Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତୃତୀୟ ସ୍ଥାନରେ ପହଂଚିଲା ଭାରତ; ଦେଶରେ ୫ଜି ନେଟ୍‌ୱର୍କରେ ଜିଓର ଭାଗ ୮୫%: ଆକାଶ ଅମ୍ବାନି

ଭୁବନେଶ୍ୱର: ଦେଶରେ ଗୋଟିଏ ବର୍ଷ ପୂର୍ବରୁ ୫ଜିର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅଳ୍ପ ସମୟ ଭିତରେ ରିଲାଏନ୍ସ ଜିଓ ମାଧ୍ୟମରେ ୫ଜି ମାମଲାରେ ସାରା ଦୁନିଆରେ ଭାରତ ତୃତୀୟ ସ୍ଥାନରେ ପହଂଚିପାରିଛି। ପ୍ରତି ସେକେଣ୍ଡ୍‌ରେ ଗୋଟିଏ ଲେଖାଏଁ ହାରରେ ବର୍ଷକ ଭିତରେ ରିଲାଏନ୍ସ ଜିଓ ସାରା ଦେଶରେ ୧୦ ଲକ୍ଷ ପାଖାପାଖି ୫ଜି ସେଲ୍ ସ୍ଥାପନ କରିଛି। ଦେଶର ମୋଟ ୫ଜି ନେଟ୍‌ୱର୍କର ୮୫ ପ୍ରତିଶତ ରିଲାଏନ୍ସ ଜିଓ ସ୍ଥାପନ କରିଛି। ଇଣ୍ଡିଆ ମୋବାଇଲ କଂଗ୍ରେସକୁ ସମ୍ବୋଧିତ କରି ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ବିଷୟରେ ଆଲୋଚନା କରି ଆକାଶ ଅମ୍ବାନି କହିଛନ୍ତି ଯେ, “ଭାରତକୁ ହାଇଟେକ୍ ମାଧ୍ୟମରେ ଆତ୍ମନିର୍ଭର କରିବାକୁ ଆପଣ ଆମକୁ କହିଥିଲେ। ଆମେ ସେହି ଉପରେ କାମ କରିଛୁ। ଜିଓର ୧୦୦ ପ୍ରତିଶତ ୫ଜି ନେଟୱର୍କ ନିଜସ୍ୱ ୫ଜି ଷ୍ଟାକ୍‌ରେ କାର୍ଯ୍ୟ କରୁଛି ଯାହାକୁ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପ୍ରତିଭାବାନ ଲୋକମାନେ ପ୍ରସ୍ତୁତ ଓ ବିକଶିତ କରିଛନ୍ତି। ୧୨ କୋଟିରୁ ଅଧିକ ୫ଜି ଗ୍ରାହକଙ୍କ ସହିତ ବର୍ତମାନ ୫ଜି କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନି ଦେଶ ମଧ୍ୟରୁ ଅନ୍ୟତମ ଦେଶ ହୋଇପାରିଛି।’’

ଦୁନିଆର ସବୁଠୁ ଉଚ୍ଚ ଷ୍ଟାଚ୍ୟୁ ଅଫ୍ ୟୁନିଟି ବିଷୟରେ ଆଲୋଚନା କରି ଆକାଶ ଅମ୍ବାନି କହିଛନ୍ତି ଯେ, “ଔଦ୍ୟୋଗିକ ଶକ୍ତି ଜରିଆରେ ଆମେ ଏକ ଡିଜିଟାଲ୍ ଷ୍ଟାଚ୍ୟୁ ଅଫ୍ ୟୁନିଟି ସ୍ଥାପନ କରିବୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛୁ। ଯାହା ଭାରତକୁ ଔଦ୍ୟୋଗିକ ଓ ସଂଯୋଗର ଶକ୍ତିରେ ସବୁଠୁ ସମୃଦ୍ଧ, ବୈଷୟିକ ଦୃଷ୍ଟିରୁ ଉନ୍ନତ, ଅନ୍ତର୍ଭୁକ୍ତ ଓ ସାମଞ୍ଜସ୍ୟପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରିବା ସ୍ୱପ୍ନକୁ ସାକାର କରିବ। ଆଇଏମ୍‌ସିରେ ସମସ୍ତ ଯୁବ ଡିଜିଟାଲ ଉଦ୍ୟୋଗୀ, ଯୁବ ଡିଜିଟାଲ ନବସୃଜନକାରୀ ଓ ଯୁବ ଡିଜିଟାଲ ଷ୍ଟାର୍ଟଅପ୍‌ମାନଙ୍କ ତରଫରୁ ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଆମେ ଭାରତର ଅମୃତ କାଳରେ ଏହି ସ୍ୱପ୍ନ ସାକାର କରିବା ଲାଗି ଜୋରଦାର ପ୍ରୟାସ କରିବୁ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆରଆଇଏଲ ନିର୍ଦ୍ଦେଶକ ବୋର୍ଡରେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କୁ ସାମିଲ ପାଇଁ ସୁପାରିସ

ଭୁବନେଶ୍ୱର: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍‌ଆଇଏଲ୍‌) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିବା ଲାଗି ମାନବ ସମ୍ବଳ, ମନୋନୟନ ଓ ବେତନ କମିଟିର ସୁପାରିସକୁ ଅଂଶଧନକାରୀମାନଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା । ଅଂଶଧନକାରୀମାନଙ୍କ ମଞ୍ଜୁରି ମିଳିବା ପରେ ଯେଉଁ ଦିନଠାରୁ ସେମାନେ କାର୍ଯ୍ୟଭାର ଗ୍ରହଣ କରିବେ ସେହିଦିନଠାରୁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ ।

ଭାରତରେ ଅଧିକ ପ୍ରଭାବ ସୃଷ୍ଟି କରିବାରେ ରିଲାଏନ୍ସ ଫାଉଣ୍ଡେସନକୁ ସକ୍ଷମ କରାଇବା ଓ ମାର୍ଗଦର୍ଶନ ପ୍ରଦାନ କରିବା ଲାଗି ଅଧିକ ଶକ୍ତି ଓ ସମୟ ଦେବା ପାଇଁ ନୀତା ଅମ୍ବାନି ନେଇଥିବା ନିଷ୍ପତ୍ତି କୁ ସମ୍ମାନ ଜଣାଇ ତାଙ୍କ ଇସ୍ତଫାକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ଗ୍ରହଣ କରାଯାଇଛି । ପ୍ରତିଷ୍ଠାତା ଅଧ୍ୟକ୍ଷା ଭାବେ ରିଲାଏନ୍ସ ଫାଉଣ୍ଡେସନରେ ନୀତା ଅମ୍ବାନିଙ୍କ ନେତୃତ୍ୱକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ପ୍ରଶଂସା କରାଯାଇଛି । କିଛି ବର୍ଷ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଭାରତରେ ଉପେକ୍ଷୀତ ଓ ଅନଗ୍ରସର ସମୁଦାୟକୁ ସଶକ୍ତ ଓ ସମୃଦ୍ଧ କରିବାର ଲକ୍ଷ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ନୂଆ କାର୍ଯ୍ୟକ୍ରମ ଓ ଅଭିଯାନ ଜରିଆରେ ଆହୁରି ବଡ଼ ଧରଣର ସାମାଜିକ ପରିବର୍ତନ ହାସଲ କରିବାର ଯାତ୍ରା ଆରମ୍ଭ ହୋଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନକୁ ଆହୁରି ସଶକ୍ତ କରିବା ପାଇଁ ନୀତା ଅମ୍ବାନିଙ୍କ ଅନୁରୋଧକୁ ସେମାନେ ପ୍ରଶଂସା କରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ଆର୍‌ଆଇଏଲ୍‌ର ବୋର୍ଡ ବୈଠକଗୁଡ଼ିକରେ ସ୍ଥାୟୀ ଆମନ୍ତ୍ରୀତ ସଦସ୍ୟା ରୂପେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ନୀତା ଅମ୍ବାନି ଯୋଗ ଦେବେ, ଫଳରେ ତାଙ୍କ ପରାମର୍ଶରୁ କଂପାନି ଉପକୃତ ହୋଇପାରିବ ।

ଗତ କିଛି ବର୍ଷ ଧରି ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନି ଆର୍‌ଆଇଏଲ୍‌ର ପ୍ରମୁଖ ବ୍ୟବସାୟ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇରହିଥିବା ବେଳେ ରିଟେଲ୍‌, ଡିଜିଟାଲ୍ ସେବା, ଶକ୍ତି ଓ ଉପକରଣ ବ୍ୟବସାୟର ପରିଚାଳନା ଓ ନେତୃତ୍ୱ ଭାର ଗ୍ରହଣ କରିଛନ୍ତି । ଆର୍‌ଆଇଏଲ୍‌ର ପ୍ରମୁଖ ସହଯୋଗୀ ସଂସ୍ଥାଗୁଡ଼ିକର ବୋର୍ଡରେ ମଧ୍ୟ ସେମାନେ ସେବା ପ୍ରଦାନ କରୁଛନ୍ତି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଆର୍‌ଆଇଏଲ୍‌ର ବୋର୍ଡରେ ସେମାନଙ୍କ ନିଯୁକ୍ତି ଦ୍ୱାରା ଆରଆଇଏଲ୍‌କୁ ସେମାନଙ୍କ ବୁଦ୍ଧିର ଲାଭ ମିଳିବ ଏବଂ ନୂଆ ଚିନ୍ତାଧାରାକୁ ସାମିଲ କରାଯାଇପାରିବ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜୀବନ ଜିଇଁବାର ଢଙ୍ଗ ବଦଳାଇଦେବ ୫ଜି: ଆକାଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, ୫ଜି ପ୍ରଯୁକ୍ତିରେ ଭାରତୀୟଙ୍କ ଜୀବନ ଜିଇଁବାର ଢଙ୍ଗ ବଦଳାଇପାରିବାର ଶକ୍ତି ରହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତ୍ତୀ ୱେବିନାର୍‌କୁ ସମ୍ବୋଧିତ କରି ଆକାଶ ଏହା କହିଛନ୍ତି। ମଙ୍ଗଳବାର ଏହି ୱେବିନାର୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ।

ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କର ଶୁଭାରମ୍ଭ ସାରା ବିଶ୍ୱର ସବୁଠୁ ବଡ଼ ୫ଜି ଶୁଭାରମ୍ଭ ଥିଲା ବୋଲି ଆକାଶ ଅମ୍ବାନି କହିଛନ୍ତି। ମାତ୍ର ୫ ମାସ ଭିତରେ ଜିଓ ପକ୍ଷରୁ ପ୍ରାୟ ୪୦ ହଜାର ଟାୱାର ସାଇଟ୍‌ସରେ ୨.୫ ଲକ୍ଷ ୫ଜି ସେଲ୍‌ସ ଲଗାଯାଇଛି। ରିଲାଏନ୍ସ ଜିଓର ଏହି ବଡ଼ ଭିତିଭୂମି ଦ୍ୱାରା ପରିଚାଳିତ କଂପାନିର ଟ୍ରୁ-୫ଜି ସେବା ୨୭୭ ସହରରେ ପହଂଚିଛି। ଆକାଶ ଅମ୍ବାନି ସ୍ପଷ୍ଟ କରିଛନ୍ତି ଯେ ୨୦୨୩ ସୁଦ୍ଧା ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବା ସବୁ ତାଲୁକା, ସବୁ ସହର ଏବଂ ସବୁ ଗାଁରେ ଉପଲବ୍ଧ ହେବ।

ବିଭିନ୍ନ କ୍ଷେତ୍ରରେ ୫ଜି ପ୍ରଯୁକ୍ତି କିଭଳି ବ୍ୟବହାର ହୋଇପାରିବ ଏବଂ ଆମ ଜୀବନ ଉପରେ ତାହାର କ’ଣ ପ୍ରଭାବ ରହିବ ସେ ସମ୍ପର୍କରେ ଆକାଶ ଅମ୍ବାନି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗେମିଂଠାରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ୫ଜିର ଉପଯୋଗିତା ବିଷୟରେ ସେ ପ୍ରକାଶ କରିଥିଲେ। ଆକାଶ କହିଛନ୍ତି ଯେ ୫ଜିର ଲାଭ ହାସଲ କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

“ଟାଇମ୍ ୧୦୦ ନେକ୍ସଟ୍‌’ ତାଲିକାରେ ସାମିଲ ହେଲେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି 

ଭୁବନେଶ୍ୱର: ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନିଙ୍କୁ ଲୋକପ୍ରିୟ ଟାଇମ୍ ପତ୍ରିକା ପକ୍ଷରୁ “ଟାଇମ୍ ୧୦୦ ନେକ୍ସଟ’ ତାଲିକାରେ ସାମିଲ କରାଯାଇଛି। ତାଙ୍କୁ “ଲିଡର୍ସ’ ବର୍ଗରେ ସାମିଲ କରାଯାଇଛି। ଆକାଶ ଅମ୍ବାନିଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ, “ବ୍ୟବସାୟକୁ ବଢ଼ାଇବା ପାଇଁ ଆକାଶ କଠିନ ପରିଶ୍ରମ କରୁଛନ୍ତି। ଗୁଗୁଲ୍ ଓ ଫେସବୁକ୍ ସହ ବିଲିଅନ୍ ଡଲାରର ନିବେଶ ଡିଲ୍ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

“ଟାଇମ୍ ୧୦୦ ନେକ୍ସଟ’ରେ ସାମିଲ ହେବାରେ ଆକାଶ ଅମ୍ବାନି ହେଉଛନ୍ତି ଏକମାତ୍ର ଭାରତୀୟ। ବିଶ୍ୱର ଉଦୀୟମାନ ତାରକା ଆକାଶଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ମାତ୍ର ୨୨ ବର୍ଷ ବୟସରେ ଆକାଶଙ୍କୁ ଜିଓର ବୋର୍ଡରେ ସ୍ଥାନ ମିଳିଥିଲା। ଚଳିତ ବର୍ଷ ଜୁନ ମାସ୍‌ରେ ତାଙ୍କୁ ବିଶ୍ୱର ସବୁଠୁ ବଡ଼ ଟେଲିକମ୍ କଂପାନି ଜିଓର ନେତୃତ୍ୱ ଭାର ପ୍ରଦାନ କରାଯାଇଛି। ୪୨ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଥିବା କଂପାନି ରିଲାଏନ୍ସ ଜିଓକୁ ସମ୍ଭାଳିବାର ଗୁରୁ ଦାୟିତ୍ୱ ଏବେ ଏହାର ଅଧ୍ୟକ୍ଷ ଆକାଶ ଅମ୍ବାନିଙ୍କ ଉପରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓର ୫ଜି ସେବାର କାର୍ଯ୍ୟକାରିତା ଆକାଶ ଅମ୍ବାନିଙ୍କ ନେତୃତ୍ୱରେ ହେଉଛି। ଦୀପାବଳି ସୁଦ୍ଧା ଦିଲ୍ଲୀ, ମୁମ୍ବାଇ ଓ ଅନ୍ୟ କେତେକ ମେଟ୍ରୋ ସହରରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ରଖିଛି। ଜିଓ ଏକମାତ୍ର ଟେଳିକମ୍ କଂପାନି ଯାହା ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ କିଣିଛ, ଯାହା ହେଉଛି ଏକମାତ୍ର ବ୍ୟାଣ୍ଡ୍ ଯେଉଁଥିରେ ବାସ୍ତବ ୫ଜି ସେବା ମିଳିପାରିବ। ଆମେରିକା ଓ ୟୁରୋପରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌କୁ ପ୍ରିମିୟମ୍ ବ୍ୟାଣ୍ଡ୍ ଭାବେ ବିଚାର କରାଯାଉଛି। ଏହି ଦୃଷ୍ଟିରୁ ୫ଜି କ୍ଷେତ୍ରରେ ଅନ୍ୟ କଂପାନିଗୁଡ଼ିକ ତୁଳନାରେ ଜିଓ ଆଗରେ ରହିଛି।

ଟାଇମ୍ ପତ୍ରିକା ପ୍ରତିବର୍ଷ “ଟାଇମ୍ ୧୦୦ ନେକ୍ସଟ୍‌’ର ତାଲିକା ପ୍ରକାଶ କରୁଛି। ଏହି ତାଲିକାରେ ଦେଶ ଦୁନିଆ ବ୍ୟତୀତ ଉଦ୍ୟୋଗ ଜଗତର ୧୦୦ ଉଦୀୟମାନ ତାରକାଙ୍କୁ ସାମିଲ କରାଯାଇଥାଏ। ୨୦୨୨ ଟାଇମ୍ ୧୦୦ ତାଲିକାରେ ସଙ୍ଗୀତକାର, ପେସାଦାର ଡାକ୍ତର, ସରକାରୀ ଅଧିକାରୀ, ସାମାଜିକ କର୍ମୀ, ହାଇ-ପ୍ରୋଫାଇଲ୍ ହ୍ୱିସିଲ ବ୍ଲୋୟର ଓ ଶ୍ରେଷ୍ଠ ସିଇଓମାନଙ୍କୁ ସାମିଲ କରାଯାଇଛି। ଏହି ମହାନ ବ୍ୟକ୍ତିମାନେ ଦୁନିଆକୁ ନୂଆ ସ୍ୱରୂପ ପ୍ରଦାନ କରିବା ସହିତ ଭବିଷ୍ୟତକୁ ନୂଆ ପରିଭାଷା ପ୍ରଦାନ କରିବାକୁ ଉଦ୍ୟମ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫ଜିରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜିଓ, ୨୦୨୩ ଡିସେମ୍ବର ସୁଦ୍ଧା ସର୍ବଭାରତୀୟ ସ୍ତରରେ ପହଂଚିବ ସେବା 

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି। କଂପାନି ଚଳିତ ବର୍ଷ ଦୀପାବଳି ସୁଦ୍ଧା ଏହି ହାଇ-ସ୍ପିଡ୍ ସେବାକୁ ପ୍ରମୁଖ ସହରଗୁଡ଼ିକରେ ଆରମ୍ଭ କରିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ୪୫ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ୨୦୨୩ ଡିସେମ୍ବର ସୁଦ୍ଧା କଂପାନିର ୫ଜି ସେବା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ। ସେ କହିଛନ୍ତି, ଏକ ସମ୍ପୂର୍ଣ୍ଣ ଭାରତୀୟ ୫ଜି ନେଟ୍‌ୱର୍କ ବିକଶିତ କରିବା ଲାଗି ଆମେ ମୋଟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ଅଛୁ। ଭାରତ ଭଳି ଏକ ବିଶାଳ ଦେଶ ପାଇଁ ଜିଓ ପକ୍ଷରୁ ସର୍ବକାଳୀନ ଦ୍ରୁତ ଗତିର ଓ ମହତ୍ୱକାଂକ୍ଷୀ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତା ଦୁଇ ମାସ ଭିତରେ ଦୀପାବଳି ସୁଦ୍ଧା ଦେଶର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ଅନ୍ୟ ପ୍ରମୁଖ ସହରରେ ଜିଓ ୫ଜି ସେବା ଆରମ୍ଭ ହେବ। ଏହା ପରେ ଦେଶର କୋଣ ଅନୁକୋଣରେ ପ୍ରତିଟି ଗ୍ରାମ ଓ ତହସିଲରେ ଜିଓ ୫ଜି ସେବା ପହଂଚାଇବା ଲାଗି କଂପାନି ପ୍ରତି ମାସରେ ଏହାର ନେଟ୍‌ୱର୍କରେ ନୂଆ ନୂଆ ସହରକୁ ଯୋଡ଼ିବା କାର୍ଯ୍ୟ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଜାରି ରଖିବ ବୋଲି ସେ କହିଛନ୍ତି।

ନିଲାମରେ ୮୮,୦୭୮ କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ କିଣିବା ପରେ ରିଲାଏନ୍ସ ଜିଓ ଉନ୍ନତ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରିବା ଲାଗି ଚଳିତ ମାସରେ ପ୍ରସ୍ତୁତ ହୋଇଛି। ସର୍ବଭାରତୀୟ ସ୍ତରରେ ଫାଇବର୍ ଉପସ୍ଥିତି, ଅଲ୍‌-ଆଇପି ନେଟ୍‌ୱର୍କ ସହିତ ସହାୟକ ଭିତିଭୂମି, ସ୍ୱଦେଶୀ ୫ଜି ଷ୍ଟାକ୍ ଓ ପ୍ରଯୁକ୍ତି ପରିବ୍ୟବସ୍ଥାରେ ଦୃଢ଼ ବିଶ୍ୱସ୍ତରୀୟ ସହଯୋଗିତାକୁ ନେଇ କଂପାନି ସବୁଠୁ କମ୍ ସମୟ ଭିତରେ ୫ଜି ସେବା ଆରମ୍ଭ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ଯେ ୫ଜି ସେବା ଆରମ୍ଭ ହେବା ପରେ ଜିଓ ପକ୍ଷରୁ କନେକ୍ଟେଡ୍ ଇଟେଂଲିଜେନ୍‌ସ ଥିବା କୋଟି କୋଟି ସ୍ମାର୍ଟ ସେନ୍‌ସର ଶୁଭାରମ୍ଭ କରାଯିବ ଯାହା ଇଟଂରନେଟ୍ ଅଫ୍ ଥିଙ୍ଗସ୍ ଓ ଚତୁର୍ଥ ଶିଳ୍ପ ବିପ୍ଳବକୁ ଆଗକୁ ବଢ଼ାଇବ। ଏହା ପ୍ରତ୍ୟକଙ୍କୁ, ପ୍ରତି ସ୍ଥାନକୁୁ ଓ ସବୁ କିଛିକୁ ଉଚ୍ଚ ମାନର ଓ ସବୁଠୁ ସୁଲଭ ଡାଟା ସହିତ ଯୋଡ଼ିବ। ୧୧ ଲକ୍ଷ ରୁଟ୍ କିଲୋମିଟରରୁ ଅଧିକ ସର୍ବଭାରତୀୟ ଫାଇବର ଅପ୍‌ଟିକ୍ ନେଟ୍‌ୱର୍କ ଯୋଗୁଁ କଂପାନିର ଫାଇବର୍ ଓ ଏଫ୍‌ଟିଟିଏଚ୍‌ରେ ଦୃଢ଼ ଉପସ୍ଥିତି ରହିଥିବା ସେ କହିଛନ୍ତି।

ଏହି ଅବସରରେ ଆକାଶ ଅମ୍ବାନି ଜିଓର ଅଭିନବ ସମାଧାନ ଜିଓ ଏୟାର ଫାଇବର ହୋମ୍ ଗେଟ୍‌ୱେ ପ୍ରଦର୍ଶିତ କରିଥିଲେ ଯେଉଁଥିରେ କୌଣସି କେବୁଲ ନଥାଇ ଫାଇବର ଭଳି ହାଇ ସ୍ପିଡ୍ ଡାଟା ମିଳିପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ: ଇଶା ଓ ଆକାଶ ଅମ୍ବାନି

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନି ଓ ନିର୍ଦ୍ଦେଶକ ଆକାଶ ଅମ୍ବାନି ଛୋଟ ବ୍ୟବସାୟୀମାନଙ୍କୁ ଦେଶର ମୂଳଦୁଆ ଭାବେ ବର୍ଣ୍ଣନା କରିଛନ୍ତି। ଇଶା କହିଛନ୍ତି ଯେ ମହାମାରୀ ବ୍ୟବସାୟ କରିବାର ଉପାୟକୁ ବଦଳାଇ ଦେଇଛି। ଗଳିକନ୍ଦିରେ ଥିବା କିରାନା ବା ତେଜରାତି ଦୋକାନଗୁଡ଼ିକୁ ଏବେ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବାର ଓ ସଶକ୍ତ କରିବାର ସମୟ ଆସିଛି। ରିଲାଏନ୍ସ ସହ ଯୋଡ଼ି ହୋଇଥିବା ପ୍ରାୟ ପାଂଚ ଲକ୍ଷ ରିଟେଲ୍ ବିକ୍ରେତାମାନଙ୍କ ବିଷୟରେ ପ୍ରକାଶ କରି ଆକାଶ ଅମ୍ବାନି କହିଛନ୍ତି ଯେ, ରିଟେଲ୍ କ୍ଷେତ୍ରରେ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ଷ୍ଟୋର୍ ପାଇଁ ସ୍ଥାନ ରହିଛି। ଫେସବୁକ୍‌ର କାର୍ଯ୍ୟକ୍ରମ ଫ୍ୟୁଏଲ୍ ଫର୍ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଉଭୟ ଇଶା ଅମ୍ବାନି ଓ ଆକାଶ ଅମ୍ବାନି ଯୋଗ ଦେଇଥିଲେ।

ମେଟା (ଫେସବୁକ୍‌)ର ଚିଫ୍ ବିଜନେସ୍ ଅଫିସର ମାର୍ଣ୍ଣେ ଲେଭିନ୍ ଙ୍କ ଏକ ପ୍ରଶ୍ନର ଉତରରେ ଇଶା ଅମ୍ବାନି କହିଛନ୍ତି ଯେ, “ଲକ୍ଷାଧିକ ଖୁଚୁରା ବିକ୍ରେତାମାନଙ୍କୁ ଜିଓ ଓ ଜିଓମାର୍ଟ ମାଧ୍ୟମରେ ଡିଜିଟାଲ୍ ସକ୍ଷମ କରିବା ଲାଗି ମୁକେଶ ଅମ୍ବାନିଙ୍କ ଲକ୍ଷ୍ୟ ରହିଛି। ତାଙ୍କର ସେହି ସ୍ୱପ୍ନକୁ ପୂରଣ କରିବା ଦିଗରେ ଆମେ ଆଉ ଟିକେ ନିକଟତର ହୋଇଛୁ ଏବଂ ଆକାଶ ଓ ମୋ ପାଇଁ ବ୍ୟକ୍ତିଗତ ଭାବେ ଏହା ବହୁତ ମହତ୍ୱପୂର୍ଣ୍ଣ।’’

ଜିଓମାର୍ଟ ଓ ହ୍ୱାଟସ୍‌ଆପ୍‌ର ସହଯୋଗିତା ସମ୍ପର୍କରେ ମନ୍ତବ୍ୟ ଦେଇ ଆକାଶ ଅମ୍ବାନି କହିଛନ୍ତି ଯେ “ହ୍ୱାଟସ୍‌ଆପ୍ ମାଧ୍ୟମରେ ଜିଓମାର୍ଟରେ ଡିଜିଟାଲ୍ କିଣାକିଣି ଏବେ ଏକ ବାର୍ତା ପଠାଇବା ସଦୃଶ ସହଜ ଓ ସରଳ ହୋଇଛି। ବାସ୍ତବରେ ଉପଭୋକ୍ତମାନଙ୍କ ପାଇଁ ଡିଜିଟାଲ କିଣାକିଣିରେ ଏକ ବିପ୍ଳବ ଭଳି।

ଜିଓର ଦୃଢ଼ ଗ୍ରାହକ ସଂଖ୍ୟା ଓ ସୁଲଭ ସେବାକୁ ପ୍ରଶଂସା କରି ହ୍ୱାଟସ୍‌ଆପ୍ ଜରିଆରେ ଜିଓ ମୋବାଇଲ୍ ରିଚାର୍ଜ କିଭଳି କାମ କରିବ ବୋଲି ମାର୍ଣ୍ଣେ ପ୍ରଶ୍ନ କରିଥିଲେ। ଏହାର ଉତରରେ ଆକାଶ ଅମ୍ବାନି କହିଥିଲେ ଯେ ହ୍ୱାଟସ୍‌ଆପ୍ ଜରିଆରେ ଜିଓର ପ୍ରିପେଡ୍ ରିଚାର୍ଜ କରିବା ଖୁବ୍ ଶୀଘ୍ର ଉପଲବ୍ଧ ହେବ। ୨୦୨୨ରେ ଆରମ୍ଭ ହେବାକୁ ଥିବା ଏହି ସୁବିଧା ବହୁତ ସରଳ ହେବ ଏବଂ ମାତ୍ର ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ କରାଯାଇପାରିବଯାହା ଜିଓ ଉପଭୋକ୍ତାଙ୍କ ଜୀବନକୁ ଆହୁରି ସହଜ କରିପାରିବ। ବୟସ୍କ ନାଗରିକମାନଙ୍କ ସୁବିଧା ବିଷୟରେ ଆଲୋଚନା କରି ଇଶା କହିଥିଲେ ଯେ ବେଳେ ବେଳେ ବୟସ୍କ ନାଗରିକମାନେ ବାହାରକୁ ଯିବା ସମ୍ଭବ ହୁଏ ନାହିଁସେଭଳି କ୍ଷେତ୍ରରେ ହ୍ୱାଟସ୍‌ଆପ୍ ଜରିଆରେ ଜିଓ ରିଚାର୍ଜ ବହୁତ ସୁବିଧାଜନକ ହେବ ବୋଲି ଇଶା କହିଛନ୍ତି। ଏଥିସହିତ ହ୍ୱାଟ୍ସଆପ୍ ଜରିଆରେ ରିଚାର୍ଜ ସାଙ୍ଗକୁ ଦେୟ ପ୍ରଦାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପ୍ରକ୍ରିୟା ହୋଇପାରିବା କୋଟି କୋଟି ଜିଓ ଗ୍ରାହକଙ୍କୁ ଅନନ୍ୟ ସହଜତାର ଅନୁଭୁତି ଆଣିଦେବ ବୋଲି ସେ କହିଥିଲେ।

ଫ୍ୟୁଏଲ୍ ଫର ଇଣ୍ଡିଆ ୨୦୨୧ ହେଉଛି ଏକ ସାକ୍ଷାତକାରର ଶୃଙ୍ଖଳା ଯେଉଁଥିରେ ଫେସବୁକ୍‌ର ଅଧିକାରୀମାନେ ଦେଶର ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ନେଉଛନ୍ତି।