
ନୂଆଦିଲ୍ଲୀ: ଆଜି ସାରା ଦେଶରେ ସାମାଜିକ ଗଣମାଧ୍ୟମ ହ୍ବାଚସପ ଡାଉନ ହୋଇଯାଇଛି। ଗ୍ରହାକମାନେ କିଏ ଏହି ଆପକୁ ଖୋଲିପାରୁ ନାହାଁନ୍ତି। ଏପରିକି ଯେଉଁମାନଙ୍କର ଖୋଲୁଛି ସେଥିରେ ମେସେଜ ବା ଫଟୋ ପଠେଇ ହେଉ ନାହିଁ। ହ୍ବାଟସପ ଡାଉନ ଚାଲୁଥିବାରୁ ଏ ନେଇ ଟୁଇଟରରେ ଟ୍ରେଣ୍ଡ ଚାଲିଛି।
ତେବେ ରିଅଲ ଟାଇମ ଡାଉନଡିଟେକ୍ଟର ଅନୁସାରେ ଆଜି ଭାରତରେ ଦିନ ପ୍ରାୟ 12 ଟା 30 ବେଳକୁ 11000 ୟୁଜରସ ସେମାନଙ୍କର ମୋବାଇଲରେ ଏହି ଆପ ଖୋଲିବାରେ ସମସ୍ୟା ଦେଖାଦେଇଥିଲା। ତେବେ ଭାରତ ଅପେକ୍ଷା ଅନ୍ୟ ଦେଶରେ ଏହି ସଂଖ୍ୟା ଅଧିକ। ଏହି ଡିଟେକ୍ଟର ଅନୁସାରେ ଯୁକେରେ 68000 ଏବଂ ସିଙ୍ଗାପୁରରେ 19000 ବ୍ୟବହାରକାରୀ ଏହି ଆପ ବ୍ୟବହାରରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଏହି ଆପ୍ ର କଂପାନୀ ମେଟା ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ଖୁବ ଶିଘ୍ର ଏହାର ସମାଧାନ କରାଯିବ।