କ୍ୟୁଆର୍‌ କୋଡ୍‌ରୁ ହ୍ୟାକ୍‌ ହୋଇପାରେ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ, ଜାଣନ୍ତୁ କିପରି ବଞ୍ଚିବେ ଏଥିରୁ

Published: Nov 5, 2020, 5:43 pm IST

ନୂଆଦିଲ୍ଲୀ : ଆଜିକାଲି ସହଜ ଓ ସୁବିଧା ପାଇଁ ଲୋକେ ଲାପଟପ୍‌ ଓ କମ୍ପ୍ୟୁଟରରେ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ଆକ୍ସେସ୍‌ କରୁଛନ୍ତି । କାମ କରିବା ସମୟରେ ବାରମ୍ବାର ମୋବାଇଲ୍‌ ନ ଦେଖିବା ପାଇଁ ନିଜ ଓ୍ବାର୍କିଂ ସିଷ୍ଟମ୍‌ରେ ହ୍ବାଟସ୍‌ଆପ୍‌ କନେକ୍ଟ କରୁଛନ୍ତି। ଏଥିପାଇଁ ହ୍ବାଟସ୍‌ଆପ୍‌ର ସେଟିଂସ୍‌ରେ ହ୍ବାଟସଆପ୍‌ ଓ୍ବେବ/ ଡେସ୍କଟପ୍‌ର ଅପ୍ସନ୍‌ ଜରିଆରେ ମୋବାଇଲ୍‌ ଫୋନ୍‌ ବ୍ୟତୀତ ଅନ୍ୟ ଲାପଟପ୍‌, କମ୍ପ୍ୟୁଟର ଆଦିରେ ହ୍ବାଟସ୍‌ଆପ ଖୋଲା ଯାଇପାରୁଛି ।ତେବେ ହ୍ବାଟସ୍‌ଆପ୍‌ରେ ଏହି ଫିଚର ଜରିଆରେ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ହ୍ୟାକ୍‌ ହେବାର ସମ୍ଭାବନା ରହିଛି । ଯେ କେହି ବି ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ଚେକ୍‌ କରି ଆପଣଙ୍କ ମେସେଜ୍‌ ପଢି ପାରିବ ।

ତେବେ ହ୍ବାଟସ୍‌ଆପ୍‌ର ସେଟିଂସ୍‌ରେ ହ୍ବାଟସ୍‌ଆପ୍‌ ଓ୍ବେବ/ ଡେସ୍କଟପ୍‌ର ଏକ ଅପ୍ସନ ରହିଛି, ଯେଉଁଥିରେ ମୋବାଇଲ୍‌ ବ୍ୟତୀତ ଲାପଟପ୍‌ ବା ଅନ୍ୟ କେଉଁ ଡିଭାଇସ୍‌ରେ ହ୍ବାଟସ୍‌ଆପ୍‌ ଆକ୍ସେସ୍‌ ହୋଇଥିଲେ ଜଣାପଡିଯାଇଥାଏ । ହ୍ବାଟସ୍‌ଆପ୍‌ର କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ମୋବାଇଲ୍‌ ବ୍ୟତୀତ ଅନ୍ୟ କମ୍ପ୍ୟୁଟର କି ଲାପ୍‌ଟପ୍‌ରେ ହ୍ବାଟସ୍‌ଆପ୍‌ ଖୋଲା ଯାଇପାରୁଛି । ତେବେ ଏହା ଜରିଆରେ ଆକାଉଣ୍ଟ ହ୍ୟାକ୍‌ ହେବାର ସମ୍ଭାବନା ରହିଥିବାରୁ ସତର୍କ ରହିବା ଉଚିତ୍‌ ।

ତେବେ କିପରି ବଞ୍ଚିବେ ହ୍ବାଟସ୍‌ଆପ୍‌ ହ୍ୟାକିଂରୁ :

ଆପଣ ହ୍ବାଟସ୍‌ଆପ୍‌ ଓ୍ବେବ ବ୍ୟବହାର କରୁଥିଲେ ଏହାକୁ ଲଗ୍‌ଆଉଟ୍‌ ଫ୍ରମ୍‌ ଅଲ୍‌ ଡିଭାଇସ୍‌ରେ କ୍ଲିକ୍‌ କରନ୍ତୁ । ଏହାପରେ ହ୍ବାଟସ୍‌ଆପ୍‌ର ସେଟିଂକୁ ଯାଇ ଟୁ ଷ୍ଟେଫ୍‌ ଭେରିଫିକେସନ୍‌ରେ କ୍ଲିକ୍‌ କରନ୍ତୁ । ଏଠାରେ ଏନାବେଲ୍‌ କ୍ଲିକ୍‌ କରି 6ଟିକିଆ ଭେରିଫିକେସନ୍‌ କୋଡ୍‌ ଦେଇ ପାରିବେ । ଏହି କୋଡ୍‌ ଦେବା ସମୟରେ ନିଜ ରେଜିଷ୍ଟ୍ରେର୍‌ ମୋବାଇଲ ନମ୍ବରରେ ହ୍ବାଟସ୍‌ଆପ୍‌କୁ ଆପଣ ଦ୍ବିତୀୟଥର ପାଇଁ ଲଗ୍‌ଇନ୍‌ କରିପାରିବେ । ଏହି କୋଡ୍‌ ପାଇଁ ଆପଣଙ୍କ ଇମେଲ୍‌ ଆଇଡିକୁ ଏକ ପିନ୍‌ ଆସିବ ।

ସେହିପରି ଆପଣ ଅନ୍ୟ କେଉଁ ଡିଭାଇସ୍‌ରେ ହ୍ବାଟସ୍‌ଆପ୍‌ ବ୍ୟବହାର କରୁଥିଲେ । ବ୍ୟବହାର ପରେ ସର୍ବଦା ଲଗ୍‌ ଆଉଟ୍‌ କରନ୍ତୁ ।

ଫୋନ୍‌ରେ ଥିବା ହ୍ବାଟସ୍‌ଆପ୍‌କୁ ଲକ୍‌ ରଖନ୍ତୁ । ସେହିପରି ଅନ୍ୟ କୌଣସି ଅଜଣା ଓ୍ବାଇଫାଇରେ କନକ୍ଟେଟ୍‌ କରନ୍ତୁ ନାହିଁ । ଏହା ଦ୍ବାରା କେବେ କେବେ ହ୍ୟାକର୍ସ ଏକ ୟୁନିକ୍‌ ଏମଏସି ଆଡ୍ରେସ୍‌ ଦ୍ବାରା ହ୍ବାଟସଆପ୍‌କୁ ହ୍ୟାକ୍‌ କରିପାରନ୍ତି ।

ଯଦି ଆପଣ ଭାବୁଛନ୍ତି ଆପଣଙ୍କ ହ୍ବାଟସଆପ୍‌ ହ୍ୟାକ୍‌ ହୋଇଛି ତେବେ ଆପଣଙ୍କ ନିଜ ହ୍ବାଟସ୍‌ଆପ୍‌ ଆକାଉଣ୍ଟକୁ [email protected]ରେ ଇମେଲ୍‌ କରି ଡିଆକ୍ଟିଭେଟ୍‌ କରନ୍ତୁ । ଏକ ମାସ ପର୍ଯ୍ୟନ୍ତ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ବ୍ୟବହାର ନ ହେଲେ ଏହା ଅଟୋମେଟିକ୍‌ ଡିଲିଟ୍‌ ହୋଇଯିବ ।

Related posts