Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ଖୋଲିଲା ନୂତନ ସପିଙ୍ଗ ମଲ ‘ଏମ ବଜାର’: ମିଳୁଛି ବିଶେଷ ଅଫର
ଆଞ୍ଚଳିକ

ବାଲୁଗାଁରେ ଖୋଲିଲା ନୂତନ ସପିଙ୍ଗ ମଲ ‘ଏମ ବଜାର’: ମିଳୁଛି ବିଶେଷ ଅଫର

September 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଦଶହରାରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଉପହାର ସହିତ ରିହାତି ଦରରେ ନୂଆ ପୋଷାକ ଏବଂ ଘରୋଇ ଉପକରଣମାନ ଆଣିଦେଇଛି ମେଟ୍ରୋ ରିଟେଲ ପ୍ରାଇଭେଟ ଲିମିଟେଡ଼ (ଏମ ବଜାର)। ସୂଚନା ମୁତାବକ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମେନ ରୋଡ଼ ଇନ୍ଦିରା ମାର୍କେଟ ଠାରେ ଖୋଲିଛି ନୂଆ ସପିଙ୍ଗ ମଲ ‘ଏମ ବଜ଼ାର’। ଏହାକୁ ଉଦଘାଟନ କରିଥିଲେ ବାଲୁଗାଁର ବିଶିଷ୍ଟ ସମାଜସେବି ମମତା ପରିଡ଼ା। ଭଳିକି ଭଳି ପୁରୁଷ, ମହିଳା ଓ ଶିଶୁ ମାନଙ୍କ ପାଇଁ ପୋଷାକ ସାଙ୍ଗରେ ଘରୋଇ ଉପକରଣମାନ ରିହାତି ଦରରେ ଏହି ଏମ ବଜାର ଠାରେ ବିକ୍ରୟ କରାଯାଉଛି।

ଆଜି ଉଦଘାଟନୀ ଦିବସରେ ଗ୍ରାହକମାନଙ୍କର ନାହିଁ ନଥିବା ଭିଡ଼ ଏଠାରେ ଦେଖିବାକୁ ମିଳିଛି। ଏମ ବଜାର ସାରା ଭାରତରେ ୧୩୫ ରୁ ଊର୍ଦ୍ଧ୍ଵ ଏବଂ ଓଡିଶାର ୨୫ ରୁ ଉର୍ଦ୍ଧ୍ଵ ଛୋଟ ବଡ଼ ସହରରେ ଏହାର ଆଉଟଲେଟ ଖୋଲିଛି। ଏହାର ଆଉଟଲେଟ ଗୁଡିକରେ ଭଳିକି ଭଳି ଶାଢ଼ୀ, ଯୁବକ ଓ ଶିଶୁଙ୍କ ପାଇଁ ପୋଷାକ ସହିତ ଘରୋଇ ସାଜସଜା ଓ ଜରୁରୀ ଉପକରଣ ମାନ ବିକ୍ରୟ କରାଯାଉଅଛି।

ବାଲୁଗାଁ ଠାରେ ପୁର୍ବରୁ ଥିବା ଏକାଧିକ ସପିଙ୍ଗ ମଲ ତୁଳନାରେ ଏମ ବଜାରରେ ମିଳୁଥୁବା ସମସ୍ତ ସାମଗ୍ରୀ ଖୁବ କମ ଦରରେ ଗ୍ରାହକ ମାନେ ପାଇପାରିବେ ବୋଲି ବାଲୁଗାଁ ଶାଖା ପରିଚାଳକ ନୀଳକଣ୍ଠ ଦାସ ପ୍ରତିକ୍ରିୟା ରଖିଛନ୍ତି।

ତେବେ ଆଜିଠାରୁ ଦଶହରା ପର୍ଯ୍ୟନ୍ତ ସମସ୍ତ ପୋଷାକ ଗୁଡିକରେ ‘ବାଇ ୱାନ – ଗେଟ ୱାନ’ ଅଫର ଜାରି ରହିବ ବୋଲି ସୂଚନା ମିଳିଛି। ଏବଂ ଦଶହରା ଉପଲକ୍ଷେ ଗ୍ରାହକଙ୍କ ପାଇଁ ପ୍ରତ୍ୟେକ ୧୫୦୦ ଟଙ୍କା ପର୍ଯ୍ୟନ୍ତ କ୍ରୟରେ ଆକର୍ଷଣୀୟ ଉପହାର ମଧ୍ୟ ରଖାଯାଇଥିବାର ସୂଚନା ମିଳିଛି। ତତସହିତ ପ୍ରତି ସପ୍ତାହରେ ଶେଷ ଦିବସରେ ଲକି ଡ୍ର କୁପନ ବ୍ୟବସ୍ଥା ମଧ୍ୟ ରଖାଯାଇଛି ଯେଉଁଥିରେ ଟିଭି, ଫ୍ରୀଜ଼ ପରି ବଡ଼ ଉପହାର ସାମିଲ ଅଛି।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026
Latest News

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.