Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇଶା ଅମ୍ବାନିଙ୍କୁ ମିଳିଲା ‘ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ’ର ବୋର୍ଡରେ ନିଯୁକ୍ତି
ଜାତୀୟ ଖବର

ଇଶା ଅମ୍ବାନିଙ୍କୁ ମିଳିଲା ‘ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ’ର ବୋର୍ଡରେ ନିଯୁକ୍ତି

October 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଶା ଅମ୍ବାନିଙ୍କୁ ମିଳିଲା ‘ସ୍ମିଥ୍ସୋନିୟନ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟ’ର ବୋର୍ଡରେ ନିଯୁକ୍ତି

ଭୁବନେଶ୍ୱର: ଆମେରିକାର ଓ୍ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର (ଯୁବ) ସଦସ୍ୟା । ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି । ଇଶାଙ୍କ ବ୍ୟତୀତ ଏହି ବୋର୍ଡରେ କ୍ୟାରୋଲିନ୍ ବ୍ରେହମ୍ ଓ ଫିଟର କିମେଲମ୍ୟାନ୍ ଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହି ୧୭ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡରେ ଆମେରିକାର ଉପରାଷ୍ଟ୍ରପତି, ଆମେରିକାର ପ୍ରଧାନ ବିଚାରପତି, ଆମେରିକା ସିନେଟର ତିନି ଜଣ ସଦସ୍ୟ ଓ ଆମେରିକା ହାଉସ୍ ଅଫ ରିପ୍ରେଜେଟେଂଟିଭର ତିନି ଜଣ ସଦସ୍ୟ ସାମିଲ ରହିଛନ୍ତି । ଏଥିରୁ ଏହି ବୋର୍ଡ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଅନୁମାନ ଲଗାଯାଇପାରିବ ।

ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟ ପକ୍ଷରୁ ଇଶା ଅମ୍ବାନିଙ୍କ ବିଷୟରେ କୁହାଯାଇଛି ଯେ ଭାରତରେ ଯେଉଁ ଡିଜିଟାଲ୍ ବିପ୍ଳବ ଆସିଛି ସେ ତାହାର ନେତୃତ୍ୱ ନେଉଛନ୍ତି। ସେ ହେଉଛନ୍ତି ରିଲାଏନ୍ସ ଜିଓ ଇନ୍ଫୋକମର ନିର୍ଦ୍ଦେଶିକା ଏବଂ ଜିଓ ପ୍ଲାଟଫର୍ମସ୍ ପାଇଁ ପୁଞ୍ଜିନିବେଶ ଯୋଗାଡ଼ କରିବା ଲାଗି ଯେଉଁ ଟିମ୍ କାର୍ଯ୍ୟ କରୁଥିଲା ସେ ତାହାର ସଦସ୍ୟା ଥିଲେ ।

ଏହି ଟିମ୍ ଫେସବୁକର ୫.୭ ବିଲିଅନ ଡଲାର ପୁଞ୍ଜିନିବେଶ ଆଣିବା ପାଇଁ ବୁଝାମଣା କରିଥିଲା । ଫେସନ ପୋର୍ଟାଲ୍ ଆଜିଓ ଡଟ୍ କମର ଶୁଭାରମ୍ଭ ପଛରେ ମଧ୍ୟ ଇଶାଙ୍କ ହାତ ରହିଛି । ଇ-କମର୍ସ ସଂସ୍ଥା ଜିଓ ମାର୍ଟର ମଧ୍ୟ ସେ ଦେଖାଶୁଣା କରୁଛନ୍ତି । ଇଶା ୟେଲ୍ ବିଶ୍ୱବିଦ୍ୟାଳୟ ଓ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଡିଗ୍ରି ହାସଲ କରିଛନ୍ତି ଏବଂ ସେ ନ୍ୟୁୟର୍କର ମେକିନ୍ସେ ଅାଣ୍ଡ୍ କଂପାନିରେ ବିଜନେସ୍ ଆନାଲିଷ୍ଟ୍ ଭାବେ କାର୍ଯ୍ୟ କରିଥିଲେ ।

ସଂଗ୍ରହାଳୟର ନିର୍ଦ୍ଦେଶକ ଚେସ୍ ଏଫ୍ ରବିନ୍ସନ୍ କହିଛନ୍ତି ଯେ “ସଂଗ୍ରହାଳୟରେ ନିଜର ସହଯୋଗୀ ଭାବେ ବୋର୍ଡକୁ ଏହି ସଦସ୍ୟମାନଙ୍କୁ ସ୍ବାଗତ କରୁଥିବାରୁ ମୋତେ ବହୁତ ଖୁସି ଲାଗୁଛି । ବୋର୍ଡର ଏହି ନୂଅା ସଦସ୍ୟମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏହି ପ୍ରତିଭାଶାଳୀ ଓ ନୂଅା ସଦସ୍ୟମାନଙ୍କ ଲକ୍ଷ୍ୟ ଓ ଉତ୍ସାହ ଆମର ସଂଗ୍ରହ ଓ ବିଶେଷଜ୍ଞତାକୁ ଆହୁରି ଅଧିକ ସମ୍ମୋହକ କରିପାରିବ । ଆମର ସଂଗ୍ରହକୁ ସଂପ୍ରସାରଣ କରିବା ଏବଂ ଏସୀୟ କଳା ଓ ସଂସ୍କୃତିକୁ ଭଲ ଭାବେ ବୁଝିବା ଲାଗି ଆମର ପ୍ରାୟସକୁ ଏହା ତ୍ୱରାନ୍ବିତ କରିବ’’ ।

୧୯୨୩ରେ ସ୍ଥାପନ କରାଯାଇଥିବା ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ନିଜର ଆସାଧାରଣ ସଂଗ୍ରହ, ପ୍ରଦର୍ଶନୀ, ଅନୁସନ୍ଧାନ, କଳା ସଂରକ୍ଷଣ ଓ ସଂରକ୍ଷଣ ବିଜ୍ଞାନରେ ନିଜ ସଦସ୍ୟଙ୍କ ପୁରୁଣା ପରମ୍ପରା ଓ ଉତ୍କୃଷ୍ଟତା ଯୋଗୁଁ ଆନ୍ତର୍ଜାତିକ ପ୍ରତିଷ୍ଠା ହାସଲ କରିଛି । ୨୦୨୩ରେ ସଂଗ୍ରହାଳୟ ନିଜ ଶତବାର୍ଷିକୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଏଭଳି ସମୟରେ ନୂଆ ବୋର୍ଡକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ।

ଇଶା ଅମ୍ବାନି
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ଅକ୍ଟୋବର ୨୨ ରେ ସମସ୍ତ ରେଳ ଷ୍ଟେସନରେ ନାଗରିକ-କୈନ୍ଦ୍ରିକ ସର୍ବଭାରତୀୟ ‘ରେଳ ଜନ ସଂବାଦ’

October 13, 2026

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026
Latest News

ରାଜ୍ୟସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଉଦ୍‌ଯାପିତ: ୧୦ ଲକ୍ଷରୁ ଅଧିକ କୃତୀ ଛାତ୍ରଛାତ୍ରୀ ସମ୍ମାନିତ

October 13, 2026

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ଅକ୍ଟୋବର ୨୨ ରେ ସମସ୍ତ ରେଳ ଷ୍ଟେସନରେ ନାଗରିକ-କୈନ୍ଦ୍ରିକ ସର୍ବଭାରତୀୟ ‘ରେଳ ଜନ ସଂବାଦ’

October 13, 2026

ସାନିଆ ମିର୍ଜାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଲେ ମାୟା

October 13, 2026

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.