ଏଥର ପୂଜା ବଜାରକୁ ସରଗରମ କରିବ ଅଞ୍ଜନେୟ ମିଡ଼ିଆ ପ୍ରଡକସନର ପଞ୍ଚମ ଅବଦାନ ‘ତିତଲି’

Published: Sep 21, 2022, 7:22 am IST

ଭୁବନେଶ୍ଵର: ପୂଜା ବଜାରକୁ ସରଗରମ କରିବ ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନର ପଞ୍ଚମ ଅବଦାନ। ଯାହାର ନାଁ ରହିଛି ତିତଲି। ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମା ସେପ୍ଟେମ୍ବର ୩୦ରେ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି।

ଦେବିଦତ୍ତ ମହାନ୍ତିଙ୍କ କାହାଣୀକୁ ଏସ କେ ମୁରଲୀଧରନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ଏହି ସିନେମାଟି। ଯେଉଁଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଏଥିରେ ଦେଖିବାକୁ ମିଳିବ। ଏହା ସହ ସାମାଜିକ ଚଳଣି, ଓଡ଼ିଆ ସଂସ୍କୃତି ଓ ମୌଳିକ ଓଡ଼ିଆ କଥା ବସ୍ତୁ ସ୍ଥାନ ପାଇଛି। ପ୍ରଖ୍ୟାତ ଲେଖକ ଦେବିଦତ୍ତ ମହାନ୍ତିଙ୍କ କଲମ ଚାଳନାରେ ସିନେମା ଜୀବନ୍ତ ହୋଇଛି। ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପ୍ରଣୟ ଜେଠୀ ସିନେମାର କ୍ରିଏଟିଭ ହେଡ଼ ରହିଛନ୍ତି।

ପୁର୍ବରୁ ଏହି ପ୍ରଡକସନ ବ୍ୟାନରରେ ବ୍ୟାଡ଼ ଗାର୍ଲ, ଧର୍ମ,ଭୈରବ, ଦେବଦାସ ଭଳି ସୁପରହିଟ ସିନେମା ନିର୍ମାଣ ହୋଇସାରିଥିବା ବେଳେ ପଞ୍ଚମ ଅବଦାନ ଭାବେ ବଜାରକୁ ଆସୁଛି ତିତଲି। ପୂର୍ବ ସିନେମାକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଏହି ସିନେମାକୁ ବି ସେମିତି ଭଲ ପାଇବା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

Related posts