Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇଣ୍ଟରନେଟ ରେ ମିଥ୍ୟା ତଥ୍ୟ ପ୍ରସାରରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ
ଜାତୀୟ ଖବର

ଇଣ୍ଟରନେଟ ରେ ମିଥ୍ୟା ତଥ୍ୟ ପ୍ରସାରରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

October 29, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଟରନେଟ ରେ ମିଥ୍ୟା ତଥ୍ୟ ପ୍ରସାରରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୮ ଅକ୍ଟୋବର, ୨୦୨୨ରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ର ଶେଖର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶ ନିଜ ନାଗରିକଙ୍କ ଏବଂ ଡିଜିଟାଲ ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ଏକ ଟ୍ରଷ୍ଟି ଭାବେ କାମ କରୁଅଛି।

ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍ ସେବା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଦେଶର ଡିଜିଟାଲ ନାଗରିକଙ୍କ ଅଧିକାର ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରାଯାଇଛି।

ଆପତ୍ତିଜନକ ବିଷୟବସ୍ତୁ କିମ୍ବା ବ୍ୟବହାରକାରୀ ବା ୟୁଜରଙ୍କ ଆକାଉଣ୍ଟ ବାତିଲ କରିବା ସଂକ୍ରାନ୍ତରେ ଆସୁଥିବା ଅଭିଯୋଗ ସଂକ୍ରାନ୍ତରେ ମଧ୍ୟସ୍ଥ (ଇଣ୍ଟରମିଡିଆରୀ)ଙ୍କ ନିଷ୍କ୍ରିୟତା ଏବଂ ପଦକ୍ଷେପ ସଂକ୍ରାନ୍ତରେ କେତେକ ଅଭିଯୋଗ ଆସିଥିଲା। ୟୁଜରଙ୍କ ହିତ ରକ୍ଷା ଉଦ୍ଦେଶ୍ୟରେ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ନୂଆ ନିୟମ କାର୍ଯ୍ୟକାରୀ ହେଲେ ମଧ୍ୟସ୍ଥମାନଙ୍କୁ ଉଦ୍ଦେଶ୍ୟମୂଳକ ପାଇଁ ପ୍ରସାରିତ କରାଯାଇଥିବା କୌଣସି ମିଥ୍ୟା ସୂଚନା କିମ୍ବା ଆପତ୍ତିଜନକ ସୂଚନାର ପ୍ରସାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉତ୍ତରଦାୟୀ ରହିବେ। ଫଳରେ ମଧ୍ୟସ୍ଥମାନଙ୍କୁ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଉତ୍ତରଦାୟୀ କରିବ।

ମଧ୍ୟସ୍ଥମାନେ ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଓ ୨୧ ଅଧୀନରେ ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ଅଧିକାରକୁ ସମ୍ମାନ ଜଣାଇବେ।
ନୂଆ ନିୟମ ବିଷୟରେ ସୂଚନା ଦେଇ ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଏସବୁ ସଂଶୋଧନ ଆମ ଡିଜିଟାଲ ନାଗରିକମାନଙ୍କ ପାଇଁ ଇଣ୍ଟରନେଟକୁ ଅଧିକ ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ କରିବ।

ସେ କହିଛନ୍ତି ଯେ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ ରଖିବା ଲାଗି ସାଧାରଣ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାର ମଧ୍ୟସ୍ଥମାନଙ୍କ ସହିତ ସହଯୋଗ ସ୍ଥାପନ କରି କାର‌୍ୟ୍ୟ କରିବାକୁ ଚାହୁଁଛନ୍ତି । ସବୁ ଭାରତୀୟଙ୍କ ପାଇଁ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ କରିବା ଲାଗି ସରକାର ଓ ମଧ୍ୟସ୍ଥଙ୍କ ମଧ୍ୟରେ ଏକ ନୂଆ ଭାଗିଦାରୀ ପାଇଁ ଏହି ନିୟମାବଳୀରେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଚନ୍ଦ୍ରଶେଖର ଆଶ୍ବାସନା ଦେଇଥିଲେ ।
ନିୟମରେ ସଂଶୋଧନ ମନ୍ତ୍ରଣାଳୟର ୱେବସାଇଟ୍ ଏବଂ https://egazette.nic.in/WriteReadData/2022/239919.pdf ରେ ଉପଲବ୍ଧ ରହିଛି।

ନିୟମାବଳୀରେ କରାଯାଇଥିବା କେତେକ ପ୍ରମୁଖ ପରିବର୍ତ୍ତନ ହେଲା

● ବର୍ତ୍ତମାନ ମଧ୍ୟସ୍ଥ ବା ଇଣ୍ଟରମିଡିଆରୀମାନେ କେତେକ କଣ୍ଟେଣ୍ଟ ବା ବିଷୟବସ୍ତୁ ଅପଲୋଡ୍ ନକରିବା ସମ୍ପର୍କରେ ୟୁଜରଙ୍କୁ କେବଳ ସୂଚିତ କରିବା ଜରୁରୀ। କିନ୍ତୁ ନୂଆ ସଂଶୋଧନରେ ମଧ୍ୟସ୍ଥମାନଙ୍କୁ ଆଇନଗତ ଭାବେ ଏଥିପାଇଁ ଉତ୍ତରଦାୟୀ କରାଯାଇଛି । ଏଭଳି କଣ୍ଟେଣ୍ଟ କାହିଁକି ଅପଲୋଡ୍ କରାଗଲା ନାହିଁ ସେ ସମ୍ପର୍କରେ ମଧ୍ୟସ୍ଥମାନେ ୟୁଜରଙ୍କୁ ଉପଯୁକ୍ତ କାରଣ ଦର୍ଶାଇବେ। ନୂଆ ବ୍ୟବସ୍ଥା ଏହା ମଧ୍ୟ ସୁନିଶ୍ଚିତ କରିବ ଯେ ମଧ୍ୟସ୍ଥମାନଙ୍କର ଉତ୍ତରଦାୟିତ୍ୱ କେବଳ ଏକ ଔପଚାରିକତା ନୁହେଁ, ବରଂ ସେମାନେ ଆପତ୍ତିଜନକ କଣ୍ଟେଣ୍ଟ ଉପଲୋଡକୁ ରୋକିବା ପାଇଁ ଦାୟିତ୍ବସମ୍ପନ୍ନ ପଦକ୍ଷେପ ନେବେ।

● ମଧ୍ୟସ୍ଥମାନଙ୍କର ବିଭିନ୍ନ ନିୟମ ଓ କଟକଣା ସମ୍ପର୍କରେ ୟୁଜରଙ୍କୁ ଜଣାଇବା ଲାଗି ଭାରତୀୟ ଭାଷାରେ ସେମାନଙ୍କୁ ସୂଚନା ଦେବା ଜରୁରି।

● ସଂଶୋଧିତ ନିୟମ ୩(୧) (ବି)(ସସ)କୁ ଅଧିକ ଯୁକ୍ତସଂଗତ କରାଯାଇଛି ଏବଂ ଏଥିରେ ଥିବା ଦୁଇଟି ଶବ୍ଦ ‘ଅପମାନଜନକ’ ଏବଂ ‘ନିନ୍ଦନୀୟ’ କୁ ବାଦ୍ ଦିଆଯାଇଛି। କୌଣସି କଣ୍ଟେଣ୍ଟ ବା ବିଷୟବସ୍ତୁ ଅପମାନଜନକ ଏବଂ ନିନ୍ଦନୀୟ କି ନୁହେଁ ତାହା ନ୍ୟାୟିକ ସମୀକ୍ଷା ଦ୍ବାରା ନିର୍ଦ୍ଧାରଣ କରାଯିବ।

● ମିଥ୍ୟା ସୂଚନା, ବିଭିନ୍ନ ଧର୍ମ ଓ ଜାତି ସମ୍ପ୍ରଦାୟ ମଧ୍ୟରେ ହିଂସା ଉଦ୍ରେକକାରୀ ବିଷୟବସ୍ତୁ ପ୍ରସାର ଉପରେ ନିୟନ୍ତ୍ରଣ କରିବା ଲାଗି ସଂଶୋଧିତ ନିୟମ ୩(୧)(ବି)ରେ କେତେକ ବିଷୟବସ୍ତୁ ଶ୍ରେଣୀକୁ ପୁନଃପରିଭାଷିତ କରାଯାଇଛି।

● ସମ୍ବିଧାନର ନିୟମ ଅନୁଯାୟୀ, ମଧ୍ୟସ୍ଥମାନେ ୟୁଜରଙ୍କ ଅଧିକାର ସୁରକ୍ଷାର ଗ୍ୟାରେଣ୍ଟି ଦେବେ। ସେମାନଙ୍କ କାର‌୍ୟ୍ୟ ଅନୁଯାୟୀ ଉଚିତ୍ ପ୍ରତ୍ୟାଶା, ଗୋପନୀୟତାକୁ ସମ୍ମାନ ଜଣାଇବେ ଏବଂ ପାରଦର୍ଶିତା ସୁନିଶ୍ଚିତ କରିବେ।

● ୟୁଜରଙ୍କ ଅଭିଯୋଗ ଉପରେ ମଧ୍ୟସ୍ଥଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ନିଷ୍ପତ୍ତି କିମ୍ବା ନିଷ୍କ୍ରିୟତା ବିରୋଧରେ ଆବେଦନ କରିବା ଲାଗି ଅଭିଯୋଗ ଆବେଦନ କମିଟି ପ୍ରତିଷ୍ଠା କରାଯିବ। ୟୁଜର ଚାହିଁଲେ କୋର୍ଟ ଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରିବେ।

internet
Share. Facebook Twitter LinkedIn Email WhatsApp Copy Link

Related Posts

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026
Latest News

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.