Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆରଆଇଏଲ ନିର୍ଦ୍ଦେଶକ ବୋର୍ଡରେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କୁ ସାମିଲ ପାଇଁ ସୁପାରିସ

ଭୁବନେଶ୍ୱର: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍‌ଆଇଏଲ୍‌) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିବା ଲାଗି ମାନବ ସମ୍ବଳ, ମନୋନୟନ ଓ ବେତନ କମିଟିର ସୁପାରିସକୁ ଅଂଶଧନକାରୀମାନଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା । ଅଂଶଧନକାରୀମାନଙ୍କ ମଞ୍ଜୁରି ମିଳିବା ପରେ ଯେଉଁ ଦିନଠାରୁ ସେମାନେ କାର୍ଯ୍ୟଭାର ଗ୍ରହଣ କରିବେ ସେହିଦିନଠାରୁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ ।

ଭାରତରେ ଅଧିକ ପ୍ରଭାବ ସୃଷ୍ଟି କରିବାରେ ରିଲାଏନ୍ସ ଫାଉଣ୍ଡେସନକୁ ସକ୍ଷମ କରାଇବା ଓ ମାର୍ଗଦର୍ଶନ ପ୍ରଦାନ କରିବା ଲାଗି ଅଧିକ ଶକ୍ତି ଓ ସମୟ ଦେବା ପାଇଁ ନୀତା ଅମ୍ବାନି ନେଇଥିବା ନିଷ୍ପତ୍ତି କୁ ସମ୍ମାନ ଜଣାଇ ତାଙ୍କ ଇସ୍ତଫାକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ଗ୍ରହଣ କରାଯାଇଛି । ପ୍ରତିଷ୍ଠାତା ଅଧ୍ୟକ୍ଷା ଭାବେ ରିଲାଏନ୍ସ ଫାଉଣ୍ଡେସନରେ ନୀତା ଅମ୍ବାନିଙ୍କ ନେତୃତ୍ୱକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ପ୍ରଶଂସା କରାଯାଇଛି । କିଛି ବର୍ଷ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଭାରତରେ ଉପେକ୍ଷୀତ ଓ ଅନଗ୍ରସର ସମୁଦାୟକୁ ସଶକ୍ତ ଓ ସମୃଦ୍ଧ କରିବାର ଲକ୍ଷ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ନୂଆ କାର୍ଯ୍ୟକ୍ରମ ଓ ଅଭିଯାନ ଜରିଆରେ ଆହୁରି ବଡ଼ ଧରଣର ସାମାଜିକ ପରିବର୍ତନ ହାସଲ କରିବାର ଯାତ୍ରା ଆରମ୍ଭ ହୋଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନକୁ ଆହୁରି ସଶକ୍ତ କରିବା ପାଇଁ ନୀତା ଅମ୍ବାନିଙ୍କ ଅନୁରୋଧକୁ ସେମାନେ ପ୍ରଶଂସା କରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ଆର୍‌ଆଇଏଲ୍‌ର ବୋର୍ଡ ବୈଠକଗୁଡ଼ିକରେ ସ୍ଥାୟୀ ଆମନ୍ତ୍ରୀତ ସଦସ୍ୟା ରୂପେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ନୀତା ଅମ୍ବାନି ଯୋଗ ଦେବେ, ଫଳରେ ତାଙ୍କ ପରାମର୍ଶରୁ କଂପାନି ଉପକୃତ ହୋଇପାରିବ ।

ଗତ କିଛି ବର୍ଷ ଧରି ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନି ଆର୍‌ଆଇଏଲ୍‌ର ପ୍ରମୁଖ ବ୍ୟବସାୟ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇରହିଥିବା ବେଳେ ରିଟେଲ୍‌, ଡିଜିଟାଲ୍ ସେବା, ଶକ୍ତି ଓ ଉପକରଣ ବ୍ୟବସାୟର ପରିଚାଳନା ଓ ନେତୃତ୍ୱ ଭାର ଗ୍ରହଣ କରିଛନ୍ତି । ଆର୍‌ଆଇଏଲ୍‌ର ପ୍ରମୁଖ ସହଯୋଗୀ ସଂସ୍ଥାଗୁଡ଼ିକର ବୋର୍ଡରେ ମଧ୍ୟ ସେମାନେ ସେବା ପ୍ରଦାନ କରୁଛନ୍ତି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଆର୍‌ଆଇଏଲ୍‌ର ବୋର୍ଡରେ ସେମାନଙ୍କ ନିଯୁକ୍ତି ଦ୍ୱାରା ଆରଆଇଏଲ୍‌କୁ ସେମାନଙ୍କ ବୁଦ୍ଧିର ଲାଭ ମିଳିବ ଏବଂ ନୂଆ ଚିନ୍ତାଧାରାକୁ ସାମିଲ କରାଯାଇପାରିବ ।

Categories
ଆଜିର ଖବର ବ୍ୟବସାୟ

କାରିଗରମାନଙ୍କ ହାତ ତିଆରି ସାମଗ୍ରୀକୁ ମିଳିବ ବଜାର, ରିଲାଏନ୍ସ ରିଟେଲ୍ ଖୋଲିବ “ସ୍ୱଦେଶ’’ ଷ୍ଟୋର

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍‌ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ’ ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ। ଏହା ଦ୍ୱାରା ହଜାର ହଜାର କାରିଗରଙ୍କୁ ସ୍ଥାୟୀ ଜୀବିକା ମିଳିବା ସହିତ ଏହା ଭାରତୀୟ କଳାକୁ ସାରା ଦୁନିଆର ବଜାର ମଧ୍ୟ ଉପଲବ୍ଧ ହେବ।

ସ୍ୱଦେଶ ଷ୍ଟୋର୍‌ରେ ଭାରତୀୟ କାରିଗରମାନେ ତିଆରି କରିଥିବା ସାମଗ୍ରୀଗୁଡ଼ିକୁ “ସ୍ୱଦେଶ ବ୍ରାଣ୍ଡ୍‌’ ଅନୁସାରେ ବଜାରରେ ଉପସ୍ଥାପନ କରାଯିବ। ପ୍ରଥମ ସ୍ୱଦେଶ ଷ୍ଟୋର୍ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଖୋଲିବା ଆଶା କରାଯାଉଛି। ସେଥିରେ କାରିଗରମାନଙ୍କଠାରୁ ସିଧାସଳଖ ମିଳିଥିବା ସାମଗ୍ରୀ ଯଥା ହାତ ତିଆରି ବସ୍ତ୍ର, ହସ୍ତଶିଳ୍ପ, କୃଷି ଉତ୍ପାଦର ବିସ୍ତୃତ ବର୍ଗମାଳା ରହିବ। ସ୍ୱଦେଶ ଭାରତୀୟ କାରିଗର ଓ ଅସଲି ହାତ ତିଆରି ଉତ୍ପାଦ ପାଇଁ ବିକ୍ରେତାମାନଙ୍କୁ ସାରା ଦୁନିଆର ଗ୍ରାହକମାନଙ୍କ ସହିତ ଯୋଡ଼ିବା ଲାଗି ଏକ ବିଶ୍ୱ ବଜାର ମଧ୍ୟ ଗଠନ କରିବ।

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ର ନିର୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ଭାରତୀୟ କଳା ଓ ଶିଳ୍ପର ଭବିଷ୍ୟତ ଏକ ରୋମାଂଚକ ସ୍ଥିତିରେ ରହିଛି। ବିଲୁପ୍ତ କଳାକୃତିର ପୁନରୁଦ୍ଧାର କରିବା ଏବଂ ସ୍ଥାନୀୟ କାରିଗର, ବୁଣାକାର ଓ ଶିଳ୍ପ କାରିଗରମାନଙ୍କ ପାଇଁ ଏକ ବ୍ୟବସ୍ଥା ବିକଶିତ କରିବା ଓ ଏକ ଦୃଢ଼ ଭିତିଭୂମି ଢ଼ାଂଚା ବିକଶିତ କରିବା ଦିଗରେ ଆମ ପ୍ରୟାସର ବେଶ ଉତ୍ସାହଜନକ ଫଳ ମିଳିଛି। ଆମର ନିଜସ୍ୱ ହସ୍ତଶିଳ୍ପ ଷ୍ଟୋର ଫର୍ମାଟ “ସ୍ୱଦେଶ’ ଏବେ ପ୍ରସ୍ତୁତ ହୋଇଯାଇଛି। ଏହା ବସ୍ତ୍ର ଓ ପୋଷାକ, ଗୃହରେ ବ୍ୟବହୃତ ବୟନ ସାମଗ୍ରୀ, ହୋମ୍ ଡେକର, ଆସବାବପତ୍ର, ଗହଣା ଓ ୱେଲନେସ ଉତ୍ପାଦ ସହିତ ବହୁତ କିଛି ପ୍ରଦର୍ଶିତ କରିବ।’’

ଇଶା ଅମ୍ବାନି କହିଛନ୍ତି ଯେ, ଦେଶର କାରିଗରମାନଙ୍କ ଲାଗି ଏହା ହେଉଛି ଏକ ମହତ୍ୱକାଂକ୍ଷୀ ଅବସର ଏବଂ ତାହାକୁ ସଫଳ କରିବା ଲାଗି ରିଲାଏନ୍ସ ରିଟେଲ୍ ପକ୍ଷରୁ ବିଭିନ୍ନ ସରକାରୀ ସଂଗଠନ ସହିତ ସହଯୋଗିତା ସ୍ଥାପନ କରାଯାଉଛି ଯଦ୍ୱାରା ବିଭିନ୍ନ ସ୍ଥାନୀୟ କଳାକୃତିକୁ ଜାତୀୟ ଓ ବିଶ୍ୱସ୍ତରରେ ଲୋକପ୍ରିୟ କରାଇବାରେ ସହାୟତା ମିଳିପାରିବ। ଏହା ସହିତ ରିଲାଏନ୍ସ ରିଟେଲ୍ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହିତ ମିଶି ବିଭିନ୍ନ ସ୍ୱଦେଶୀ ଶିଳ୍ପକଳାର କେନ୍ଦ୍ରବିନ୍ଦ୍ରୁଗୁଡ଼ିକୁ ଚିହ୍ନଟ କରିବା ଲାଗି ସହଯୋଗିତା ସ୍ଥାପନ କରାଯାଇଛନ୍ତି।

କାରିଗର ଗୋଷ୍ଠୀଙ୍କ ଠାରୁ ସିଧାସଳଖ ଶତ ପ୍ରତିଶତ ଅସଲି ଶିଳ୍ପ ଉତ୍ପାଦ କିଣିବା ଲାଗି ସ୍ୱଦେଶ ପକ୍ଷରୁ ବିଭିନ୍ନ ସରକାରୀ ସଂସ୍ଥା ଓ ଉଦ୍ୟୋଗଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରାଯାଉଛି ଏବଂ ବୟନ ମନ୍ତ୍ରଣାଳୟ ସହିତ ଏକ ବୁଝାମଣା ମଧ୍ୟ ସ୍ୱାକ୍ଷର କରାଯାଇଛି। ଏହା ବ୍ୟତୀତ ପଶ୍ଚିମବଙ୍ଗ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଓ ବୟନ ବିଭାଗ ସହିତ ମଧ୍ୟ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରାଯାଇଛି।

ଏହି ସହଯୋଗିତାର ଉଦ୍ଦେଶ୍ୟ ହେଉଛି ଏକ ସ୍ୱସ୍ଥ ଓ ଗତିଶୀଳ ବ୍ୟବସ୍ଥା ଗଠନ କରିବା। କୋଲକାତାରେ ଆୟୋଜିତ ବେଙ୍ଗଲ ବିଶ୍ୱ ବ୍ୟବସାୟ ସମ୍ମିଳନୀରେ ଏମ୍‌ଓୟୁରେ ଆଜି ସ୍ୱାକ୍ଷର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ: ଇଶା ଓ ଆକାଶ ଅମ୍ବାନି

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନି ଓ ନିର୍ଦ୍ଦେଶକ ଆକାଶ ଅମ୍ବାନି ଛୋଟ ବ୍ୟବସାୟୀମାନଙ୍କୁ ଦେଶର ମୂଳଦୁଆ ଭାବେ ବର୍ଣ୍ଣନା କରିଛନ୍ତି। ଇଶା କହିଛନ୍ତି ଯେ ମହାମାରୀ ବ୍ୟବସାୟ କରିବାର ଉପାୟକୁ ବଦଳାଇ ଦେଇଛି। ଗଳିକନ୍ଦିରେ ଥିବା କିରାନା ବା ତେଜରାତି ଦୋକାନଗୁଡ଼ିକୁ ଏବେ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବାର ଓ ସଶକ୍ତ କରିବାର ସମୟ ଆସିଛି। ରିଲାଏନ୍ସ ସହ ଯୋଡ଼ି ହୋଇଥିବା ପ୍ରାୟ ପାଂଚ ଲକ୍ଷ ରିଟେଲ୍ ବିକ୍ରେତାମାନଙ୍କ ବିଷୟରେ ପ୍ରକାଶ କରି ଆକାଶ ଅମ୍ବାନି କହିଛନ୍ତି ଯେ, ରିଟେଲ୍ କ୍ଷେତ୍ରରେ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ଷ୍ଟୋର୍ ପାଇଁ ସ୍ଥାନ ରହିଛି। ଫେସବୁକ୍‌ର କାର୍ଯ୍ୟକ୍ରମ ଫ୍ୟୁଏଲ୍ ଫର୍ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଉଭୟ ଇଶା ଅମ୍ବାନି ଓ ଆକାଶ ଅମ୍ବାନି ଯୋଗ ଦେଇଥିଲେ।

ମେଟା (ଫେସବୁକ୍‌)ର ଚିଫ୍ ବିଜନେସ୍ ଅଫିସର ମାର୍ଣ୍ଣେ ଲେଭିନ୍ ଙ୍କ ଏକ ପ୍ରଶ୍ନର ଉତରରେ ଇଶା ଅମ୍ବାନି କହିଛନ୍ତି ଯେ, “ଲକ୍ଷାଧିକ ଖୁଚୁରା ବିକ୍ରେତାମାନଙ୍କୁ ଜିଓ ଓ ଜିଓମାର୍ଟ ମାଧ୍ୟମରେ ଡିଜିଟାଲ୍ ସକ୍ଷମ କରିବା ଲାଗି ମୁକେଶ ଅମ୍ବାନିଙ୍କ ଲକ୍ଷ୍ୟ ରହିଛି। ତାଙ୍କର ସେହି ସ୍ୱପ୍ନକୁ ପୂରଣ କରିବା ଦିଗରେ ଆମେ ଆଉ ଟିକେ ନିକଟତର ହୋଇଛୁ ଏବଂ ଆକାଶ ଓ ମୋ ପାଇଁ ବ୍ୟକ୍ତିଗତ ଭାବେ ଏହା ବହୁତ ମହତ୍ୱପୂର୍ଣ୍ଣ।’’

ଜିଓମାର୍ଟ ଓ ହ୍ୱାଟସ୍‌ଆପ୍‌ର ସହଯୋଗିତା ସମ୍ପର୍କରେ ମନ୍ତବ୍ୟ ଦେଇ ଆକାଶ ଅମ୍ବାନି କହିଛନ୍ତି ଯେ “ହ୍ୱାଟସ୍‌ଆପ୍ ମାଧ୍ୟମରେ ଜିଓମାର୍ଟରେ ଡିଜିଟାଲ୍ କିଣାକିଣି ଏବେ ଏକ ବାର୍ତା ପଠାଇବା ସଦୃଶ ସହଜ ଓ ସରଳ ହୋଇଛି। ବାସ୍ତବରେ ଉପଭୋକ୍ତମାନଙ୍କ ପାଇଁ ଡିଜିଟାଲ କିଣାକିଣିରେ ଏକ ବିପ୍ଳବ ଭଳି।

ଜିଓର ଦୃଢ଼ ଗ୍ରାହକ ସଂଖ୍ୟା ଓ ସୁଲଭ ସେବାକୁ ପ୍ରଶଂସା କରି ହ୍ୱାଟସ୍‌ଆପ୍ ଜରିଆରେ ଜିଓ ମୋବାଇଲ୍ ରିଚାର୍ଜ କିଭଳି କାମ କରିବ ବୋଲି ମାର୍ଣ୍ଣେ ପ୍ରଶ୍ନ କରିଥିଲେ। ଏହାର ଉତରରେ ଆକାଶ ଅମ୍ବାନି କହିଥିଲେ ଯେ ହ୍ୱାଟସ୍‌ଆପ୍ ଜରିଆରେ ଜିଓର ପ୍ରିପେଡ୍ ରିଚାର୍ଜ କରିବା ଖୁବ୍ ଶୀଘ୍ର ଉପଲବ୍ଧ ହେବ। ୨୦୨୨ରେ ଆରମ୍ଭ ହେବାକୁ ଥିବା ଏହି ସୁବିଧା ବହୁତ ସରଳ ହେବ ଏବଂ ମାତ୍ର ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ କରାଯାଇପାରିବଯାହା ଜିଓ ଉପଭୋକ୍ତାଙ୍କ ଜୀବନକୁ ଆହୁରି ସହଜ କରିପାରିବ। ବୟସ୍କ ନାଗରିକମାନଙ୍କ ସୁବିଧା ବିଷୟରେ ଆଲୋଚନା କରି ଇଶା କହିଥିଲେ ଯେ ବେଳେ ବେଳେ ବୟସ୍କ ନାଗରିକମାନେ ବାହାରକୁ ଯିବା ସମ୍ଭବ ହୁଏ ନାହିଁସେଭଳି କ୍ଷେତ୍ରରେ ହ୍ୱାଟସ୍‌ଆପ୍ ଜରିଆରେ ଜିଓ ରିଚାର୍ଜ ବହୁତ ସୁବିଧାଜନକ ହେବ ବୋଲି ଇଶା କହିଛନ୍ତି। ଏଥିସହିତ ହ୍ୱାଟ୍ସଆପ୍ ଜରିଆରେ ରିଚାର୍ଜ ସାଙ୍ଗକୁ ଦେୟ ପ୍ରଦାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପ୍ରକ୍ରିୟା ହୋଇପାରିବା କୋଟି କୋଟି ଜିଓ ଗ୍ରାହକଙ୍କୁ ଅନନ୍ୟ ସହଜତାର ଅନୁଭୁତି ଆଣିଦେବ ବୋଲି ସେ କହିଥିଲେ।

ଫ୍ୟୁଏଲ୍ ଫର ଇଣ୍ଡିଆ ୨୦୨୧ ହେଉଛି ଏକ ସାକ୍ଷାତକାରର ଶୃଙ୍ଖଳା ଯେଉଁଥିରେ ଫେସବୁକ୍‌ର ଅଧିକାରୀମାନେ ଦେଶର ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ନେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଇଶା ଅମ୍ବାନିଙ୍କୁ “ସ୍ମିଥ୍‌ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ’ର ବୋର୍ଡରେ ନିଯୁକ୍ତି

ଭୁବନେଶ୍ୱର: ଆମେରିକାର ୱାସିଂଟନ ଡିସି ସ୍ଥିତ ସ୍ମିଥ୍‌ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର (ଯୁବ) ସଦସ୍ୟା। ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି। ଇଶାଙ୍କ ବ୍ୟତୀତ ଏହି ବୋର୍ଡରେ କ୍ୟାରୋଲିନ୍ ବ୍ରେହମ୍ ଓ ଫିଟର କିମେଲ୍‌ମ୍ୟାନ୍‌ଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି।

ଏହି ୧୭ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡରେ ଆମେରିକାର ଉପରାଷ୍ଟ୍ରପତି, ଆମେରିକାର ପ୍ରଧାନ ବିଚାରପତି, ଆମେରିକା ସିନେଟର ତିନି ଜଣ ସଦସ୍ୟ ଓ ଆମେରିକା ହାଉସ୍ ଅଫ ରିପ୍ରେଜେଟେଂଟିଭ୍‌ର ତିନି ଜଣ ସଦସ୍ୟ ସାମିଲ ରହିଛନ୍ତି। ଏଥିରୁ ଏହି ବୋର୍ଡ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଅନୁମାନ ଲଗାଯାଇପାରିବ।

ସ୍ମିଥ୍‌ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ପକ୍ଷରୁ ଇଶା ଅମ୍ବାନିଙ୍କ ବିଷୟରେ କୁହାଯାଇଛି ଯେ ଭାରତରେ ଯେଉଁ ଡିଜିଟାଲ୍ ବିପ୍ଳବ ଆସିଛି ସେ ତାହାର ନେତୃତ୍ୱ ନେଉଛନ୍ତି। ସେ ହେଉଛନ୍ତି ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ନିର୍ଦ୍ଦେଶିକା। ଜିଓ ପ୍ଲାଟଫର୍ମସ୍ ପାଇଁ ପୁଞ୍ଜିନିବେଶ ଯୋଗାଡ଼ କରିବା ଲାଗି ଯେଉଁ ଟିମ୍ କାର୍ଯ୍ୟ କରୁଥିଲା ସେ ତାହାର ସଦସ୍ୟା ଥିଲେ। ଏହି ଟିମ୍ ଫେସବୁକ୍‌ର ୫.୭ ବିଲିଅନ ଡଲାର ପୁଞ୍ଜିନିବେଶ ଆଣିବା ବୁଝାମଣା କରିଥିଲା। ଫେସନ ପୋର୍ଟାଲ୍ ଆଜିଓ ଡଟ୍ କମ୍‌ର ଶୁଭାରମ୍ଭ ପଛରେ ମଧ୍ୟ ଇଶାଙ୍କ ହାତ ରହିଛି। ଇ-କମର୍ସ ସଂସ୍ଥା ଜିଓ ମାର୍ଟର ମଧ୍ୟ ସେ ଦେଖାଶୁଣା କରୁଛନ୍ତି। ତାଙ୍କ ପାଖରେ ୟେଲ୍ ବିଶ୍ୱବିଦ୍ୟାଳୟ ଓ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଡିଗ୍ରି ରହିଛି ଏବଂ ସେ ନ୍ୟୁୟର୍କର ମେକିନ୍ସେ ଆଣ୍ଡ୍ କଂପାନିରେ ବିଜନେସ୍ ଆନାଲିଷ୍ଟ୍ ଭାବେ କାର୍ଯ୍ୟ କରିଥିଲେ।

ସଂଗ୍ରହାଳୟର ନିର୍ଦ୍ଦେଶକ ଚେସ୍ ଏଫ୍ ରବିନ୍‌ସନ୍ କହିଛନ୍ତି ଯେ “ସଂଗ୍ରହାଳୟରେ ନିଜର ସହଯୋଗୀ ଭାବେ ବୋର୍ଡକୁ ଏହି ସଦସ୍ୟମାନଙ୍କୁ ସ୍ୱାଗତ କରୁଥିବାରୁ ମୋତେ ବହୁତ ଖୁସି ଲାଗୁଛି। ବୋର୍ଡର ଏହି ନୂଆ ସଦସ୍ୟମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି ପ୍ରତିଭାଶାଳୀ ଓ ନୂଆ ସଦସ୍ୟମାନଙ୍କ ଲକ୍ଷ୍ୟ ଓ ଉତ୍ସାହ ଆମର ସଂଗ୍ରହ ଓ ବିଶେଷଜ୍ଞତାକୁ ଆହୁରି ଅଧିକ ସମ୍ମୋହକ କରିପାରିବ। ଆମର ସଂଗ୍ରହକୁ ସଂପ୍ରସାରଣ କରିବା ଏବଂ ଏସୀୟ କଳା ଓ ସଂସ୍କୃତିକୁ ଭଲ ଭାବେ ବୁଝିବା ଲାଗି ଆମର ପ୍ରାୟସକୁ ଏହା ତ୍ୱରାନ୍ୱିତ କରିବ।’’

୧୯୨୩ରେ ସ୍ଥାପନ କରାଯାଇଥିବା ସ୍ମିଥ୍‌ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ନିଜର ଆସାଧାରଣ ସଂଗ୍ରହ, ପ୍ରଦର୍ଶନୀ, ଅନୁସନ୍ଧାନ, କଳା ସଂରକ୍ଷଣ ଓ ସଂରକ୍ଷଣ ବିଜ୍ଞାନରେ ନିଜ ସଦସ୍ୟଙ୍କ ପୁରୁଣା ପରମ୍ପରା ଓ ଉତ୍କୃଷ୍ଟତା ଯୋଗୁଁ ଆନ୍ତର୍ଜାତିକ ପ୍ରତିଷ୍ଠା ହାସଲ କରିଛି। ୨୦୨୩ରେ ସଂଗ୍ରହାଳୟ ନିଜ ଶତବାର୍ଷିକୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଏଭଳି ସମୟରେ ନୂଆ ବୋର୍ଡକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଇଶା ଅମ୍ବାନିଙ୍କୁ ମିଳିଲା ‘ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ’ର ବୋର୍ଡରେ ନିଯୁକ୍ତି

ଭୁବନେଶ୍ୱର: ଆମେରିକାର ଓ୍ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର (ଯୁବ) ସଦସ୍ୟା । ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି । ଇଶାଙ୍କ ବ୍ୟତୀତ ଏହି ବୋର୍ଡରେ କ୍ୟାରୋଲିନ୍ ବ୍ରେହମ୍ ଓ ଫିଟର କିମେଲମ୍ୟାନ୍ ଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହି ୧୭ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡରେ ଆମେରିକାର ଉପରାଷ୍ଟ୍ରପତି, ଆମେରିକାର ପ୍ରଧାନ ବିଚାରପତି, ଆମେରିକା ସିନେଟର ତିନି ଜଣ ସଦସ୍ୟ ଓ ଆମେରିକା ହାଉସ୍ ଅଫ ରିପ୍ରେଜେଟେଂଟିଭର ତିନି ଜଣ ସଦସ୍ୟ ସାମିଲ ରହିଛନ୍ତି । ଏଥିରୁ ଏହି ବୋର୍ଡ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଅନୁମାନ ଲଗାଯାଇପାରିବ ।

ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟ ପକ୍ଷରୁ ଇଶା ଅମ୍ବାନିଙ୍କ ବିଷୟରେ କୁହାଯାଇଛି ଯେ ଭାରତରେ ଯେଉଁ ଡିଜିଟାଲ୍ ବିପ୍ଳବ ଆସିଛି ସେ ତାହାର ନେତୃତ୍ୱ ନେଉଛନ୍ତି। ସେ ହେଉଛନ୍ତି ରିଲାଏନ୍ସ ଜିଓ ଇନ୍ଫୋକମର ନିର୍ଦ୍ଦେଶିକା ଏବଂ ଜିଓ ପ୍ଲାଟଫର୍ମସ୍ ପାଇଁ ପୁଞ୍ଜିନିବେଶ ଯୋଗାଡ଼ କରିବା ଲାଗି ଯେଉଁ ଟିମ୍ କାର୍ଯ୍ୟ କରୁଥିଲା ସେ ତାହାର ସଦସ୍ୟା ଥିଲେ ।

ଏହି ଟିମ୍ ଫେସବୁକର ୫.୭ ବିଲିଅନ ଡଲାର ପୁଞ୍ଜିନିବେଶ ଆଣିବା ପାଇଁ ବୁଝାମଣା କରିଥିଲା । ଫେସନ ପୋର୍ଟାଲ୍ ଆଜିଓ ଡଟ୍ କମର ଶୁଭାରମ୍ଭ ପଛରେ ମଧ୍ୟ ଇଶାଙ୍କ ହାତ ରହିଛି । ଇ-କମର୍ସ ସଂସ୍ଥା ଜିଓ ମାର୍ଟର ମଧ୍ୟ ସେ ଦେଖାଶୁଣା କରୁଛନ୍ତି । ଇଶା ୟେଲ୍ ବିଶ୍ୱବିଦ୍ୟାଳୟ ଓ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଡିଗ୍ରି ହାସଲ କରିଛନ୍ତି ଏବଂ ସେ ନ୍ୟୁୟର୍କର ମେକିନ୍ସେ ଅାଣ୍ଡ୍ କଂପାନିରେ ବିଜନେସ୍ ଆନାଲିଷ୍ଟ୍ ଭାବେ କାର୍ଯ୍ୟ କରିଥିଲେ ।

ସଂଗ୍ରହାଳୟର ନିର୍ଦ୍ଦେଶକ ଚେସ୍ ଏଫ୍ ରବିନ୍ସନ୍ କହିଛନ୍ତି ଯେ “ସଂଗ୍ରହାଳୟରେ ନିଜର ସହଯୋଗୀ ଭାବେ ବୋର୍ଡକୁ ଏହି ସଦସ୍ୟମାନଙ୍କୁ ସ୍ବାଗତ କରୁଥିବାରୁ ମୋତେ ବହୁତ ଖୁସି ଲାଗୁଛି । ବୋର୍ଡର ଏହି ନୂଅା ସଦସ୍ୟମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏହି ପ୍ରତିଭାଶାଳୀ ଓ ନୂଅା ସଦସ୍ୟମାନଙ୍କ ଲକ୍ଷ୍ୟ ଓ ଉତ୍ସାହ ଆମର ସଂଗ୍ରହ ଓ ବିଶେଷଜ୍ଞତାକୁ ଆହୁରି ଅଧିକ ସମ୍ମୋହକ କରିପାରିବ । ଆମର ସଂଗ୍ରହକୁ ସଂପ୍ରସାରଣ କରିବା ଏବଂ ଏସୀୟ କଳା ଓ ସଂସ୍କୃତିକୁ ଭଲ ଭାବେ ବୁଝିବା ଲାଗି ଆମର ପ୍ରାୟସକୁ ଏହା ତ୍ୱରାନ୍ବିତ କରିବ’’ ।

୧୯୨୩ରେ ସ୍ଥାପନ କରାଯାଇଥିବା ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ନିଜର ଆସାଧାରଣ ସଂଗ୍ରହ, ପ୍ରଦର୍ଶନୀ, ଅନୁସନ୍ଧାନ, କଳା ସଂରକ୍ଷଣ ଓ ସଂରକ୍ଷଣ ବିଜ୍ଞାନରେ ନିଜ ସଦସ୍ୟଙ୍କ ପୁରୁଣା ପରମ୍ପରା ଓ ଉତ୍କୃଷ୍ଟତା ଯୋଗୁଁ ଆନ୍ତର୍ଜାତିକ ପ୍ରତିଷ୍ଠା ହାସଲ କରିଛି । ୨୦୨୩ରେ ସଂଗ୍ରହାଳୟ ନିଜ ଶତବାର୍ଷିକୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଏଭଳି ସମୟରେ ନୂଆ ବୋର୍ଡକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ।