Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରଆଇଏଲ ନିର୍ଦ୍ଦେଶକ ବୋର୍ଡରେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କୁ ସାମିଲ ପାଇଁ ସୁପାରିସ
ଆଜିର ଖବର

ଆରଆଇଏଲ ନିର୍ଦ୍ଦେଶକ ବୋର୍ଡରେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କୁ ସାମିଲ ପାଇଁ ସୁପାରିସ

August 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍‌ଆଇଏଲ୍‌) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିବା ଲାଗି ମାନବ ସମ୍ବଳ, ମନୋନୟନ ଓ ବେତନ କମିଟିର ସୁପାରିସକୁ ଅଂଶଧନକାରୀମାନଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା । ଅଂଶଧନକାରୀମାନଙ୍କ ମଞ୍ଜୁରି ମିଳିବା ପରେ ଯେଉଁ ଦିନଠାରୁ ସେମାନେ କାର୍ଯ୍ୟଭାର ଗ୍ରହଣ କରିବେ ସେହିଦିନଠାରୁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ ।

ଭାରତରେ ଅଧିକ ପ୍ରଭାବ ସୃଷ୍ଟି କରିବାରେ ରିଲାଏନ୍ସ ଫାଉଣ୍ଡେସନକୁ ସକ୍ଷମ କରାଇବା ଓ ମାର୍ଗଦର୍ଶନ ପ୍ରଦାନ କରିବା ଲାଗି ଅଧିକ ଶକ୍ତି ଓ ସମୟ ଦେବା ପାଇଁ ନୀତା ଅମ୍ବାନି ନେଇଥିବା ନିଷ୍ପତ୍ତି କୁ ସମ୍ମାନ ଜଣାଇ ତାଙ୍କ ଇସ୍ତଫାକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ଗ୍ରହଣ କରାଯାଇଛି । ପ୍ରତିଷ୍ଠାତା ଅଧ୍ୟକ୍ଷା ଭାବେ ରିଲାଏନ୍ସ ଫାଉଣ୍ଡେସନରେ ନୀତା ଅମ୍ବାନିଙ୍କ ନେତୃତ୍ୱକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ପ୍ରଶଂସା କରାଯାଇଛି । କିଛି ବର୍ଷ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଭାରତରେ ଉପେକ୍ଷୀତ ଓ ଅନଗ୍ରସର ସମୁଦାୟକୁ ସଶକ୍ତ ଓ ସମୃଦ୍ଧ କରିବାର ଲକ୍ଷ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ନୂଆ କାର୍ଯ୍ୟକ୍ରମ ଓ ଅଭିଯାନ ଜରିଆରେ ଆହୁରି ବଡ଼ ଧରଣର ସାମାଜିକ ପରିବର୍ତନ ହାସଲ କରିବାର ଯାତ୍ରା ଆରମ୍ଭ ହୋଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନକୁ ଆହୁରି ସଶକ୍ତ କରିବା ପାଇଁ ନୀତା ଅମ୍ବାନିଙ୍କ ଅନୁରୋଧକୁ ସେମାନେ ପ୍ରଶଂସା କରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ଆର୍‌ଆଇଏଲ୍‌ର ବୋର୍ଡ ବୈଠକଗୁଡ଼ିକରେ ସ୍ଥାୟୀ ଆମନ୍ତ୍ରୀତ ସଦସ୍ୟା ରୂପେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ନୀତା ଅମ୍ବାନି ଯୋଗ ଦେବେ, ଫଳରେ ତାଙ୍କ ପରାମର୍ଶରୁ କଂପାନି ଉପକୃତ ହୋଇପାରିବ ।

ଗତ କିଛି ବର୍ଷ ଧରି ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନି ଆର୍‌ଆଇଏଲ୍‌ର ପ୍ରମୁଖ ବ୍ୟବସାୟ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇରହିଥିବା ବେଳେ ରିଟେଲ୍‌, ଡିଜିଟାଲ୍ ସେବା, ଶକ୍ତି ଓ ଉପକରଣ ବ୍ୟବସାୟର ପରିଚାଳନା ଓ ନେତୃତ୍ୱ ଭାର ଗ୍ରହଣ କରିଛନ୍ତି । ଆର୍‌ଆଇଏଲ୍‌ର ପ୍ରମୁଖ ସହଯୋଗୀ ସଂସ୍ଥାଗୁଡ଼ିକର ବୋର୍ଡରେ ମଧ୍ୟ ସେମାନେ ସେବା ପ୍ରଦାନ କରୁଛନ୍ତି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଆର୍‌ଆଇଏଲ୍‌ର ବୋର୍ଡରେ ସେମାନଙ୍କ ନିଯୁକ୍ତି ଦ୍ୱାରା ଆରଆଇଏଲ୍‌କୁ ସେମାନଙ୍କ ବୁଦ୍ଧିର ଲାଭ ମିଳିବ ଏବଂ ନୂଆ ଚିନ୍ତାଧାରାକୁ ସାମିଲ କରାଯାଇପାରିବ ।

ଅନନ୍ତ ଅମ୍ବାନି ଆକାଶ ଅମ୍ବାନି ଇଶା ଅମ୍ବାନି
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026
Latest News

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.