Categories
ଆଜିର ଖବର ଜାତୀୟ ଖବର

ଏପ୍ରିଲ ୧୯ରେ ଲୋକସଭା ନିର୍ବାଚନ, ମଇ ୨୨ରେ ଫଳାଫଳ?: ସ୍ପଷ୍ଟ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ନିର୍ବାଚନ ତାରିଖ ଉପରେ ସମସ୍ତଙ୍କ ନଜର ରହିଛି। ରାଜନୈତିକ ଦଳ ହେଉ କିମ୍ବା ସାଧାରଣ ଜନତା ହୁଅନ୍ତୁ, ନିର୍ବାଚନ କେବେ ହେବ ତାହା ସମସ୍ତେ ଜାଣିବାକୁ ଚାହାଁନ୍ତି। ଆଜିକାଲି ଏକ ବାର୍ତ୍ତା ଭାଇରାଲ ହେଉଛି ଯେଉଁଥିରେ ଲୋକସଭା ନିର୍ବାଚନ ଏପ୍ରିଲ ୧୯ ତାରିଖରେ ହେବ ବୋଲି ଦାବି କରାଯାଇଛି। ନିର୍ବାଚନ ଆୟୋଗ ଏହି ବାର୍ତ୍ତାକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ, ହ୍ଵାଟସ୍ ଆପ୍ ମେସେଜ୍ ମାଧ୍ୟମରେ ନୁହେଁ ବରଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥାଏ।

ବାସ୍ତବରେ, ସାଧାରଣ ନିର୍ବାଚନର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ନକଲି ବାର୍ତ୍ତା ସେୟାର ହୋଇଛି, ଯେଉଁଥିରେ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନ ପାଇଁ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି କୁହାଯାଇଛି, ଯେଉଁଥିପାଇଁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବ। ନକଲି ବାର୍ତ୍ତାରେ କୁହାଯାଇଛି ଯେ, ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୮ ଥିଲା। ମତଦାନ ତାରିଖ ଏପ୍ରିଲ ୧୯ ତାରିଖ ଏବଂ ଫଳାଫଳ ମଇ ୨୨ ତାରିଖରେ ଘୋଷଣା କରାଯିବ। ଏହି ନକଲି ବାର୍ତ୍ତାରେ ନିର୍ବାଚନ ଆୟୋଗଙ୍କ ଚିଠି ମଧ୍ୟ ଦୃଶ୍ୟମାନ ହେଉଛି। ଏହି ବାର୍ତ୍ତା ହ୍ଵାଟସ୍ ଆପ୍ ଗ୍ରୁପ୍ ଗୁଡିକରେ ଶୀଘ୍ର ପ୍ରସାରିତ ହେଉଛି। ଏହା ପରେ ଅନେକ ଲୋକ ଗୋଟିଏ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କିପରି କରାଯାଇପାରିବ ସେନେଇ ପ୍ରଶ୍ନ ଉଠିଛି।

ନିର୍ବାଚନକୁ ପ୍ରଶଂସା କରିବା ନେଇ କ’ଣ କହିଲେ ନିର୍ବାଚନ ଆୟୋଗ?:

ଏହି ଦ୍ୱନ୍ଦ୍ୱ ମଧ୍ୟରେ ଭାଇରାଲ ହେଉଥିବା ବାର୍ତ୍ତା ନକଲି ବୋଲି ଶନିବାର ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ହ୍ଵାଟସ୍ ଆପ୍ ରେ ଏକ ପୋଷ୍ଟରେ ନିର୍ବାଚନ ଆୟୋଗ କହିଛନ୍ତି ଯେ, “ଲୋକସଭା ନିର୍ବାଚନ ୨୦୨୪ର କାର୍ଯ୍ୟସୂଚୀ ସମ୍ବନ୍ଧରେ ହ୍ଵାଟସ୍ ଆପ୍ ରେ ଏକ ନକଲି ବାର୍ତ୍ତା ସେୟାର କରାଯାଉଛି।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହାକୁ ଆୟୋଗ ଘୋଷଣା କରନ୍ତି। ଲୋକମାନେ ବାର୍ତ୍ତା ପଠାଇବା ପୂର୍ବରୁ ଯାଞ୍ଚ କରିବା ଉଚିତ ବୋଲି କୁହାଯାଇଛି। ସ୍ପଷ୍ଟ ହେବା ପାଇଁ ଏହାକୁ ହ୍ୟାସଟ୍ୟାଗ “#VerifyBeforeYouAmplify” ମଧ୍ୟ ବ୍ୟବହାର କରନ୍ତୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ହ୍ବାଟସପ ହେଲା ଡାଉନ, ମେଟା କଂପାନୀ ଦେଲା ଏହି ସୂଚନା

ନୂଆଦିଲ୍ଲୀ: ଆଜି ସାରା ଦେଶରେ ସାମାଜିକ ଗଣମାଧ୍ୟମ ହ୍ବାଚସପ ଡାଉନ ହୋଇଯାଇଛି। ଗ୍ରହାକମାନେ କିଏ ଏହି ଆପକୁ ଖୋଲିପାରୁ ନାହାଁନ୍ତି। ଏପରିକି ଯେଉଁମାନଙ୍କର ଖୋଲୁଛି ସେଥିରେ ମେସେଜ ବା ଫଟୋ ପଠେଇ ହେଉ ନାହିଁ। ହ୍ବାଟସପ ଡାଉନ ଚାଲୁଥିବାରୁ ଏ ନେଇ ଟୁଇଟରରେ ଟ୍ରେଣ୍ଡ ଚାଲିଛି।

ତେବେ ରିଅଲ ଟାଇମ ଡାଉନଡିଟେକ୍ଟର ଅନୁସାରେ ଆଜି ଭାରତରେ ଦିନ ପ୍ରାୟ 12 ଟା 30 ବେଳକୁ 11000 ୟୁଜରସ ସେମାନଙ୍କର ମୋବାଇଲରେ ଏହି ଆପ ଖୋଲିବାରେ ସମସ୍ୟା ଦେଖାଦେଇଥିଲା। ତେବେ ଭାରତ ଅପେକ୍ଷା ଅନ୍ୟ ଦେଶରେ ଏହି ସଂଖ୍ୟା ଅଧିକ। ଏହି ଡିଟେକ୍ଟର ଅନୁସାରେ ଯୁକେରେ 68000 ଏବଂ ସିଙ୍ଗାପୁରରେ 19000 ବ୍ୟବହାରକାରୀ ଏହି ଆପ ବ୍ୟବହାରରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଏହି ଆପ୍ ର କଂପାନୀ ମେଟା ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ଖୁବ ଶିଘ୍ର ଏହାର ସମାଧାନ କରାଯିବ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ହଠାତ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟସ୍ ଆପ୍ ସହିତ ଇନଷ୍ଟାଗ୍ରାମ, ଗ୍ରାହକ ହନ୍ତସନ୍ତ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ବାଟସ୍ ଆପ୍ ଏବଂ ଇନଷ୍ଟାଗ୍ରାମ ଭାରତ ସମେତ ପୃଥିବୀର ଅନେକ ସ୍ଥାନରେ ସୋମବାର ଦିନ ଭାରତୀୟ ସମୟ ରାତି ପ୍ରାୟ 9 ଟା ଠାରୁ ବନ୍ଦ ହୋଇଯାଇଥିଲା। ଏକାସାଙ୍ଗରେ ଏହି ତିନୋଟି ସେବା ବନ୍ଦ ହେବା ପରେ କୋଟି କୋଟି ଉପଭୋକ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏହା ପରେ ଉପଭୋକ୍ତାମାନେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ସେମାନଙ୍କ ସମସ୍ୟା ବିଷୟରେ ଅଭିଯୋଗ କରିବା ଆରମ୍ଭ କରିଥିଲେ। ତେବେ ଖୁସିର କଥା ଯେ, ଦୀର୍ଘ ସମୟ ଧରି ଏହା ବନ୍ଦ ହେବା ପରେ ମଙ୍ଗଳବାରରେ ଏହା କାର୍ଯ୍ୟକାରୀ ହୋଇଛି।

ତେବେ ଏହି ସେବାଗୁଡିକ ବନ୍ଦ ହେବା ପରେ ଫେସବୁକ ଯୋଗାଯୋଗ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଷ୍ଟୋନ ଏକ ଟ୍ୱିଟରେ କହିଛନ୍ତି, “ଆମେ ଜାଣୁ କିଛି ଲୋକ ଆମର ଆପ୍ ରେ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହି ସମସ୍ୟାଗୁଡିକ ଯଥାଶୀଘ୍ର ସମାଧାନ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ।” କୌଣସି ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।

ଏଥି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍ ଏକାସାଙ୍ଗରେ ବନ୍ଦ ହେବା ପରେ ହ୍ବାଟସ୍ ଆପ୍ ଟ୍ୱିଟ୍ କରି କହିଛି ଯେ ଆମେ ଜାଣୁ ଯେ ଏହି ସମୟରେ ହ୍ବାଟସ୍ ଆପ୍ ସହିତ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହା ସ୍ୱାଭାବିକକୁ ଫେରିବା ପାଇଁ ଆମେ କାର୍ଯ୍ୟ କରୁଛୁ ଏବଂ ଯଥାଶୀଘ୍ର ଉପଭୋକ୍ତାମାନଙ୍କୁ ଅପଡେଟ୍ କରିବୁ |

ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବିଭିନ୍ନ ଦେଶରେ କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା। ଯାହା ପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଚଳାଉଥିବା କୋଟି ଉପଭୋକ୍ତାଙ୍କୁ କିଛି ଘଣ୍ଟା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କ୍ୟୁଆର୍‌ କୋଡ୍‌ରୁ ହ୍ୟାକ୍‌ ହୋଇପାରେ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ, ଜାଣନ୍ତୁ କିପରି ବଞ୍ଚିବେ ଏଥିରୁ

ନୂଆଦିଲ୍ଲୀ : ଆଜିକାଲି ସହଜ ଓ ସୁବିଧା ପାଇଁ ଲୋକେ ଲାପଟପ୍‌ ଓ କମ୍ପ୍ୟୁଟରରେ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ଆକ୍ସେସ୍‌ କରୁଛନ୍ତି । କାମ କରିବା ସମୟରେ ବାରମ୍ବାର ମୋବାଇଲ୍‌ ନ ଦେଖିବା ପାଇଁ ନିଜ ଓ୍ବାର୍କିଂ ସିଷ୍ଟମ୍‌ରେ ହ୍ବାଟସ୍‌ଆପ୍‌ କନେକ୍ଟ କରୁଛନ୍ତି। ଏଥିପାଇଁ ହ୍ବାଟସ୍‌ଆପ୍‌ର ସେଟିଂସ୍‌ରେ ହ୍ବାଟସଆପ୍‌ ଓ୍ବେବ/ ଡେସ୍କଟପ୍‌ର ଅପ୍ସନ୍‌ ଜରିଆରେ ମୋବାଇଲ୍‌ ଫୋନ୍‌ ବ୍ୟତୀତ ଅନ୍ୟ ଲାପଟପ୍‌, କମ୍ପ୍ୟୁଟର ଆଦିରେ ହ୍ବାଟସ୍‌ଆପ ଖୋଲା ଯାଇପାରୁଛି ।ତେବେ ହ୍ବାଟସ୍‌ଆପ୍‌ରେ ଏହି ଫିଚର ଜରିଆରେ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ହ୍ୟାକ୍‌ ହେବାର ସମ୍ଭାବନା ରହିଛି । ଯେ କେହି ବି ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ଚେକ୍‌ କରି ଆପଣଙ୍କ ମେସେଜ୍‌ ପଢି ପାରିବ ।

ତେବେ ହ୍ବାଟସ୍‌ଆପ୍‌ର ସେଟିଂସ୍‌ରେ ହ୍ବାଟସ୍‌ଆପ୍‌ ଓ୍ବେବ/ ଡେସ୍କଟପ୍‌ର ଏକ ଅପ୍ସନ ରହିଛି, ଯେଉଁଥିରେ ମୋବାଇଲ୍‌ ବ୍ୟତୀତ ଲାପଟପ୍‌ ବା ଅନ୍ୟ କେଉଁ ଡିଭାଇସ୍‌ରେ ହ୍ବାଟସ୍‌ଆପ୍‌ ଆକ୍ସେସ୍‌ ହୋଇଥିଲେ ଜଣାପଡିଯାଇଥାଏ । ହ୍ବାଟସ୍‌ଆପ୍‌ର କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ମୋବାଇଲ୍‌ ବ୍ୟତୀତ ଅନ୍ୟ କମ୍ପ୍ୟୁଟର କି ଲାପ୍‌ଟପ୍‌ରେ ହ୍ବାଟସ୍‌ଆପ୍‌ ଖୋଲା ଯାଇପାରୁଛି । ତେବେ ଏହା ଜରିଆରେ ଆକାଉଣ୍ଟ ହ୍ୟାକ୍‌ ହେବାର ସମ୍ଭାବନା ରହିଥିବାରୁ ସତର୍କ ରହିବା ଉଚିତ୍‌ ।

ତେବେ କିପରି ବଞ୍ଚିବେ ହ୍ବାଟସ୍‌ଆପ୍‌ ହ୍ୟାକିଂରୁ :

ଆପଣ ହ୍ବାଟସ୍‌ଆପ୍‌ ଓ୍ବେବ ବ୍ୟବହାର କରୁଥିଲେ ଏହାକୁ ଲଗ୍‌ଆଉଟ୍‌ ଫ୍ରମ୍‌ ଅଲ୍‌ ଡିଭାଇସ୍‌ରେ କ୍ଲିକ୍‌ କରନ୍ତୁ । ଏହାପରେ ହ୍ବାଟସ୍‌ଆପ୍‌ର ସେଟିଂକୁ ଯାଇ ଟୁ ଷ୍ଟେଫ୍‌ ଭେରିଫିକେସନ୍‌ରେ କ୍ଲିକ୍‌ କରନ୍ତୁ । ଏଠାରେ ଏନାବେଲ୍‌ କ୍ଲିକ୍‌ କରି 6ଟିକିଆ ଭେରିଫିକେସନ୍‌ କୋଡ୍‌ ଦେଇ ପାରିବେ । ଏହି କୋଡ୍‌ ଦେବା ସମୟରେ ନିଜ ରେଜିଷ୍ଟ୍ରେର୍‌ ମୋବାଇଲ ନମ୍ବରରେ ହ୍ବାଟସ୍‌ଆପ୍‌କୁ ଆପଣ ଦ୍ବିତୀୟଥର ପାଇଁ ଲଗ୍‌ଇନ୍‌ କରିପାରିବେ । ଏହି କୋଡ୍‌ ପାଇଁ ଆପଣଙ୍କ ଇମେଲ୍‌ ଆଇଡିକୁ ଏକ ପିନ୍‌ ଆସିବ ।

ସେହିପରି ଆପଣ ଅନ୍ୟ କେଉଁ ଡିଭାଇସ୍‌ରେ ହ୍ବାଟସ୍‌ଆପ୍‌ ବ୍ୟବହାର କରୁଥିଲେ । ବ୍ୟବହାର ପରେ ସର୍ବଦା ଲଗ୍‌ ଆଉଟ୍‌ କରନ୍ତୁ ।

ଫୋନ୍‌ରେ ଥିବା ହ୍ବାଟସ୍‌ଆପ୍‌କୁ ଲକ୍‌ ରଖନ୍ତୁ । ସେହିପରି ଅନ୍ୟ କୌଣସି ଅଜଣା ଓ୍ବାଇଫାଇରେ କନକ୍ଟେଟ୍‌ କରନ୍ତୁ ନାହିଁ । ଏହା ଦ୍ବାରା କେବେ କେବେ ହ୍ୟାକର୍ସ ଏକ ୟୁନିକ୍‌ ଏମଏସି ଆଡ୍ରେସ୍‌ ଦ୍ବାରା ହ୍ବାଟସଆପ୍‌କୁ ହ୍ୟାକ୍‌ କରିପାରନ୍ତି ।

ଯଦି ଆପଣ ଭାବୁଛନ୍ତି ଆପଣଙ୍କ ହ୍ବାଟସଆପ୍‌ ହ୍ୟାକ୍‌ ହୋଇଛି ତେବେ ଆପଣଙ୍କ ନିଜ ହ୍ବାଟସ୍‌ଆପ୍‌ ଆକାଉଣ୍ଟକୁ [email protected]ରେ ଇମେଲ୍‌ କରି ଡିଆକ୍ଟିଭେଟ୍‌ କରନ୍ତୁ । ଏକ ମାସ ପର୍ଯ୍ୟନ୍ତ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ବ୍ୟବହାର ନ ହେଲେ ଏହା ଅଟୋମେଟିକ୍‌ ଡିଲିଟ୍‌ ହୋଇଯିବ ।

Categories
ଆଜିର ଖବର ଜୀବନ ଶୈଳୀ ବ୍ୟବସାୟ

ନୂତନ ବୈଶିଷ୍ଟ୍ୟ ଲଞ୍ଚ କଲା ହ୍ବାଟ୍‌ସଆପ୍‌ : ଏଣିକି ସ୍କାନିଂରେ ହେବ ନମ୍ବର ସେଭ୍‌

ନୂଆଦିଲ୍ଲୀ : ଏକ ନୂତନ ଫିଚର୍‌ ଲଞ୍ଚ କରିଛି ହ୍ବାଟ୍‌ସଆପ୍‌ । ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସଆପରେ‌ ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ ଓ ସ୍ନାପ୍‌ଚାଟ୍‌ ଭଳି ନୂଆ ବୈଶିଷ୍ଟ୍ୟ ଆସିଛି । ଏବେ ନୂଆ କଣ୍ଟାକ୍ଟ ଆଡ୍‌ କରିବା ପାଇଁ ଆପଣଙ୍କୁ ନମ୍ବର ଟାଇପ୍‌ କରିବାକୁ ପଡ଼ିବ ନାହିଁ । କେବଳ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିଦେଲେ ହିଁ ନୂଆ ନମ୍ବର ସେଭ୍‌ ହୋଇଯିବ । ଏହି ନୂତନ ବୈଶିଷ୍ଟ୍ୟ ହ୍ଵାଟ୍ସଆପ୍‌ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ର ଲାଟେଷ୍ଟ ବୀଟା ଭର୍ସନ୍‌ରେ ଦେଉଛି । ଖୁବ୍‌ଶୀଘ୍ର ସାଧାରଣ ଭର୍ସନ୍‌ରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ହ୍ବାଟସ୍‌ଆପ୍‌ରେ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଲକଡାଉନ୍‌ ସମୟରେ ହ୍ବାଟସ୍‌ଆପରେ ପାଠ ପଢିବେ ଛାତ୍ରଛାତ୍ରୀ ।ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲରେ ଆରମ୍ଭ ହେଲା ଶିକ୍ଷା ସଂଯୋଗ ଯୋଜନା ।  ଖୋର୍ଦ୍ଧାର 10ଟି ବ୍ଲକ୍‌ ଓ ବିଏମ୍‌ସି ଅଞ୍ଚଳ ପାଇଁ ଶିକ୍ଷା ସଂଯୋଗ ଯୋଜନା ଆରମ୍ଭ କରାଯାଇଛି । ଏନେଇ ସବୁ ବିଇଓ ଓ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ସବୁ ଶ୍ରେଣୀ ଲାଗି ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 19ରୁ ଜୁନ୍‌ 20 ଯାଏଁ 9ଟି ପର୍ଯ୍ୟାୟରେ ପାଠ ପଢାଯିବ ।

ଲକ୍ ଡାଉନ୍‌ ପାଇଁ ବିଦ୍ୟାଳୟଗୁଡିକ ମାର୍ଚ୍ଚ 14ରୁ ଏପ୍ରିଲ୍‌ 31 ଯାଏଁ ବନ୍ଦ କରାଯାଇଥିବାବେଳେ ପୁନର୍ବାର ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ପରିସ୍ଥିତିକୁ ଲକ୍ ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ସହ ଜୁନ୍‌ 17 ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାର ଘୋଷଣା କରିଛନ୍ତି । ଲକ୍‌ଡାଉନ୍‌ ପାଇଁ ପ୍ରଥମରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ମଧ୍ୟ କିଛିକାଂଶରେ ରହିଯାଇଥିଲା । ଲକଡାଉନ୍‌ ପାଇଁ ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କୁ ପାଠ ପଢାଇବା ପାଇଁ ସରକାର ଏପରି ବ୍ୟବସ୍ଥା କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଭାରତରେ ଅଚଳ ହେଲା ହ୍ବାଟ୍ସଆପ୍‌ !

ନୂଆଦିଲ୍ଲୀ : ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଦୁଃସମ୍ବାଦ । ଭାରତରେ ଅଚଳ ହେଲା ହ୍ବାଟ୍ସଆପ୍‌ । ରବିବାର ଦିନ ଅପରାହ୍ନ 4.15ରୁ ଏହି ମେସେଜିଂ ପ୍ଲାଟଫର୍ମରେ ସମସ୍ୟା ଦେଖାଦେଇଛି । ଷ୍ଟିକର ଏବଂ ଫଟୋ ପଠାଇବାରେ ବ୍ୟବହାରକାରୀ ଅସଫଳ ହୋଇଥିଲେ । ଏହା ପରେ ହ୍ବାଟ୍ସଆପ୍‌ ପକ୍ଷରୁ ଏକ ସ୍ପଷ୍ଟୀକରଣ ସହିତ ବିଶ୍ବର କେଉଁ କେଉଁ ସ୍ଥାନରେ ମେସେଜିଂ ଆପ୍‌ରେ ସମସ୍ୟ ଦେଖାଦେଇଛି ତାହାର ଏକ ଫଟୋ ସେୟାର କରାଯାଇଥିଲା । କେବଳ ଭାରତ ନୁହେଁ ବରଂ ୟୁରୋପ୍‌, ମାଲେସିଆ, ଇଣ୍ଡୋନେସିଆ ଏବଂ ବ୍ରାଜିଲରେ ମଧ୍ୟ ହ୍ବାଟ୍ସଆପ୍‌ ଅଚଳ ରହିଥିଲା । ଫଟୋ, ଭିଡିଓ ଏବଂ ଷ୍ଟିକର ଯାଉନଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ବୋଲି ହ୍ବାଟ୍ସଆପ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)