Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ଷ୍ଟାର୍ଟଅପ୍ ପାଇଁ କେନ୍ଦ୍ର ସରକାର ଦେବେ ଋଣ ଗ୍ୟାରେଣ୍ଟି, ପ୍ରକାଶ ପାଇଲା ବିଜ୍ଞପ୍ତି
ଜାତୀୟ ଖବର

ଏଣିକି ଷ୍ଟାର୍ଟଅପ୍ ପାଇଁ କେନ୍ଦ୍ର ସରକାର ଦେବେ ଋଣ ଗ୍ୟାରେଣ୍ଟି, ପ୍ରକାଶ ପାଇଲା ବିଜ୍ଞପ୍ତି

October 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ୟୋଗ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ଷ୍ଟାର୍ଟ ସମୂହଙ୍କୁ ଋଣ ଗ୍ୟାରେଣ୍ଟି ପ୍ରଦାନ ଯୋଜନା ପ୍ରବର୍ତ୍ତନ ଘେନି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏହା ଫଳରେ ଷ୍ଟାର୍ଟ ଅପ୍ଗୁଡିକୁ ଯେଉଁ ସବୁ ବିତ୍ତୀୟ ସଂସ୍ଥା /ଅନୁଷ୍ଠାନ/ ସଂଗଠନ ଋଣ ଦେଉଛନ୍ତି ସେମାନଙ୍କର ଋଣ ଅର୍ଥ ବୁଡିଯିବାର ଆଶଙ୍କା ଦୂର ହୋଇଛି । ସମ୍ପୃକ୍ତ ଷ୍ଟାର୍ଟ ଅପ୍ ଋଣ ପରିଶୋଧ କରି ନ ପାରିଲେ ତାହା ଫେରି ପାଇବାର ନିଶ୍ଚିତତା ବା ଗ୍ୟାରେଣ୍ଟି ସେମାନଙ୍କୁ ମିଳିବ । ଆହୁରି ମଧ୍ୟ ଏହି ଯୋଜନାରେ ଷ୍ଟାର୍ଟଅପ୍ଗୁଡିକ ବ୍ୟାଙ୍କ ବା ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନ ନିକଟରେ କୌଣସି ଜମା ବା ବଦ୍ଧକ ନ ରଖି ଋଣ ପାଇପାରିବ।

ଏହା ଫଳରେ ଋଣ ପ୍ରଦାନକାରୀ ତାଲିକାଭୁକ୍ତ ବ୍ୟାବସାୟିକ ବ୍ୟାଙ୍କ ସମୂହ (ସିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ), ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏବଂ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ ବା ‘ସେବି’ ଦ୍ୱାରା ପଞ୍ଜୀକୃତ ବିକଳ୍ପ ନିବେଶ ପାଣ୍ଠି ଷ୍ଟାର୍ଟଅପ୍କୁ ଋଣ ଦେଲେ ସେମାନଙ୍କୁ ଋଣ ଗ୍ୟାରେଣ୍ଟି ସୁବିଧା ମିଳିବ। ସେମାନଙ୍କ ଅର୍ଥ ବୁଡିଯିବାର ଆଶଙ୍କା ରହିବ ନାହିଁ ଏବଂ ଷ୍ଟାର୍ଟଅପ୍ ଋଣ ଅର୍ଥ ପରିଶୋଧ କରି ନ ପାରିଲେ ଗ୍ୟାରେଣ୍ଟି ଯୋଜନାରେ ଋଣଦାତା ତାହା ଫେରିପାଇବେ।

ଏହି ଗ୍ୟାରେଣ୍ଟି ଯୋଜନାରେ ଷ୍ଟାର୍ଟଅପଗୁଡିକୁ ଋଣ ଦେଉଥିବା ଆର୍ଥିକ ସଂସ୍ଥାକୁ ନିର୍ଦ୍ଦିଷ୍ଟ ପରିମାଣ ପର‌୍ୟ୍ୟନ୍ତ ଋଣ ଉପରେ ଗ୍ୟାରେଣ୍ଟି ସୁବିଧା ମିଳିବ। ତେବେ ଏଥିପାଇଁ ସେମାନଙ୍କୁ ଯୋଗ୍ୟ ଷ୍ଟାର୍ଟଅପ୍କୁ ଋଣ ଦେବାକୁ ପଡିବ। ସମ୍ପୃକ୍ତ ଷ୍ଟାର୍ଟଅପ ଡିପିଆଇଆଇଟିର ସର୍ତ୍ତ ପୂରଣ କରୁଥିବା ଆବଶ୍ୟକ। ବିଭାଗ ପକ୍ଷରୁ ବିଜ୍ଞପ୍ତି ଜରିଆରେ ସମୟାନ୍ତରରେ ଷ୍ଟାର୍ଟଅପ୍ ଗୁଡିକର ଋଣ ପାଇବାର ଯୋଗ୍ୟତା ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି ।

ଏହି ଗ୍ୟାରେଣ୍ଟି ଯୋଜନା କାରବାର ଭିତ୍ତିକ ଏବଂ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନକାରୀ ଭାବେ କାର‌୍ୟ୍ୟକାରୀ ହେବ। ଏଥିରେ ବ୍ୟକ୍ତିଗତ ସଂସ୍ଥା କ୍ଷେତ୍ରରେ ସର୍ବାଧିକ ୧୦କୋଟି କିମ୍ବା ସମ୍ପୃକ୍ତ ଋଣକାରୀ ଯେତେ ଋଣ ଅର୍ଥ ପରିଶୋଧନ କରି ନ ପାରିବେ ତାହା ମଧ୍ୟରୁ ଯେଉଁଠି କମ୍ କେବଳ ସେତିକି ଅର୍ଥ ଗ୍ୟାରେଣ୍ଟି ଯୋଜନାରେ ସମ୍ପୃକ୍ତ ଋଣପ୍ରଦାନକାରୀ ସଂସ୍ଥା ଫେରିପାଇବେ। ଏହି ଋଣ ଗ୍ୟାରେଣ୍ଟି ଯୋଜନା ଏକକ ଋଣକାରଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏହି ଯୋଜନାର କାର‌୍ୟ୍ୟକାରିତା ଫଳରେ ଷ୍ଟାର୍ଟ ଅପ୍ଗୁଡିକ ସହଜରେ ଋଣ ପାଇପାରିବେ।
ଋଣ କାରବାର ଭିତିରେ ଏହି ଗ୍ୟାରେଣ୍ଟିଂ ଯୋଜନା କାର‌୍ୟ୍ୟକାରୀ ହେବ।

ଯଦି ଜଣକୁ ମୂଳ ଋଣ ୩କୋଟି ଟଙ୍କା ମଞ୍ଜୁ କରାଯାଇଥାଏ ଏବଂ ସେଥିରେ ଯଦି ୮୦% ଋଣ ପରିଶୋଧ ହୋଇ ନଥାଏ ସେ କ୍ଷେତ୍ରରେ ଋଣପ୍ରଦାନକାରୀଙ୍କୁ ଗ୍ୟାରେଣ୍ଟି ସୁବିଧା ମିଳିବ। ସେହିଭଳି ଏହି ଋଣ ଗ୍ୟାରେଣ୍ଟିଂ ସୁବିଧା ଆନୁପାତିକ ଭିତ୍ତିରେ ତିନିକୋଟି ଟଙ୍କାର ଅଧିକ ଋଣ ଉପରେ ୭୫ %, ୫କୋଟି ରୁ ୧୦କୋଟି ଟଙ୍କା ଯାଏ ୬୫% ଅନାଦେୟ ରାଶି ଉପରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଏହି ଯୋଜନାକୁ କାର‌୍ୟ୍ୟକାରୀ କରିବା ପାଇଁ ଡିପିଆଇଆଇଟି ଏକ ପରିଚାଳନା କମିଟି ଓ ରିସ୍କ ମୂଲ୍ୟାୟନ କମିଟି ଗଠନ କରିବ। ଏହି ଦୁଇ କମିଟି ଯୋଜନାର ସମୀକ୍ଷା, ତଦାରଖ ଓ କାର‌୍ୟ୍ୟକାରିତା ଦେଖିବେ। ଜାତୀୟ ଋଣ ଗ୍ୟାରେଣ୍ଟିଂ ଟ୍ରଷ୍ଟୀ କମ୍ପାନୀ ଲିମିଟେଡ(ଏନ୍ସିଜିଟିସି) ଦ୍ୱାରା ଏହି ଯୋଜନା କାର‌୍ୟ୍ୟକାରୀ ହେବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ଜାନୁୟାରୀ ୧୬ରେ ଷ୍ଟାର୍ଟ ଅପ୍ ଇଣ୍ଡିଆ କ୍ରିୟାନୁଷ୍ଠାନ ଯୋଜନାର ଶୁଭାରମ୍ଭ କରିଥିଲେ। ଦେଶରେ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଅର୍ଥାଭାବର ଯେଉଁ ବଡ ସମସ୍ୟା ଥିଲା ତାହାକୁ ଦୂର କରିବାକୁ ଏହି ଯୋଜନା ପ୍ରସ୍ତୁତ ହୋଇଥିଲା। ଅନେକ ଋଣୀ ବ୍ୟକ୍ତି ଅର୍ଥ ପରିଶୋଧ କରିବା ସ୍ଥିତିରେ ନ ଥିଲେ। ଷ୍ଟାର୍ଟଅପ୍ର ସଫଳତା ଅନିଶ୍ଚିତ ଥିବାରୁ ଋଣ ଅର୍ଥ ଫେରି ପାଇବାର ସମ୍ଭାବନା କମ୍ ଥିଲା। ତେଣୁ ଅର୍ଥ କଲ୍ୟାଣକାରୀ ସଂସ୍ଥା ଋଣ ଦେବାକୁ କୁଣ୍ଠାବୋଧ କରୁଥିଲେ। ତାହାର ସମାଧାନ ପାଇଁ ସରକାର ଏହି ଯୋଜନା ପ୍ରସ୍ତୁତ କରିଥିଲେ। ଋଣ ବୁଡିଗଲେ ସେହି ଅର୍ଥ ଫେରିପାଇବାକୁ ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି । ସେହି ଅର୍ଥ ଜାତୀୟ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ ପ୍ରଦାନ କରିବ।

ଜାତୀୟ ଷ୍ଟାର୍ଟଅପ ଦିବସ ଷ୍ଟାର୍ଟଅପ
Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.