Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର
ଆଜିର ଖବର

ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର

October 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ “ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା’ ଅଫର ଘୋଷଣା କରାଯାଇଛି। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ରହିବ। ୨୦୨୨ ଅକ୍ଟୋବର ୧୮ରୁ ୨୮ ତାରିଖ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏଥିରେ ୬୫୦୦ ଟଙ୍କା ମୂଲ୍ୟର ଲାଭ ମିଳିବ। ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ଦୁଇଟି ପ୍ଲାନ୍‌ରେ ଉପଲବ୍ଧ, ଯାହା ହେଉଛି ମାସିକ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ଏବଂ ମାସିକ ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ।

ଏହି ଅଫରର ଲାଭ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଏକ ନୂଆ ସଂଯୋଗ ନେବା ସହିତ ଏହି ଦୁଇ ପ୍ଲାନ୍ ମଧ୍ୟରୁ ଯେକୌଣସି ଗୋଟିଏ ସବ୍‌ସ୍କ୍ରାଇବ୍ କରିବାକୁ ହେବ। ଏହି ଦୁଇ ପ୍ଲାନ୍ ବ୍ୟତୀତ ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜ ମଧ୍ୟ ୧୦୦% ଭାଲ୍ୟୁ ବ୍ୟାକ୍ ଅଫର ପାଇଁ ଯୋଗ୍ୟ ବିବେଚିତ ହେବ। ତେବେ ଏଥି ସହିତ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ନାହିଁ।

ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ୨୦୨୨ରେ ଯେଉଁ ଗ୍ରାହକମାନେ ଏକ ନୂଆ ଜିଓଫାଇବର ସଂଯୋଗ ଏବଂ ୫୯୯ ଟଙ୍କିଆ କିମ୍ବା ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବୁକିଂ କରିବେ ସେମାନଙ୍କୁ ଦୁଇ ଅତିିରିକ୍ତ ଲାଭ ମିଳିବ। ତାହା ହେଉଛି ୧୦୦% ଭାଲ୍ୟୁ ବ୍ୟାକ୍ ଓ ୧୫ ଦିନର ଅତିରିକ୍ତ ବୈଧତା।

ଯେଉଁ ଗ୍ରାହକମାନେ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବିକଳ୍ପ ଚୟନ କରିବେ ସେମାନଙ୍କୁ ସେଥିରେ ୩୦ ଏମବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିପି ଆପ୍ ଏବଂ ୫୫୦ରୁ ଅଧିକ ଅନ୍‌-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ। ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ଜଣକ ୪,୨୪୧ ଟଙ୍କା (୩୫୯୪ ଟଙ୍କା+ ୬୪୭ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ତାହା ଉପରେ ୪୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇବେ। ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌୍‌ମେଡ୍‌ସର ୧୦୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ। ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ।

୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ । ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୬,୩୬୫ ଟଙ୍କା (୫୩୯୪ ଟଙ୍କା+୯୭୧ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୬୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ। ଏଥି ସହିତ ଆଜିଓର ୨୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌୍‌ମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୩୦୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ।

ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ। ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ। ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୨,୬୯୭ ଟଙ୍କା (୩୧୮୨ ଟଙ୍କା+୪୮୫ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୩୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ। ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୫୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌ମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ। ଏହି ପ୍ଲାନ୍‌ରେ ଅତିରିକ୍ତ ବୈଧତା ମିଳିବ ନାହିଁ।

ଯେଉଁ ଗ୍ରାହକମାନେ ଏହି ପ୍ଲାନ୍‌ଗୁଡ଼ିକ ମଧ୍ୟରୁ ଯେକୌଣସି ପ୍ଲାନ୍‌କୁ କିଣିବେ ତାଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ୬୦୦୦ ଟଙ୍କା ମୂଲ୍ୟର ୪-କେ ଜିଓଫାଇବର ସେଟ୍ ଟପ୍ ବକ୍ସ ମିଳିବ।

ଜିଓ ଫାଇବର ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.