ଏଣିକି ବୈଦ୍ୟୁତିକ ଯାନର ଶିଘ୍ର ଚାର୍ଜିଂ ପାଇଁ ଆସିଲା ସଂଶୋଧିତ ନୂଆ ନିୟମ

Published: Nov 7, 2022, 11:23 pm IST

ନୂଆଦିଲ୍ଲୀ : କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବୈଦ୍ୟୁତିକ ଯାନ(ଇଭି)ର ଚାର୍ଜିଂ ଭିତ୍ତିଭୂମି ସଂକ୍ରାନ୍ତ ନୀତିର ସଂଶୋଧନ କରାଯାଇଛି। ଏଥି ସହିତ ଏ କ୍ଷେତ୍ରରେ ଏକୀକୃତ ସଂଶୋଧିତ ନିର୍ଦ୍ଦେଶାବଳୀ ଓ ମାନକ ଜାରି କରାଯାଇଛି। ଏହା ଫଳରେ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଜାନୁୟାରୀ ୧୪ତାରିଖରେ ଏ ସମ୍ପର୍କରେ ଯେଉଁ ନୀତି ପ୍ରଣୀତ ହୋଇଥିଲା ତାହା ବଦଳିଛି।
ସଂଶୋଧିତ ନୂଆ ବ୍ୟବସ୍ଥାରେ ଆଉ କେତେକ ବିଷୟକୁ ଯୋଡା ଯାଇଛି। ସେଗୁଡିକ ହେଲା

(1) ଶୀର୍ଷକ ବା ଅଧୀନରେ ଥିବା ସର୍ବସାଧାରଣ ଚାର୍ଜିଂ ଭିତ୍ତିଭୂମି (ପିସିଆଇ)ର ଆବଶ୍ୟକତାରେ ପାରା ୩.୧ (XI)ରେ ନିମ୍ନ ବିଷୟ ଯୋଡାଯାଇଛି।

XI ସର୍ବସାଧାରଣ ଚାର୍ଜିଂ ଷ୍ଟେସନରେ ସର୍ଭିସ ଚାର୍ଜ ସଂଗ୍ରହ ବ୍ୟବସ୍ଥା ରହିବ। ଏଥିରେ ଦିନର ନିର୍ଦ୍ଦିଷ୍ଟ ସମୟର ରେଟ୍ ଓ ସୌର ଆୱାର ବା ସୋଲାର ଆୱାର ପାଇଁ ଡିସକାଉଣ୍ଟ ବ୍ୟବସ୍ଥା କାର‌୍ୟ୍ୟକାରୀ ହେବ।

2) ଶୀର୍ଷକ ୮ରେ “ପିସିଏସ୍ରେ ସର୍ଭିସ ଚାର୍ଜିଂ”, ପାରା ୮.୩ରେ ନିମ୍ନଲିଖିତ ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି।

୮.୩-କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ) ଅଧୀନରେ ଏକ କମିଟି ସମୟାନ୍ତରରେ ରାଜ୍ୟମାନଙ୍କୁ ପାରା ୮.୨ ଅନୁସାରେ ସର୍ଭିସ ଚାର୍ଜ ଆଦାୟ କରିବାକୁ ସର୍ବୋଚ୍ଚ ସୀମା ସିଲିଂ ଧାର‌୍ୟ୍ୟ କରିବାକୁ ସୁପାରିସ୍ କରିବ।

ଏହି କମିଟି ମଧ୍ୟ ଦିନର ସମୟ (ଟାଇମ୍ ଅଫ ଦି ଡେ) ରେଟ ସର୍ଭିସ ଚାର୍ଜର୍ ପାଇଁ କେତେ ହେବ ତାହା ସୁପାରିସ୍ କରିବ। ଆହୁରି ମଧ୍ୟ ସୋଲାର ଆୱାର ଡିସକାଉଣ୍ଟ ରେଟ୍ କେତେ ରହିବ ତାହା ମଧ୍ୟ କମିଟିର ସୁପାରିସ୍ ଆଧାରରେ ନିର୍ଦ୍ଧାରିତ ହେବ।

Related posts