ହାଇଦ୍ରାବାଦରେ ଆରମ୍ଭ ହେଲା ଇନଭେଷ୍ଟ ଓଡିଶା ବୈଠକ, ଆଲୋଚନା କରୁଛନ୍ତି ନବୀନ

Published: Oct 17, 2022, 12:16 pm IST

ଭୁବନେଶ୍ୱର: ହାଇଦ୍ରାବାଦରେ ଆରମ୍ଭ ହୋଇଛି ଇନଭେଷ୍ଟର ବା ନିବେଶ ବୈଠକ। ହାଇଦ୍ରାବାଦର ବଂଜରା ହିଲସଠାରେ ଥିବା ହୋଟେଲ ତାଜ କ୍ରିଷ୍ଣାରେ ଏହି ବୈଠକ ଚାଲିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି।

ଏହି ପୁର୍ବାହ୍ନ ବୈଠକରେ ପ୍ରାୟ 40 ଜଣ ଉଦ୍ୟୋଗପତି ଯୋଗ ଦେଇଛନ୍ତି। ଏମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଓଡ଼ିଶା ଶିଳ୍ପାୟନ ପାଇଁ ତଥା ପୁଂଜି ନିବେଶ ପାଇଁ କିପରି ପ୍ରକୃଷ୍ଟ କ୍ଷେତ୍ର ସେ ଉପରେ ଶିଳ୍ପପତିଙ୍କୁ ଆବଗତ କରାଉଛନ୍ତି।

ଏହି ବୈଠକରେ ୪ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବେ । ସଂଧ୍ୟାରେ ଏକ ବଡ ଶିଳ୍ପପତି ଗୋଷ୍ଠିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧୀତ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଓଡିଶାରୁ ଶିଳ୍ପ ବିଭାଗର ଏକ ଟିମ ହାଇଦ୍ରାବାଦ ଗସ୍ତରେ ଅଛନ୍ତି। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପସଚିବ ହେମନ୍ତ ଶର୍ମା, 5ଟି ସଚିବ ଭି କେ ପାଣ୍ଡିଆନ ସାମିଲ ଅଛନ୍ତି।

Related posts