ଓ ଲେୟାର ନେକଲେସ୍‌, ବ୍ରେସଲେଟ୍‌, ଇୟରିଂ ୧୪କେଟି ରୋଜ ଗୋଲ୍‌ଡରେ ଉପଲବ୍ଧ ଓ ଏଥିରେ ସେମି-ପ୍ରିସିୟସ କଲର ଷ୍ଟୋନ୍ ରହିଛି। ଏଥିରେ ପେରିଡଟ୍ ଗ୍ରୀନ ଷ୍ଟୋନ ଓ ପର୍ପଲ ରଙ୍ଗର ପର୍ଲ ଆକୃତିର କଳାକୃତିକୁ ସାମିଲ୍ କରାଯାଇଛି ଯାହାକୁ ଆଜିର ନାରୀମାନେ ନିଶ୍ଚିତ ଭାବରେ ପସନ୍ଦ କରିବେ। ଏଥିରେ ମୋଟିଫର ସର୍ବନିମ୍ନ ବ୍ୟବହାର କରାଯାଇଛି ଓ ଏହା ଅତ୍ୟନ୍ତ ଆକର୍ଷଣୀୟ ତଥା ଚିତାକର୍ଷକ। ଏହି ଡିଜାଇନକୁ ବେଜେଲରେ ଡିଜାଇନ କରାଯାଇଛି ଯାହାକି ଜେମଷ୍ଟୋନକୁ ସୁରକ୍ଷିତ ଭାବରେ ଧରି ରଖିଥାଏ। ଏହି କଲେକ୍‌ସନର ପ୍ରାଇସ୍ ରେଞ୍ଜ ମାତ୍ର ଟ.୫୫୦୦/- ରୁ ଆରମ୍ଭ ଯାହାକୁ ସଭିଏଁ ନିଶ୍ଚିତ ଭାବରେ କ୍ରୟ କରିପାରିବେ।

ରିଲାଏନ୍‌ସ ଜୁଏଲ୍‌ସ ଦ୍ୱାରା ବେଲା ଫିଲ୍‌ମସ ମାଧ୍ୟମରେ ଏହାର ନୂତନ ଡିଜାଇନ ଓ କଲେକ୍‌ସନକୁ ପ୍ରଦର୍ଶିତ କରାଯାଇଛି। ଏହାକୁ ଆଜିର ନାରୀଙ୍କ ପସନ୍ଦକୁ ଧ୍ୟାନରେ ରଖି ଅତ୍ୟନ୍ତ ଆକର୍ଷଣୀୟ କଳାକୃତିର ସହିତ ପ୍ରସ୍ତୁତ କରାଯାଇଛି।

ଗ୍ରାହକମାନେ ସାରା ଦେଶରେ ୧୫୦+ ସହରରେ ୩୦୦+ ରିଲାଏନ୍‌ସ ଜୁଏଲ୍‌ସ ସୋରୁମ୍ ଓ ଏସଆଇଏସ୍ ରୁ ଏହି ଆକର୍ଷଣୀୟ ଜୁଏଲାରୀକୁ କିଣି ପାରିବେ। ଏହାର କଲେକ୍‌ସନ ଗୁଡ଼ିକ ରିଲାଏନ୍‌ସ ଜୁଏଲ୍‌ସର ୱେବସାଇଟ୍ ରେ ମଧ୍ୟ ଉପଲବ୍ଧ ରହିଛି।

ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୮ ରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି

April 6, 2026

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026
Latest News

ଆସନ୍ତା ୮ ରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି

April 6, 2026

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.