Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ତିନୋଟି ରେଡ୍ ଜୋନରେ ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସବୁ ବନ୍ଦ, ୧୨ ଘଣ୍ଟିଆ କର୍ଫ୍ୟୁ ଜାରୀ

ଭୁବନେଶ୍ବର: ଏଣିକି ଘୋଷଣା ହୋଇଥିବା ତିନୋଟି ରେଡ୍ ଜୋନରେ ୧୨ ଘଣ୍ଟିଆ କର୍ଫ୍ୟୁ ଜାରୀ ହେଲା। ଏହି ଜୋନଗୁଡିକ ହେଲା ଭୁବନେଶ୍ବର, ବାଲେଶ୍ବର ଏବଂ ଭଦ୍ରକ। ଏହି ୧୨ ଘଣ୍ଟା ଭିତରେ କୈଣସି ଚଳାଚଳ ହୋଇପାରିବ ନାହିଁ। ସେଥିପାଇଁ ଏହି ତିନି ଜୋନର ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି। କେବଳ ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟ କୌଣସି ସେବା ଚାଲିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି।

Categories
ଆଜିର ଖବର

ଶିଲଂରେ 16 ଘଣ୍ଟା ପାଇଁ କର୍ଫ୍ୟୁ ହ୍ରାସ : ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ,20/12 : ନାଗରିକତ୍ବ ସଂଶୋଧନକୁ ନେଇ ଚାଲିଥିବା ଆନ୍ଦୋଳନ ପ୍ରଭାବରେ ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଦେଖିବାକୁ ମିଳିଛି । ମେଘାଳୟର ଶିଲଂରେ ଏହି ଆନ୍ଦୋଳନ ଚାଲିଥିବା କାରଣରୁ ଦୀର୍ଘ 10 ଦିନ ହେବ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଇଣ୍ଟରନେଟ୍‌ ଏବଂ ଫୋନ୍‌ ସେବା ବନ୍ଦ ରହିଥିଲେ ମଧ୍ୟ ଶୁକ୍ରବାର କର୍ଫ୍ୟୁ 16 ଘଣ୍ଟା ପାଇଁ ହ୍ରାସ କରାଯାଇଛି । ଶୁକ୍ରବାର ସକାଳ 6ଟା ପରଠାରୁ କର୍ଫ୍ୟୁ ହ୍ରାସ କରାଯାଇଛି । ଶିଲଂରେ ବର୍ତ୍ତମାନ ପରସ୍ଥିତି ଶାନ୍ତ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିପରି ପରସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ହେବା ପରେ ଇଣ୍ଟରନେଟ୍‌ ସେବା ଚାଲୁ କରାଯିବ ବୋଲି ଜଣାପଡିଛି । କର୍ଫ୍ୟୁ ହଟିବା ପରଠାରୁ ବିଭିନ୍ନ ଦୋକାନ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଆସାମ ଓ ତ୍ରିପୁରା ପରେ ମେଘାଳୟରେ ହିଂସା : ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ

ଶିଲଂ,13/12: ନାଗରିକତ୍ବ ବିଲ୍‌ରେ ସଂଶୋଧନକୁ ନେଇ ଭାରତର ଉତ୍ତର ପୂର୍ବୀୟ ସୀମା ଜଳୁଛି । ଦୁଇ ଦିନ ହେବ ଆସାମ ଏବଂ ତ୍ରିପୁରାରେ ହିଂସା ଲାଗି ରହିଥିବା ବେଳେ ଏହା ବର୍ତ୍ତମାନ ମେଘାଳୟକୁ ବ୍ୟାପିଛି । ମେଘାଳୟକୁ ଏହି ହିଂସା ବ୍ୟାପିବା ପରେ ସତର୍କତା ପଦକ୍ଷେପ ସ୍ବରୂପ ମେଘାଳୟରେ ଇଣ୍ଟରନେଟ ସେବା ଏବଂ ମୋବାଇଲ୍ ଏସଏମ୍‌ଏସ୍‌ ସେବା ବନ୍ଦ କରି ଦିଆଯାଇଛି । ଦୁଇ ଦିନ ପାଇଁ ଏହି ସେବା ବନ୍ଦ ରଖାଯାଇଛି । ଶିଲଂରୁ 250 କିମି ଦୂର ଓ୍ବିଲିୟମ୍‌ନଗରରୁ ଏହି ହିଂସା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜ ହେଲିକପ୍ଟରରୁ ଓହ୍ଲାଇବା ପରେ ତାଙ୍କୁ ବିରୋଧ କରାଯାଇଥିଲା । ମେଘାଳୟ ପୋଲିସ୍‌ ପକ୍ଷରୁ ଶାନ୍ତି ବଜାୟ ରଖିବା ପାଇଁ ଟ୍ବିଟ୍ଟର ଜରିଆରେ ନିବେଦନ କରାଯାଇଛି ।(ଏଜେନ୍ସୀ)