Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ୨୦୨୨ରେ ରେକର୍ଡ ମାଲ ପରିବହନ କଲା ଭାରତୀୟ ରେଳବାଇ
ଆଜିର ଖବର

ଅଗଷ୍ଟ ୨୦୨୨ରେ ରେକର୍ଡ ମାଲ ପରିବହନ କଲା ଭାରତୀୟ ରେଳବାଇ

September 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Indian Railways
ବିଭିନ୍ନ ଜୋନରେ ୮୯ ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କଲା ଭାରତୀୟ ରେଳ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅଗଷ୍ଟ ୨୦୨୨ରେ ୧୧୯.୩୨ ନିୟୁତ ଟନ ମାଲ ବୋଝେଇ କରି ରେକର୍ଡ ସୃଷ୍ଟି କରିଛି। ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ପରିମାଣ ଅଗଷ୍ଟ ମାସରେ ୮.୬୯ ନିୟୁତ ଟନ ଯାହାକି ଗତ ୨୦୨୧ ଅଗଷ୍ଟ ସୁଦ୍ଧା ଶତକଡା ୭.୮୬ ଅଧିକ। ଏଥି ସହିତ ୨୪ ମାସ ମଧ୍ୟରେ କ୍ରମାଗତ ରେକର୍ଡ ମାଲ ବୋଝେଇ ହୋଇଛି।

ଭାରତୀୟ ରେଳବାଇର ମାଲ ବୋଝେଇ ବୃଦ୍ଧିରେ କୋଇଲା ୯.୨ ନିୟୁତ ଟନ ରହିଥିବା ବେଳେ ତା ପଛକୁ ୦.୭୧ ନିୟୁତ ଟନ ସାର, ୦. ୬୮ ନିୟୁତ ଟନ ବଳକା ସାମଗ୍ରୀ ଓ ୦.୬୨ ଟନ କଣ୍ଟେନର ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଯାନବାହାନ ବୋଝେଇ ମାଲ ପରିବହନ ବ୍ୟବସାୟର ଆଉ ଏକ ସଫଳତା ବୋଲି ଜଣାପଡିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଅଗଷ୍ଟରେ ୨୨୦୬ ରେକ ବୋଝେଇ ହୋଇଥିବା ବେଳେ ଗତ ବର୍ଷର ଏହି ସମୟ ମଧ୍ୟରେ ଏହି ସଂଖ୍ୟା ୧୩୧୪ ଥିଲା। ଏଥିରେ ଶତକଡା ୬୮ ଭାଗ ବୃଦ୍ଧି ପରିଲକ୍ଷିତ ହୋଇଛି।

ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ଏପ୍ରିଲ ପହିଲା ୨୦୨୨ରୁ ୩୧ ଅଗଷ୍ଟ ୨୦୨୨ ମଧ୍ୟରେ ୬୨୦.୮୭ ନିୟୁତ ଟନ ଥିବାବେଳେ ୨୦୨୧-୨୨ରେ ଏହା ୫୬୨.୭୫ ନିୟୁତ ଟନ ଥିଲା। ଏଥିରେ ୫୮.୧୧ ନିୟୁତ ଟନ ଅର୍ଥାତ ପୂର୍ବ ବର୍ଷ ତୁଳନାରେ ଶତକଡା ୧୦.୩୨ ଭାଗ ବୃଦ୍ଧି ପାଇଛି।

ମାଲ ଏନଟିକେଏମ  (ମୋଟ କିଲୋମିଟର ପିଛା ଟନ) ଅଗଷ୍ଟ ୨୦୨୧ରେ ୬୩ ବିଲିୟନ ଥିବାବେଳେ ଅଗଷ୍ଟ ୨୦୨୨କୁ ୭୩ ବିଲୟନ ବୃଦ୍ଧି ପାଇଛି, ଯାହାର ବୃଦ୍ଧି ଶତକଡା ୧୬ ଭାଗ ଅଧିକ। କ୍ରମବର୍ଦ୍ଧିଷ୍ଣୁ ଏନଟିକେଏମ ପ୍ରଥମ ପାଞ୍ଚ ମାସରେ ଶତକଡା ୧୮.୨୯କୁ ବୃଦ୍ଧି ପାଇଛି।

ଶକ୍ତି ଓ କୋଇଲା ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି କୋଇଲା ଯୋଗାଣ ପାଇଁ ଭାରତୀୟ ରେଳବାଇର ନିରନ୍ତର ଉଦ୍ୟମ ଅଗଷ୍ଟ ମାସରେ ମାଲ ପରିବହନ ବୃଦ୍ଧିର ପ୍ରମୁଖ ବୈଶିଷ୍ଟ୍ୟ ହୋଇଛି। ଉଭୟ ଘରୋଇ ଓ ରପ୍ତାନୀ ଭିତ୍ତିକ କୋଇଲା ଶକ୍ତି କେନ୍ଦ୍ର ଯୋଗାଣ ପରିମାଣ ୧୦.୪୬ ନିୟୁତ ଟନ ବୃଦ୍ଧି ପାଇଛି। ଗତ ଅଗଷ୍ଟ ସୁଦ୍ଧା ୪୪.୬୪ ନିୟୁତ ଟନ ଶକ୍ତି କେନ୍ଦ୍ର ଗୁଡିକୁ ପଠାଯାଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ୩୪.୧୮ ନିୟୁତ ଟନ ଥିଲା ଯାହାକି ଶତକଡା ୩୧ ଭାଗ ଅଧିକ। ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଭାରତୀୟ ରେଳବାଇ ୫୮.୪୧ ନିୟୁତ ଟନ ଅଧିକ କୋଇଲା ଶକ୍ତି କେନ୍ଦ୍ରକୁ ପଠାଇଥିବାବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏଥିରେ ଶତକଡା ୩୨ ଭାଗରୁ ଅଧିକ ଅଭିବୃଦ୍ଧି ଘଟିଛି।

ଦ୍ରବ୍ୟ ଅନୁଯାୟୀ ବୃଦ୍ଧିକୁ ଦେଖିଲେ ଭାରତୀୟ ରେଳବାଇ ପ୍ରାୟ ପ୍ରତ୍ୟେକ ଦ୍ରବ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ଭାରତୀୟ ରେଳବାଇ ମାଲ ପରିବହନ
Share. Facebook Twitter LinkedIn Email WhatsApp Copy Link

Related Posts

ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଲାଗି 13ଶହରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି: ଅଶ୍ୱିନୀ ବୈଷ୍ଣବ

December 10, 2025

ପିଆଇବି ଏଡିଜିଙ୍କ ଭବାନୀପାଟଣା ଗସ୍ତ

December 10, 2025

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

December 10, 2025

ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣଙ୍କ ୧୧୦ତମ ଜୟନ୍ତୀ ସମାରୋହ

December 10, 2025
Latest News

ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଲାଗି 13ଶହରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି: ଅଶ୍ୱିନୀ ବୈଷ୍ଣବ

December 10, 2025

ପିଆଇବି ଏଡିଜିଙ୍କ ଭବାନୀପାଟଣା ଗସ୍ତ

December 10, 2025

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

December 10, 2025

ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣଙ୍କ ୧୧୦ତମ ଜୟନ୍ତୀ ସମାରୋହ

December 10, 2025

ମତଦାନ କେନ୍ଦ୍ର ସୁବ୍ୟବସ୍ଥା କରଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ଦଳ ବୈଠକ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.