Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଦ୍ୟାନକୃଷି ଫସଲର କ୍ଷେତ୍ର ଓ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି
ଆଜିର ଖବର

ଉଦ୍ୟାନକୃଷି ଫସଲର କ୍ଷେତ୍ର ଓ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି

October 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ
ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ଅନୁଯାୟୀ, ୨୮.୦୮ ନିୟୁତ ହେକ୍ଟର କ୍ଷେତ୍ରରେ ୩୪୨.୩୩ ନିୟୁତ ଟନ ଉତ୍ପାଦନ ନେଇ ଆକଳନ କରାଯାଇଛି ଯାହାକି ଏକ ରେକର୍ଡ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ଉପଲବ୍ଧି ପାଇଁ ଉଦ୍ୟାନ କୃଷି କ୍ଷେତ୍ରର ଚାଷୀ, ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ଅନ୍ୟ ସରକାରୀ ଏଜେନ୍ସି ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ୨୦୨୧-୨୨ ବର୍ଷ ପାଇଁ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ନିମ୍ନରେ ଦିଆଗଲା-

ମୋଟ୍‌ ଉଦ୍ୟାନ କୃଷି

 

୨୦୨୦-୨୧ (ଅନ୍ତିମ) ୨୦୨୧-୨୨

(ଦ୍ୱିତୀୟ ଅଗ୍ରୀମ ଆକଳନ)

୨୦୨୧–୨୨

 (ତୃତୀୟ ଅଗ୍ରୀମ ଆକଳନ)

 

କ୍ଷେତ୍ର (ନିୟୁତ ହେକ୍ଟରରେ) 27.48 27.74 28.08

 

ଉତ୍ପାଦନ (ନିୟୁତ ଟନରେ) 334.6 341.63 342.33

 

 

୨୦୨୧–୨୨ ବର୍ଷ  (ତୃତୀୟ ଅଗ୍ରୀମ ଆକଳନ)

୨୦୨୧-୨୨ ବର୍ଷରେ ମୋଟ୍‌ ୩୪୨.୩୩ ନିୟୁତ ଟନ ମୋଟ୍‌ ଉଦ୍ୟାନ କୃଷି ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି, ଏହା ୨୦୨୦-୨୧ (ଅନ୍ତିମ) ବର୍ଷ ତୁଳନାରେ ୭.୭୩ ନିୟୁତ ଟନ (୨.୩% ବୃଦ୍ଧି) ଅଧିକ।

ସେହିପରି ପୂର୍ବ ବର୍ଷ ୧୦୨.୪୮ ନିୟୁତ ଟନ୍‌ ଫଳ ଉତ୍ପାଦନ ତୁଳନାରେ ଚଳିତ ବର୍ଷ ଏହା ୧୦୭.୨୪ ନିୟୁତ ଟନ ରହିବା ନେଇ ଆକଳନ କରାଯାଇଛି।

ପନିପରିବା ଉତ୍ପାଦନ ପୂର୍ବବର୍ଷ ୨୦୦.୪୫ ନିୟୁତ ଟନ ଥିବା ବେଳେ ଚଳିତ ବର୍ଷ ୨୦୪.୮୪ ନିୟୁତ ଟନ୍‌ ରହିବା ନେଇ ଆକଳନ କରାଯାଇଛି।

ଗତ ବର୍ଷ ପିଆଜ ଉତ୍ପାଦନ ୨୬.୬୪ ନିୟୁତ ଟନ୍‌ ଥିଲା ଯାହାକି ଏଥର ୩୧.୨୭ ନିୟୁତ ଟନ୍‌ ରହିବା ନେଇ ଆକଳନ କରାଯାଇଛି।

ଆଳୁ ଉତ୍ପାଦନ ୫୩.୩୯ ନିୟୁତ ଟନ ଥିଲା ଏହା ଏବେ ୫୬.୧୭ ନିୟୁତ ଟନ୍‌ ହେବା ନେଇ ଆକଳନ କରାଯାଇଛି।

ବିଲାତି ବାଇଗଣ ଉତ୍ପାଦନ ପୂର୍ବ ବର୍ଷର ୨୦.୩୩ ନିୟୁତ ଟନ୍‌ ତୁଳନାରେ ଚଳିତ ବର୍ଷ ୨୧.୧୮ ନିୟୁତ ଟନ୍‌ ରହିବା ନେଇ ଆକଳନ କରାଯାଇଛି।

ଅଗ୍ରୀମ ଆକଳନ ଜାରି ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରେ ୨.୪୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶକୁ ସ୍ୱାଗତ କଲେ ବ୍ରହ୍ମପୁର ସାଂସଦ

September 13, 2026

କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ଅଥବା ଫଟୋକୁ ପୂଜା କଲେ ମିଳିଥାଏ ଲାଭ, ଜାଣନ୍ତୁ

September 13, 2026

ଶିଶୁ ଆଶ୍ରମରୁ ନାବାଳିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

September 13, 2026

‘ଏହି ଦୁଇ ଭାରତୀୟ ଖେଳାଳି ସବୁଠାରୁ ବଡ଼ ବିପଦ’: ଜାଣନ୍ତୁ କାହାକୁ କହିଲେ ଆଫଗାନିସ୍ତାନ ଅଧିନାୟକ?

September 13, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରେ ୨.୪୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶକୁ ସ୍ୱାଗତ କଲେ ବ୍ରହ୍ମପୁର ସାଂସଦ

September 13, 2026

କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ଅଥବା ଫଟୋକୁ ପୂଜା କଲେ ମିଳିଥାଏ ଲାଭ, ଜାଣନ୍ତୁ

September 13, 2026

ଶିଶୁ ଆଶ୍ରମରୁ ନାବାଳିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

September 13, 2026

‘ଏହି ଦୁଇ ଭାରତୀୟ ଖେଳାଳି ସବୁଠାରୁ ବଡ଼ ବିପଦ’: ଜାଣନ୍ତୁ କାହାକୁ କହିଲେ ଆଫଗାନିସ୍ତାନ ଅଧିନାୟକ?

September 13, 2026

ପ୍ରଭୃ ଶ୍ରୀଗଣେଶଙ୍କ ପ୍ରିୟ ଖାଦ୍ୟ କଣ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.