Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

ଭୁବନେଶ୍ଵର: ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି।

ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍‌ ବ୍ୟବହାର ଏକୁଟିଆପଣର ମୁଖ୍ୟ କାରଣ ରହିଥିବା ବେଳେ ଏହାଦ୍ବାରା ପାଠପଢାରେ ମନୋନିବେଶ ସହଜ ହୋଇନଥାଏ ବୋଲି କୁହାଯାଇଛି।

ଗବେଷଣାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 25 ପ୍ରତିଶତ ଦୈନିକ 4 ଘଣ୍ଟାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ବଳକା ଛାତ୍ରଛାତ୍ରୀ ଦୈନିକ 1ରୁ 3 ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ସର୍ବାଧିକ 40 ପ୍ରତିଶତ ଇଣ୍ଟରନେଟ୍‌ ସୋସିଆଲ ମିଡିଆରେ ବ୍ୟବହୃତ ହେଉଥିବା ବେଳେ ମାତ୍ର 30 ପ୍ରତିଶତ ବିଭିନ୍ନ ପାଠ ସମ୍ବନ୍ଧୀୟ ସୂଚନା ସର୍ଚ୍ଚ କରିଥାନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଇଣ୍ଟରନେଟ ରେ ମିଥ୍ୟା ତଥ୍ୟ ପ୍ରସାରରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୮ ଅକ୍ଟୋବର, ୨୦୨୨ରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ର ଶେଖର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶ ନିଜ ନାଗରିକଙ୍କ ଏବଂ ଡିଜିଟାଲ ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ଏକ ଟ୍ରଷ୍ଟି ଭାବେ କାମ କରୁଅଛି।

ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍ ସେବା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଦେଶର ଡିଜିଟାଲ ନାଗରିକଙ୍କ ଅଧିକାର ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରାଯାଇଛି।

ଆପତ୍ତିଜନକ ବିଷୟବସ୍ତୁ କିମ୍ବା ବ୍ୟବହାରକାରୀ ବା ୟୁଜରଙ୍କ ଆକାଉଣ୍ଟ ବାତିଲ କରିବା ସଂକ୍ରାନ୍ତରେ ଆସୁଥିବା ଅଭିଯୋଗ ସଂକ୍ରାନ୍ତରେ ମଧ୍ୟସ୍ଥ (ଇଣ୍ଟରମିଡିଆରୀ)ଙ୍କ ନିଷ୍କ୍ରିୟତା ଏବଂ ପଦକ୍ଷେପ ସଂକ୍ରାନ୍ତରେ କେତେକ ଅଭିଯୋଗ ଆସିଥିଲା। ୟୁଜରଙ୍କ ହିତ ରକ୍ଷା ଉଦ୍ଦେଶ୍ୟରେ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ନୂଆ ନିୟମ କାର୍ଯ୍ୟକାରୀ ହେଲେ ମଧ୍ୟସ୍ଥମାନଙ୍କୁ ଉଦ୍ଦେଶ୍ୟମୂଳକ ପାଇଁ ପ୍ରସାରିତ କରାଯାଇଥିବା କୌଣସି ମିଥ୍ୟା ସୂଚନା କିମ୍ବା ଆପତ୍ତିଜନକ ସୂଚନାର ପ୍ରସାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉତ୍ତରଦାୟୀ ରହିବେ। ଫଳରେ ମଧ୍ୟସ୍ଥମାନଙ୍କୁ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଉତ୍ତରଦାୟୀ କରିବ।

ମଧ୍ୟସ୍ଥମାନେ ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଓ ୨୧ ଅଧୀନରେ ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ଅଧିକାରକୁ ସମ୍ମାନ ଜଣାଇବେ।
ନୂଆ ନିୟମ ବିଷୟରେ ସୂଚନା ଦେଇ ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଏସବୁ ସଂଶୋଧନ ଆମ ଡିଜିଟାଲ ନାଗରିକମାନଙ୍କ ପାଇଁ ଇଣ୍ଟରନେଟକୁ ଅଧିକ ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ କରିବ।

ସେ କହିଛନ୍ତି ଯେ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ ରଖିବା ଲାଗି ସାଧାରଣ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାର ମଧ୍ୟସ୍ଥମାନଙ୍କ ସହିତ ସହଯୋଗ ସ୍ଥାପନ କରି କାର‌୍ୟ୍ୟ କରିବାକୁ ଚାହୁଁଛନ୍ତି । ସବୁ ଭାରତୀୟଙ୍କ ପାଇଁ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ କରିବା ଲାଗି ସରକାର ଓ ମଧ୍ୟସ୍ଥଙ୍କ ମଧ୍ୟରେ ଏକ ନୂଆ ଭାଗିଦାରୀ ପାଇଁ ଏହି ନିୟମାବଳୀରେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଚନ୍ଦ୍ରଶେଖର ଆଶ୍ବାସନା ଦେଇଥିଲେ ।
ନିୟମରେ ସଂଶୋଧନ ମନ୍ତ୍ରଣାଳୟର ୱେବସାଇଟ୍ ଏବଂ https://egazette.nic.in/WriteReadData/2022/239919.pdf ରେ ଉପଲବ୍ଧ ରହିଛି।

ନିୟମାବଳୀରେ କରାଯାଇଥିବା କେତେକ ପ୍ରମୁଖ ପରିବର୍ତ୍ତନ ହେଲା

● ବର୍ତ୍ତମାନ ମଧ୍ୟସ୍ଥ ବା ଇଣ୍ଟରମିଡିଆରୀମାନେ କେତେକ କଣ୍ଟେଣ୍ଟ ବା ବିଷୟବସ୍ତୁ ଅପଲୋଡ୍ ନକରିବା ସମ୍ପର୍କରେ ୟୁଜରଙ୍କୁ କେବଳ ସୂଚିତ କରିବା ଜରୁରୀ। କିନ୍ତୁ ନୂଆ ସଂଶୋଧନରେ ମଧ୍ୟସ୍ଥମାନଙ୍କୁ ଆଇନଗତ ଭାବେ ଏଥିପାଇଁ ଉତ୍ତରଦାୟୀ କରାଯାଇଛି । ଏଭଳି କଣ୍ଟେଣ୍ଟ କାହିଁକି ଅପଲୋଡ୍ କରାଗଲା ନାହିଁ ସେ ସମ୍ପର୍କରେ ମଧ୍ୟସ୍ଥମାନେ ୟୁଜରଙ୍କୁ ଉପଯୁକ୍ତ କାରଣ ଦର୍ଶାଇବେ। ନୂଆ ବ୍ୟବସ୍ଥା ଏହା ମଧ୍ୟ ସୁନିଶ୍ଚିତ କରିବ ଯେ ମଧ୍ୟସ୍ଥମାନଙ୍କର ଉତ୍ତରଦାୟିତ୍ୱ କେବଳ ଏକ ଔପଚାରିକତା ନୁହେଁ, ବରଂ ସେମାନେ ଆପତ୍ତିଜନକ କଣ୍ଟେଣ୍ଟ ଉପଲୋଡକୁ ରୋକିବା ପାଇଁ ଦାୟିତ୍ବସମ୍ପନ୍ନ ପଦକ୍ଷେପ ନେବେ।

● ମଧ୍ୟସ୍ଥମାନଙ୍କର ବିଭିନ୍ନ ନିୟମ ଓ କଟକଣା ସମ୍ପର୍କରେ ୟୁଜରଙ୍କୁ ଜଣାଇବା ଲାଗି ଭାରତୀୟ ଭାଷାରେ ସେମାନଙ୍କୁ ସୂଚନା ଦେବା ଜରୁରି।

● ସଂଶୋଧିତ ନିୟମ ୩(୧) (ବି)(ସସ)କୁ ଅଧିକ ଯୁକ୍ତସଂଗତ କରାଯାଇଛି ଏବଂ ଏଥିରେ ଥିବା ଦୁଇଟି ଶବ୍ଦ ‘ଅପମାନଜନକ’ ଏବଂ ‘ନିନ୍ଦନୀୟ’ କୁ ବାଦ୍ ଦିଆଯାଇଛି। କୌଣସି କଣ୍ଟେଣ୍ଟ ବା ବିଷୟବସ୍ତୁ ଅପମାନଜନକ ଏବଂ ନିନ୍ଦନୀୟ କି ନୁହେଁ ତାହା ନ୍ୟାୟିକ ସମୀକ୍ଷା ଦ୍ବାରା ନିର୍ଦ୍ଧାରଣ କରାଯିବ।

● ମିଥ୍ୟା ସୂଚନା, ବିଭିନ୍ନ ଧର୍ମ ଓ ଜାତି ସମ୍ପ୍ରଦାୟ ମଧ୍ୟରେ ହିଂସା ଉଦ୍ରେକକାରୀ ବିଷୟବସ୍ତୁ ପ୍ରସାର ଉପରେ ନିୟନ୍ତ୍ରଣ କରିବା ଲାଗି ସଂଶୋଧିତ ନିୟମ ୩(୧)(ବି)ରେ କେତେକ ବିଷୟବସ୍ତୁ ଶ୍ରେଣୀକୁ ପୁନଃପରିଭାଷିତ କରାଯାଇଛି।

● ସମ୍ବିଧାନର ନିୟମ ଅନୁଯାୟୀ, ମଧ୍ୟସ୍ଥମାନେ ୟୁଜରଙ୍କ ଅଧିକାର ସୁରକ୍ଷାର ଗ୍ୟାରେଣ୍ଟି ଦେବେ। ସେମାନଙ୍କ କାର‌୍ୟ୍ୟ ଅନୁଯାୟୀ ଉଚିତ୍ ପ୍ରତ୍ୟାଶା, ଗୋପନୀୟତାକୁ ସମ୍ମାନ ଜଣାଇବେ ଏବଂ ପାରଦର୍ଶିତା ସୁନିଶ୍ଚିତ କରିବେ।

● ୟୁଜରଙ୍କ ଅଭିଯୋଗ ଉପରେ ମଧ୍ୟସ୍ଥଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ନିଷ୍ପତ୍ତି କିମ୍ବା ନିଷ୍କ୍ରିୟତା ବିରୋଧରେ ଆବେଦନ କରିବା ଲାଗି ଅଭିଯୋଗ ଆବେଦନ କମିଟି ପ୍ରତିଷ୍ଠା କରାଯିବ। ୟୁଜର ଚାହିଁଲେ କୋର୍ଟ ଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରୁ ହଟିଲା ସୋସିଆଲ ମିଡିଆ କଟକଣା

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୋସିଆଲ ମିଡିଆ ଉପରୁ କଟକଣା ହଟାଯାଇଛି । ପୂର୍ବରୁ 2ଜି ମୋବାଇଲ ସେବା ଲାଗୁ ହୋଇଥିବା ବେଳେ ବୁଧବାର ସୋସିଆଲ ମିଡିଆ ଉପରୁ କଟକଣା ପ୍ରତ୍ୟାହାର କରାଯାଇଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ନିୟମ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜମ୍ମୁ କାଶ୍ମୀର ମୁଖ୍ୟ ସଚିବ ଶାଲୀନ୍‌ କବ୍ରା ଏହି ପ୍ରତିବନ୍ଧକ ହଟାଇବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟିଥିଲେ ମଧ୍ୟ ଇଣ୍ଟରନେଟ୍‌ ସେବା 2ଜି ହିଁ ରହିବ ବୋଲି ଘୋଷଣା କରାଯାଇଛି । (ଏଜେନ୍ସି)

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

ସମୀକ୍ଷା ବ୍ୟୁରୋ : ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି।

ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍‌ ବ୍ୟବହାର ଏକୁଟିଆପଣର ମୁଖ୍ୟ କାରଣ ରହିଥିବା ବେଳେ ଏହାଦ୍ବାରା ପାଠପଢାରେ ମନୋନିବେଶ ସହଜ ହୋଇନଥାଏ ବୋଲି କୁହାଯାଇଛି।

ଗବେଷଣାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 25 ପ୍ରତିଶତ ଦୈନିକ 4 ଘଣ୍ଟାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ବଳକା ଛାତ୍ରଛାତ୍ରୀ ଦୈନିକ 1ରୁ 3 ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ସର୍ବାଧିକ 40 ପ୍ରତିଶତ ଇଣ୍ଟରନେଟ୍‌ ସୋସିଆଲ ମିଡିଆରେ ବ୍ୟବହୃତ ହେଉଥିବା ବେଳେ ମାତ୍ର 30 ପ୍ରତିଶତ ବିଭିନ୍ନ ପାଠ ସମ୍ବନ୍ଧୀୟ ସୂଚନା ସର୍ଚ୍ଚ କରିଥାନ୍ତି।

Categories
ଆଜିର ଖବର

ଶିଲଂରେ 16 ଘଣ୍ଟା ପାଇଁ କର୍ଫ୍ୟୁ ହ୍ରାସ : ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ,20/12 : ନାଗରିକତ୍ବ ସଂଶୋଧନକୁ ନେଇ ଚାଲିଥିବା ଆନ୍ଦୋଳନ ପ୍ରଭାବରେ ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଦେଖିବାକୁ ମିଳିଛି । ମେଘାଳୟର ଶିଲଂରେ ଏହି ଆନ୍ଦୋଳନ ଚାଲିଥିବା କାରଣରୁ ଦୀର୍ଘ 10 ଦିନ ହେବ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଇଣ୍ଟରନେଟ୍‌ ଏବଂ ଫୋନ୍‌ ସେବା ବନ୍ଦ ରହିଥିଲେ ମଧ୍ୟ ଶୁକ୍ରବାର କର୍ଫ୍ୟୁ 16 ଘଣ୍ଟା ପାଇଁ ହ୍ରାସ କରାଯାଇଛି । ଶୁକ୍ରବାର ସକାଳ 6ଟା ପରଠାରୁ କର୍ଫ୍ୟୁ ହ୍ରାସ କରାଯାଇଛି । ଶିଲଂରେ ବର୍ତ୍ତମାନ ପରସ୍ଥିତି ଶାନ୍ତ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିପରି ପରସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ହେବା ପରେ ଇଣ୍ଟରନେଟ୍‌ ସେବା ଚାଲୁ କରାଯିବ ବୋଲି ଜଣାପଡିଛି । କର୍ଫ୍ୟୁ ହଟିବା ପରଠାରୁ ବିଭିନ୍ନ ଦୋକାନ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲାଯାଇଛି । (ଏଜେନ୍ସୀ)