Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, କଣ ପାଇଁ ଏହାକୁ ନେଇ ଚାଲିଛି ଚର୍ଚ୍ଚା
ଜାତୀୟ ଖବର

ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, କଣ ପାଇଁ ଏହାକୁ ନେଇ ଚାଲିଛି ଚର୍ଚ୍ଚା

July 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, କଣ ପାଇଁ ଏହାକୁ ନେଇ ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଜୁଲାଇ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ ଏବଂ ଜଲାଉନ୍‍ ଜିଲ୍ଲାର ଓରାଇ ତହସିଲ ଅର୍ନ୍ତଗତ କାଇଥେରୀ ଗ୍ରାମରେ ପୂର୍ବାହ୍ନ ପ୍ରାୟ ୧୧.୩୦ ରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ।

ସାରା ଦେଶରେ ଯୋଗାଯୋଗ ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ, ଯାହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ସଡକ ଭିତ୍ତିଭୂମିରେ ଉନ୍ନତି ଆଣିବା । ଏହି ଦିଗରେ ୨୯ ଫେବୃଆରୀ, ୨୦୨୦ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଥିଲା। ଏକ୍ସପ୍ରେସୱେରେ କାର୍ଯ୍ୟ ୨୮ ମାସ ମଧ୍ୟରେ ଶେଷ ହୋଇଛି ଏବଂ ବର୍ତ୍ତମାନ ଏହା ପ୍ରଧାନମନ୍ତ୍ରୀ ଦ୍ୱାରା ଉଦଘାଟିତ ହେବ।

ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (ୟୁପିଇଆଇଡିଏ) ଙ୍କ ଅଧୀନରେ ପ୍ରାୟ ୧୪,୮୫୦ କୋଟି ଟଙ୍କା ବ୍ୟୟରେ ୨୯୬ କିମି ଦୀର୍ଘ ଚାରି ଲେନ ବିଶିଷ୍ଟ ଏକ୍ସପ୍ରେସୱେ ର୍ନିମାଣ କରାଯାଇଛି ଏବଂ ପରେ ଏହା ୬ ଲେନ୍‍ ପର୍ଯ୍ୟନ୍ତ ବିସ୍ତାର ହୋଇପାରିବ। ଏହା ଚିତ୍ରକୂଟ ଜିଲ୍ଲାର ଭରତକୂପ ନିକଟ ଗୋଣ୍ଡା ଗ୍ରାମରେ ଏନ୍‍ଏଚ୍‍-୩୫ ଠାରୁ ଏଟାୱା ଜିଲ୍ଲାର କୁଡରେଲ ଗ୍ରାମ ପର‌୍ୟ୍ୟନ୍ତ ବିସ୍ତୃତ ହୋଇଛି, ଯେଉଁଠାରେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ସହିତ ମିଶ୍ରିତ ହୋଇଛି। ଏହା ସାତଟି ଜିଲ୍ଲା ଦେଇ ଯାଇଛି ଯଥା ଚିତ୍ରକୂଟ, ବଣ୍ଡା, ମହୋବା, ହମିରପୁର, ଜଲାଉନ୍‌, ଅରାୟା ଏବଂ ଏଟାୱା।

ଏହି ଅଞ୍ଚଳରେ ଯୋଗାଯୋଗକୁ ସୁଦୃଢ କରିବା ସହିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ମଧ୍ୟ ଅର୍ଥନୈତିକ ବିକାଶରେ ଏକ ବଡ଼ ଉତ୍ସ ଦେବ, ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ। ଏକ୍ସପ୍ରେସୱେ ପାଖରେ ଥିବା ବଣ୍ଡା ଏବଂ ଜଲାଉନ୍ ଜିଲ୍ଲାରେ ଶିଳ୍ପ କରିଡର ର୍ନିମାଣ କାର‌୍ୟ୍ୟ ଆରମ୍ଭ ହୋଇସାରିଛି।

ନରେନ୍ଦ୍ର ମୋଦୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ
Share. Facebook Twitter LinkedIn Email WhatsApp Copy Link

Related Posts

ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026
Latest News

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 5, 2026

ଭାରତ ନେତ୍ର ଅଧୀନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀ

February 5, 2026

ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ

February 5, 2026

ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର: ଉଦଘାଟନ କଲେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ

February 5, 2026

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.