Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ୍ ୨୦୨୨ରେ ଖଣିଜ ଉତ୍ପାଦନ କ୍ଷେତ୍ରରେ ୭.୫ ପ୍ରତିଶତ ଅଭିବୃଦ୍ଧି
ଆଜିର ଖବର

ଜୁନ୍ ୨୦୨୨ରେ ଖଣିଜ ଉତ୍ପାଦନ କ୍ଷେତ୍ରରେ ୭.୫ ପ୍ରତିଶତ ଅଭିବୃଦ୍ଧି

August 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଜୁନ୍ ୨୦୨୨ ନିମନ୍ତେ ଖନନ ଏବଂ ଉତ୍ତୋଳନ କ୍ଷେତ୍ରର ଖଣିଜ ଉତ୍ପାଦନ ସୂଚକାଙ୍କ ୧୧୩.୪ (ଆଧାର: ୨୦୧୧ – ୧୨ = ୧୦୦) ରେ ରହିଛି, ଯାହା ୨୦୨୧ ବର୍ଷରେ ଜୁନ୍ ମାସର ସ୍ତର ତୁଳନାରେ ୭.୫ ପ୍ରତିଶତ ଅଧିକ ରହିଛି। ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ର ଅସ୍ଥାୟୀ ସଂଖ୍ୟା ଅନୁସାରେ ୨୦୨୨ – ୨୩ ଆର୍ଥିକ ବର୍ଷର ଏପ୍ରିଲ୍ – ଜୁନ୍ ମାସ ମଧ୍ୟରେ ସାମଗ୍ରିକ ଉତ୍ପାଦନରେ ଗତ ବର୍ଷର ଏହି ସମୟ ତୁଳନାରେ ୯.୦ ପ୍ରତିଶତର ଅଭିବୃଦ୍ଧି ଦେଖା ଦେଇଛି।

ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍)ର ଅସ୍ଥାୟୀ ସଂଖ୍ୟା ଅନୁସାରେ ଜୁନ୍, ୨୦୨୨ରେ ମହତ୍ୱପୂର୍ଣ୍ଣ ଖଣିଜର ଉତ୍ପାଦନ ସ୍ତର ଏହି ପ୍ରକାରର ଥିଲା : କୋଇଲା ୬୬୯ ଲକ୍ଷ ଟନ୍, ଲିଗ୍ନାଇଟ୍ ୪୬ ଲକ୍ଷ ଟନ୍, ପ୍ରାକୃତିକ ଗ୍ୟାସ୍ (ବ୍ୟବହାର କରା ଯାଇଥିବା) ୨୭୪୭ ମିଲିୟନ୍ ଘନ ମିଟର, ପେଟ୍ରୋଲିୟମ୍ (ଅଶୋଧିତ) ୨୪ ଲକ୍ଷ ଟନ୍, ବକ୍ସାଇଟ୍ ୧୯୫୦ ହଜାର ଟନ୍, କ୍ରୋମାଇଟ୍ ୩୪୩ ହଜାର ଟନ୍, ଘନୀଭୂତ ତମ୍ବା ୧୦ ହଜାର ଟନ୍, ସୁନା ୮୫ କିଲୋଗ୍ରାମ୍, ଲୁହା ପଥର ୨୦୧ ଲକ୍ଷ ଟନ୍, ଘନୀଭୂତ ସୀସା ୩୦ ହଜାର ଟନ୍, ମାଙ୍ଗାନିଜ୍ ପଥର ୨୩୮ ହଜାର ଟନ୍, ଘନୀଭୂତ ଦସ୍ତା ୧୪୨ ହଜାର ଟନ୍, ଚୂନ ପଥର ୩୩୫ ଲକ୍ଷ ଟନ୍, ଫସ୍ଫୋରାଇଟ୍ ୧୮୯ ହଜାର ଟନ୍, ମ୍ୟାଗ୍ନେସାଇଟ୍ ୮ ହଜାର ଟନ୍ ଏବଂ ୪୪ କ୍ୟାରେଟ୍ର ହୀରା।

ଜୁନ୍ ୨୦୨୧ ତୁଳନାରେ ଚଳିତ ବର୍ଷ ଜୁନ୍, ୨୦୨୨ରେ ସକାରାତ୍ମକ ବୃଦ୍ଧି ଦେଖାଇଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ଗୁଡିକର ଉତ୍ପାଦନରେ ହୀରା (୩୪୦%), ସୁନା (୧୦୭.୩%), ଫସ୍ଫୋରାଇଟ୍ (୪୧.୦%), କୋଇଲା (୩୧.୧%), ଲିଗ୍ନାଇଟ୍ (୨୮.୮%), ଘନୀଭୂତ ଦସ୍ତା (୨୦.୦%), ମାଙ୍ଗାନିଜ୍ ପଥର (୧୯.୩%), ମାଗ୍ନେସାଇଟ୍ (୧୬.୬%) ବକ୍ସାଇଟ୍ (୮.୯%), କ୍ରୋମାଇଟ୍ (୬.୫%), ଘନୀଭୂତ ସୀସା (୪.୨%), ଚୂନ ପଥର (୧.୬%), ଏବଂ ପ୍ରାକୃତିକ ଗ୍ୟାସ୍ (ବ୍ୟବହୃତ) ୧.୩% ଇତ୍ୟାଦି ସାମିଲ୍ ଅଟେ। ନକାରାତ୍ମକ ଅଭିବୃଦ୍ଧି ଦେଖାଇ ଥିବା ଅନ୍ୟ ମହତ୍ୱପୂର୍ଣ୍ଣ ଖଣିଜ ଗୁଡିକର ଉତ୍ପାଦନରେ ପେଟ୍ରୋଲିୟମ୍ (ଅଶୋଧିତ) (-୧.୭%), ଘନୀଭୂତ ତମ୍ବା (-୭.୨%) ଏବଂ ଲୁହା ପଥର (- ୯.୭%) ଅନ୍ତର୍ଭୁକ୍ତ ରହିଛନ୍ତି।

ଖଣିଜ ଉତ୍ପାଦନ ଜୁନ୍ ୨୦୨୨
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.