Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବ୍ରିଟେନକୁ ପଛରେ ପକାଇ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ
ବିଶେଷ ଖବର

ବ୍ରିଟେନକୁ ପଛରେ ପକାଇ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ

September 3, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି। କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି। ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ପ୍ରଗତି ହାସଲ କରୁଛି। ଭାରତରେ ବିଶ୍ଵର ସବୁଠୁ ଅଧିକ ସ୍ମାର୍ଟଫୋନ ଡାଟା ଉପଭୋକ୍ତା ରହିଛନ୍ତି। ସେହିପରି ଭାରତରେ ଅଛନ୍ତି ବିଶ୍ଵର ଦ୍ୱିତୀୟ ସର୍ବାଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ। ବିଶ୍ଵ ଖୁଚୁରା ସୂଚକାଙ୍କରେ ଭାରତ ସମ୍ପ୍ରତି ଦ୍ୱିତୀୟ ସ୍ଥାନ ହାସଲ କରିଛି। ସାରା ବିଶ୍ଵରେ ଭାରତ ତୃତୀୟ ବୃହତମ ଶକ୍ତି ଉପଭୋକ୍ତା ରାଷ୍ଟ୍ର ହୋଇପାରିଛି। ସେହିପରି ଭାରତ ହେଉଛି ବିଶ୍ଵର ତୃତୀୟ ସର୍ବବୃହତ ଉପଭୋକ୍ତା ବଜାର। ନବୋନ୍ମେଷ ସୂଚକାଙ୍କରେ ଭାରତ ଲଗାତାର ଭାବେ ନିଜ ମାନ୍ୟତାରେ ସୁଧାର ଆଣିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଅର୍ଥବ୍ୟବସ୍ଥାରେ କ୍ରମାଗତ ଭାବେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯାହାଫଳରେ ଦେଶରେ ସମାବେଶୀ ବିକାଶ ସୁନିଶ୍ଚିତ ହୋଇଛି ଏବଂ ବିଶ୍ଵ ସ୍ତରରେ ଭାରତର ସମ୍ମାନ ବଢ଼ିଛି। ଚଳିତ ବର୍ଷ ଭାରତ ୬୭୦ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୫୦ ଲକ୍ଷ କୋଟି ଟଙ୍କାର ବସ୍ତୁ ରପ୍ତାନି କରିଛି। ପ୍ରତ୍ୟେକ ଆହ୍ୱାନର ସଫଳତାର ସହ ମୁକାବିଲା କରି ଭାରତର ୪୧୮ ବିଲିୟନ ଡଲାର ବା ପ୍ରାୟ ୩୧ ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ରପ୍ତାନି କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛି।

ବିଗତ ଆଠ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ବିଲିୟନ ଡଲାର କମ୍ପାନୀ ଭାରତରେ ଗଠନ ହୋଇଛନ୍ତି। ପ୍ରତିମାସରେ ନୂଆ ନୂଆ କମ୍ପାନୀ ମୁଣ୍ଡ ଟେକୁଛନ୍ତି। ବିଗତ ଆଠ ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଏସବୁ ୟୁନିକର୍ଣ୍ଣର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୫୦ ବିଲିୟନ ଆମେରିକୀୟ ଡଲାର ବା ୧୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

୨୦୧୪ ପରଠାରୁ ୮୦୦ ଦିନ ମଧ୍ୟରେ ପ୍ରଥମ ୧୦ ହଜାର ଷ୍ଟାର୍ଟଅପ୍‌ ଗଠନ ହୋଇଥିଲା। ଏହାପରେ ମାତ୍ର ୨୦୦ ଦିନ ମଧ୍ୟରେ ୧୦ହଜାର ନୂଆ ଷ୍ଟାର୍ଟଅପ୍‌ ଏହି ଇକୋସିଷ୍ଟମ ସହ ଯୋଡ଼ି ହୋଇଛନ୍ତି। ବିଗତ ଆଠ ବର୍ଷ ମଧ୍ୟରେ ଦେଶରେ ଷ୍ଟାର୍ଟଅପଗୁଡ଼ିକର ସଂଖ୍ୟା ମାତ୍ର କେତେ ଶହରୁ ଏବେ ୭୦ହଜାରରୁ ଅଧିକରେ ପହଞ୍ଚିଛି। ଦେଶର ପ୍ରାୟ ସବୁ ରାଜ୍ୟରେ, ବିଶେଷ କରି ଛୋଟ ଛୋଟ ସହରରେ ଷ୍ଟାର୍ଟଅପଗୁଡ଼ିକ ପ୍ରତିଷ୍ଠା ହେଉଛନ୍ତି। ଦେଶର ୬୫୦ରୁ ଅଧିକ ସହରରେ ଷ୍ଟାର୍ଟଅପଗୁଡ଼ିକ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରରେ ରହିଛନ୍ତି।

ଦେଶରେ ଗତ କିଛି ବର୍ଷ ଏକ ଡିଜିଟାଲ ବିପ୍ଳବ ଆସିଛି। ୨୦୧୪ରେ ମାତ୍ର ୬.୫ କୋଟି ବ୍ରଡବ୍ୟାଣ୍ଡ ଉପଭୋକ୍ତା ଥିବା ବେଳେ ଆଜି ସେମାନଙ୍କ ସଂଖ୍ୟା ୭୮ କୋଟିରୁ ଅଧିକକୁ ଅତିକ୍ରମ କରି ଯାଇଛି। ୨୦୧୪ରେ ୧ଜିବି ଡାଟା ମୂଲ୍ୟ ୨୦୦ ଟଙ୍କା ଥିଲା ଆଜି ଏହା ୧୧-୧୨ ଟଙ୍କାକୁ ହ୍ରାସ ପାଇଛି। ୨୦୧୪ରେ ଦେଶରେ ୧୧ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ବିଛା ଯାଇଥିଲା। ଏବେ ୨୮ ଲକ୍ଷରୁ ଅଧିକ କିଲୋମିଟର କ୍ଷେତ୍ରରେ ଅପ୍ଟିକାଲ ଫାଇବର ବିଛା ଯାଇପାରିଛି।

ଭାରତରେ ବିନିର୍ମାଣ ବା ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା କରିବା ଲାଗି ସରକାର ୨ ଲକ୍ଷ କୋଟି ଟଙ୍କାର ପିଏଲଆଇ ଯୋଜନା ଆରମ୍ଭ କରିଛନ୍ତି। ଗତ ଆଠ ବର୍ଷ ମଧ୍ୟରେ ସରକାର ଗୋଟିଏ ସିଙ୍ଗଲ କ୍ଲିକ୍‌ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସିଧାସଳଖ ୨୨ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି। ଡିବିଟି ଜରିଆରେ ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଛି।

ସେହିପରି ଦେଶରେ ବହୁମୁଖି ଯୋଗାଯୋଗ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉଛି। ସାଗରମାଳା, ଭାରତମାଳା, ପର୍ବତମାଳା, ବନ୍ଦର ଆଧାରିତ ବିକାଶ ଜରିଆରେ ଯୋଗାଯୋଗ ଭିତ୍ତିଭୂମିରେ ସୁଧାର ଆସିଛି। ସାମାଜିକ ଏବଂ ଭୌତିକ ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ ଦେଖିବାକୁ ମିଳିଛି। ଦେଶରେ ସହମତିର ଏକ ପରିବେଶ ସୃଷ୍ଟି ହୋଇଛି। ନୂଆ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାରେ ଏହା ପ୍ରତିଫଳିତ ହୋଇଛି। ଦେଶରେ ନୂଆ ସ୍ୱାସ୍ଥ୍ୟ ନୀତି ଆଣିବା ଲାଗି କାର୍ଯ୍ୟ ଜାରି ରହିଛି। ଆଜି ଦେଶରେ ରେକର୍ଡ ସଂଖ୍ୟକ ନୂଆ ବିମାନ ବନ୍ଦର ନିର୍ମାଣ ହେଉଛି। ଛୋଟ ଛୋଟ ସହର ବିମାନ ମାର୍ଗ ସହ ଯୋଡ଼ି ହେଉଛନ୍ତି। ମେଟ୍ରୋ ରେଳ ସେବାର ସମ୍ପ୍ରସାରଣ ଆଜି ଏତେ ପରିମାଣରେ ହେଉଛି ଯେ ପୂର୍ବରୁ ଏହା କେବେ ଦେଖିବାକୁ ମିଳିନଥିଲା। ଦେଶରେ ରେକର୍ଡ ସଂଖ୍ୟକ ନୂଆ ମୋବାଇଲ ଟାୱାର ସଂଯୋଗ କରାଯାଉଛି। ଅତ୍ୟାଧୁନିକ ଫାଇଭ୍‌ ଜି ସେବା ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଭାରତରେ ଆଜି ରେକର୍ଡ ସଂଖ୍ୟକ ଗ୍ରାମକୁ ଅପ୍ଟିକାଲ ଫାଇଭର ସଂଯୋଗ ହୋଇପାରିଛି।

ଦେଶର ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ବୃଦ୍ଧି ପାଇଛି। ଉତ୍ତମ ପ୍ରଶାସନ ପାଇଁ ଅଣାଯାଇଥିବା ପ୍ରଯୁକ୍ତିକୁ ଲୋକମାନେ ଗ୍ରହଣ କରୁଛନ୍ତି। ବିଶ୍ଵର ଶ୍ରେଷ୍ଠ ଡିଜିଟାଲ ଅର୍ଥ ପଇଠ ପ୍ଲାଟଫର୍ମ ୟୁପିଆଇ ବା ୟୁନିଫାଏଡ ଇଣ୍ଟରଫେସ ପ୍ରତି ଜନସାଧାରଣଙ୍କ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି। ଏହା ଡିଜିଟାଲ ସଂସ୍କାର ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପ୍ରତିଫଳିତ କରିଛି। ବିଶ୍ଵର ୪୦ ପ୍ରତିଶତ ଡିଜିଟାଲ କାରବାର ଭାରତରେ ହେଉଛି। ଦୂରବର୍ତ୍ତୀ ଗାଁ ଠାରୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ରାସ୍ତାକଡ଼ ଉଠାଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ, ସମସ୍ତେ ୧୦-୨୦ ଟଙ୍କାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଣନେଣ ୟୁପିଆଇ ମାଧ୍ୟମରେ କରୁଛନ୍ତି।

ଦେଶରେ ସମାବେଶୀ ବିକାଶ ଦେଖିବାକୁ ମିଳିଛି। ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ୧୧ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଆଜି ଦେଶର ୩ କୋଟି ଗରିବ ଲୋକମାନଙ୍କୁ ନୂଆ ପକ୍କା ଘର ମିଳିଛି, ଯେଉଁଥିରେ ସେମାନେ ରହିବା ଆରମ୍ଭ କରିଛନ୍ତି। ଦେଶର ୫୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବାର ସୁବିଧା ରହିଛି । ଦେଶର ୨୫ କୋଟିରୁ ଅଧିକ ଲୋକଙ୍କ ପାଖରେ ଦୁର୍ଘଟଣା ବୀମା ଏବଂ ୨ ଲକ୍ଷ ଟଙ୍କା ଲେଖାଏଁ ଅବଧି ବୀମା ରହିଛି। ଆଜି ଦେଶର ୪୬ କୋଟିରୁ ଅଧିକ ଲୋକଙ୍କ ପାଖରେ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ରହିଛି। ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ଦେଶର ୩୫ ଲକ୍ଷ ରାସ୍ତାପାର୍ଶ୍ବ ଉଠାଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଦେଶର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଯୋଗାଇ ଦିଆଯାଇଛି। ଋଣଗ୍ରହିତାମାନଙ୍କ ମଧ୍ୟରେ ୭କୋଟି ଏଭଳି ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ସେମାନଙ୍କର ବ୍ୟବସାୟ ଆରମ୍ଭ କରି ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ପ୍ରଥମ ଥର ପାଇଁ ୭ କୋଟିରୁ ଅଧିକ ଲୋକ ମୁଦ୍ରା ଯୋଜନା ସହାୟତାରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ୭୦ ପ୍ରତିଶତ ମହିଳା ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଛି। ‘ଜରୁରିକାଳୀନ କ୍ରେଡିଟ୍‌ ଲାଇନ ଗ୍ୟାରେଣ୍ଟି ଯୋଜନା’ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସହାୟକ ହୋଇଛି। ଏକ ଅଧ୍ୟୟନ ଅନୁଯାୟୀ ଏହି ଯୋଜନା ପ୍ରାୟ ଦେଢ଼ କୋଟି ଲୋକଙ୍କ ଚାକିରି ସୁରକ୍ଷିତ ରଖିପାରିଛି।

ଲଘୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ସହାୟତା ପାଇଁ ଗତ ୮ ବର୍ଷ ମଧ୍ୟରେ ଏହି କ୍ଷେତ୍ର ପାଇଁ ବଜେଟକୁ ୬୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି। ୧୧ କୋଟିରୁ ଅଧିକ ଲୋକ ଏହି କ୍ଷେତ୍ର ଠାରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲାଭ ପାଇପାରିଛନ୍ତି।  ଶତାବ୍ଦୀର ସବୁଠୁ ବଡ଼ ବିପତ୍ତି ସମୟରେ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାର ଏମଏସଏମଇଙ୍କ ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ଋଣ ସୁନିଶ୍ଚିତ କରିଥିଲେ।

ଦେଶରେ ଏବେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇଛି । ଶ୍ରମ ଆଇନ ଭଳି କେତେକ ଆଇନକୁ ସରଳ କରାଯାଇଛି। ୨୯ରୁ ଅଧିକ ଶ୍ରମ ଆଇନ ପରିବର୍ତ୍ତେ ୪ଟି ସରଳ ଶ୍ରମ ସଂହିତା ଲାଗୁ କରାଯାଇଛି। ୩୦ ହଜାରରୁ ଅଧିକ ଅନୁପାଳନକୁ କମାଇବା, ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ କରିବା, କମ୍ପାନୀ ଆଇନରେ ଥିବା ବହୁ ବ୍ୟବସ୍ଥାର ନିରପରାଧୀକରଣ କରିବା ଫଳରେ ଭାରତର କମ୍ପାନୀମାନଙ୍କ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ସଂଖ୍ୟାଧିକ ଟିକସର ଜାଲ ପରିବର୍ତ୍ତେ ଏବେ କେବଳ ଜିଏସଟି କାର୍ଯ୍ୟକାରୀ ହେଉଛି। ଏହି ସରଳ ଟିକସ ବ୍ୟବସ୍ଥାର ଲାଭ ଦେଶକୁ ମିଳୁଛି। ପ୍ରତି ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ସାଧାରଣ କଥା ହୋଇଗଲାଣି। ଏସବୁ ବ୍ୟବସାୟିକ ସୁଗମତା ପାଇଁ ମାର୍ଗ ପ୍ରଶସ୍ତ କରିଛି। ସରକାର ନୀତିଗତ ସ୍ଥିରତା, ସମନ୍ବୟ ଏବଂ ବ୍ୟବସାୟିକ ସୁଗମତା ଉପରେ ଜୋର ଦେଉଛନ୍ତି। ଅତୀତରେ ଥିବା ହଜାର ହଜାର ପୁରୁଣା ଆଇନ ଓ ଅନୁପାଳନକୁ ଉଚ୍ଛେଦ କରାଯାଇଛି। ସଂସ୍କାର ମାଧ୍ୟମରେ ଭାରତକୁ ଅଖଣ୍ଡ ରାଷ୍ଟ୍ର ଭାବେ ଅଧିକ ଶକ୍ତିଶାଳୀ କରିବା ଲାଗି ପ୍ରୟାସ କରାଯାଉଛି। ଏକ ରାଷ୍ଟ୍ର-ଏକ ଟିକସ ଆକାରରେ ଜିଏସଟି, ଏକ ରାଷ୍ଟ୍ର-ଏକ ଗ୍ରୀଡ, ଏକ ରାଷ୍ଟ୍ର-ଏକ ମୋବିଲିଟି ବା ପରିବହନ କାର୍ଡ, ଏକ ରାଷ୍ଟ୍ର-ଏକ ରାସନ କାର୍ଡ, ଏସବୁ ପ୍ରୟାସ ସରକାରଙ୍କ ସ୍ପଷ୍ଟ ଓ ଦୃଢ଼ ନୀତିକୁ ପ୍ରତିଫଳିତ କରୁଛି।

‘‘ସରକାର ସବୁକଥା ଜାଣନ୍ତି ଏବଂ କେବଳ ସରକାର ହିଁ ସବୁ କରିବେ’’, ଅତୀତର ଏହି ଚିନ୍ତାଧାରାରେ ଏବେ ପରିବର୍ତ୍ତନ ଆସିଛି। ‘ସବକା ପ୍ରୟାସ’ (ସମସ୍ତଙ୍କ ଉଦ୍ୟମ) ଭାବନା ନେଇ ଦେଶ ଏବେ ଆଗକୁ ବଢ଼ୁଛି। ଏହି କାରଣରୁ ଦେଶରେ ଏବେ ବିଭିନ୍ନ ଦିଗରେ ଉଦ୍ୟମ କରାଯାଉଛି। ବିଆଇଆରଏସି ଭଳି ପ୍ଲାଟଫର୍ମକୁ ଶସ୍ତ କରାଯାଉଛି। ଷ୍ଟାର୍ଟଅପ୍‌ ପାଇଁ ଷ୍ଟାର୍ଟଅପ୍‌ ଇଣ୍ଡିଆ ଅଭିଯାନ, ମହାକାଶ କ୍ଷେତ୍ର ପାଇଁ ଇନ-ସ୍ପେସ, ପ୍ରତିରକ୍ଷା ଷ୍ଟାର୍ଟଅପ୍ସ ପାଇଁ ଆଇଡିଇଏକ୍ସ, ସେମିକଣ୍ଡକ୍ଟର ପାଇଁ ଇଣ୍ଡିଆନ ସେମିକଣ୍ଡକ୍ଟର ମିଶନ, ଯୁବବର୍ଗଙ୍କ ମଧ୍ୟରେ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ, ବାୟୋଟେକ୍‌ ଷ୍ଟାର୍ଟଅପ୍‌ ଆଦି ପଦକ୍ଷେପ ସରକାରଙ୍କ ଅଭିନବ ପ୍ରୟାସର ପ୍ରମାଣ ଦେଉଛି। ଗବେଷଣା ଓ ବିକାଶ, ନବସୃଜନ, ଷ୍ଟାର୍ଟଅପ୍ସ, ଅଭିନବ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଏସବୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶ ଏସବୁ ପ୍ରୟାସ ଦ୍ୱାରା ବ୍ୟାପକ ଭାବେ ଲାଭାନ୍ୱିତ ହେଉଛି। ଗବେଷଣା ଓ ଶିକ୍ଷାଦାନ କ୍ଷେତ୍ରରେ ଦେଶ ଏକ ନୂଆ ଉପଲବ୍ଧି ହାସଲ କରିଛି। ଏହି କ୍ଷେତ୍ରରେ ବାସ୍ତବ ଦୁନିଆର ଦୃଷ୍ଟି ପ୍ରଦାନ କରିବା ଲାଗି ଶିଳ୍ପ ଜଗତର ସହାୟତା ମିଳୁଛି। ସରକାର ଏଥିପାଇଁ ଆବଶ୍ୟକ ନୀତିଗତ ପରିବେଶ ଏବଂ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି।

ଲଗାତାର ସଂସ୍କାର ମାଧ୍ୟମରେ ଦେଶର ଯୁବବର୍ଗ ସମ୍ମୁଖିନ ହେଉଥିବା ବାଧା ଦୂର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଘରୋଇ ଉଦ୍ୟୋଗ ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ଖୋଲାଯାଇଛି । ମହାକାଶ ଉଦ୍ୟୋଗରେ ଘରୋଇ ଅଂଶଗ୍ରହଣ ଲାଗି ମାର୍ଗପ୍ରଶସ୍ତ ହୋଇଛି। ଆଧୁନିକ ଦ୍ରୋନ ନୀତି ଅଣାଯାଇଛି। ଭୂସ୍ଥାନିକ ଡାଟା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି। ଟେଲିକମ-ଆଇଟି କ୍ଷେତ୍ର ପାଇଁ ‘ଯେକୌଣସି ସ୍ଥାନରୁ କାମ କରିବା’ର ସୁବିଧା ଦିଆଯାଇଛି। ସରକାର ସବୁ ଦିଗରେ କାର୍ଯ୍ୟ କରୁଛନ୍ତି। ଘରୋଇ କ୍ଷେତ୍ରକୁ ସର୍ବାଧିକ ବ୍ୟବସାୟିକ ସୁଗମତା ଦେବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି, ଯାହାଫଳରେ ଦେଶବାସୀଙ୍କ ସହଜ ଜୀବନ ଧାରଣ ପାଇଁ ଦେଶର ଘରୋଇ କ୍ଷେତ୍ର ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବେ।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆଇଏମଏଫ ବ୍ରିଟେନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ଭାରତରେ ବଢ଼ୁଛି ଆଇଫୋନ୍ କ୍ରେଜ୍!: ଏହି ରେକର୍ଡ ସୃଷ୍ଟି କଲା ଆପଲ୍

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.