Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଚାଲାଣ ଆଦାୟ ୨୬୪ କୋଟି ପାର: ସଡ଼କ ସୁରକ୍ଷା ଓ ବ୍ଲାକ ସ୍ପଟ ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ
ରାଜ୍ୟ ଖବର

ଚାଲାଣ ଆଦାୟ ୨୬୪ କୋଟି ପାର: ସଡ଼କ ସୁରକ୍ଷା ଓ ବ୍ଲାକ ସ୍ପଟ ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ

November 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Challan collections cross Rs 264 crore; Minister provides account of expenditure on road safety and 'black spots'

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଚାଲାଣ ବାବଦରେ ମୋଟ ଆଦାୟ, ସଡ଼କ ସୁରକ୍ଷା ପାଣ୍ଠିର ବିନିଯୋଗ ଏବଂ ଜାତୀୟ ଓ ରାଜ୍ୟ ରାଜପଥରେ ଅତ୍ୟାଧୁନିକ ଟ୍ରାଫିକ ନିରୀକ୍ଷଣ ଉପକରଣ ସ୍ଥାପନ ସମ୍ପର୍କରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ବିଧାୟକ ଅମର କୁମାର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ସାତ ମାସ (ଏପ୍ରିଲ ୧, ୨୦୨୬ରୁ ଅକ୍ଟୋବର ୩୦, ୨୦୨୬ ପର୍ଯ୍ୟନ୍ତ) ସମୟ ମଧ୍ୟରେ ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ମୋଟ ୨୬୪,୬୬,୨୫,୩୪୦ ଟଙ୍କା (୨୬୪ କୋଟି ୬୬ ଲକ୍ଷ ୨୫ ହଜାର ୩୪୦ ଟଙ୍କା) ଜରିମାନା ଆଦାୟ ହୋଇଛି।

ମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ପରିସଂଖ୍ୟାନ ଅନୁଯାୟୀ, ନୂତନ ମୋଟର ଯାନ (ସଂଶୋଧନ) ଆଇନ ୨୦୧୯ ସଂଶୋଧିତ ତାରିଖ ୦୧-୦୯-୨୦୧୯ରୁ କାର୍ଯ୍ୟକାରୀ ହେବା ପରଠାରୁ ଗତ ଦୁଇଟି ଆର୍ଥିକ ବର୍ଷ ଏବଂ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ୩୦ ସୁଦ୍ଧା ଆଦାୟ ହୋଇଥିବା ଚାଲାଣ ପରିମାଣର ବିବରଣୀ ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ପରିବହନ ବିଭାଗରୁ ୧,୦୫,୪୯,୯୦,୭୬୮ ଟଙ୍କା ଏବଂ ପୁଲିସ ବିଭାଗରୁ ୨୬,୦୫,୨୯,୪୯୧ ଟଙ୍କାକୁ ମିଶାଇ ମୋଟ ୧,୩୧,୫୫,୨୦,୨୫୯ ଟଙ୍କା (୧୩୧ କୋଟି ୫୫ ଲକ୍ଷ ୨୦ ହଜାର ୨୫୯ ଟଙ୍କା) ଆଦାୟ ହୋଇଥିଲା। ପରବର୍ତ୍ତୀ ୨୦୨୫-୨୬ ଆର୍ଥିକ ବର୍ଷରେ ପରିବହନ ବିଭାଗରୁ ୧,୧୦,୫୮,୪୦,୮୯୧ ଟଙ୍କା ଏବଂ ପୁଲିସ ବିଭାଗରୁ ୨୧,୮୫,୨୦,୫୬୧ ଟଙ୍କାକୁ ମିଶାଇ ମୋଟ ୧,୩୨,୪୩,୬୧,୪୫୨ ଟଙ୍କା (୧୩୨ କୋଟି ୪୩ ଲକ୍ଷ ୬୧ ହଜାର ୪୫୨ ଟଙ୍କା) ସଂଗୃହୀତ ହୋଇଥିଲା।

ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ଏପ୍ରିଲ ୧ରୁ ଅକ୍ଟୋବର ୩୦ ମଧ୍ୟରେ ପରିବହନ ବିଭାଗରୁ ୨,୦୮,୬୫,୨୨,୫୩୭ ଟଙ୍କା ଏବଂ ପୁଲିସ ବିଭାଗରୁ ୫୬,୦୧,୦୨,୮୦୩ ଟଙ୍କା ଆଦାୟ ହୋଇଛି। ଏହି ଅବଧିରେ ଆଦାୟ ହୋଇଥିବା ମୋଟ ୨୬୪ କୋଟି ୬୬ ଲକ୍ଷରୁ ଅଧିକ ଅର୍ଥ ପୂର୍ବ ଦୁଇଟି ଆର୍ଥିକ ବର୍ଷର ବାର୍ଷିକ ଆଦାୟ ତୁଳନାରେ ପ୍ରାୟ ଦୁଇ ଗୁଣା ଅଧିକ ରହିଛି। ବିଭିନ୍ନ ଜିଲ୍ଲା ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମଧ୍ୟରେ ଖୋର୍ଦ୍ଧା, କଟକ, ସମ୍ବଲପୁର, ସୁନ୍ଦରଗଡ଼, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭୁବନେଶ୍ୱର-୧, ଭୁବନେଶ୍ୱର-୨, ରାଉରକେଲା ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସମେତ ବିଭିନ୍ନ ୟୁନିଟରୁ ଏହି ଚାଲାଣ ଅର୍ଥ ସଂଗୃହୀତ ହୋଇଛି।

ଜରିମାନା ଅର୍ଥର ବିନିଯୋଗ ସମ୍ପର୍କରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଚାଲାଣ ବାବଦ ଅର୍ଥ ସିଧାସଳଖ ରାଜ୍ୟ କୋଷାଗାରରେ ଜମା ହୁଏ ଏବଂ ରାଜକୋଷରୁ ଏକ ନିର୍ଦ୍ଦିଷ୍ଟ ଅଂଶ ସଡ଼କ ସୁରକ୍ଷା ପାଣ୍ଠି ଭାବେ ବିଭାଗକୁ ପ୍ରାପ୍ତ ହୁଏ। ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ ସ୍ପଟ ଗୁଡ଼ିକର ସଂସ୍କାର ଏବଂ ଟ୍ରାଫିକ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ସରକାର ଉକ୍ତ ପାଣ୍ଠିରୁ ଅଦ୍ୟାବଧି ୬୬,୭୧,୮୪,୪୫୯ ଟଙ୍କା (୬୬ କୋଟି ୭୧ ଲକ୍ଷ ୮୪ ହଜାର ୪୫୯ ଟଙ୍କା) ଖର୍ଚ୍ଚ କରିଛନ୍ତି। ସଡ଼କ ସୁରକ୍ଷା ପାଇଁ ଅନ୍ୟାନ୍ୟ ସଡ଼କ ସୁରକ୍ଷା ବ୍ୟବସ୍ଥା କରାଯିବା ପରେ ବଳକା ଅର୍ଥ ନିୟମ ଅନୁଯାୟୀ ବ୍ୟାଙ୍କରେ ଜମା ରହିଛି। ଏହା ସହିତ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ବୈଷୟିକ ଉପକରଣ କ୍ରୟ ଓ ସ୍ଥାପନ ବାବଦରେ ସଡ଼କ ସୁରକ୍ଷା ପାଣ୍ଠିରୁ ୮,୧୮,୪୭,୯୬,୯୪୮ ଟଙ୍କା (୮୧୮ କୋଟି ୪୭ ଲକ୍ଷ ୯୬ ହଜାର ୯୪୮ ଟଙ୍କା) ବୁଦ୍ଧିମାନ ପ୍ରବର୍ତ୍ତନ ପରିଚାଳନା ବ୍ୟବସ୍ଥା ପ୍ରଚଳନ ପାଇଁ ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ସ୍ପଷ୍ଟ କରିଛନ୍ତି।

ଚାଲାଣ ଆଦାୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଡକ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଦୀଘା ମନ୍ଦିରରୁ ହଟିଲା ‘ଧାମ’, ଧନ୍ୟବାଦ ଦେଲେ ମୋହନ ମାଝୀ

November 26, 2026

ଭାରତରେ କଟକଣା ଲାଗିଲା ପାକିସ୍ତାନୀ ୱେବ ସିରିଜ: ନେଟଫ୍ଲିକ୍ସକୁ ଚେତାବନୀ ଦେଲେ ଭାରତ ସରକାର

November 26, 2026

Khordha Paika: ଗଡ଼ାଧୀଶ ଦଳବେହେରା ମହାସଂଘର ସ୍ୱତନ୍ତ୍ର ଅଧିବେଶନ ପାଇକ ଆଖଡ଼ାର ପୁନଃ ଜାଗରଣ ପାଇଁ ଆହ୍ୱାନ

November 26, 2026

ଆଜି ଭାରତ-ଶ୍ରୀଲଙ୍କା ସେମିଫାଇନାଲ: ପୁଣି ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କର ନଜର

November 26, 2026
Latest News

ଚାଲାଣ ଆଦାୟ ୨୬୪ କୋଟି ପାର: ସଡ଼କ ସୁରକ୍ଷା ଓ ବ୍ଲାକ ସ୍ପଟ ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ

November 26, 2026

ଦୀଘା ମନ୍ଦିରରୁ ହଟିଲା ‘ଧାମ’, ଧନ୍ୟବାଦ ଦେଲେ ମୋହନ ମାଝୀ

November 26, 2026

ଭାରତରେ କଟକଣା ଲାଗିଲା ପାକିସ୍ତାନୀ ୱେବ ସିରିଜ: ନେଟଫ୍ଲିକ୍ସକୁ ଚେତାବନୀ ଦେଲେ ଭାରତ ସରକାର

November 26, 2026

୨୬/୧୧ ବାର୍ଷିକୀରେ ମୁମ୍ବାଇକୁ ଆତଙ୍କବାଦୀ ଧମକ: କଡ଼ାକଡ଼ି ହେଲା ତଦନ୍ତ

November 26, 2026

Khordha Paika: ଗଡ଼ାଧୀଶ ଦଳବେହେରା ମହାସଂଘର ସ୍ୱତନ୍ତ୍ର ଅଧିବେଶନ ପାଇକ ଆଖଡ଼ାର ପୁନଃ ଜାଗରଣ ପାଇଁ ଆହ୍ୱାନ

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.