Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଆ ଟିଭି ଗଣମାଧ୍ୟମର ହେଲା ବଡ ପରିବର୍ତ୍ତନ, ନ୍ୟୁଜ ନୁହେଁ ଏବେ ନ୍ୟୁଡ ଚ୍ୟାନେଲ
ଜାତୀୟ ଖବର

ଓଡିଆ ଟିଭି ଗଣମାଧ୍ୟମର ହେଲା ବଡ ପରିବର୍ତ୍ତନ, ନ୍ୟୁଜ ନୁହେଁ ଏବେ ନ୍ୟୁଡ ଚ୍ୟାନେଲ

July 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଟିଭି ଗଣମାଧ୍ୟମର ହେଲା ବଡ ପରିବର୍ତ୍ତନ, ନ୍ୟୁଜ ନୁହେଁ ଏବେ ନ୍ୟୁଡ ଚ୍ୟାନେଲ

ଭୁବନେଶ୍ବର: କିଛି ମାସ ଧରି ସାମାଜିକ ଗଣମାଧ୍ୟମର ବେଶ୍ ଚର୍ଚ୍ଚା ଚାଲିଛି। ଗାଳି ମଧ୍ୟ କରାଯାଉଛି। ତାହା ହେଲା ବର୍ତ୍ତମାନର ଟିଭି ଗଣମାଧ୍ୟମ ଯେପରି ନ୍ୟୁଜ ପରିବେଷଣ କରୁଛନ୍ତି ତାହା ଋଚି ହୀନ। ଟିଆରପି ନାମରେ ଛୋଟଛୋଟ ଘଟଣାକୁ ଘଣ୍ଟାଘଣ୍ଟା ଧରି ପ୍ରସାରଣ କରୁଛନ୍ତି। ଯାହାକୁ ସାଧାରଣ ଲୋକେ ନାପସନ୍ଦ କରୁଛନ୍ତି। ସେହି ରାଗକୁ ସେମାନଙ୍କର ସାମାଜିକ ଗଣମାଧ୍ୟମରେ ପରିପ୍ରକାଶ କରୁଛନ୍ତି।

ତେବେ ଘଟଣା ହେଲା ଯେ, ବିଗତ ଦିନର କେହି ଏକ ଭୋଳକୁ ନେଇ ଯେପରି ଟିଭି ଗଣମାଧ୍ୟମ ତୁମ୍ବି ତୋଫାନ କଲା ତାହା ସମସ୍ତଙ୍କୁ ଚକିତ କରିଛି। କାରଣ ସେହି ଭୋଳ ନାମ୍ନି ଯୁବକଟି କେଉଁ ସ୍ତରର ତାହା ସମସ୍ତେ ଅବଗତ। ହେଲେ ଟିଭି ଗଣମାଧ୍ୟମ ତାହାକୁ ଯେପରି ପ୍ରସାରଣ କଲେ ତାହା ଦୁଃଖ ଦାୟକ ହୋଇଛି। ଲାଗିଲା ସତେ ଯେପରି ପଦ୍ମଶ୍ରୀ ପାଇଛି।

ସେହିପରି ବାବୁସାନ ଘଟଣାକୁ ନିଆଯାଉ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ରାସ୍ତା ଉପରେ ଗଣ୍ଡଗୋଳ ହେଲା ତାହା ନିଶ୍ଚିତ ଭାବେ ଖବର ହୋଇପାରେ। ହେଲେ ବାବୁସାନ ଚେନ୍ନାଇରୁ ଫେରିବା ଏବଂ ତାଙ୍କ ଘରେ ରାତି ଅଧ ପର୍ଯ୍ୟନ୍ତ ଅଧିଆ ପଡିବା ଖବର କାହିଁକି ? ତାହା ଏପରି ପରିବେଷଣ କରାଗଲା ଲାଗିଲା ସତେ ଯେପରି ସେ ନୋବେଲ ପୁରସ୍କାର ପାଇ ଓଡିଶା ଫେରୁଛନ୍ତି।

ଟିଆରପି ପାଇବା ପାଇଁ ଟିଭି ଗଣମାଧ୍ୟମରେ ଏକ ପ୍ରକାରର ଅଶ୍ଳିଳ ଖବର ପ୍ରସାରଣର ପ୍ରତିଯୋଗିତା ଚାଲିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଅପ୍ରସଙ୍ଗକୁ କାହିଁକି ପ୍ରସଙ୍ଗ କରୁଛି ଟିଭି ଗଣମାଧ୍ୟମ

ବର୍ତ୍ତମାନ ଓଡିଶାର ଗଣ ମାଧ୍ୟମ ପ୍ରତିଯୋଗୀତା ବଜାରରେ ତିଷ୍ଠିବା ଅସମ୍ଭବ ହୋଇପଡିଛି  ଏକ ପ୍ରକାରର ସଙ୍କଟ ଜନକ ପରିସ୍ଥିତି ନେଇ ଗତି କରୁଛି। କାରଣ ଓଡିଶାରେ ଟିଭି ଗଣମାଧ୍ୟମକୁ ବିଜ୍ଞାପନ ଦେବା ହ୍ରାସ ପାଇଛି। ଅନ୍ୟପଟେ ଲୋକଙ୍କର ଆଉ ନ୍ୟୁଜ ଚ୍ୟାନେଲ ଦେଖିବା ଆଗ୍ରହ ନାହିଁ। ଆଗ୍ରହ ନ ହେବାର ଅନେକ କାରଣ ରହିଛି, ଯାହା ଆଉ ଏକ ପ୍ରସଂଗ ହେବ। ଅନ୍ୟପଟେ ବର୍ତ୍ତମାନ ନ୍ୟୁଜ ରୁମରେ ବ୍ରେକିଂ ନ୍ୟୁଜ ମିଳିବା ମଧ୍ୟ ସଙ୍କଟ ଧରିଛି।

ଏସବୁ ଦୃଷ୍ଟିରୁ ନ୍ୟୁଜ ରୁମର ବିକୃତ ବ୍ୟକ୍ତିଗଣ ଏହିପରି ଭୋଳ ଓ ବାବୁସାନ ପରି ବ୍ୟକ୍ତିଙ୍କୁ ଧରି ଦିନରାତି ନ୍ୟୁଜ ଚଲାଇ ସମୟ ପୁରଣ କରିବାରେ ବ୍ୟସ୍ତ ରହୁଛନ୍ତି। ଏପରି ଖବର ପ୍ରସାରଣ କରି ସେମାନେ ନ୍ୟଜ ରୁମରେ ମଧ୍ୟ ଖୁସି ମନାଉଛନ୍ତି। ହେଲେ ସେମାନେ ଜାଣିପାରୁ ନାହାଁନ୍ତି ଘରେ ତାଙ୍କର ପରିବାର ଲୋକେ କିପରି ଏସବୁ ଦୃଶ୍ୟ ଟିଭିରୁ ବା ତାଙ୍କ ଚ୍ୟାନେଲରୁ ଦେଖୁଥିବେ।

ନ୍ୟୁଜ ଚ୍ୟାନେଲ ଉପରେ ସାମାଜିକ ଗଣମାଧ୍ୟମରେ ଆକ୍ରମଣ

ଟିଭି ଗଣମାଧ୍ୟମ ବର୍ତ୍ତମାନ ବିପଥଗାମୀ ହେଉଥିବାର ଲକ୍ଷ ରଖି ସାଧାରଣ ଜନତା ସେମାନଙ୍କର ସାମାଜିକ ଗଣମାଧ୍ୟମରେ ତୁମ୍ବି ତୋଫାନ କରିବାରେ ଲାଗିଛନ୍ତି। ଚ୍ୟାନେଲ, ରିପୋର୍ଟର ଏବଂ ସଂପାଦକଙ୍କ ନାମ ଧରି ଗାଳି କରିବାରେ ଲାଗିଛନ୍ତି। ଦୀର୍ଘ ବର୍ଷ ଧରି ଟିଭି ମିଡିଆରେ କାମ କରୁଥିବା ବ୍ୟକ୍ତିଙ୍କୁ ସାଧାରଣ ଜନତା ନ୍ୟୁଜ କଣ ତାହାର ପାଠ ପଢାଇଲେଣି।

ଟିଭି ଗଣମାଧ୍ୟମ ଉପରେ ସାମାଜିକ ଗଣମାଧ୍ୟମରେ ଯେପରି ପୋଷ୍ଟିଂ ଚାଲିଛି ତାହାକୁ ଯଦି ଅନୁସରଣ କରାଯାଏ ତେବେ ଏହା ନିଶ୍ଚିତ ଯେ, ଲୋକେ ତାହା ଦେଖିବାକୁ ଆଦୌ ଆଗ୍ରହୀ ନାହାଁନ୍ତି। ତେଣୁ ନ୍ୟୁଜ ରୁମରେ ବସି ନ୍ୟୁଜ କରୁଥିବା ବ୍ୟକ୍ତି ଏହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି।

ଏଥିସହିତ ସେ ଏବଂ ସଂପାଦକମାନେ ଚିନ୍ତା କରିବା ଆବଶ୍ୟକ ଯେ ଏହି ଅଖବର ପ୍ରସାରଣ କଲେ ମଧ୍ୟ ସେମାନଙ୍କର ଟିଆରପି ବଢୁ ନାହିଁ। ଯଦି ଏହିପରି ଧାରା ଲାଗି ରହେ ତେବେ ଆଗାମୀ ଦିନରେ ଲୋକେ ସାମାଜିକ ଗଣମାଧ୍ୟମରେ ଆଉ ଆକ୍ରମଣ ନ କରି ସିଧାପ୍ରସାରଣ କରିଦେବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025
Latest News

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025

କ୍ଲର୍କ ନିଯୁକ୍ତି ପରୀକ୍ଷାର ତାରିଖ ପ୍ରକାଶ କଲା SBI, ଏହି ଦିନ ହେବ ପରୀକ୍ଷା

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.