Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରର ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ଏୟାର ମାର୍ଶଲ ଏସ୍‌. କେ. ଝା
ଆଜିର ଖବର

ଭୁବନେଶ୍ବରର ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ଏୟାର ମାର୍ଶଲ ଏସ୍‌. କେ. ଝା

August 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରର ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ଏୟାର ମାର୍ଶଲ ଏସ୍‌. କେ. ଝା

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ ବାୟୁଭବନରୁ ଏୟାର ମାର୍ଶଲ ଶ୍ରୀ ଏସ.କେ. ଝା, ଏଭିଏସ୍‌ଏମ୍‌, ଏଓପିଙ୍କ ସମେତ ଏକ ପ୍ରତିନିଧି ଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନାରେ କିଭଳି ସ୍କିଲକୁ ଉପଯୋଗ କରାଯାଇପାରିବ ସେ ନେଇ ଏହି ପ୍ରତିନିଧି ଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି ଏବଂ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ନିମନ୍ତେ ୱାର୍ଲï ସ୍କିଲ ସେଣ୍ଟରରେ ତିଆରି କରାଯାଇଥିବା ଭିତ୍ତିଭୂମି, ତାଲିମ ସୁବିଧା, ଅପ୍‌ସ୍କିଲିଂ ବ୍ୟବସ୍ଥା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଉତ୍କୃଷ୍ଟ ବ୍ୟବସ୍ଥା ସାଧାରଣ ଯୁବଗୋଷ୍ଠୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏକ ସଶକ୍ତ ବ୍ୟକ୍ତିଭାବେ ରୂପାନ୍ତରଣ କରୁଛି। ଏଭଳି ବୈଷୟିକ ଜ୍ଞାନକୌଶଳରେ ସଶକ୍ତ ଯୁବଗୋଷ୍ଠୀଙ୍କର ବାୟୁସେନାରେ ଆବଶ୍ୟକତା ରହିଛି। ଏହି ଗସ୍ତ ଆଗାମୀ ଦିନରେ ଓଡିଶାର ଯୁବଗୋଷ୍ଠୀଙ୍କୁ ଏକ ନୂତନ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ବୋଲି ଏୟାର ମାର୍ଶଲ ଶ୍ରୀ ଝା ମତବ୍ୟକ୍ତ କରିଛନ୍ତି।

ୱାର୍ଲଡ ସ୍କିଲ ସେଣ୍ଟରର ସିଇଓ ଶ୍ରୀ ରେଘୁ ଜି ୱାର୍ଲଡ ସ୍କିଲ ସେଣ୍ଟରର ନଲେଜ ପାର୍ଟନର ଆଇଟିଇଇ ସିଙ୍ଗାପୁର, ଭିତ୍ତିଭୂମି, ଅତ୍ୟାଧୁନିକ ଦକ୍ଷତା ପ୍ରଶିକ୍ଷଣ ପାଠ୍ୟକ୍ରମ, ଲାଇଫ୍‌ ସ୍କିଲ ପ୍ରଶିକ୍ଷଣ, ଶିଳ୍ପ ସହଭାଗିତା ଏବଂ ଦକ୍ଷତା ପ୍ରତିଯୋଗିତା ଇତ୍ୟାଦି ବିଷୟରେ ଆଲୋକପାତ କରିଛନ୍ତି। ଆଗାମୀ ଦିନରେ ୱାର୍ଲଡ ସ୍କିଲ ସେଣ୍ଟରକୁ ନେଇ କ’ଣ ସବୁ ଯୋଜନା ରହିଛି ସେସବୁ ବିଷୟରେ ଶ୍ରୀ ରେଘୁ ଙ୍କ ସହ ଆଲୋଚନା ହୋଇଥିଲା।

ଏୟାର ମାର୍ଶଲ ଶ୍ରୀ ଝା ଏବଂ ସହଯୋଗୀମାନେ ମେକାଟ୍ରନିକ୍ସ, ମେକାନିକାଲ ଏବଂ ଇଲେକ୍‌ଟି୍ରକାଲ୍‌ ସରଭିସେସ ଓ ଏୟାର କଣ୍ଡିସନିଂ ଏବଂ ରେଫ୍ରିଜିରେସନ ଲ୍ୟାବ୍‌ ପରିଦର୍ଶନ କରିଥିଲେ। ଏହି ଗସ୍ତରେ ଗ୍ରୁପ୍‌ କ୍ୟାପଟେନ ଏ. ଏମ୍‌.କେ. ନାଇଡୁ, ଗ୍ରୁପ୍‌ କ୍ୟାପଟେନ ଏ ମିଟ୍ଟୁ ଭିଏସଏମ, ଗ୍ରୁପ କ୍ୟାପଟେନ, ଜେ ପରମାର ଏବଂ ୱିଙ୍ଗ କମାଣ୍ଡର ଆରଆରକେ ସିହ୍ନା ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅତିରିକ୍ତ ସଚିବ, ଶ୍ରୀମତି ରେଣୁପ୍ରଭା ନାୟକ, ୱାର୍ଲଡ ସ୍କିଲ ସେଣ୍ଟର ପ୍ରିନ୍ସିପାଲ, ଶ୍ରୀ ସଙ୍ଗରନ ଗୋପାଲ, ଡେପୁଟି ପ୍ରିନ୍ସିପାଲ, ଶ୍ରୀ ଏସ୍‌ କେ ଦାସ ଓ ନିର୍ଦ୍ଦେଶକ, ଚିୟକ୍‌ ଏଙ୍ଗ୍‌ ଚୁନ୍‌ ଉପସ୍ଥିତ ଥିଲେ।

ବାୟୁସେନା ୱାର୍ଲଡ ସ୍କିଲ ସେଣ୍ଟର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.