ଶିଲଂରେ 16 ଘଣ୍ଟା ପାଇଁ କର୍ଫ୍ୟୁ ହ୍ରାସ : ଇଣ୍ଟରନେଟ ସେବା ବନ୍ଦ

Published: Dec 20, 2019, 5:16 pm IST

ନୂଆଦିଲ୍ଲୀ,20/12 : ନାଗରିକତ୍ବ ସଂଶୋଧନକୁ ନେଇ ଚାଲିଥିବା ଆନ୍ଦୋଳନ ପ୍ରଭାବରେ ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଦେଖିବାକୁ ମିଳିଛି । ମେଘାଳୟର ଶିଲଂରେ ଏହି ଆନ୍ଦୋଳନ ଚାଲିଥିବା କାରଣରୁ ଦୀର୍ଘ 10 ଦିନ ହେବ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଇଣ୍ଟରନେଟ୍‌ ଏବଂ ଫୋନ୍‌ ସେବା ବନ୍ଦ ରହିଥିଲେ ମଧ୍ୟ ଶୁକ୍ରବାର କର୍ଫ୍ୟୁ 16 ଘଣ୍ଟା ପାଇଁ ହ୍ରାସ କରାଯାଇଛି । ଶୁକ୍ରବାର ସକାଳ 6ଟା ପରଠାରୁ କର୍ଫ୍ୟୁ ହ୍ରାସ କରାଯାଇଛି । ଶିଲଂରେ ବର୍ତ୍ତମାନ ପରସ୍ଥିତି ଶାନ୍ତ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିପରି ପରସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ହେବା ପରେ ଇଣ୍ଟରନେଟ୍‌ ସେବା ଚାଲୁ କରାଯିବ ବୋଲି ଜଣାପଡିଛି । କର୍ଫ୍ୟୁ ହଟିବା ପରଠାରୁ ବିଭିନ୍ନ ଦୋକାନ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲାଯାଇଛି । (ଏଜେନ୍ସୀ)

Related posts