ହ୍ବାଟସ୍‌ଆପ୍‌ରେ ପାଠ ପଢିବେ ଛାତ୍ରଛାତ୍ରୀ

Published: Apr 15, 2020, 11:38 pm IST

ଭୁବନେଶ୍ବର : ଲକଡାଉନ୍‌ ସମୟରେ ହ୍ବାଟସ୍‌ଆପରେ ପାଠ ପଢିବେ ଛାତ୍ରଛାତ୍ରୀ ।ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲରେ ଆରମ୍ଭ ହେଲା ଶିକ୍ଷା ସଂଯୋଗ ଯୋଜନା ।  ଖୋର୍ଦ୍ଧାର 10ଟି ବ୍ଲକ୍‌ ଓ ବିଏମ୍‌ସି ଅଞ୍ଚଳ ପାଇଁ ଶିକ୍ଷା ସଂଯୋଗ ଯୋଜନା ଆରମ୍ଭ କରାଯାଇଛି । ଏନେଇ ସବୁ ବିଇଓ ଓ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ସବୁ ଶ୍ରେଣୀ ଲାଗି ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 19ରୁ ଜୁନ୍‌ 20 ଯାଏଁ 9ଟି ପର୍ଯ୍ୟାୟରେ ପାଠ ପଢାଯିବ ।

ଲକ୍ ଡାଉନ୍‌ ପାଇଁ ବିଦ୍ୟାଳୟଗୁଡିକ ମାର୍ଚ୍ଚ 14ରୁ ଏପ୍ରିଲ୍‌ 31 ଯାଏଁ ବନ୍ଦ କରାଯାଇଥିବାବେଳେ ପୁନର୍ବାର ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ପରିସ୍ଥିତିକୁ ଲକ୍ ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ସହ ଜୁନ୍‌ 17 ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାର ଘୋଷଣା କରିଛନ୍ତି । ଲକ୍‌ଡାଉନ୍‌ ପାଇଁ ପ୍ରଥମରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ମଧ୍ୟ କିଛିକାଂଶରେ ରହିଯାଇଥିଲା । ଲକଡାଉନ୍‌ ପାଇଁ ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କୁ ପାଠ ପଢାଇବା ପାଇଁ ସରକାର ଏପରି ବ୍ୟବସ୍ଥା କରିଛନ୍ତି ।

Related posts