Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଭାର କଲେକ୍‌ସନ ୨୦୨୨ ସହିତ ଏହାର ୧୫ତମ ଆନିର୍ଭସାରି ପାଳନ କରୁଛି ରିଲାଏନ୍ସ ଜୁଏଲ୍ସ
ଆଜିର ଖବର

ଆଭାର କଲେକ୍‌ସନ ୨୦୨୨ ସହିତ ଏହାର ୧୫ତମ ଆନିର୍ଭସାରି ପାଳନ କରୁଛି ରିଲାଏନ୍ସ ଜୁଏଲ୍ସ

August 12, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ପ୍ରତି ବର୍ଷ ରିଲାଏନ୍‌ସ ଜୁଏଲ୍‌ସ, ତାଙ୍କର ଆନିଭର୍ସାରିରେ କିଛି ନୂତନ ଡିଜାଇନ୍ ସହିତ କୃତଜ୍ଞତା ଜ୍ଞାପନ କରିଥାଏ ଯେଉଁଥିରେ ରହିଛି ଆକର୍ଷଣୀୟ ଆଭାର କଲେକ୍‌ସନ। ଚଳିତ ବର୍ଷ ଏହା ୧୫ତମ ଆନିଭର୍ସାରିରେ ପାଳନ ଅବସରରେ ଆଭାର କଲେକ୍‌ସନ ୨୦୨୨ ରେ ରହିଛି ଆଧୁନିକ ଜିଓମେଟ୍ରିକ୍ ଓ ଏକଲେକଟିକ୍ ଅନୁପ୍ରେରିତ ଅପ୍‌ଟିକାଲ ଇଲ୍ୟୁଜନ ଯାହାକି ଭବିଷ୍ୟତରେ ଆଗକୁ ବଢ଼ିବା ପାଇର୍ ଆପଣଙ୍କୁ ପ୍ରେରଣା ଯୋଗାଇଥାଏ।

“ରିସ୍ତୋଁ କି ଡୋର୍‌, ନୟେ କଲ୍ କି ଔର” ଅଭିଯାନ ସହିତ ଆଭାର କଲେକ୍‌ସନ ୨୦୨୨ ରେ ରହିଛି ଏହି ବିଷୟବସ୍ତୁରେ ଫିଟ୍ ହେଉଥିବା ଆକର୍ଷଣୀୟ ଡିଜାଇନ୍। ଏହା ଏକ ସୁନ୍ଦର ନୂତନ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ନିମନ୍ତେ ଅନୁପ୍ରେରିତ କରିଥାଏ। ଏଥିରେ ରହିଛି ଜିଓମେଟ୍ରିକ୍ ମୋଟିଫ୍‌ସ, ୩ଡି ପ୍ଲେ-ଅନ ଏଲିମେଂଟସ, ସୁନା ଓ ଡାଏମଣ୍ଡ ଡିଜାଇନ ଇୟରିଂର ଡିଜାଇନକୁ ବୃଦ୍ଧି କରିଥାଏ ଓ ଏହା ଫେସନ ପାଇଁ ସର୍ବୋତମ ଅଳଙ୍କାର ଭାବରେ ପ୍ରସ୍ତୁତ କରିଥାଏ ଓ ମହିଳାମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ‘ଅପ୍ଟିକାଲ୍ ଇଲ୍ୟୁଜନ’ର ଅନୁପ୍ରେରଣା ସୁନ୍ଦର ଭାବରେ ଏକଲେକ୍‌ଟିକ୍ ମକ୍ଟଳର ସହିତ ସମସାମୟିକ ଜିଓମେଟ୍ରିକ୍ ପାଟର୍ଣ୍ଣ, ଲେୟାର, ଲାଇନ୍ ଓ ଆକାରରେ ଧରି ରଖାଯାଇଛି।

ଏହି କଲେକ୍‌ସନରେ ଥିବା ପ୍ରତି ଡିଜାଇନ୍‌ରେ ଗ୍ରାହକମାନଙ୍କର ପସନ୍ଦ ଅନୁସାରେ ବ୍ୟାପକ ଶ୍ରେଣୀୟ ଷ୍ଟାଇଲିଂ ବିକଳ୍ପ ରହିଛି ଯାହା ଆପଣଙ୍କର ଷ୍ଟାଇଲକୁ ବହୁଗୁଣିତ କରିଥାଏ। ଏହାର ପ୍ରତିଟି ଡିଜାଇନ୍ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ, ବ୍ୟକ୍ତିତ୍ୱ ଓ ସ୍ୱତନ୍ତ୍ରତାକୁ ମଧ୍ୟ ବୃଦ୍ଧି କରିଥାଏ। ପାର୍ବଣ ଋତୁରେ ଏହା ଏହା ଆପଣଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ଏହାକୁ ମଧ୍ୟ ପ୍ରତି ଦିନ ବ୍ୟବହାର କରାଯାଇପାରେ ଯାହା ନିଜର ବ୍ୟକ୍ତିତ୍ୱ ବୃଦ୍ଧିରେ ସହାୟକ ଅଟେ। ଏହି କଲେକ୍‌ସନ ଉଭୟ ସୁନା ଓ ଡାଏମଣ୍ଡ ବିକଳ୍ପରେ ୩୦୦+ ରିଲାଏନ୍‌ସ ଜୁଏଲ୍ ସୋରୁମରେ ଓ ସାରା ଭାରତରେ ଥିବା ୧୫୦+ ସହରରେ ସପ୍‌-ଇନ୍‌-ସପ୍ ରେ ଉପଲବ୍ଧ ରହିଛି। ଏହି ନୂତନ କଲେକ୍‌ସନକୁ ନୂତନ ଭାବରେ ଶୁଭାରମ୍ଭ କରାଯାଇଥିବା ଆଭାର ଫିଲ୍‌ମ https://www.youtube.com/watch? ରେ ଦେଖା ଯାଇପାରିବ।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ପ୍ରତି ବର୍ଷ ଆମର ଆନିଭର୍ସାରିରେ ଆଭାର କଲେକ୍‌ସନର ଶୁଭାରମ୍ଭ କରାଯାଇଥାଏ। ଆମର ଲକ୍ଷ୍ୟ ହେଉଛି ଆମର ଗ୍ରାହକମାନଙ୍କ ପାଇଁ କୃତଜ୍ଞତାସ୍ୱରୂପ ବ୍ରାଣ୍ଡର ଲୟାଲିଟି ଓ ଭଲ ପାଇବାର ଏକ ନିଦର୍ଶନ ସ୍ୱରୂପ ସବୁଠାରୁ ଆକର୍ଷଣୀୟ ଡିଜାଇନ୍ ପ୍ରସ୍ତୁତ କରିବା। ଏହା ମଧ୍ୟ ସେମାନଙ୍କୁ ସେମାନଙ୍କର କୃତଜ୍ଞତାକୁ ନିଜର ପ୍ରିୟଜନଙ୍କ ନିକଟରେ ପ୍ରକାଶ କରିବାର ସୁଯୋଗ ପ୍ରଦାନ କରିଥାଏ। ଚଳିତ ବର୍ଷ ୧୫ତମ ବାର୍ଷିକୋତ୍ସବରେ ଆମେ ଏକ ନୂତନ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ନେଇ ଆଗକୁ ବଢ଼ୁଛୁ ଓ ଏହି ବିଷୟବସ୍ତୁକୁ ଡିଜାଇନ୍ ଥିମ ଓ ଉପାଦାନରେ ଏକ ଆଧୁନିକ ଓ ସମସାମୟିକ ଭାବରେ ସାମିଲ୍ କରାଯାଇଛି। ସମୟ ସହିତ ନିଜକୁ ଖାପ ଖୁଆଇ, ଏହି କଲେକ୍‌ସନ ଷ୍ଟାଇଲର ଏକ ନୂତନ ଡାଇମେନ୍‌ସନକୁ ପରିପ୍ରକାଶ କରିଥାଏ।”

ରିଲାଏନ୍‌ସ ଜୁଏଲ୍‌ସରେ ୧୫ତମ ବାର୍ଷିକୋତ୍ସବର ପାଳନ କରାଯାଉଛି ଓ ଏହାକୁ ଆଭାର କଲେକ୍‌ସନର ଉତ୍କୃଷ୍ଟ କରିଗରି ମାଧ୍ୟମରେ ପରିପ୍ରକାଶ କରାଯାଉଛି। ଗତ କିଛି ବର୍ଷ ଧରି, ବ୍ରାଣ୍ଡ ଅନେକ ନୂତନ ଜୁଏଲାରୀ ଓ ଡିଜାଇନ୍ ମାଧ୍ୟମରେ ଏକ ଆବେଗିକ ସମ୍ପର୍କ ସ୍ଥାପନ କରିବା ଉପରେ ଧ୍ୟାନ ପ୍ରଦାନ କରୁଛି। ଏହା ପ୍ରତି କ୍ଷଣକୁ ଉପଭୋଗ କରିବା ପାଇଁ ଅନୁପ୍ରେରିତ କରୁଛି, ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କ ଜୀବନରେ ଅନେକ ଖୁସିର ସମୟକୁ ପାଳନ କରିବା ସହିତ ପର୍ବ ପର୍ବାଣୀ ଅବସରରେ ସେମାନଙ୍କ ଜୀବନରେ ଆନନ୍ଦ ଭରି ଦେଉଛି। ଏହା ସହିତ, ବ୍ରାଣ୍ଡ ଏହାର ଗ୍ରାହକମାନଙ୍କ ପାଇଁ ସର୍ବଦା କିଛି ନା କିଛି ନୂତନ କଲେକ୍‌ସନ ଓ ଅଫର ନେଇ ଆସିଥାଏ।

ଏହା ସହିତ ରିଲାଏନ୍‌ସ ଜୁଏଲ୍‌ସ ଏହାର ଗୋଲ୍‌ଡ ଜୁଏଲାରୀ ର ଗଢ଼ା ମଜୁରୀ ଉପରେ ଓ ହୀରା ଗହଣାର ମୂଲ୍ୟରେ ଏହାର ସମଗ୍ର କଲେକ୍‌ସନରେ ୩୧ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ୨୫% ରିହାତି ପ୍ରଦାନ କରୁଛି। ଏହି କଲେକ୍‌ସନଟି ସାରା ଭାରତରେ ଥିବା ସମସ୍ତ ସୋରୁମ ଓ ସପ୍‌-ଇନ୍‌-ସପରେ ଉପଲବ୍ଧ ରହିଛି। ଗ୍ରାହକମାନେ ମଧ୍ୟ https://bit.ly/PR_Aabhar ରେ ଅନଲାଇନ୍ କିଣାକିଣି କରିପାରିବେ।

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ:

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଏକ ଅଗ୍ରଣୀ ରିଟେଲର। ଏହି ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍ ଓ ସିଲଭର ଗହଣାର ଆକର୍ଷଣରୀୟ ଓ ବ୍ୟାପକ ସମ୍ଭାର ପ୍ରଦାନ କରିଥାଏ । ଏହାର ଗହଣାରେ ଡିଜାଇନ୍ ଓ କାରିଗରିକୁ ଧ୍ୟାନ ପ୍ରଦାନ କରାଯାଇଥାଏ। ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାଏ ଯାହାକି କଳା, କାରିଗରି ଓ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସମୃଦ୍ଧ ଅଟେ। ରିଲାଏନ୍‌ସ ଜୁଏଲ୍‌ସର ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିବାରେ ବିଶ୍ୱାସ କରେ ଓ ଏଥିରେ ପ୍ରେମ ଓ ଆବେଗର ଏକ ସ୍ୱତନ୍ତ୍ର ଭୂମିକା ରହିଛି।

ରିଲାଏନ୍‌ସ ଜୁଏଲ୍‌ସର ସାରା ଭାରାତରେ ୩୦୦+ ଫ୍ଲାଗସିପ୍ ସୋ ରୁମ୍ ରହିଛି ଓ ଭାରତର ୧୫୦+ ସହରରେ ସପ୍‌-ଇନ-ସପ୍‌ସ ମଧ୍ୟ ରହିଛି ଏବଂ ଏହା ଦ୍ରୁତ ଗତିରେ ସଂପ୍ରସାରଣ କରୁଛି। ଏହି ବ୍ରାଣ୍ଡ ଅତୁଳନୀୟ ସେବା ଓ ସ୍ୱତନ୍ତ୍ର ଜୁଏଲାରୀ ସପିଂ ଅନୁଭୂତି ମାଧ୍ୟମରେ ଗ୍ରାହକର ଖୁସି ପ୍ରତି ଧ୍ୟାନ ପ୍ରଦାନ କରିଥାଏ। ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି। ରିଲାଏନ୍ସ ଜୁଏଲ୍ସରେ ସୁନା ଓ ହୀରା ପ୍ରତିଯୋଗୀତାମୂଳକ ମୂଲ୍ୟରେ ଉପଲବ୍ଧ। ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ। ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ପିସରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ। ଏହି ବ୍ରାଣ୍ଡ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ। ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ। ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି। ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି। ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ପ୍ରଦାନ କରିଥାଏ।

ପ୍ରତି କଲେକ୍‌ସନରେ ଆକର୍ଷଣୀୟ ଡିଜାଇନ୍ ସହିତ, ରିଲାଏନ୍‌ସ ଜୁଏଲ୍‌ସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରତି ଅବସର ନିମନ୍ତେ ଗହଣା ଉପଲବ୍ଧ ରହିଛି।

ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତି ମାକ୍ରନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

September 6, 2025

ଭଞ୍ଜନଗର ପୋଲିସ୍ ଦ୍ଵାରା ୧୩ କିଲୋରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ: ୨ ବେପାରୀ ଗିରଫ

September 6, 2025

Mahindra Offers GST Benefits: ମହିନ୍ଦ୍ରା ଏସୟୁଭି ର ଖସିଲା ଦର, ଗାଡି ପିଛା ପ୍ରାୟ ୧,୬୫୦୦୦ ଟଙ୍କା ଛାଡ

September 6, 2025

ଦଶହରା ପୂର୍ବରୁ ରାଜ୍ୟର ସବୁ ପ୍ରମୁଖ ରାସ୍ତାର ହେବ ମରାମତି: ମନ୍ତ୍ରୀ କଲେ ସମୀକ୍ଷା

September 6, 2025
Latest News

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

September 6, 2025

ରାଷ୍ଟ୍ରପତି ମାକ୍ରନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

September 6, 2025

ସମ୍ବଲପୁରରେ ନୂଆଁଖାଇ ଭେଟଘାଟ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

September 6, 2025

ଶ୍ରୀମନ୍ଦିର କଣ ସରକାରଙ୍କ ଖେଳଘର? ଏମିତି କାହିଁକି ପ୍ରଶ୍ନ କଲା କଂଗ୍ରେସ

September 6, 2025

ଭଞ୍ଜନଗର ପୋଲିସ୍ ଦ୍ଵାରା ୧୩ କିଲୋରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ: ୨ ବେପାରୀ ଗିରଫ

September 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.