Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫ଜିରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜିଓ, ୨୦୨୩ ଡିସେମ୍ବର ସୁଦ୍ଧା ସର୍ବଭାରତୀୟ ସ୍ତରରେ ପହଂଚିବ ସେବା 
ଆଜିର ଖବର

୫ଜିରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜିଓ, ୨୦୨୩ ଡିସେମ୍ବର ସୁଦ୍ଧା ସର୍ବଭାରତୀୟ ସ୍ତରରେ ପହଂଚିବ ସେବା 

August 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି। କଂପାନି ଚଳିତ ବର୍ଷ ଦୀପାବଳି ସୁଦ୍ଧା ଏହି ହାଇ-ସ୍ପିଡ୍ ସେବାକୁ ପ୍ରମୁଖ ସହରଗୁଡ଼ିକରେ ଆରମ୍ଭ କରିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ୪୫ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ୨୦୨୩ ଡିସେମ୍ବର ସୁଦ୍ଧା କଂପାନିର ୫ଜି ସେବା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ। ସେ କହିଛନ୍ତି, ଏକ ସମ୍ପୂର୍ଣ୍ଣ ଭାରତୀୟ ୫ଜି ନେଟ୍‌ୱର୍କ ବିକଶିତ କରିବା ଲାଗି ଆମେ ମୋଟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ଅଛୁ। ଭାରତ ଭଳି ଏକ ବିଶାଳ ଦେଶ ପାଇଁ ଜିଓ ପକ୍ଷରୁ ସର୍ବକାଳୀନ ଦ୍ରୁତ ଗତିର ଓ ମହତ୍ୱକାଂକ୍ଷୀ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତା ଦୁଇ ମାସ ଭିତରେ ଦୀପାବଳି ସୁଦ୍ଧା ଦେଶର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ଅନ୍ୟ ପ୍ରମୁଖ ସହରରେ ଜିଓ ୫ଜି ସେବା ଆରମ୍ଭ ହେବ। ଏହା ପରେ ଦେଶର କୋଣ ଅନୁକୋଣରେ ପ୍ରତିଟି ଗ୍ରାମ ଓ ତହସିଲରେ ଜିଓ ୫ଜି ସେବା ପହଂଚାଇବା ଲାଗି କଂପାନି ପ୍ରତି ମାସରେ ଏହାର ନେଟ୍‌ୱର୍କରେ ନୂଆ ନୂଆ ସହରକୁ ଯୋଡ଼ିବା କାର୍ଯ୍ୟ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଜାରି ରଖିବ ବୋଲି ସେ କହିଛନ୍ତି।

ନିଲାମରେ ୮୮,୦୭୮ କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ କିଣିବା ପରେ ରିଲାଏନ୍ସ ଜିଓ ଉନ୍ନତ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରିବା ଲାଗି ଚଳିତ ମାସରେ ପ୍ରସ୍ତୁତ ହୋଇଛି। ସର୍ବଭାରତୀୟ ସ୍ତରରେ ଫାଇବର୍ ଉପସ୍ଥିତି, ଅଲ୍‌-ଆଇପି ନେଟ୍‌ୱର୍କ ସହିତ ସହାୟକ ଭିତିଭୂମି, ସ୍ୱଦେଶୀ ୫ଜି ଷ୍ଟାକ୍ ଓ ପ୍ରଯୁକ୍ତି ପରିବ୍ୟବସ୍ଥାରେ ଦୃଢ଼ ବିଶ୍ୱସ୍ତରୀୟ ସହଯୋଗିତାକୁ ନେଇ କଂପାନି ସବୁଠୁ କମ୍ ସମୟ ଭିତରେ ୫ଜି ସେବା ଆରମ୍ଭ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ଯେ ୫ଜି ସେବା ଆରମ୍ଭ ହେବା ପରେ ଜିଓ ପକ୍ଷରୁ କନେକ୍ଟେଡ୍ ଇଟେଂଲିଜେନ୍‌ସ ଥିବା କୋଟି କୋଟି ସ୍ମାର୍ଟ ସେନ୍‌ସର ଶୁଭାରମ୍ଭ କରାଯିବ ଯାହା ଇଟଂରନେଟ୍ ଅଫ୍ ଥିଙ୍ଗସ୍ ଓ ଚତୁର୍ଥ ଶିଳ୍ପ ବିପ୍ଳବକୁ ଆଗକୁ ବଢ଼ାଇବ। ଏହା ପ୍ରତ୍ୟକଙ୍କୁ, ପ୍ରତି ସ୍ଥାନକୁୁ ଓ ସବୁ କିଛିକୁ ଉଚ୍ଚ ମାନର ଓ ସବୁଠୁ ସୁଲଭ ଡାଟା ସହିତ ଯୋଡ଼ିବ। ୧୧ ଲକ୍ଷ ରୁଟ୍ କିଲୋମିଟରରୁ ଅଧିକ ସର୍ବଭାରତୀୟ ଫାଇବର ଅପ୍‌ଟିକ୍ ନେଟ୍‌ୱର୍କ ଯୋଗୁଁ କଂପାନିର ଫାଇବର୍ ଓ ଏଫ୍‌ଟିଟିଏଚ୍‌ରେ ଦୃଢ଼ ଉପସ୍ଥିତି ରହିଥିବା ସେ କହିଛନ୍ତି।

ଏହି ଅବସରରେ ଆକାଶ ଅମ୍ବାନି ଜିଓର ଅଭିନବ ସମାଧାନ ଜିଓ ଏୟାର ଫାଇବର ହୋମ୍ ଗେଟ୍‌ୱେ ପ୍ରଦର୍ଶିତ କରିଥିଲେ ଯେଉଁଥିରେ କୌଣସି କେବୁଲ ନଥାଇ ଫାଇବର ଭଳି ହାଇ ସ୍ପିଡ୍ ଡାଟା ମିଳିପାରିବ।

ଆକାଶ ଅମ୍ବାନି ଜିଓ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.