Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାନ୍ଦବାଲି ସହରରେ ଏବେ ଦେଶର ସର୍ବବୃହତ୍ ଫେସନ ଡେଷ୍ଟିନେସନ୍ ‘ଟ୍ରେଣ୍ଡ୍‌ସ’ 
ଆଜିର ଖବର

ଚାନ୍ଦବାଲି ସହରରେ ଏବେ ଦେଶର ସର୍ବବୃହତ୍ ଫେସନ ଡେଷ୍ଟିନେସନ୍ ‘ଟ୍ରେଣ୍ଡ୍‌ସ’ 

August 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭଦ୍ରକ/ଭୁବନେଶ୍ୱର: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍ ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଓଡ଼ିଶାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଖୋଲିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

ଟ୍ରେଣ୍ଡ୍‌ସ ହିଁ ବାସ୍ତବରେ ଭାରତରେ ଫେସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇଛି। ମେଟ୍ରୋ ଠାରୁ ଆରମ୍ଭ କରି ମିନି-ମେଟ୍ରୋ, ଟାଏର-୧ ଓ ଟାଏର-୨ ସହର ଏବଂ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ପହଂଚି ଗ୍ରାହକଙ୍କ ସହିତ ସଂପର୍କ ମଜଭୁତ କରିଛି। ଏଥିସହିତ ଭାରତର ଲୋକପ୍ରିୟ ଫେସନ ସ୍ଥଳୀରେ ପରିଣତ ହୋଇଛି।

ଚାନ୍ଦବାଲି ସ୍ଥିତ ଟ୍ରେଣ୍ଡ୍‌ସ ଷ୍ଟୋରର ଆଧୁନିକତାର ସ୍ପର୍ଶ ରହିଛି। ଏଥିସହିତ ଗ୍ରାହକଙ୍କ ପାଇଁ ମନଲୋଭା ପରିବେଶ ବି ରହିଛି। ଏଠାରେ ଆକର୍ଷଣୀୟ ରେଞ୍ଜ ର ଉତମ ମାନର ଫେସନ ସାମଗ୍ରୀ ରଖାଯାଇଛି। ସ୍ଥାନୀୟ ଅଂଚଳର ଗ୍ରାହକଙ୍କ ଆବଶ୍ୟକତା ଓ ପକେଟକୁ ସୁହାଇବା ଭଳି ସୁଲଭ ମୂଲ୍ୟରେ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି। ଗ୍ରାହକମାନେ ଯେଭଳି ସେମାନେ ଖର୍ଚ୍ଚ କରୁଥିବା ଟଙ୍କାର ସର୍ବାଧିକ ମୂଲ୍ୟ ପାଇପାରିବେ ତାହାକୁ ଧ୍ୟାନ ଦିଆଯାଇଛି। ସହରର ଗ୍ରାହକମାନେ ଏଠାରୁ ସଦ୍ୟତମ ଫେସନରେ ମହିଳା, ପୁରୁଷ ଓ ପିଲାମାନଙ୍କ ପାଇଁ ରହିଥିବା ପୋଷାକ ବର୍ଗରେ ବିଭିନ୍ନ ସ୍ୱତନ୍ତ୍ର ପୋଷାକ ଓ ଫେସନ ଆସେସୋରିଜ ଶ୍ରେଷ୍ଠ ମୂଲ୍ୟରେ ପାଇପାରିବେ।

ଚାନ୍ଦବାଲିରେ ଖୋଲିଥିବା ଏହି ୫୫୦୦ ବର୍ଗଫୁଟ ପରିମିତ ପ୍ରଥମ ଟ୍ରେଣ୍ଡ୍‌ସ ଷ୍ଟୋରରେ ଶ୍ରେଷ୍ଠ ଫେସନ ଓ ସୁଲଭ ମୂଲ୍ୟ ସହିତ ପ୍ରାରମ୍ଭିକ ଅଫର ଭାବେ ଗ୍ରାହକମାନଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ରହିଛି। ଯେପରିକି କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ବର୍ଗରେ ୩୪୯୯ ଟଙ୍କାର ସାମଗ୍ରୀ କିଣିଲେ ଆଉ ୩୪୯୯ ଟଙ୍କା ମୂଲ୍ୟର ସାମଗ୍ରୀ ମାଗଣା ପାଇପାରିବେ। କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କ୍ରୟ ଉପରେ ୩୦୦୦ ଟଙ୍କା ମୂଲ୍ୟର ରିହାତି କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ।

ତେଣୁ ଚାନ୍ଦବାଲିରେ ଖୋଲିଥିବା ସ୍ୱତନ୍ତ୍ର ଟ୍ରେଣ୍ଡ୍‌ସ ଷ୍ଟୋରକୁ ଗ୍ରାହକମାନେ ଆସି ଫେସନ ସାମଗ୍ରୀ ସପିଂର ଅନୁଭୂତି ଓ ଆନନ୍ଦ ନେଇପାରିବେ।

ଚାନ୍ଦବାଲି ଟ୍ରେଣ୍ଡ୍‌ସ ଫେସନ ଡେଷ୍ଟିନେସନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.